ବାଣିଜ୍ୟ |

ଆଇଆଇଏର ୩୪ତମ ଜାତୀୟ କର୍ମଶାଳା ଉଦ୍‌ଯାପିତ

ଆଇଆଇଏର ୩୪ତମ ଜାତୀୟ କର୍ମଶାଳା ଉଦ୍‌ଯାପିତ
ଭୁବନେଶ୍ୱର,୧୦-୧୨- ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍ଟସ୍‌(ଆଇଆଇଏ) ଓଡିଶା ଚାପ୍ଟର ପକ୍ଷରୁ ଆୟୋଜିତ ୩୪ତମ ଜାତୀୟ କର୍ମଶାଳା ‘ନାଟକନ୍‌-୨୦୧୭’ ଶନିବାର ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ବ୍ୟାପୀ ଚାଲିଥିବା ଏହି କର୍ମଶାଳାରେ ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ‘ଆର୍କିଟେକ୍‌ଚରାଲ୍‌ ଫୁଟ୍‌ପ୍ରିଣ୍ଟ୍‌ସ୍‌ ଇମ୍ପାକ୍ଟ୍‌ ଅନ୍‌ ସିଟିଜ୍‌’। ଶେଷ ଦିନରେ ସୁନାମଧନ୍ୟ ଆର୍କିଟେକ୍ଟ ପଦ୍ମବିଭୂଷଣ ହାଫିଜ୍‌ କଣ୍ଟ୍ରାକ୍ଟର ଅତିଥିଭାବେ ଯୋଗଦେଇଥିଲେ। ସେ କହିଥିଲେ, ବର୍ଦ୍ଧିତ ଜନସଂଖ୍ୟାକୁ ଦେଖି ନୂତନ ସହର ଗଢାଯିବା ଉଚିତ। ବିଲ୍ଡିଙ୍ଗ୍‌ରେ ଫ୍ଲୋର୍‌ ସ୍ପେସ୍‌ ଇଣ୍ଡେକ୍ସ, ସିଆର୍‌ଜେଡ୍‌ ଏବଂ ଏନ୍‌ଡିଜେଡ୍‌ ପଲିସିରେ ପରିବର୍ତ୍ତନ ଆବଶ୍ୟକ ରହିଛି। ଆର୍କିଟେକ୍ଟମାନେ ଆଧୁନିକ ସହର ଗଠନ ପାଇଁ ନୂତନ ଶୈଳୀ ଓ ଦିଗ ଉପରେ ଚିନ୍ତା କରିବା ଉଚିତ ବୋଲି ସେ କହିଥିଲେ। ସେହିପରି ଆଇଆଇଟି ଖଡଗପୁରର ପ୍ରଫେସର ଏସ୍‌.ସି. ଚଟୋପାଧ୍ୟାୟ ଉନ୍ନତ ହାଉସିଂ ପଲିସି ଉପରେ ବକ୍ତବ୍ୟ ରଖି ପୂର୍ବ ଏବଂ ବର୍ତ୍ତମାନର ଭିନ୍ନ ସରକାରୀ ପଲିସି ସମ୍ପର୍କରେ ପର୍ଯ୍ୟାଲୋଚନା କରିଥିଲେ। ପ୍ରଫେସର ବି.କେ. ସେନଗୁପ୍ତା, ୟୁଆର୍‌ଡିଏଫ୍‌ଆଇ ଗାଇଡ୍‌ଲାଇନ୍‌ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଆଇଆଇଏକୁ ଚଳିତ ବର୍ଷ ୧୦୦ ବର୍ଷ ସମ୍ପୂର୍ଣ୍ଣ ହେଉଥିବା ବେଳେ ଏହି ସମ୍ମିଳନୀ ଦୀର୍ଘ ୨୦ ବର୍ଷ ପରେ ଓଡିଶାରେ ଦ୍ୱିତୀୟଥର ପାଇଁ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଆଇଆଇଏର ବିଭିନ୍ନ ଚାପ୍ଟରରୁ ପ୍ରତିନିଧି, ଦେଶ ତଥା ବିଦେଶରୁ ଆର୍କିଟେକ୍ଟ, କଣ୍ଟ୍ରାକ୍ଟର, ବିଲ୍ଡର, ଟାଉନ୍‌ପ୍ଲାନର ତଥା ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।
All Right Reserved By

ବାଣିଜ୍ୟ |

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ଔଷଧ

ନୂଆଦିଲ୍ଲୀ, ୨୩।୧: ମାରାତ୍ମକ କ୍ୟାନସର ରୋଗ ସମେତ ୫୦ଟି ଜୀବନରକ୍ଷାରୀ ଔଷଧ ଶସ୍ତା ହେବ। ଖାଉଟି ଓ ପାଇକାରି ବ୍ୟବସାୟୀ ଅଳ୍ପ ଲାଭରେ ଏହି ସବୁ ଔଷଧ ବିକ୍ରି କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ଆୟକର ରିଟର୍ନ ;୨୧ ଦିନ ମିଲିଲା ଦାଖଲ ସମୟ

ନୂଆଦିଲ୍ଲୀ,୨୩-୧: ଉଚ୍ଚ ମୂଲ୍ୟର ନେଣଦେଣ କରିଛନ୍ତି, ଅଥଚ ୨୦୧୮-୧୯ ଲାଗି ଆୟକର ରିଟର୍ନ ଦାଖଲ କରି ନଥିଲେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏହା ଦାଖଲ ଲାଗି ଆହୁରି ୨୧ ଦିନ ସମୟ ଦେଇଛି। 

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଅଣାଯିବ

ନୂଆଦିଲ୍ଲୀ,୨୩-୧:  କେନ୍ଦ୍ର ସରକାର ଖୁବଶୀଘ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ପୋରେଟ କଲ୍ଚର ଆଣିବାକୁ ଯାଉଛନ୍ତି। ଫଳରେ କର୍ପୋରେଟ ଗଭର୍ନାନ୍ସ ବା କର୍ପୋରେଟ ପ୍ରଶାସନିକ ବ୍ୟବସ୍ଥା ଆପଣାଇବାକୁ ସରକାର ପଦକ୍ଷେପ ନେବେ। 

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ନୂଆଦିଲ୍ଲୀ,୨୩-୧:  ଅତ୍ୟଧିକ କ୍ଷତି ଯୋଗୁ ଦୂରାବସ୍ଥା ଦେଇ ଗତି କରୁଥିବା ଦେଶର ପ୍ରମୁଖ ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋଏଲ ବୋର୍ଡରୁ ହଟିଯିବାକୁ ରାଜି ହୋଇଛନ୍ତି। 

ସୋମାନିର ନୂଆ ଶୋ’ରୁମ

ଭୁବନେଶ୍ୱର,୨୩-୧: ସୋମାନି ସେରାମିକ୍ସର ନୂଆ ଶୋ’ରୁମ ‘ସୋମାନି ଗ୍ରାଣ୍ଡେ’ ଭୁବନେଶ୍ୱରର ପାହାଳଠାରେ ଖୋଲିଛି। ସୋମାନିର ଉପସଭାପତି ସୁଜିତ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ମାଷ୍ଟରକାର୍ଡକୁ ୬୪୮.୩ ମିଲିୟନ ଡଲାର ଜରିମାନା

ବ୍ରସେଲ୍ସ,୨୩-୧: ବ୍ୟାଙ୍କଗୁଡିକ ଦୋକାନୀଙ୍କୁ ଶୁଳ୍କ ପ୍ରଦାନ ଲାଗି ଶସ୍ତା ଦେୟ ପ୍ରଦାନ ବ୍ୟବସ୍ଥା ଆପଣାଉଥିବା ବେଳେ ଏଥିରେ ବାଧା ଉତ୍ପନ୍ନ କରିବା  ଅଭିଯୋଗରେ କ୍ରେଡିଟ କାର୍ଡ କମ୍ପାନୀ ମାଷ୍ଟରକାର୍ଡ ଉପରେ ୟୁରୋପୀୟ ୟୁନିୟନ ୫୭୦.୬ ମିଲିୟନ ୟୁରୋ(୬୪୮.୩ ମିଲିୟନ ଡଲାର) ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। 

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୨୩-୧:  ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦେଶର ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ପରିବର୍ତ୍ତେ ଜାନୁୟାରୀ-ଡିସେମ୍ବର କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ବଜେଟ୍‌ରେ ଘୋଷଣା କରାଯିବ ବୋଲି ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। 

ତୈଳ ଚାହିଦାରେ  ଚାଇନାକୁ ପଛରେ ପକାଇବ ଭାରତ

ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇବ ଭାରତ

ନୂଆଦିଲ୍ଲୀ,୨୩-୧:  ଅଟୋ ଇନ୍ଧନ ଓ ଏଲ୍‌ପିଜି ବ୍ୟବହାର ବୃଦ୍ଧି କାରଣରୁ ଭାରତ ୨୦୧୯ରେ ଅଶୋଧିତ ତୈଳ ଚାହିଦାରେ ଚାଇନାକୁ ପଛରେ ପକାଇ ଆମେରିକା ପରେ ବିଶ୍ୱର ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି। ଏ ସମ୍ପର୍କରେ ରିସର୍ଚ୍ଚ ଆଣ୍ଡ୍‌ କନସଲଟାନ୍ସି ଗ୍ରୁପ୍‌ ଉଡ଼୍‌ ମ୍ୟାକେଞ୍ଜି ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରାଯାଇଛି। 

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ରାଜ୍ୟ ଜିଡ଼ିପି ଅଭିବୃଦ୍ଧିରେ ଶୀର୍ଷରେ ବିହାର

ନୂଆଦିଲୀ,୨୩-୧: ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ରାଜ୍ୟଗୁଡ଼ିକର ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବିହାର ପ୍ରଥମ ସ୍ଥାନରେ ରହିଛି। ତାଲିକାରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନ ଏବଂ ଗୁଜରାଟ ତୃତୀୟ ସ୍ଥାନରେ ରହିଥିବା ରେଟିଂ ଏଜେନ୍ସି କ୍ରିସିଲ ମଙ୍ଗଳବାର ସୂଚନା ଦେଇଛି।

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର,୨୩-୧: ସୁରକ୍ଷିତ ଗାଡି ଚାଳନା ସଂସ୍କୃତି ସୃଷ୍ଟି କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଛାତ୍ରୀଛାତ୍ରଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ଭୁବନେଶ୍ୱର,୨୩-୧: ପ୍ରମୁଖ ରିଟେଲ ଚେନ୍‌ ବିଗ୍‌ ବଜାର ପକ୍ଷରୁ ବୁଧବାରଠାରୁ ଆରମ୍ଭ ହେଉଛି ‘ସବସେ ଶସ୍ତେ ୫ ଦିନ’ । 

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

୭% ଅଭିବୃଦ୍ଧି ଭଲ,ହେଲେ ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି କାହିଁ:ରାଜନ

ନୂଆଦିଲୀ,୨୩-୧: ୭% ଅଭିବୃଦ୍ଧି ହାର ଭଲ । ମାତ୍ର ଦେଶରେ ଯେତେ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା କଥା ତାହା ହେଉ ନାହିଁ। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ଲାଭ କରିବାକୁ ସକ୍ଷମ ହୋଇଛି।