ବାଣିଜ୍ୟ |

ପଓ୍ବନ ହଂସର ଅଂଶଧନ କିଣିବାକୁ ଆଗ୍ରହୀ କର୍ମଚାରୀ

ପଓ୍ବନ ହଂସର ଅଂଶଧନ କିଣିବାକୁ ଆଗ୍ରହୀ କର୍ମଚାରୀ
ନୂଆଦିଲ୍ଲୀ,୯-୧୨: ରାଷ୍ଟ୍ରାୟତ୍ତ ହେଲିକପ୍ଟର ଅପରେଟର ପଓ୍ବନ ହଂସରୁ ୫୧% ସରକାରୀ ଅଂଶଧନ ବିକ୍ରି ହେବ। ଏହି ମିନିରତ୍ନ-୧ ଶ୍ରେଣୀଭୁକ୍ତ ପିଏସ୍‌ୟୁରୁ ସରକାରୀ ଅଂଶଧନ କିଣିବା ପାଇଁ କମ୍ପାନୀର ୩୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ନେଇ ଗଠିତ ସଂଘ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। କୌଣସି କମ୍ପାନୀର ଅଂଶଧନ ହାସଲ କରିବା ପାଇଁ ଏହାର କର୍ମଚାରୀମାନେ ବିଡ୍‌ ଡାକିପାରିବେ। ଏଭଳି ବ୍ୟବସ୍ଥା ଥିବାବେଳେ ପଓ୍ବନ ହଂସର କର୍ମଚାରୀମାନେ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସର୍ବଭାରତୀୟ ବେସାମରିକ ବିମାନ ଚଳାଚଳ କର୍ମଚାରୀ ସଂଘ ପ୍ରସ୍ତାବିତ ଟ୍ରାଞ୍ଜାକ୍‌ଶନ୍‌ ପାଇଁ ଦୁବାଇ-ଭିତ୍ତିକ ମାର୍ଟିନ୍‌ କନ୍‌ସଲ୍‌ଟିଂକୁ ଉପଦେଷ୍ଟା ନିଯୁକ୍ତ କରିଛି। ନିବେଶ ଏବଂ ସର୍ବସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ ପଓ୍ବନ ହଂସରେ ଥିବା ସରକାରୀ ଅଂଶଧନର ବିକ୍ରି ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଛି। ତେବେ ଏହି ଅଂଶଧନର ମୂଲ୍ୟ ପାଖାପାଖି ୫୦୦ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। କମ୍ପାନୀର କର୍ମଚାରୀମାନେ ଘରୋଇ ଇକ୍ୱିଟି କିମ୍ବା ଭେଞ୍ଚର କ୍ୟାପିଟାଲ୍‌ ଫଣ୍ଡ୍‌ ସହିତ ଅନୁବନ୍ଧିତ ହୋଇପାରିବେ। ଉକ୍ତ ଇକ୍ୱିଟି ତଥା ଭେଞ୍ଚର କ୍ୟାପିଟାଲ ଫଣ୍ଡ କର୍ମଚାରୀଙ୍କ ତରଫରୁ ଉକ୍ତ ସରକାର ଅଂଶଧନକୁ କିଣିପାରିବ। କର୍ମଚାରୀମାନେ ଏହି ହେଲିକପ୍ଟର ଅପରେଟରରେ ନିବେଶ କରିବା ପାଇଁ ଆର୍ଥିକ ସଂସ୍ଥାଗୁଡିକ ସହ କଥାବାର୍ତ୍ତା ଚଳାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ସୂଚନାଯୋଗ୍ୟ, ପଓ୍ବନ ହଂସରେ ସରକାରଙ୍କ ୫୧% ଏବଂ ଅବଶିଷ୍ଟ ୪୯% ଅଂଶଧନ ଓଏନ୍‌ଜିସି ନିକଟରେ ରହିଛି। ଏୟାର୍‌ ଇଣ୍ଡିଆ ତୁଳନାରେ ପଓ୍ବନ ହଂସର ଆର୍ଥିକ ସ୍ଥିତ ଉନ୍ନତ ରହିଛି।
All Right Reserved By

ବାଣିଜ୍ୟ |

ପ୍ରତ୍ୟର୍ପଣ ଭୟ: ଚୋକ୍‌ସୀ ଭାରତୀୟ ନାଗରିକତ୍ୱ ଛାଡ଼ିଲେ

ପ୍ରତ୍ୟର୍ପଣ ଭୟ: ଚୋକ୍‌ସୀ ଭାରତୀୟ ନାଗରିକତ୍ୱ ଛାଡ଼ିଲେ

ନୂଆଦିଲ୍ଲୀ,୨୨-୧:  ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ନୀରବ ମୋଦିଙ୍କ ମାମୁ ମେହୁଲ ଚୋକ୍‌ସୀଙ୍କୁ ଏବେ ପ୍ରତ୍ୟର୍ପଣ ଭୟ ଘାରିଛି। ତାଙ୍କୁ ଆଣ୍ଟିଗୁଆ ସରକାର ଭାରତକୁ ପ୍ରତ୍ୟର୍ପଣ କରିପାରନ୍ତି ବୋଲି ଅନୁଭବ କରି ମେହୁଲ ତାଙ୍କ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି।

ଦେଶର ୯ ଧନୀଙ୍କ ନିକଟରେ ୫୦% ଜନତାଙ୍କ ସମ୍ପତ୍ତି

ଦେଶର ୯ ଧନୀଙ୍କ ନିକଟରେ ୫୦% ଜନତାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୨-୧:  ‘ଧନୀ ଦିନକୁ ଦିନ ଧନୀ ହେଉଛି’ ଏହା ଆଜିକାଲି ଏକ ପ୍ରଚଳିତ ବାକ୍ୟ ହୋଇଛି। କିନ୍ତୁ ରିପୋର୍ଟ କହୁଛି, ଏହା ସମ୍ପୂର୍ଣ୍ଣ ସତ। ଏଥିରେ କୁହାଯାଇଛି ଯେ, ଗତବର୍ଷ ଦେଶରେ ଥିବା କୋଟିପତିଙ୍କ ସମ୍ପତ୍ତିରେ ଦୈନିକ ୨୨୦୦ କୋଟି ଟଙ୍କା ବୃଦ୍ଧି ପାଇଛି। ଦେଶର ୧ ପ୍ରତିଶତ ଲୋକଙ୍କ ସମ୍ପତ୍ତି ଗତବର୍ଷ   ୩୯ ପ୍ରତିଶତ ହିସାବରେ ବଢ଼ିଛି। 

ହାଲ୍‌ଓ୍ବା ସେରିମନି ସହ ବଜେଟ୍‌ ବହି ଛପା ଆରମ୍ଭ

ହାଲ୍‌ଓ୍ବା ସେରିମନି ସହ ବଜେଟ୍‌ ବହି ଛପା ଆରମ୍ଭ

ନୂଆଦିଲ୍ଲୀ,୨୨-୧: କେନ୍ଦ୍ର ସରକାର ଫେବୃୟାରୀ ପହିଲାରେ ତାଙ୍କର ଶେଷ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ୍‌ ବହି ଛାପିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ହାଲ୍‌ଓ୍ବା ସେରିମନି ପାଳନ କରାଯାଇଛି। ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅସୁସ୍ଥତା କାରଣରୁ  ଆମେରିକାରେ ଚିକିତ୍ସାରେ ବ୍ୟସ୍ତ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏହି ସେରିମନି ପାଳନର ନେତୃତ୍ୱ ନେଇଥିବା ବେଳେ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ପି.ରାଧାକ୍ରିଷ୍ଣନ, ଅର୍ଥ ସଚିବ ସୁଭାଷ ଗର୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

ଚଳିତ ବର୍ଷରୁ ଭାରତର ଜିଡିପି ବୃଦ୍ଧି ପାଇବ: ଆଇଏମ୍‌ଏଫ୍‌

ଚଳିତ ବର୍ଷରୁ ଭାରତର ଜିଡିପି ବୃଦ୍ଧି ପାଇବ: ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୨-୧: ଭାରତୀୟ ଅର୍ଥନୀତି ଅଭିବୃଦ୍ଧି(ଜିଡିପି) ହାର ଚଳିତ ବର୍ଷ ୭.୫% ତଥା ୨୦୨୦ରେ ୭.୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ସୋମବାର ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଜାରି କରିଛି।  

ପଲିସିଧାରୀଙ୍କୁ କିସ୍ତିରେ ମିଳିପାରେ ଦୁର୍ଘଟଣା-ସ୍ବାସ୍ଥ୍ୟ ବୀମା ଦାବି

ପଲିସିଧାରୀଙ୍କୁ କିସ୍ତିରେ ମିଳିପାରେ ଦୁର୍ଘଟଣା-ସ୍ବାସ୍ଥ୍ୟ ବୀମା ଦାବି

ନୂଆଦିଲ୍ଲୀ,୨୨-୧: ଦୁର୍ଘଟଣା ଓ ଲାଭ ଆଧାରିତ ସ୍ବାସ୍ଥ୍ୟ ବୀମାର ଦାବି କରିଥିବା ପଲିସିଧାରୀଙ୍କୁ ସମ୍ପୃକ୍ତ ବୀମା କମ୍ପାନୀ ଏକତ୍ର ବୀମାରାଶି ଦେବା ବଦଳରେ କିସ୍ତିରେ ପ୍ରଦାନ କରିବ। ବୀମା କରିବା ବେଳେ ପଲିସିଧାରୀ ଏ ସମ୍ପର୍କରେ ସେମାନଙ୍କ ଇଚ୍ଛା ଜଣାଇପାରିବେ। 

ବୋକା ବନିଗଲା ଆୟକର ବିଭାଗ;୫୦୦୦ କୋଟିର କ୍ରେଡିଟ ନେଇଗଲେ ଟିକସଦାତା

ବୋକା ବନିଗଲା ଆୟକର ବିଭାଗ;୫୦୦୦ କୋଟିର କ୍ରେଡିଟ ନେଇଗଲେ ଟିକସଦାତା

ନୂଆଦିଲ୍ଲୀ,୨୨-୧: ଆୟକର ବିଭାଗକୁ ସମ୍ପୂର୍ଣ୍ଣ ବୋକା ବନାଇଛନ୍ତି ଟିକସଦାତା। ସେମାନେ ନିଜର ବକେୟା ତ ଦେଲେନି ବରଂ ସେଲ୍‌ଫ ଆସେସ୍‌ମେଣ୍ଟ ଟ୍ୟାକ୍ସ ପ୍ରଦାନ କରିଛନ୍ତି ଦର୍ଶାଇ ୫୦୦୦ କୋଟି ଟଙ୍କାର କ୍ରେଡିଟ ହାସଲ କରିଛନ୍ତି। ଏଭଳି ଟିକସଦାତାଙ୍କ ଉପରେ ଆୟକର ବିଭାଗର ଏବେ ଏହି ଟଙ୍କା ବକେୟା ହେଲାଣି। ଏବେ ସେମାନଙ୍କଠାରୁ ଏତେ ବିଶାଳ ଅର୍ଥ ଆଦାୟ କରିବା ନେଇ ବିଭାଗର ଚିନ୍ତା ବଢ଼ିଯାଇଛି। ବକେୟା ଆଦାୟ ପାଇଁ ବିଭାଗ ସେହିସମସ୍ତ ଟିକସଦାତାଙ୍କ ପିଛା ଛାଡ଼ୁନି। 

ବଜେଟ୍‌ ଉପସ୍ଥାପନ କରିବେ ଜେଟ୍‌ଲୀ;ଶୁକ୍ରବାର ସନ୍ଧ୍ୟାରେ ଫେରୁଛନ୍ତି

ବଜେଟ୍‌ ଉପସ୍ଥାପନ କରିବେ ଜେଟ୍‌ଲୀ;ଶୁକ୍ରବାର ସନ୍ଧ୍ୟାରେ ଫେରୁଛନ୍ତି

ନୂଆଦିଲ୍ଲୀ,୨୨-୧:  କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଫେବୃୟାରୀ ପହିଲାରେ ଅନ୍ତରୀଣ ତଥା ତାଙ୍କର ଶେଷ ବଜେଟ୍‌ ଉପସ୍ଥାପନ କରିବେ। ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ସେ ଆମେରିକାରୁ ଫେରିବେ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୋମବାର ପ୍ରକାଶ କରିଛନ୍ତି।  

ଜେନାପୁରଠାରେ ରହିବ ଭୁବନେଶ୍ୱର-କେନ୍ଦୁଝରଗଡ଼  ଫାଷ୍ଟ ପାସେଞ୍ଜର

ଜେନାପୁରଠାରେ ରହିବ ଭୁବନେଶ୍ୱର-କେନ୍ଦୁଝରଗଡ଼ ଫାଷ୍ଟ ପାସେଞ୍ଜର

ଭୁବନେଶ୍ୱର,୨୨-୧:ଜେନାପୁର ରେଳଷ୍ଟେଶନ ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରୀଙ୍କର ଦୀର୍ଘଦୀନର ଦାବୀକୁ ପୂରଣ ହେବାକୁ ଯାଉଛି। ଜାନୁୟାରୀ ୨୬ଠାରୁ ଜେନାପୁର ଷ୍ଟେଶନଠାରେ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ପରୀକ୍ଷାମୂଳକ ଭାବେ ଛଅ ମାସ ପାଇଁ ରହଣି ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। 

ସାମସଙ୍ଗ ପକ୍ଷରୁ ଏକ୍ସିନସ୍‌ ୭ ସିରିଜ୍‌ ୭୯୦୪

ସାମସଙ୍ଗ ପକ୍ଷରୁ ଏକ୍ସିନସ୍‌ ୭ ସିରିଜ୍‌ ୭୯୦୪

ଗୁରୁଗ୍ରାମ,୨୨-୧: ସେମିକଣ୍ଡକ୍ଟର ଟେକ୍ନୋଲୋଜି କ୍ଷେତ୍ରରେ ପ୍ରମୁଖ କମ୍ପାନୀ  ସାମସଙ୍ଗ ପକ୍ଷରୁ ଏକ୍ସିନସ୍‌ ୭ ସିରିଜ ୭୯୦୪ ମୋବାଇଲ ପ୍ରୋସେସର ବଜାରକୁ ଆସିଛି । ଏଥିରେ ପରିବର୍ଦ୍ଧିତ ମଲ୍ଟିମିଡିଆ ସପୋର୍ଟ ରହିଛି। 

ବଜାଜର ନୂଆ ବ୍ରାଣ୍ଡ ପରିଚୟ ଉନ୍ମୋଚନ

ବଜାଜର ନୂଆ ବ୍ରାଣ୍ଡ ପରିଚୟ ଉନ୍ମୋଚନ

ନୂଆଦିଲୀ,୨୨-୧:ବଜାଜ ଅଟୋ ଲିମିଟେଡ ପକ୍ଷରୁ ନୂଆ ବ୍ରାଣ୍ଡ ପରିଚୟ ‘ଦି ଓ୍ବାର୍ଲଡ୍‌ସ ଫେଭରାଇଟ ଇଣ୍ଡିଆନ’ ଉନ୍ମୋଚନ କରାଯାଇଛି। ଏକ ସ୍କୁଟର ନିର୍ମାତାରୁ ୧୭ ବର୍ଷ ମଧ୍ୟରେ ବିଶ୍ୱ ସ୍ତରୀୟ ମୋଟର ସାଇକେଲ ମହାଶକ୍ତିରେ ପରିବର୍ତ୍ତିତ ହେବାର ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିବାକୁ ଏହା ଆରମ୍ଭ ହୋଇଛି। 

ନେକ୍ସନର ଲେଭଲ୍‌ ନେକ୍ସ ଏସ୍‌ୟୁଭି ଆଣିଲା ଟାଟା

ନେକ୍ସନର ଲେଭଲ୍‌ ନେକ୍ସ ଏସ୍‌ୟୁଭି ଆଣିଲା ଟାଟା

ଭୁବନେଶ୍ୱର,୨୨-୧: ଗ୍ରାହକଙ୍କ ପରିବର୍ତ୍ତିତ ଏସ୍‌ୟୁଭି ଚାହିଦାକୁ ଧ୍ୟାନରେ ରଖି ପ୍ରମୁଖ କାର ନିର୍ମାତା ଟାଟା ମୋଟର୍ସ ପକ୍ଷରୁ  ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ନେକ୍ସନର ‘ଲେଭଲ ନେକ୍ସ ଏସ୍‌ୟୁଭି’କୁ ପ୍ରସ୍ତୁତ କରାଯାଇଛି। 

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ନୂଆଦିଲ୍ଲୀ,୨୧-୧: ଅନ୍ତରୀଣ ବଜେଟ ୨୦୧୯ ଉପସ୍ଥାପନ ହେବାକୁ ଆଉ କେଇଟା ଦିନ ବାକି ରହିଛି। ଏଭଳି ସ୍ଥିତିରେ ଆୟକର କ୍ଷେତ୍ରରେ ଆଶ୍ୱସ୍ତି ମିଳିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି। ତେବେ ଗତ ୫ଟି ବଜେଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଛନ୍ତି ସତ ସେସ୍‌ ଓ ସରଚାର୍ଜ ଆଦି କେତେକ ନୂଆ ନିୟମ ମଧ୍ୟ ଲାଗୁ କରିଛନ୍ତି।