ଫୁରସତ |

ପୋଡ଼ା ମାଟିର ବାସ୍ନା

ପୋଡ଼ା ମାଟିର ବାସ୍ନା

ଆଗରୁ କୁମ୍ଭାର ସମ୍ପ୍ରଦାୟର ଲୋକେ ମାଟିହାଣ୍ଡି, ମାଟିରେ ବିଭିନ୍ନ ପ୍ରକାର ପାତ୍ର ତିଆରି କରି ଗୁଜୁରାଣ ମେଣ୍ଟାଉ ଥିଲେ।  କିନ୍ତୁ ଆଜିକାଲି ଏହାର ଚାହିଦା କମିବା ପରେ ଏବେ ସେମାନେ ଟେରାକୋଟାର ବିଭିନ୍ନ ପ୍ରକାର ଘରସଜ୍ଜା ଜିନିଷ ତିଆରି କରି ପରିବାର ଚଳାଉଛନ୍ତି। ତେବେ ଓଡ଼ିଶାର ଅନ୍ୟ କେତେକ ସ୍ଥାନ ଅପେକ୍ଷା କେନ୍ଦୁଝର ଜିଲାର ହଳଧରପୁର ଓ ବାଟହରିଚନ୍ଦନପୁର ଗାଁର ଟେରାକୋଟା କାମ ବେଶ ନିଆରା।
ଟେରାକୋଟା ଶିଳ୍ପୀଙ୍କ ଗାଁ ବାଟହରିଚନ୍ଦନପୁର:
ଘଟଗାଁର ମା’ତାରିଣୀଙ୍କ ପୀଠଠାରୁ ୨୦ନଂ ଜାତୀୟ ରାଜପଥରେ ବଡ଼ଘାଘରା ଓ ସାନଘାଘରା ଯିବା ରାସ୍ତାରେ ପ୍ରାୟ ୫କିମି ଦୂରରେ ପଡ଼ିବ ଘଟଗାଁ ବ୍ଲକର ଗଦାଧରପୁର ଗ୍ରାମପଞ୍ଚାୟତର ବାଟହରିଚନ୍ଦନପୁର। ଏହି ଗାଁରେ ପ୍ରବେଶ ମାତ୍ରେ ଏକ ଅଣଓସାରିଆ ରାସ୍ତା ନିକଟରେ ନଜର ପଡ଼ିବ ଏକ ଶିବ ମନ୍ଦିର, ଯାହା କି ବାଣେଶ୍ୱର ଶିବ ମନ୍ଦିରଙ୍କ ପୀଠ। ଏହି ଗାଁର କୁମ୍ଭାର ସାହିର ୫୦ ପରିବାରଙ୍କ ମଧ୍ୟରେ ପ୍ରାୟ ୩୦ପରିବାର ଟେରାକୋଟା ହସ୍ତଶିଳ୍ପର କାରିଗର ଭାବେ ପରିଚିତ।
ହଳଧରପୁରର ଟେରାକୋଟା ଶିଳ୍ପ:
ଖୁଣ୍ଟାସାହି ପାରହେବା ପରେ ଶାଳଜଙ୍ଗଲକୁ ଲାଗିରହିଛି କୁକୁର ପଟା ନଦୀ। ସେଠାରୁ ଏକ ଶଗଡ଼ିଆ ନାଳ ପାର ହେଲା ପରେ ପଡ଼ିବ ପଇତାପାଟଣା ଗ୍ରାମପଞ୍ଚାୟତର ହଳଧରପୁର ଗାଁ। ଏହି ଗଁ।ରେ ପ୍ରବେଶ ମାତ୍ରେ ଆରମ୍ଭରେ ଏକ ବଡ଼ ବରଗଛ ଦେଖିବାକୁ ପାଇବେ। ଏହି ଗାଁର ପୁରୁଣାସାହି, ନୂଆସାହି ଓ ବେଗୁନାପଶି ଆଦି ସାହିର ପ୍ରାୟ ୨ଶହ ପରିବାରର ସଦସ୍ୟମାନେ ଟେରାକୋଟା ହସ୍ତଶିଳ୍ପ କାମକରି ନିଜ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର ସମୟ କ୍ରମେ ଏମାନେ ଟେରାକୋଟା କଳାକୃତିରେ ବିଭିନ୍ନ ମାଟିର ଫୁଲଦାନି, ଗଛ, ଘୋଡ଼ା, ହାତୀ, ଦୀପ, ଜୀବଜନ୍ତୁ ତିଆରି କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥିପାଇଁ ଏମାନେ ରାଜ୍ୟ ଓ ରାଜ୍ୟ ବାହାରର ଆୟୋଜିତ ବିଭିନ୍ନ ମେଳାରେ ଏହି ଟେରାକୋଟାର ବିଭିନ୍ନ କଳାକୃତି ପସରାକୁ ପକାଇ ବିକ୍ରି କରିଥାନ୍ତି।
ଟେରାକୋଟା କଳାକୃତି ତିଆରି:
ମାଟିର ମହକ ନିଆରା । ବିଶେଷକରି ମାଟିରେ ବିଭିନ୍ନ ପାତ୍ର ଆମ ଦୈନନ୍ଦିନ ଜୀବନରେ ଲାଗିଥାଏ। ମାଟିପାତ୍ର ଗଢିବା ପାଇଁ କୁମ୍ଭାର କାରିଗରଙ୍କ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି। ନିତି କଞ୍ଚାମାଟିକୁ ଦଳିଚକଟି ସ୍ବତନ୍ତ୍ର ସ୍ଥାନରେ ସାଇତି ରଖନ୍ତି। ସେହି ମାଟିରେ ଆବଶ୍ୟକ ପରିମାଣର ବାଲି ମିଶାଇ ଚକଟା ହୋଇଥାଏ । ପୁଣି ଚକଟା ମାଟିକୁ ମାଟି ପିଣ୍ଢି ବା ଗୋଳା କରାଯାଇ ଗୋଡ଼ି ବଛାଯାଏ। ମାଟି ପାତ୍ର ତଥା ବିଭିନ୍ନ ସାମଗ୍ରୀ ଗଢିବା ପୂର୍ବରୁ ମାଟିକୁ କୁମ୍ଭାର ଚକରେ ରଖି ସେହି ଚକକୁ ଘୂରାଇ ଥାଏ। କୁମ୍ଭାର କାରିଗରର ହାତର ସ୍ପର୍ଶରେ ବିଭିନ୍ନ ପ୍ରକାରର ମାଟିର ଟେରାକୋଟା ସାମଗ୍ରୀ ତିଆରି ହୁଏ। ଏପରି କି କେହି କେହି ଏହି ଟେରାକୋଟା କଳାକୃତିକୁ ପ୍ରସ୍ତୁତି ପାଇଁ କିଛି କଳାକୃତିର ଛାଞ୍ଚକୁ ବ୍ୟବହାର କରିଥାନ୍ତି। କଞ୍ଚା ମାଟିରେ ପ୍ରସ୍ତୁତ ହୋଇଥିବା ଟେରାକୋଟା କଳାକୃତିକୁ ଅଳ୍ପଖରାରେ ସୁଖା ଯିବା ପରେ ସେହି ସାମଗ୍ରୀକୁ ଶାମୁକା ବା ପିଟଣରେ ମସୃଣ କରାଯାଇଥାଏ । ଏହା ପରେ ସେହି ଓଦା ସାମଗ୍ରୀଗୁଡ଼ିକୁ ଭାଟିରେ ପୋଡ଼ା ଯାଇଥାଏ। ପରେ ବିଭିନ୍ନ ରଙ୍ଗ ଦିଆଯାଇଥାଏ।
ରାସ୍ତାକଡ଼ରେ ବି ବେପାର ହୁଏ:
ଟେରାକୋଟା ହସ୍ତଶିଳ୍ପ କାମକରି ନିଜନିଜର ପରିବାର ପ୍ରତି ପୋଷଣ କରୁଥିବା ଶିଳ୍ପୀମାନେ ନିଜଅଞ୍ଚଳର ଛକ ସ୍ଥାନ ତଥା ଏଠାରେ ଯାଇଥିବା ଜାତୀୟ ରାଜପଥ କଡ଼ରେ ବିଭିନ୍ନ ଟେରାକୋଟା ସାମଗ୍ରୀକୁ ବିକ୍ରି ପାଇଁ ସଜାଇ ରଖିଥାନ୍ତି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ପର୍ଯ୍ୟଟକ ଏବଂ ଯାତ୍ରୀମାନେ ଏପରି ଟେରାକୋଟାର ବିଭିନ୍ନ ସୁନ୍ଦର ସୁନ୍ଦର ସାମଗ୍ରୀକୁ ଦେଖି ବେଶ ଆକର୍ଷିତ ହୋଇଥାନ୍ତି। କେଦାର ନାଥ ସାହୁ କୁହନ୍ତି, ଏହି ଶିଳ୍ପୀମାନେ ଟେରାକୋଟାର ପ୍ରାୟ ୫ଟଙ୍କିଆ ଦୀପଠାରୁ ୫ହଜାର ଟଙ୍କା ମୂଲ୍ୟର ଟେରାକୋଟା ହସ୍ତଶିଳ୍ପର ହାତୀ ଘୋଡ଼ା ମୂର୍ତ୍ତିକୁ ବିକ୍ରି କରିଥାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହସ୍ତଶିଳ୍ପ ମହୋତ୍ସବରେ ଏମାନେ ଟେରାକୋଟାର ପସରାକୁ ପକାଇଥାନ୍ତି। ପୁରୀ ରଥଯାତ୍ରା, କୋଣାର୍କ ମହୋତ୍ସବ, କଟକ ବାଲିଯାତ୍ରା, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର, ସମେତ ଅନେକ ସହରରେ ଅନୁଷ୍ଠିତ ଉତ୍ସବ ସ୍ଥଳରେ ଏହି ଟେରାକୋଟା ହସ୍ତଶିଳ୍ପକୁ ବିକ୍ରି କରିଥାନ୍ତି। ଏହି ଶିଳ୍ପୀମାନଙ୍କ ମଧ୍ୟରୁ ରାଜ୍ୟ ଓ ଜିଲାସ୍ତରରେ ପୁରସ୍କାର ପାଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ଏହି ଟେରାକୋଟାର ବିଭିନ୍ନ ସାମଗ୍ରୀ ବିକ୍ରିକରି ମାସକୁ ପ୍ରାୟ ୧୫ରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ଏହି ଶିଳ୍ପୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ମିଳିଲେ ଏହି କଳାକାରିଗରି ପ୍ରତି ନୂତନପିଢିଙ୍କ ମଧ୍ୟରେ ଅଧିକ ଆଗ୍ରହ ସୃଷ୍ଟି ହୋଇପାରିବ ବୋଲି ଶିଳ୍ପୀମାନେ କୁହନ୍ତି।
-ବନବିହାରୀ ବେହେରା, ରାଜେନ୍ଦ୍ର ପଟ୍ଟନାୟକ

All Right Reserved By

Model This Week

Model This Week

ଫୁରସତ |

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ବେଜିଂ, ୨୫।୪ : ଚାଇନା ସିଚୁଆନ୍‌ ପ୍ରଦେଶରେ ବିଶାଳକାୟ ମଶା ଦେଖାଯାଇଥାନ୍ତି। ଏମାନଙ୍କର ଆକାର ଦେଖି ଯେକେହି ଭୟଭୀତ ହେବା ସ୍ବାଭାବିକ। କିନ୍ତୁ ଏଭଳି ମଶା ଫୁଲରସ ପାନ କରି ବଞ୍ଚିଥାନ୍ତି। ଏଭଳି ମଶାଙ୍କ ଆକାର ସାଢ଼େ ୪ ଇଞ୍ଚ(୧୧.୧୫ ସେମି) ହୋଇଥାଏ। ଏହି ବିଶାଳକାୟ ମଶା ଅତି ଶାନ୍ତ ସ୍ବଭାବର। ଲୋକଙ୍କ ଦେଶରେ ବସିଲେ ମଧ୍ୟ କୌଣସି କ୍ଷତି କରନ୍ତି ନାହିଁ।

ସମୁଦ୍ର ତଳେ ଶୋଇବାର ମଜା

ସମୁଦ୍ର ତଳେ ଶୋଇବାର ମଜା

ମାଲେ, ୨୫।୪ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛି।

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହ୍ୟୁଷ୍ଟନ୍‌: ସ୍ତ୍ରୀ ଆରପାରିକୁ ଯିବାର କିଛିଦିନ ବିତିଛି କି ନାହିଁ ଏବେ ହସ୍ପିଟାଲରେ ଶଯ୍ୟାଶାୟୀ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌। ସଂକ୍ରମଣଜନିତ ରୋଗରେ ସେ ପୀଡ଼ିତ ଅଛନ୍ତି।

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

କଲିକତା: ନିଃସଙ୍ଗ ଜୀବନ ଅନେକ ଯନ୍ତ୍ରଣାଦାୟକ। ଏହା କେବଳ ମାନସିକ ସ୍ତରରେ ବ୍ୟକ୍ତିକୁ ଦୁଃଖ ଦିଏ ନାହିଁ, ଅନେକ ରୋଗକୁ ମଧ୍ୟ ଡାକିଆଣେ। ତେଣୁ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ସାଥୀଟିଏ ଜରୁରୀ।

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

ଡେରାଡୁନ୍‌, ୨୪।୪ : ମହାକବି କାଳିଦାସଙ୍କ ଦ୍ୱାରା ରଚିତ ବିଶ୍ୱ ବିଖ୍ୟାତ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍‌ର ସତ୍ୟାସତ୍ୟ ନେଇ ଏବେ ତଥ୍ୟ ମିଳିପାରିବାର ଆଶା ରହିଛି। ନାଟକରେ ବର୍ଣ୍ଣନା କରାଯାଇଥିବା ଉତ୍ତରଖଣ୍ଡ ଗଢ଼ଓ୍ବାଲ ଅଞ୍ଚଳର ଡେରଡୁନ୍‌ ନିକଟରେ ଥିବା କୋଟଦ୍‌ବାରସ୍ଥିତ କଣ୍ବାଶ୍ରମ ଅଞ୍ଚଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଖୋଦନ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ଏଠାରେ ମାଳିନୀ ନଦୀ ତଟରେ କଣ୍ବାଶ୍ରମ ନାମକ ଏକ ଅଞ୍ଚଳ ରହିଛି। ତେବେ ଏଠାରେ ପୁରାତନ ଆଶ୍ରମ ଭଳି କୌଣସି ଭଗ୍ନାବଶେଷ ନାହିଁ। ହୁଏତ ଏହା ମାଟିତଳେ ପୋତି ହୋଇ ରହିଛି।

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

ଲଣ୍ଡନ: ବ୍ରିଟେନ ରାଜ ପରିବାରରେ ଖୁସିର ଲହରି। ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ଅର୍ଦ୍ଧାଙ୍ଗିନୀ କେଟ୍‌ ମିଡିଲ୍‌ଟନ୍‌ ପୁଣି ପୁତ୍ର ସନ୍ତାନ ଲାଭ କରିଛନ୍ତି। ସୋମବାର ଡଚେସ୍‌ ଅଫ୍‌ କ୍ୟାମ୍ବ୍ରିଜ୍‌ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିବା କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ ପକ୍ଷରୁ କୁହାଯାଇଛି। ନୂଆ ପ୍ରିନ୍ସଙ୍କ ଓଜନ ୩.୮୨ କେଜି। ଶିଶୁପୁତ୍ରର ଜନ୍ମବେଳେ ୩୫ ବର୍ଷୀୟ ଓ୍ବିଲିୟମ୍‌ ସେଠାରେ ଉପସ୍ଥିତ ଥିଲେ।

ବିଷ ବଳୟ ଆମ ରୋଷେଇଘର

ବିଷ ବଳୟ ଆମ ରୋଷେଇଘର

ରୋଷେଇଘର ଆମ ପାଇଁ ଏକ ଅତି ପବିତ୍ର ସ୍ଥାନ। ଧନଦାତ୍ରୀ ଦେବୀ ଲକ୍ଷ୍ମୀ ଏଥିମଧ୍ୟରେ ଅବସ୍ଥାନ କରନ୍ତି ବୋଲି ଆମର ବିଶ୍ୱାସ। ତେଣୁ ଆମେ ଏହାକୁ ଯଥାସମ୍ଭବ ସଫାସୁତରା ରଖୁ। ଭିନ୍ନ ଦୃଷ୍ଟିରେ ଦେଖିଲେ ସେଠାରେ ଆମ ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ଏହା ଏକାନ୍ତ ଆବଶ୍ୟକ। କିନ୍ତୁ ଏହି ଘର ଭିତରର ଆବଦ୍ଧ ବାୟୁ ଅତ୍ୟନ୍ତ ଦୂଷିତ। କାରଣ ଏବେ ବି ଆମ ଦେଶର ଅଧିକାଂଶ ରୋଷେଇରେ ବ୍ୟବହୃତ ହେଉଛି କାଠ, କୋଇଲା ଓ ଘଷି ଭଳି ଇନ୍ଧନ, ଯହିଁରୁ ନିର୍ଗତ ହୁଏ ବହୁ ବିଷାକ୍ତ ବାଷ୍ପ, ଧୂଆଁ ଓ ଧୂଳି ।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ(ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି। ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର। ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରା (ପଥର) ଏବଂ ଓଲିୟମ (ତେଲ)ରୁ ଆସିଅଛି।