ବାଣିଜ୍ୟ |

ୟୁବିଆଇ ନ୍ୟାଶ୍‌ନାଲ୍‌ ହାଉସିଂ ବ୍ୟାଙ୍କ ମଧ୍ୟରେ ବୁଝାମଣା

ୟୁବିଆଇ ନ୍ୟାଶ୍‌ନାଲ୍‌ ହାଉସିଂ ବ୍ୟାଙ୍କ ମଧ୍ୟରେ ବୁଝାମଣା

ଭୁବନେଶ୍ୱର,୧୦-୧୨- ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ଏବଂ ନ୍ୟାଶ୍‌ନାଲ୍‌ ହାଉସିଙ୍ଗ୍‌ ବ୍ୟାଙ୍କ ମଧ୍ୟରେ ଗ୍ରାମୀଣ ବାସଗୃହ ଋଣ ସବ୍‌ସିଡି ଯୋଜନା(ଆର୍‌ଏଚ୍‌ଆଇଏସ୍‌ଏସ୍‌)ର କାର୍ଯ୍ୟାନ୍ବୟନ ପାଇଁ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏହାଦ୍ୱାରା ୟୁବିଆଇ ଆର୍‌ଏଚ୍‌ଆଇଏସ୍‌ଏସ୍‌ ପାଇଁ ଏକ ପ୍ରାଥମିକ ଋଣ ପ୍ରଦାନକାରୀ ଅନୁଷ୍ଠାନ(ପିଏଲ୍‌ଆଇ) ଭାବେ କାର୍ଯ୍ୟ କରିବ। ଆର୍‌ଏଚ୍‌ଆଇଏସ୍‌ଏସ୍‌ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପରିଚାଳିତ ହେଉଛି। ୟୁବିଆଇର ମହାପ୍ରବନ୍ଧକ ମହମ୍ମଦ୍‌ ଅବ୍‌ଦୁଲ ଓ୍ବାହିଦ୍‌ ଏବଂ ନ୍ୟାଶ୍‌ନାଲ୍‌ ହାଉସିଂ ବ୍ୟାଙ୍କର ଉପ ମହାପ୍ରବନ୍ଧକ ରିତା ଭଟ୍ଟାଚାର୍ଯ୍ୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ପଦକ୍ଷେପ ଦ୍ୱାରା ବ୍ୟାଙ୍କ ଋଣ ପ୍ରଦାନ କରାଯିବ ବୋଲି ୟୁବିଆଇ ପକ୍ଷରୁ କୁହାଯାଇଛି। ।

All Right Reserved By

ବାଣିଜ୍ୟ |

 ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୩-୭ ରାଜ୍ୟରେ ଲଗାଣ ବର୍ଷା ହେତୁ ରବିବାର ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗାଡି ନମ୍ବର ୫୮୪୦୯ ଖୋର୍ଦ୍ଧା ରୋଡ-ପୁରୀ ପାସେଞ୍ଜର ବାତିଲ ହୋଇଥିବାବେଳେ ଦୁଇଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଗାଡି ନମ୍ବର ୧୮୩୦୩ ସମ୍ବଲପୁର-ପୁରୀ ଏକ୍ସପ୍ରେସ୍‌ ସମ୍ବଲପୁରରୁ ଆସୁଥିବା ବେଳେ ତାହା ଆଉ ପୁରୀ ଯାତ୍ରା ନ କରି ଖୋର୍ଦ୍ଧାରୋଡ୍‌ ଷ୍ଟେଶନ ପର୍ଯ୍ୟନ୍ତ ଯାତ୍ରା କରିଛି।

ଡିଜେଲ ଦର ୧୦ ପଇସା ହ୍ରାସ

ଡିଜେଲ ଦର ୧୦ ପଇସା ହ୍ରାସ

ଭୁବନେଶ୍ୱର,୨୩-୭(ବ୍ୟୁରୋ) ପେଟ୍ରୋଲ ଓ ଡିଜେଲ ଦର ସୋମବାର ପାଇଁ ଯଥାକ୍ରମେ ୭ ପଇସା ଓ ୧୦ ପଇସା ହ୍ରାସ ପାଇଛି। ଫଳରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୭୫ ଟଙ୍କା ୨୭ ପଇସାରୁ ୭୫ ଟଙ୍କା ୨୦ ପଇସାକୁ ଖସିଛି। ସେହିଭଳି ଡିଜେଲ ଦର ୭୨ ଟଙ୍କା ୯୧ ପଇସାରୁ ୭୨ ଟଙ୍କା ୮୧ ପଇସାକୁ ହ୍ରାସ ପାଇଛି ବୋଲି ସ୍ଥାନୀୟ ସୂତ୍ରରୁ ପ୍ରକାଶ।

ବିଦେଶରେ ଡାକ୍ତରୀ ପଢିବାର ସୁଯୋଗ ଦେଉଛି ଉତ୍କଳ ଏକାଡେମୀ

ବିଦେଶରେ ଡାକ୍ତରୀ ପଢିବାର ସୁଯୋଗ ଦେଉଛି ଉତ୍କଳ ଏକାଡେମୀ

ଭୁବନେଶ୍ୱର,୨୩-୭(ବ୍ୟୁରୋ) ଭାରତରେ କମ୍‌ ଅର୍ଥ ବ୍ୟୟରେ ଡାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଉ ନ ଥିବା ଆଶାୟୀ ଛାତ୍ରୀଛାତ୍ରଙ୍କ ପାଇଁ ବିଦେଶରେ ସୁଯୋଗ ରହିଛି। ତୁଳନାତ୍ମକ ଭାବେ କମ୍‌ ଖର୍ଚ୍ଚରେ ବିଦେଶରେ ମଧ୍ୟ ଗୁଣାତ୍ମକ ଶିକ୍ଷା ଲାଭ କରି ହେବ। ଏଥିପାଇଁ ଭର୍ଧମ ମେଟ୍ରୋପଲିଶ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅନ୍ତର୍ଗତ ଉତ୍କଳ ଏକାଡେମୀ ସୁଯୋଗ ପ୍ରଦାନ କରୁଛି। ଏ ସମ୍ପର୍କିତ ସୂଚନା ଏବଂ ତଥ୍ୟ ପ୍ରଦାନ କରିବା ପାଇଁ ଏକାଡେମୀ ପକ୍ଷରୁ ରବିବାର ସ୍ଥାନୀୟ ଏକ ହୋଟେଲ୍‌ରେ କର୍ମଶାଳା ଆୟୋଜନ କରାଯାଇଥିଲା।

ଏମ୍‌ଡି, ଚେୟାରମ୍ୟାନ ପଦ ଅଲଗା ରଖିବେ ୨୯୧  କମ୍ପାନୀ

ଏମ୍‌ଡି, ଚେୟାରମ୍ୟାନ ପଦ ଅଲଗା ରଖିବେ ୨୯୧ କମ୍ପାନୀ

ନୂଆଦିଲ୍ଲୀ,୨୩-୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଇନ୍‌ଫୋସିସ୍‌, ଟିସିଏସ୍‌ ଏବଂ ଭାରତୀ ଏୟାରଟେଲ୍‌ ଭଳି ଦେଶର ପ୍ରାୟ ୨୯୧ଟି ବଡ଼ ବଡ଼ କମ୍ପାନୀ ୨୦୨୦ ଏପ୍ରିଲ୍‌ ସୁଦ୍ଧା ସେମାନଙ୍କର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବେ। ବଜାର ନିୟାମକ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି)ର ଏହି ନିର୍ଦ୍ଦେଶକୁ ଲିଷ୍ଟେଡ୍‌ ଫାର୍ମଗୁଡିକୁ ପାଳନ କରିବାକୁ ପଡିବ।

ସିବିଡିଟିର ନିର୍ଦ୍ଦେଶ :ବୃଦ୍ଧି କର ଆୟକରତା ସଂଖ୍ୟା

ସିବିଡିଟିର ନିର୍ଦ୍ଦେଶ :ବୃଦ୍ଧି କର ଆୟକରତା ସଂଖ୍ୟା

ନୂଆଦିଲ୍ଲୀ, ୨୩-୭: ଅର୍ଥନୈତିକ କାରବାର ବୃଦ୍ଧି କରିବା ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଅତିରିକ୍ତ ୧.୨୫ କୋଟି ନୂତନ ଟିକସଦାତାଙ୍କୁ ଯୋଡିବାକୁ ପଡିବ। ବିଶେଷ କରି ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରକୁ ଏଥିପାଇଁ ଧ୍ୟାନରେ ରଖିବା ସକାଶେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛି।

ଏକ ଦଶନ୍ଧିରେ ୟୁଏସ୍‌କୁ ଟପିବ ଏସିଆ; ଦଶ ଦେଶର ଜିଡିପି ହେବ ୨୮ ଲକ୍ଷ କୋଟି ଡଲାର

ଏକ ଦଶନ୍ଧିରେ ୟୁଏସ୍‌କୁ ଟପିବ ଏସିଆ; ଦଶ ଦେଶର ଜିଡିପି ହେବ ୨୮ ଲକ୍ଷ କୋଟି ଡଲାର

ନୂଆଦିଲ୍ଲୀ,୨୩-୭: ଆଉ ଏକ ଦଶନ୍ଧି ମଧ୍ୟରେ ଏସିଆ ମହାଦେଶ ତୁଳନାରେ ୟୁନାଇଟେଡ୍‌ ଷ୍ଟେଟ୍‌ ଅଫ୍‌ ଆମେରିକା(ୟୁଏସ୍‌ଏ) ପଛରେ ପଡ଼ିଯିବ। ୨୦୩୦ ବେଳକୁ ଏସିଆ ମହାଦେଶ ଅନ୍ତର୍ଗତ ୧୦ଟି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ମିଶିଲେ ୟୁଏସ୍‌ଏର ଜିଡିପିକୁ ଅତିକ୍ରମ କରିବ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ବିଦା କରିପାରେ ପିଏନ୍‌ବି

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ବିଦା କରିପାରେ ପିଏନ୍‌ବି

ବମ୍ବେ,୨୩-୭: ଦେଶର ଦୁଇ ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏବଂ ଆଲ୍ଲାହାବାଦ ବ୍ୟାଙ୍କ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ବିରୋଧରେ ଖୁବଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

ରେଲ୍‌ଓ୍ବେ ପରୀକ୍ଷା ଅଗଷ୍ଟ ୯ରେ

ରେଲ୍‌ଓ୍ବେ ପରୀକ୍ଷା ଅଗଷ୍ଟ ୯ରେ

ନୂଆଦିଲ୍ଲୀ, ୨୩-୭:ଭାରତୀୟ ରେଳରେ ଲୋକୋପାଇଲଟ ଏବଂ ଟେକ୍ନିସାଇନ୍‌ ପଦପୂରଣ ପାଇଁ ଆସନ୍ତା ଅଗଷ୍ଟ୯ରେ କମ୍ପ୍ୟୁଟରଭିତ୍ତିକ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ। ପାଖାପାଖି ୨୬,୫୦୨ ଟି ପଦବୀ ପୂରଣ କରିବା ସକାଶେ ଭାରତୀୟ ରେଳ ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ପ୍ରାୟ ୪୮ ଲକ୍ଷ ପ୍ରାର୍ଥୀ ଅବେଦନ କରିଛନ୍ତି।

ସୁକନ୍ୟା ସମୃଦ୍ଧି ଲାଗି ସର୍ବନିମ୍ନ ବାର୍ଷିକ ଜମା ସୀମା କମିଲା

ସୁକନ୍ୟା ସମୃଦ୍ଧି ଲାଗି ସର୍ବନିମ୍ନ ବାର୍ଷିକ ଜମା ସୀମା କମିଲା

ନୂଆଦିଲ୍ଲୀ, ୨୩-୭(ପି.ଟି): ସୁକନ୍ୟା ସମୃଦ୍ଧି ଯୋଜନା ଲାଗି ସରକାର ବାର୍ଷିକ ସର୍ବନିମ୍ନ ଜମା ସୀମାକୁ ହ୍ରାସ କରିଛନ୍ତି। ୨୦୧୬ରେ ଆସିଥିବା ଏହି ଯୋଜନାରେ ବାର୍ଷିକ ଜମା ସୀମା ୧୦୦୦ଟଙ୍କା ରହିଥିଲା। ଏହି ସୀମାକୁ ସରକାର ୨୫୦ ଟଙ୍କାକୁ ହ୍ରାସ କରିଛନ୍ତି।

ଉଦ୍ୟୋଗ ଆଧାର ସଂଗ୍ରହ ଲାଗି ଏମ୍‌ଏସ୍‌ଏମ୍‌ଇଗୁଡିକୁ ନିର୍ଦ୍ଦେଶ

ଉଦ୍ୟୋଗ ଆଧାର ସଂଗ୍ରହ ଲାଗି ଏମ୍‌ଏସ୍‌ଏମ୍‌ଇଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩-୭(ପି.ଟି): ଜିଏସ୍‌ଟି ନେଟଓ୍ବର୍କରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୧ କୋଟି ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ( ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ଉଦ୍ୟୋଗ ଆଧାର ସଂଗ୍ରହ କରିବାକୁ ପଡିବ। ଏହା ସଂଗ୍ରହ ନେଇ ସରକାର ରବିବାର ନିର୍ଦ୍ଦେଶ ଦେଇଛନ୍ତି।

କନିଷ୍କ ଗୋଲ୍ଡ ନିର୍ଦ୍ଦେଶକଙ୍କ ବିରୋଧରେ ଇଡି ମାମଲା

କନିଷ୍କ ଗୋଲ୍ଡ ନିର୍ଦ୍ଦେଶକଙ୍କ ବିରୋଧରେ ଇଡି ମାମଲା

ଚେନ୍ନାଇ, ୨୩-୭(ପି.ଟି): କନିଷ୍କ ଗୋଲ୍ଡ ନିର୍ଦ୍ଦେଶକ ଭୁପେସ କୁମାର ଜୈନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ମାମଲା ରୁଜୁ କରିଛି। ଉକ୍ତ ସଂସ୍ଥା ବିରୋଧରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଅଭିଯୋଗ ଆସିବା ପରେ ଇଡି ଏଭଳି ମାମଲା ରୁଜୁ କରିଛି।

ତ୍ୱରାନ୍ବିତ ହେବ ଖଣି ନିଲାମ ପ୍ରକ୍ରିୟା

ତ୍ୱରାନ୍ବିତ ହେବ ଖଣି ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ, ୨୩-୭(ପି.ଟି): ଖଣି ନିଲାମ କ୍ଷେତ୍ରରେ ବର୍ତ୍ତମାନ ବିଭିନ୍ନ ପ୍ରତିବନ୍ଧକ ରହିବା ଯୋଗୁ ନିଲାମ ଧାରା ବାଧାପ୍ରାପ୍ତ ହେଉଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ସରକାର ବିଚାର କରୁଛନ୍ତି। ନିଲାମ ପୂର୍ବରୁ ସମସ୍ତ ପ୍ରକାରର ମଞ୍ଜୁରୀ ସୁବିଧା କରିବାକୁ ଯୋଜନା ରହିଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ