Dharitri News
ଖେଳ |

ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)- ଆୟୋଜକ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ଏହାର ହକି ୱାଲର୍‌ଡ ଲିଗ୍‌ ଫାଇନାଲ ଅଭିଯାନ ଶେଷ କରିଛି। ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଭାରତ ୨-୧ ଗୋଲରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଲିଗ୍‌ ପର୍ଯ୍ୟାୟର ପ୍ରତିଶୋଧ ନେବା ସହ ଭାରତ ପ୍ରତିଯୋଗିତାର ତୃତୀୟ ଶ୍ରେଷ୍ଠ ଦଳ ବିବେଚିତ ହୋଇଛି। ଅନ୍ୟପକ୍ଷରେ ଜର୍ମାନୀ ପରାଜୟ ସହ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛି। ମ୍ୟାଚରେ ଭାରତ ପକ୍ଷରୁ ଏସ.ଭି. ସୁନୀଲ ଓ ହରମନପ୍ରୀତ ସିଂ ଏବଂ ଜର୍ମାନୀ ପକ୍ଷରୁ ମାର୍କ ଆପେଲ ଗୋଲ ସ୍କୋର କରିଥିଲେ। ଲିଗ୍‌ ପର୍ଯ୍ୟାୟରେ ଜର୍ମାନୀ ୨-୦ ଗୋଲରେ ଭାରତକୁ ହରାଇଥିଲା। ପ୍ରତିଯୋଗିତାର ରାୟପୁରରେ ଅନୁଷ୍ଠିତ ଗତ ସଂସ୍କରଣରେ ମଧ୍ୟ ଭାରତ ସେମିଫାଇନାଲରେ ହାରି ପ୍ଲେ-ଅଫ୍‌ ଖେଳିଥିଲା। ସେଥିରେ ପେନାଲ୍ଟି ଶୁଟ୍‌ଆଉଟ୍‌ ୮-୭ (୫-୫) ଗୋଲରେ ନେଦରଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା। ତେଣୁ ଏଥର ଦଳ ଏହି ସମ୍ମାନ ବଜାୟ ରଖିବାରେ ସକ୍ଷମ ହୋଇଛି। ଭାରତର ହରମନପ୍ରୀତ ସିଂ ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ ଏବଂ ଜର୍ମାନୀ ଅଧିନାୟକ ମ୍ୟାଟ୍ସ ଗ୍ରାମବସ୍କ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ଭାରତୀୟ ଦଳର ସଦସ୍ୟଙ୍କୁବ୍ରୋଞ୍ଜ ପଦକ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟ ଓ କୋଚ୍‌ଙ୍କୁ ୧୦ ଲକ୍ଷ ଲେଖାଏ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ୫ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ଦର୍ଶକଙ୍କ ପସନ୍ଦ ପୁରସ୍କାର ପାଇଥିଲେ ଭାରତର ରୂପିନ୍ଦରପାଲ ସିଂ। ଶ୍ରେଷ୍ଠ ଶୃଙ୍ଖଳିତ ଦଳଭାବେ ମଧ୍ୟ ଭାରତ ପୁରସ୍କୃତ ହୋଇଥିଲା। ଟୁର୍ନାମେଣ୍ଟର ଟପ୍‌ ସ୍କୋରର ବିବେଚିତ ହୋଇଥିଲେ ବେଲଜିୟମର ଲୋଇକ୍‌ ଲଇପର୍ଟ। ସର୍ବାଧିକ ଗୋଲ ସ୍କୋରର ଦଳ ମଧ୍ୟ ବେଲଜିୟମ ବିବେଚିତ ହୋଇଥିଲା। ଏହାର ଅଧିନାୟକ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବପରେ ଭାରତୀୟ ଖେଳାଳିମାନେ ମାସ୍କଟ ଓଲି ସହ ଷ୍ଟାଡିୟମ ଚତୁଃପାର୍ଶ୍ୱ ପରିକ୍ରମା କରି ଖୁସି ମନାଇଥିଲେ। ଅସୁସ୍ଥତା ଜନିକ କାରଣରୁ ଜର୍ମାନୀ ଏହି ମ୍ୟାଚରେ କେବଳ ୧୧ ଜଣ ଖେଳାଳିଙ୍କୁ ନେଇ ହିଁ ଖେଳିଥିଲା।

ଖେଳ |

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

କଟକ ଅଫିସ,୨୧ା୧-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଓ କଟକ କ୍ଲବର ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ରବିବାର ଉଦ୍‌ଯାପିିତ ହୋଇଯାଇଛି।

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଗତ ଦୁଇଦିନ ଧରି ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି।

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ମେଲବୋର୍ନ,୨୧ା୧(ପି.ଟି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ ଟେନିସ ଟୁର୍ନାମେଣ୍ଟ ସପ୍ତମ ଦିନରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନାର ରାଫେଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ସିଡନୀ,୨୧ା୧(ପି.ଟି.)- ଭ୍ରମଣକାରୀ ଇଂଲଣ୍ଡ ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ ନେଇଛି। ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆକୁ ୧୬ ରନରେ ପରାସ୍ତ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ମେଲବୋର୍ନ, ୨୧।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ରାଫାଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୀର୍ଷ ର଼୍ୟାଙ୍କଧାରୀ ଏହି ଖେଳାଳି ୬-୩, ୬-୭(୪/୭), ୬-୩, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ଡିଆଇଗୋ ସ୍କଓ୍ବାର୍ଟଜମ୍ୟାନଙ୍କୁ ହରାଇ ଦେଇଛନ୍ତି।

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ମେଲବୋର୍ନ, ୨୧।୧- ଭେଟେରାନ ଲିଆଣ୍ଡର ପେସ୍‌ ଓ ପୂରବ ରାଜାଙ୍କ ଯୋଡ଼ି ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଡବଲ୍ସ ବର୍ଗର ପ୍ରି-କ୍ୱାର୍ଟର ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି। ରବିବାର ଖେଳାଯାଇଥିବା ମୁକାବିଲାରେ ଅଣସିଡ୍‌ ଭାରତୀୟ ଯୋଡ଼ି ୧-୬, ୨-୬ ସେଟ୍‌ରେ କଲମ୍ବିଆର ଜୁଆନ ସେବେଷ୍ଟିଆନ କାବାଲ ଓ ରବର୍ଟ ଫରାହଙ୍କ ଯୋଡ଼ିଠାରୁ ପରାସ୍ତ ହୋଇଛନ୍ତି।

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ବାଙ୍ଗାଲୋରସ୍ଥିତ ଏଥେନା ସ୍ପୋଟର୍‌ସ କ୍ଲବଠାରେ ଓଡ଼ିଶା ୟୁଥ୍‌ ପକ୍ଷରୁ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ,୨୦।୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଅଜୟ ରେଡ୍ଡୀଙ୍କ ନେତୃତ୍ୱାଧୀନ ଭାରତ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତ ଦୁଇ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଚାମ୍ପିୟନ ହେବା ସହିତ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଛି। ଏହା ପୂର୍ବରୁ ଗ୍ରୁପ୍‌ ମ୍ୟାଚ୍‌ରେ ମଧ୍ୟ ଭାରତ ଗତ ୧୩ ତାରିଖରେ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ମୋଟ ଉପରେ ଏହି ମେଗା ଇଭେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ହରାଇଛି।

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଟୌରାଙ୍ଗ(ନ୍ୟୁଜିଲାଣ୍ଡ),୨୦।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟର ଫାଇନାଲ୍‌ରେ ଭାରତୀୟ ଦଳ ପ୍ରବେଶ କରିଛି। ଶବିବାର ବ୍ଲାକ ପାର୍କଠାରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୩-୧ ଗୋଲ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ପାଇଛି।

ଶାରାପୋଭାଙ୍କ ଅଭିଯାନ ଶେଷ

ଶାରାପୋଭାଙ୍କ ଅଭିଯାନ ଶେଷ

ମେଲବୋର୍ନ, ୨୦।୧- ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ପୂର୍ବତନ ଚାମ୍ପିୟନ୍‌ ମାରିଆ ଶାରାପୋଭାଙ୍କ ଅଭିଯାନ ଶନିବାର ଶେଷ ହୋଇଛି। ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ଶାରାପୋଭାଙ୍କୁ ୨୧ତମ ସିଡ୍‌ ଜର୍ମାନୀର ଆଞ୍ଜେଲିନ୍‌ କର୍ବର ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ମେଲବୋର୍ନ, ୨୦।୧(ପି.ଟି.)- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡ଼ିଦାର ପୂରବ ରାଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ପ୍ରି-କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି।