ବାଣିଜ୍ୟ |

ସାମ୍‌ସଙ୍ଗ ପକ୍ଷରୁ ଖ୍ରୀଷ୍ଟ୍‌ମାସ କାର୍ନିଭାଲ

 ସାମ୍‌ସଙ୍ଗ ପକ୍ଷରୁ ଖ୍ରୀଷ୍ଟ୍‌ମାସ କାର୍ନିଭାଲ
ଗୁରୁଗାଓଁ,୧୦-୧୨- ପ୍ରମୁଖ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଓ ମୋବାଇଲ ଫୋନ୍‌ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଖ୍ରୀଷ୍ଟମାସ କାର୍ନିଭାଲ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ତା’ର ଅଫିସିଆଲ ଅନଲାଇନ୍‌ ଷ୍ଟୋର ସାମସଙ୍ଗ ଶପ୍‌ରେ ଶୁଭାରମ୍ଭ କରିଛି। ଉକ୍ତ କାର୍ନିଭାଲ ଚଳିତ ମାସ ୮ଠାରୁ ୧୫ ଯାଏ ଚାଲିବ। ଏହି ସମୟ ମଧ୍ୟରେ ଗ୍ରାହକମାନେ କମ୍ପାନୀର ମୋବାଇଲ, ସ୍ପିକର, ଅଡିଓ ଆସେସୋରିଜ୍‌, ଓ୍ବେରେବଲ ଡିଭାଇସ୍‌, ଟେଲିଭିଜନ ଭଳି ସାମଗ୍ରୀ ଉପରେ ସ୍ବତନ୍ତ୍ର କ୍ରୟ ସୁବିଧା ଲାଭ କରି ପାରିବେ। ଉକ୍ତ ସମୟ ମଧ୍ୟରେ ଗ୍ରାହକମାନେ ଆକର୍ଷକ ରିହାତି ସୁବିଧା, ଇଏମଆଇ ସୁବିଧା, ଏକ୍ସଚେଞ୍ଜ ସ୍କିମ୍‌ ପାଇ ପାରିବେ ବୋଲି ସାମସଙ୍ଗ ଇଣ୍ଡିଆ ଅନଲାଇନ୍‌ ବାଣିଜ୍ୟ ଉପସଭାପତି ସନ୍ଦିପ ସିଂ ଅରୋରା ସୂଚନା ଦେଇଛନ୍ତି। ଏହି ସୁବିଧା ଦ୍ୱାରା ଗ୍ରାହକମାନେ ସେମାନଙ୍କ ପସନ୍ଦ ମୁତାବକ ସାମସଙ୍ଗ ଉତ୍ପାଦ ଲାଭ କରିବାକୁ ସମର୍ଥ ହୋଇ ପାରିବେ ବୋଲି ଅରୋରା କହିଛନ୍ତି। ଉକ୍ତ ସମୟ ମଧ୍ୟରେ ଗ୍ରାହକମାନେ ବଜାଜ୍‌ ଫିନସର୍ଭ ଅଫର, ଏକ୍ସଚେଞ୍ଜ ଆଣ୍ଡ ନିଶ୍ଚିତ ବାଏ ବ୍ୟାକ୍‌ ସୁବିଧା, ବେଷ୍ଟ ଏକ୍ସଚେଞ୍ଜ ଭାଲ୍ୟୁ, ସ୍ମାର୍ଟ ଫୋନ ଉପରେ ଆକ୍ସିଡେଣ୍ଟାଲ ଡ୍ୟାମେଜ କଭର, ଲେଜି ପେ ଅଫର, ମୋବିକ୍ୱିକ୍‌ ଦ୍ୱାରା ସୁପର କ୍ୟାଶ ଡିସକାଉଣ୍ଟ, କ୍ୟାଶ ଅନ୍‌ ପେଟିଏମ୍‌ ଭଳି ସୁବିଧା ଲାଭ କରି ପାରିବେ ବୋଲି ସେ କହିଛନ୍ତି।
All Right Reserved By

ବାଣିଜ୍ୟ |

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ମୁମ୍ବାଇ,୧୩-୧୨: ବିଶ୍ୱର ବିଭିନ୍ନ ଭୌଗୋଳିକ ସ୍ଥିତି ଅଶୋଧିତ ତୈଳ ଦରକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଦରରେ ସ୍ଥିତାବସ୍ଥାରେ ନ ଥିବା ବେଳେ ଏଥିରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏହି ଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଭାରତରେ ଏକ ଇନ୍ଧନ ନୀତିର ଆବଶ୍ୟକତା ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ବୁଧବାର ସୂଚନା ଦେଇଛନ୍ତି। 

ଜିଲା ସ୍ତରରେ ଆସିବ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ

ଜିଲା ସ୍ତରରେ ଆସିବ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ

ନୂଆଦିଲ୍ଲୀ,୧୩-୧୨: ଦେଶରେ ଇଜ୍‌ ଅଫ୍‌ ଡୁଇଁ ବିଜନେସକୁ ତ୍ୱରାନ୍ବିତ କରିବାକୁ ସରକାର ଜିଲା ସ୍ତରରେ ଇଜ୍‌ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ ପ୍ରକାଶ କରିବେ। ଏହି ଧାରାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିିପି) ସହାୟତା କରିବ। 

ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରସ୍ତୁତ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତ

ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରସ୍ତୁତ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତ

ନୂଆଦିଲ୍ଲୀ,୧୩-୧୨: ଦେଶରେ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସେବା ସଂଯୋଗ ଲାଗି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଛି। ମୋଟ ୧.୨୧ ଲକ୍ଷ ଗ୍ରାମ ପଞ୍ଚାୟତରେ ଭାରତ ନେଟ ପ୍ରକଳ୍ପ ଦ୍ୱାରା ଅପ୍ଟିକାଲ ଫାଇବର ସଂଯୋଗ କରାଯାଇଥିବା ଜଣା ପଡିଛି। 

ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୮.୧%

ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୮.୧%

ନୂଆଦିଲ୍ଲୀ ,୧୩-୧୨ : ଚଳିତ ବର୍ଷ ଅକ୍ଟୋବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୧୧ ମାସର ସର୍ବୋଚ୍ଚ ସ୍ତରରେ ରହି ୮.୧% ଛୁଇଁଛି। ଖଣି, ଶକ୍ତି, ମାନୁଫାକଚରିଂ ଭଳି କ୍ଷେତ୍ରରେ ଭଲ ପ୍ରଦର୍ଶନ ରହିବାରୁ ଉକ୍ତ ଅଭିବୃଦ୍ଧି ନଜରକୁ ଆସିଛି। 

ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ ,୧୩-୧୨: ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତି ୧୭ ମାସର ସର୍ବନିମ୍ନ ସ୍ତରରେ ରହି ୨.୩୩%କୁ ଖସି ଆସିଛି। ବିଶେଷ କରି ପନିପରିବା, ଅଣ୍ଡା ଏବଂ ଡାଲିଦର ନିମ୍ନରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। 

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ।

ଆର୍‌ବିଆଇ ନୀତି ଉପରେ ଚାପର ପ୍ରତିଫଳନ: ଫିଚ୍‌

ଆର୍‌ବିଆଇ ନୀତି ଉପରେ ଚାପର ପ୍ରତିଫଳନ: ଫିଚ୍‌

ନୂଆଦିଲ୍ଲୀ ,୧୩-୧୨: ଗଭର୍ନର ଉର୍ଜିିତ ପଟେଲଙ୍କ ଇସ୍ତଫା କେନ୍ଦ୍ରୀୟ ବ୍ୟାଙ୍କ ନୀତି ଉପରେ ଚାପର ପ୍ରତିଫଳନ ବୋଲି ଫିଚ୍‌ ରେଟିଂ ବୁଧବାର କହିଛି। ସେହିଭଳି ଆର୍‌ବିଆଇ ଉପରେ କେନ୍ଦ୍ରୀୟ ବ୍ୟାଙ୍କର ଚାପ ବଢୁଥିବା ଏହା ପ୍ରକାଶ କରିଛି। 

ଆର୍‌ବିଆଇ ସ୍ବାୟତ୍ତତା ବଜାୟ ରହୁ: ସୁବ୍ରମଣ୍ୟନ

ଆର୍‌ବିଆଇ ସ୍ବାୟତ୍ତତା ବଜାୟ ରହୁ: ସୁବ୍ରମଣ୍ୟନ

ନୂଆଦିଲ୍ଲୀ ,୧୩-୧୨:ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତା ପବିତ୍ର। ଏଥିରେ କୌଣସି ହସ୍ତକ୍ଷେପ ନ ହେବା ଆବଶ୍ୟକ। ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ବୁଧବାର ଏହା କହିଛନ୍ତି।

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ। 

ଋଣ ପ୍ରଦାନ ଧାରା ସୁଗମ କରିବାକୁ କହିଲା ଏଫଆଇଇଓ

ଋଣ ପ୍ରଦାନ ଧାରା ସୁଗମ କରିବାକୁ କହିଲା ଏଫଆଇଇଓ

ନୂଆଦିଲ୍ଲୀ ,୧୩-୧୨: ଋଣ ଯୋଗାଣ ଧାରାକୁ ସୁଗମ କରିବାକୁ ରପ୍ତାନିକାରୀ ସଂଘ ଏଫ୍‌ଆଇଇଓ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା  ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଅନୁରୋଧ କରିଛନ୍ତି। 

୬୩୦ ପଏଣ୍ଟ ବଢିଲା ସେନସେକ୍ସ

୬୩୦ ପଏଣ୍ଟ ବଢିଲା ସେନସେକ୍ସ

ବମ୍ବେ ,୧୩-୧୨: କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ସୂଚକାଙ୍କ ଉର୍ଦ୍ଧ୍ୱମୂଖୀ ରହିଛି। ସରକାର ଶକ୍ତିକାନ୍ତ ଦାସଙ୍କୁ ନୂଆ ଗଭର୍ନର ଭାବେ ନିଯୁକ୍ତ କରିବା ପରେ ବୁଧବାର ଶେୟାର ବଜାରେ ନିବେଶକଙ୍କ ଉତ୍ସାହ ପରିଲକ୍ଷିତ ହୋଇଛି। 

ଅଭିବୃଦ୍ଧି ୭.୩% ରହିବ: ଏଡିବି

ଅଭିବୃଦ୍ଧି ୭.୩% ରହିବ: ଏଡିବି

ନୂଆଦିଲ୍ଲୀ ,୧୩-୧୨: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଘରୋଇ ବଜାରର ଅଭିବୃଦ୍ଧି ଆକଳନକୁ ୭.୩%ରେ ସ୍ଥିର ରଖିଛି। ସେହିଭଳି ୨୦୧୯-୨୦ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ୭.୫% ହେବ ବୋଲି ଏହା କହିଛି।