ଖେଳ |

ହାମିଲ୍‌ଟନ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ନ୍ୟୁଜିଲାଣ୍ଡ

ହାମିଲ୍‌ଟନ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ନ୍ୟୁଜିଲାଣ୍ଡ
ହାମିଲ୍‌ଟନ, ୧୦।୧୨(ପି.ଟି.)- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ବିପକ୍ଷରେ ଏଠାରେ ଚାଲିଥିବା ୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦଳ ୨ୟ ଦିବସ ଶେଷ ସୁଦ୍ଧା ସୁବିଧାଜନକ ସ୍ଥିତିରେ ରହିଛି। ଘରୋଇ ଦଳର ଦୁଇ ଦ୍ରୁତ ବୋଲର ଟିମ୍‌ ସୌଦି ଓ ଟ୍ରେଣ୍ଟ ବୋଲ୍ଟଙ୍କ ଯୋଗୁ ଏଭଳି ସମ୍ଭବ ହୋଇପାରିଛି। ଉଭୟ ବୋଲର ୪ଟି ଉଇକେଟ ନେବାରୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ୍‌ରେ ଆଗୁଆ ରହିବ ବୋଲି ବିଶେଷ ସମ୍ଭାବନା ସୃଷ୍ଟି ହୋଇଛି। ରବିବାର ଘରୋଇ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର୍‌(୨୮୬/୭)ରୁ ବ୍ୟାଟିଂ ଆରମ୍ଭ କରି ବଳକା ୩ ଉଇକେଟରେ ୮୭ ରନ୍‌ ଯୋଗ କରିଥିଲା। ଫଳରେ ଦଳିୟ ସ୍କୋର ୩୭୩ରେ ପହଞ୍ଚିଥିଲା। ଦଳର ନିମ୍ନକ୍ରମରେ ସୌଦି ୩୧ ଓ ବୋଲ୍ଟ ୩୭ ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ପାଇଁ ଶାନ ଗାବ୍ରିଏଲ ୪ଟି ଓ କେମାର ରୋଚ୍‌ ୩ଟି ଉଇକେଟ ନେଇଥିଲେ। ଏହାପରେ ବୋଲ୍ଟ ଓ ସୌଦିଙ୍କ ଯୋଡ଼ି ଭ୍ରମଣକାରୀ ଦଳର ବ୍ୟାଟିଂ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିଥିଲେ। ଫଳରେ ଦିବସ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ୍‌ ଦଳ ୮ ଉଇକେଟ ହରାଇ ୨୧୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ କ୍ରେଗ ବ୍ରାଥଓ୍ବେଟ ସର୍ବାଧିକ ୬୬ ରନ୍‌ କରିଥିଲେ। ଭ୍ରମଣକାରୀ ଦଳକୁ ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ପାଇଁ ବଳକା ୨ ଉଇକେଟରେ ୧୫୮ ରନ୍‌ର ଆବଶ୍ୟକତା ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ପଦାର୍ପଣକାରୀ ରେମୋନ ରେଫେର ୨୨ ଓ ମିଗୁଏଲ କୁମିନ୍ସ ୧୦ ରନ୍‌ କରି ଅପରାଜିତ ରହିଛନ୍ତି। ଘରୋଇ ଦଳ ପକ୍ଷରୁ ବୋଲ୍ଟ, ସୌଦି, କଲିନ ଗ୍ରାଣ୍ଡହୋମ ଓ ନିଲ ଓ୍ବଗନର ୨ଟି ଲେଖାଏ ଉଇକେଟ ନେଇଛନ୍ତି।
All Right Reserved By

ଖେଳ |

ଫେଡରରଙ୍କୁ ଭେଟିଲେ ବୀରୁଷ୍କା

ଫେଡରରଙ୍କୁ ଭେଟିଲେ ବୀରୁଷ୍କା

ମେଲବୋର୍ନ,୧୯।୧(ଏପି)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଶନିବାର କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରରଙ୍କୁ ଭେଟିଛନ୍ତି। 

ସିଏ ପ୍ରଶଂସକଙ୍କୁ ମାଗଣା ଟିକେଟ ଦେବ

ସିଏ ପ୍ରଶଂସକଙ୍କୁ ମାଗଣା ଟିକେଟ ଦେବ

ବ୍ରିସବେନ,୧୯।୧- ଏଠାରେ ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ର କମ୍ପ୍ଲିମେଣ୍ଟାରି ଟିକେଟ୍‌ ପ୍ରଶଂସକଙ୍କୁ ପ୍ରଦାନ କରାଯିବ।

ସେମିରେ ହାରିଲେ ସାଇନା

ସେମିରେ ହାରିଲେ ସାଇନା

କୁଆଲାଲମ୍ପୁର,୧୯।୧(ପି.ଟି.)- ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ଷ୍ଟାର ଭାରତୀୟ ଖେଳାଳି ସାଇନା ନେହ୍ବାଲ ପରାସ୍ତ ହୋଇଛନ୍ତି।

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ସଚିନ, କୋହଲିଙ୍କ କ୍ଲବରେ ଧୋନୀ

ମେଲବୋର୍ନ,୧୯।୧- ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ୮୭ ରନ୍‌ର ଅପରାଜିତ ଇନିଂସ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଏଲାଇଟ୍‌ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। 

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ଧୋନୀଙ୍କ ନାମରେ ସ୍ବତନ୍ତ୍ର ରେକର୍ଡ

ମେଲବୋର୍ନ,୧୯।୧- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦମ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜକୁ ୨-୧ ବ୍ୟବଧାନରେ ଜିତି ନେଇଛି। 

ପ୍ରଶ୍ନ ଉଠାଇଲେ ଗାଭାସ୍କର

ପ୍ରଶ୍ନ ଉଠାଇଲେ ଗାଭାସ୍କର

ମେଲବୋର୍ନ, ୧୯।୧(ପି.ଟି.)- ଅଷ୍ଟ୍ରେଲିଆରେ ପ୍ରଥମ ଥର ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ କାହିଁକି ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପୁରସ୍କୃତ କରାଗଲା ନାହିଁ ବୋଲି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି।

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ଗ୍ରୁପ୍‌ ପର୍ଯ୍ୟାୟର ଶ୍ରେଷ୍ଠ ୧୦ ମଧ୍ୟରେ ଛେତ୍ରୀଙ୍କ ଗୋଲ

ନୂଆଦିଲ୍ଲୀ, ୧୯।୧(ପି.ଟି.)- ୟୁଏଇଠାରେ ଚାଲିଥିବା ଏସିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଥାଇଲାଣ୍ଡ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ଭାରତ ୪-୧ ବ୍ୟବଧାନରେ ବିଜୟ ହାସଲ କରିଥିଲା। 

ମୁହଁ ଖୋଲିଲେ ଶାସ୍ତ୍ରୀ

ମୁହଁ ଖୋଲିଲେ ଶାସ୍ତ୍ରୀ

ମେଲବୋର୍ନ,୧୯ା୧(ପି.ଟି.)-ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ସଫଳତା ପରେ କୋଚ ରବି ଶାସ୍ତ୍ରୀ ତାଙ୍କ ସମାଲୋଚକଙ୍କ ଉଦ୍ଦେଶ୍ୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯଦି ଗଠନମୂଳକ ପ୍ରସ୍ତାବ ଆସେ ତେବେ ସେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ସମାଲୋଚନା ଯଦି ଏଜେଣ୍ଡା ଭିତ୍ତିକ ହୁଏ ତେବେ ସେ ତାହାର ଉଚିତ୍‌ ଜବାବ ଦେବାକୁ ପଛାଇବେ ନାହିଁ। 

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା:  ବୋର୍ଡ ସଭାପତି ଏକାଦଶ ବିଜୟୀ

ଓ୍ବାର୍ମଅପ୍‌ ମ୍ୟାଚରେ ପପୁଙ୍କୁ ସଫଳତା: ବୋର୍ଡ ସଭାପତି ଏକାଦଶ ବିଜୟୀ

କଟକ ଅଫିସ,୧୯ା୧- ତ୍ରିଭନ୍ଦ୍ରମର ସେଣ୍ଟ ଜାଭିୟର୍ସର କେସିଏ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଲାୟନ୍ସ ଓ ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି । ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ୱାର୍ମଅପ ସିରିଜରେ ବୋର୍ଡ ସଭାପତି ଏକାଦଶ ଦଳ ପ୍ରଥମ ମ୍ୟାଚକୁ ୪ ଉଇକେଟରେ ଜିତିଛି । 

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌:  ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌: ସମ୍ବଲପୁର, ପୁରୀ, ଅନୁଗୋଳ, କେନ୍ଦ୍ରାପଡ଼ା ସେମିରେ

ଭୁବନେଶ୍ୱର, ୧୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ର ସେମିଫାଇନାଲ ଲାଇନ୍‌ଅପ୍‌ ଧାର୍ଯ୍ୟ ହୋଇଛି। ଗ୍ରୁପ୍‌ ‘ଏ’ରୁ ସମ୍ବଲପୁର ଶୁଟର୍ସ ୮୦ ଓ ପୁରୀ ଓ୍ବେଭର୍ସ ୭୧ ଏବଂ ଗ୍ରୁପ ‘ବି’ରୁ ଅନୁଗୋଳ ଏସର୍ସ ୭୫ ଓ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ୭୨ ପଏଣ୍ଟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

ମାଲେସିଆ ମାଷ୍ଟର୍ସ: ସେମିରେ ସାଇନା, ହାରିଲେ ଶ୍ରୀକାନ୍ତ

କୁଆଲାଲମ୍ପୁର, ୧୮।୧(ପି.ଟି.)- ଭାରତୀୟ ଷ୍ଟାର୍‌ ଶଟ୍‌ଲର ସାଇନା ନେହ୍ବାଲ ପୂର୍ବତନ ବିଶ୍ୱ ଚାମ୍ପିୟନ ନାଜୋମି ଓକୁହାରାଙ୍କୁ ହରାଇ ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

 ନାସେର ଜିତିଲେ ଡାକାର ରାଲି

ନାସେର ଜିତିଲେ ଡାକାର ରାଲି

ପିସ୍କୋ (ପେରୁ), ୧୮ା୧-ନାସେର ଅଲ-ଆତିୟା ୨୦୧୯ ଡାକାର ରାଲି କାର ରେସ୍‌ ଜିତିଛନ୍ତି। ସେ ତାଙ୍କ ଟୟୋଟା ଟିମ୍‌ ପାଇଁ ପ୍ରଥମ ଟାଇଟଲ ଆଣିଦେଇଛନ୍ତି। କାତାରର ଏହି  ଡ୍ରାଇଭରଙ୍କର କିନ୍ତୁ ଏହା ହେଉଛି ତୃତୀୟ ଡାକାର ବିଜୟ।