ଖେଳ |

ବମ୍ବେକୁ ହରାଇ ସେମିରେ କର୍ନାଟକ

ବମ୍ବେକୁ ହରାଇ ସେମିରେ କର୍ନାଟକ
ନୂଆଦିଲ୍ଲୀ, ୧୦।୧୨- ଶକ୍ତିଶାଳୀ ବମ୍ବେକୁ ପରାସ୍ତ କରି କର୍ନାଟକ ପ୍ରଥମ ଦଳ ଭାବେ ଚଳିତ ରଣଜୀ ଟ୍ରଫି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବମ୍ବେର ପ୍ରଥମ ଇନିଂସ ସ୍କୋର ୧୭୩ ରନର ଜବାବରେ କର୍ନାଟକ ଶ୍ରେୟାସ ଗୋପାଳ (୧୫୦ ରନ)ଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୫୭୦ ରନର ବିଶାଳ ସ୍କୋର କରିଥିଲା। ଜବାବରେ ୩୯୭ ରନ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ବମ୍ବେ ସୂର୍ଯ୍ୟକୁମାର ଯାଦବ (୧୦୮)ଙ୍କ ଶତକ ସତ୍ତ୍ୱେ ରବିବାର ୪ର୍ଥ ଦିବସରେ ୩୭୭ ରନରେ ଅଲ୍‌ଆଉଟ୍‌ ହୋଇ ଏକ ଇନିଂସ ଓ ୨୦ ରନରେ ପରାଜୟ ବରଣ କରିଥିଲା। କର୍ନାଟକ ପକ୍ଷରୁ କ୍ରିଷ୍ଣାପ୍ପା ଗୌଥମ ୬ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ମୋଟ୍‌ ୮ଟି ଉଇକେଟ୍‌ ସହ ୩୭ ରନ କରିଥିବା କର୍ନାଟକ ଅଧିନାୟକ ଆର୍‌. ବିନୟ କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
All Right Reserved By

ଖେଳ |

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ମେଲବୋର୍ନ,୧୯।୧- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ୮୭ ରନ୍‌ର ଅପରାଜିତ ଇନିଂସ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଏଲାଇଟ୍‌ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। 

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ମେଲବୋର୍ନ,୧୯।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦମ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜକୁ ୨-୧ ବ୍ୟବଧାନରେ ଜିତି ନେଇଛି। 

ପ୍ରଶ୍ନ ଉଠାଇଲେ ଗାଭାସ୍କର

ପ୍ରଶ୍ନ ଉଠାଇଲେ ଗାଭାସ୍କର

ମେଲବୋର୍ନ, ୧୯।୧(ପି.ଟି.)- ଅଷ୍ଟ୍ରେଲିଆରେ ପ୍ରଥମ ଥର ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ କାହିଁକି ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପୁରସ୍କୃତ କରାଗଲା ନାହିଁ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି।

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ନୂଆଦିଲ୍ଲୀ, ୧୯।୧(ପି.ଟି.)- ୟୁଏଇଠାରେ ଚାଲିଥିବା ଏସିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଥାଇଲାଣ୍ଡ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ଭାରତ ୪-୧ ବ୍ୟବଧାନରେ ବିଜୟ ହାସଲ କରିଥିଲା। 

ମୁହଁ ଖୋଲିଲେ ଶାସ୍ତ୍ରୀ

ମୁହଁ ଖୋଲିଲେ ଶାସ୍ତ୍ରୀ

ମେଲବୋର୍ନ,୧୯ା୧(ପି.ଟି.)-ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ସଫଳତା ପରେ କୋଚ ରବି ଶାସ୍ତ୍ରୀ ତାଙ୍କ ସମାଲୋଚକଙ୍କ ଉଦ୍ଦେଶ୍ୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯଦି ଗଠନମୂଳକ ପ୍ରସ୍ତାବ ଆସେ ତେବେ ସେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ସମାଲୋଚନା ଯଦି ଏଜେଣ୍ଡା ଭିତ୍ତିକ ହୁଏ ତେବେ ସେ ତାହାର ଉଚିତ୍‌ ଜବାବ ଦେବାକୁ ପଛାଇବେ ନାହିଁ। 

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା:  ବୋର୍ଡ ସଭାପତି ଏକାଦଶ ବିଜୟୀ

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା: ବୋର୍ଡ ସଭାପତି ଏକାଦଶ ବିଜୟୀ

କଟକ ଅଫିସ,୧୯ା୧- ତ୍ରିଭନ୍ଦ୍ରମର ସେଣ୍ଟ ଜାଭିୟର୍ସର କେସିଏ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଲାୟନ୍ସ ଓ ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ୱାର୍ମଅପ ସିରିଜରେ ବୋର୍ଡ ସଭାପତି ଏକାଦଶ ଦଳ ପ୍ରଥମ ମ୍ୟାଚକୁ ୪ ଉଇକେଟରେ ଜିତିଛି । 

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌:  ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ର ସେମିଫାଇନାଲ ଲାଇନ୍‌ଅପ୍‌ ଧାର୍ଯ୍ୟ ହୋଇଛି। ଗ୍ରୁପ୍‌ ‘ଏ’ରୁ ସମ୍ବଲପୁର ଶୁଟର୍ସ ୮୦ ଓ ପୁରୀ ଓ୍ବେଭର୍ସ ୭୧ ଏବଂ ଗ୍ରୁପ ‘ବି’ରୁ ଅନୁଗୋଳ ଏସର୍ସ ୭୫ ଓ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ୭୨ ପଏଣ୍ଟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

କୁଆଲାଲମ୍ପୁର, ୧୮।୧(ପି.ଟି.)- ଭାରତୀୟ ଷ୍ଟାର୍‌ ଶଟ୍‌ଲର ସାଇନା ନେହ୍ବାଲ ପୂର୍ବତନ ବିଶ୍ୱ ଚାମ୍ପିୟନ ନାଜୋମି ଓକୁହାରାଙ୍କୁ ହରାଇ ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

 ନାସେର ଜିତିଲେ ଡାକାର ରାଲି

ନାସେର ଜିତିଲେ ଡାକାର ରାଲି

ପିସ୍କୋ (ପେରୁ), ୧୮ା୧-ନାସେର ଅଲ-ଆତିୟା ୨୦୧୯ ଡାକାର ରାଲି କାର ରେସ୍‌ ଜିତିଛନ୍ତି। ସେ ତାଙ୍କ ଟୟୋଟା ଟିମ୍‌ ପାଇଁ ପ୍ରଥମ ଟାଇଟଲ ଆଣିଦେଇଛନ୍ତି। କାତାରର ଏହି  ଡ୍ରାଇଭରଙ୍କର କିନ୍ତୁ ଏହା ହେଉଛି ତୃତୀୟ ଡାକାର ବିଜୟ। 

ସାଇରେ ସିବିଆଇ ଚଢ଼ାଉ: ୬ ଅଧିକାରୀ ଗିରଫ

ସାଇରେ ସିବିଆଇ ଚଢ଼ାଉ: ୬ ଅଧିକାରୀ ଗିରଫ

ନୂଆଦିଲ୍ଲୀ,୧୮।୧-ସ୍ଥାନୀୟ ଜବାହରଲାଲ ନେହରୁ ଷ୍ଟାଡିୟମ ନିକଟସ୍ଥ ସ୍ପୋଟର୍‌ସ ଅଥରିଟି  ଅଫ୍‌ ଇଣ୍ଡିଆ (ସାଇ) କାର୍ଯ୍ୟାଳୟରେ ସେଣ୍ଟ୍ରାଲ ବ୍ୟୁରେ ଅଫ୍‌ ଇନ୍‌ଭେଷ୍ଟିଗେଶନ (ସିବିଆଇ) ତରଫରୁ ଚଢ଼ୋଉ କରାଯାଇଛି। ଲାଞ୍ଚ ନେବା  ଅଭିଯୋଗରେ ସାଇର ୬ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ କେତେଜଣ ଅଧିକାରୀ ଲାଞ୍ଚ ନେଉଥିବାର ଅଭିଯୋଗ ଆସିବା ପରେ ସିବିଆଇ ତରଫରୁ ଏହି ରେଡ୍‌ କରାଯାଇଥିଲ।  ନିର୍ଦ୍ଦେଶକ ସ୍ତରର କେତେଜଣ ଅଧିକାରୀ ଏଥିରେ ସାମିଲ ଥିଲେ। ଗିରଫ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଡାଇରେକ୍ଟର ଇନ୍‌ ଜେନେରାଲ ଆଡମିଷ୍ଟ୍ରେଶନ ଓ୍ବିଙ୍ଗ୍‌ ଏସ୍‌.କେ. ଶର୍ମା, ଆକାଉଣ୍ଟ ଅଫିସର ଲଳିତ ଜୋଲି। ସେହିପରି ଜୁନିୟର ଆକାଉଣ୍ଟାଣ୍ଟ ହରେନ୍ଦ୍ର ପ୍ରସାଦ, ଅପର ଡିଭିଜନାଲ କ୍ଲର୍କ ଭି.କେ. ଶର୍ମା ଓ ଦୁଇ ବେସକାରୀ ବ୍ୟକ୍ତି ମନଦୀପ ଆହୁଜା ଓ ତାଙ୍କ ସହଯୋଗୀ ୟୁନୁସଙ୍କୁ ମଧ୍ୟ ଗିରଫ୍‌ କରାଯାଇଛି। 

ଅଷ୍ଟ୍ରେଲିଆରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବିଜୟ

ଅଷ୍ଟ୍ରେଲିଆରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବିଜୟ

ମେଲବୋର୍ନ, ୧୮।୧(ପି.ଟି.)- ଅଷ୍ଟ୍ରେଲିଆ ମାଟିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ଭାରତ ପ୍ରଥମ ଥର ପାଇଁ  ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତି ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୪ଟି ବଲ୍‌ ବାକିଥାଇ ୭ ଉଇକେଟରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୧ ବ୍ୟବଧାନରେ ହାତେଇ ନେଇଛି। ଏହାପୂର୍ବରୁ ଟେଷ୍ଟ ସିରିଜରେ ମଧ୍ୟ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ପ୍ରଥମେ ଖେଳାଯାଇଥିବା ଟି୨୦ ସିରିଜ ୧-୧ରେ ଡ୍ର ରହିଥିଲା। 

 ରାନୀଙ୍କୁ ଭାରତୀୟ ହକି ଦଳର ନେତୃତ୍ୱ :  ସୁନୀତା, ନମିତାଙ୍କୁ ବିଶ୍ରାମ: ଦୀପଗ୍ରେସ୍‌, ଲିଲିମା ସାମିଲ

ରାନୀଙ୍କୁ ଭାରତୀୟ ହକି ଦଳର ନେତୃତ୍ୱ : ସୁନୀତା, ନମିତାଙ୍କୁ ବିଶ୍ରାମ: ଦୀପଗ୍ରେସ୍‌, ଲିଲିମା ସାମିଲ

ନୂଆଦିଲ୍ଲୀ,୧୮।୧(ପି.ଟି.)- ଜାନୁୟାରୀ ୨୬ ଆରମ୍ଭ ହେବାକୁ ଥିବା ଭାରତୀୟ ମହିଳା ହକି ଦଳର ସ୍ପେନ୍‌ ଗସ୍ତ ପାଇଁ ଏକ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ହକି ଇଣ୍ଡିଆ ଏହି ଦଳ ଘୋଷଣ କରିଛି। ଅଭିଜ୍ଞ ଷ୍ଟ୍ରାଇକର ରାନୀ ରାମପାଲଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ସେହିପରି ଅଭିଜ୍ଞ ଗୋଲ କିପର ସବିତା ତାଙ୍କର ଡେପୁଟୀ ନୁଯୁକ୍ତ ହୋଇଛନ୍ତି।  ଦୁଇ ତାରକା ଓଡ଼ିଆ ଖେଳାଳି ସୁନୀତା ଲାକ୍ରା ଓ ନମିତା ଟପ୍ପୋଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦୀପଗ୍ରେସ୍‌ ଏକ୍କା ଓ ଲିଲିମା ମିଞ୍ଜ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ଏହି ଗସ୍ତରେ ଭାରତ ସ୍ପେନ ବିପକ୍ଷରେ ୪ଟି ମ୍ୟାଚ୍‌ ଖେଳିବ। ସେହିପରି ମହିଳା ବିଶ୍ୱକପ୍‌ ରନର୍ସଅପ ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳିବ। ଆସନ୍ତା ୨୪ ତାରିଖରେ ଭାରତୀୟ ଦଳ ବେଙ୍ଗାଲୁରୁରୁ ସ୍ପେନ ଅଭିମୂଖେ ଯାତ୍ରା ଆରମ୍ଭ କରିବ। ବେଙ୍ଗାଲୁରୁରେ ଦୁଇ ସପ୍ତାହ ଧରି ଭାରତୀୟ ଦଳର ଜାତୀୟ ଅଭ୍ୟାସ ଶିବିର ଚାଲିଥିଲା।