ଖେଳ |

ଓଡ଼ିଶା ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ଓଡ଼ିଶା ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ
ଭୁବନେଶ୍ୱର, ୧୦।୧୨(ସ୍ପୋଟର୍‌ସ ବ୍ୟୁରୋ)- ପ୍ରତିବର୍ଷ ଭଳି ୟୁଥ୍‌ ଓଡ଼ିଶା ବାଙ୍ଗାଲୋର ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପ୍ରିମିୟର ଲିଗ୍‌ର ଚଳିତ ବର୍ଷର ସଂସ୍କରଣ ଆରମ୍ଭ ହୋଇଯାଇଛି। ବାଙ୍ଗାଲୋରର ଏଥେନା ସ୍ପୋଟର୍‌ସ କ୍ଲବରେ ପ୍ରଥମ ଦିବସରେ ୩ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡ଼ା ଡ୍ରାଗନ୍ସ, ଚିଲିକା ଏକାଦଶ ଓ କଟକ ବାରବାଟୀ ସୁପର କିଙ୍ଗ୍ସ ବିଜୟ ହାସଲ କରିଛନ୍ତି। ଉଦ୍‌ଘାଟନୀ ଦିବସରେ କଟକ ୨ଟି ମ୍ୟାଚ୍‌ ଖେଳିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ କେନ୍ଦାପଡ଼ାଠାରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ କଟକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୪/୯ ରନ କରିଥିଲା। ଜବାବରେ କେନ୍ଦ୍ରାପଡ଼ା ଗୋଟିଏ ବଲ ଓ ୨ଟି ଉଇକେଟ ହାତରେ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ସେହିପରି କଟକ ତା’ର ୨ୟ ମ୍ୟାଚ୍‌ରେ ପୁରୀ ରାଇଜିଂ ଷ୍ଟାରକୁ ୮୩ ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କଟକ ୧୫ ଓଭରରେ ୭ ଉଇକେଟ୍‌ ହରାଇ ୧୩୮ ରନ କରିଥିଲା। ପୁରୀ ମାତ୍ର ୫୫ ରନରେ ଅଲ୍‌ଆଉଟ୍‌ ହୋଇ ପରାଜୟ ବରଣ କରିଥିଲା। ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ଚିଲିକା ଏକାଦଶ ୮୯ ରନରେ ଭଦ୍ରକ ବ୍ଲାକ କ୍ୟାପ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି। ଚିଲିକା ୨୦ ଓଭରରେ ୭ ଉଇକେଟ୍‌ରେ ୧୯୭ ରନ କରିଥିଲା। ଏହାର ଜବାବରେ ଭଦ୍ରକ ୧୦୭ ରନରେ ସୀମିତ ରହିଥିଲା। ଜ୍ୟୋତି ପ୍ରକାଶ (୩ ଉଇକେଟ୍‌), ଅବିନାଶ ବେହେରା (୪ ଉଇକେଟ୍‌) ଓ ନିଶାନ୍ତ (୪୨ ବଲରୁ ୮୨ ରନ) ଯଥାକ୍ରମେ ୩ଟି ଯାକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କର୍ନାଟକ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏ.ସି. ଶ୍ରୀନିବାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ସଞ୍ଜିତ ପଟ୍ଟନାୟକ, ସୀତାଂଶୁ ମହାପାତ୍ର, ଭରତ ମହାପାତ୍ର, ସୋନୁ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ। ମାନସ ମହାପାତ୍ର ଟୁର୍ନାମେଣ୍ଟର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି।
All Right Reserved By

ଖେଳ |

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ହାଇଦ୍ରାବାଦ,୧୬।୧୦- ପ୍ରଶଂସକମାନେ ସୁରକ୍ଷା ବଳୟ ଭଙ୍ଗ କରି ନିଜ ଷ୍ଟାର କ୍ରିକେଟରଙ୍କୁ ଭେଟିବା ଏବେ ସାଧାରଣ କଥା। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟରେ ଜଣେ ପ୍ରଶଂସକ ଆଲିଙ୍ଘନ କରିଥିଲେ। 

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଆଡିଲେଡ୍‌,୧୬।୧୦- ଦିନିକିଆ କ୍ରିକେଟରେ ସୋମବାର ଏକ ଅବିଶ୍ୱସନୀୟ ଦଳଗତ ସ୍କୋର ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଏକ ମହିଳା ଦଳ ୫୦ ଓଭରରେ ୩ ଉଇକେଟ ହରାଇ ୫୯୬ ରନ୍‌ କରିଛି। 

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି । 

ଜାତୀୟ ଶିବିରରେ ଓଡ଼ିଶାର ୩

ଜାତୀୟ ଶିବିରରେ ଓଡ଼ିଶାର ୩

କଟକ ଅଫିସ,୧୬ା୧୦- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ)  ଆନୁକୂଲ୍ୟରେ କଟକରେ ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରସ୍ତୁତି ଶିବିର ଗତ ୧୦ ତାରିଖରୁ ଜାରି ରହିଛି ।

ଜାତୀୟ ସିନିୟର ଉଷୁରେ ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-ମେଘାଳୟର ଶିଲଂଠାରେ ଅନୁଷ୍ଠିତ ୨୭ତମ ଜାତୀୟ ସିନିୟର ଉଷୁରେ ଓଡ଼ିଶା ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ପାଇଛି। ସୋମବାର ଶେଷ ହୋଇଥିବା  ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ମହିଳା ଓ ୨୦ ପୁରୁଷ ଅଂଶଗ୍ରହଣ କରିଥିଲେ। 

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ହକି ବିଶ୍ୱକପ୍‌ ଅଫିସିଆଲ ଭିଡିଓ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’କୁ ଅଧିକ ଜୀବନ୍ତ  ଓ ହୃଦୟସ୍ପର୍ଶୀ କରିବା ଲାଗି ମ୍ୟୁଜିକ୍‌ ମାଷ୍ଟର ଏ.ଆର ରହମନ ବଲିଉଡ୍‌ ଷ୍ଟାର ଶାହାରୁଖ ଖାଁଙ୍କୁ ପ୍ରଥମ ଥର ନିର୍ଦ୍ଦେଶନା ଦେଇଛନ୍ତି। ଗୁଲ୍‌ଜାରଙ୍କ ଦ୍ୱାରା ଲିଖିତ ହକି ବିଶ୍ୱକପ୍‌ ଟାଇଟଲ ସଙ୍ଗ୍‌ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’ରେ ସଂଗୀତ ସଂଯୋଜନା ମଧ୍ୟ କରିଛନ୍ତି ଏ.ଆର୍‌. ରହମାନ। ମ୍ୟୁଜିକ ଭିଡିଓରେ  ଭାରତୀୟ ହକିର ଝଲକ ଉପସ୍ଥାପନ କରାଯାଇଛି। 

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ନୂଆଦିଲ୍ଲୀ, ୧୬ା୧୦- (ପି.ଟି.)-ଏସିଆନ ଗେମ୍ସରେ ଆମ ଦଳ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଓମାନର ମସ୍କଟଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ରେ କିନ୍ତୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏକଥା କହିଛନ୍ତି, ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ। 

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର

ଶାଙ୍ଘାଇ ମାଷ୍ଟର୍ସ ଟାଇଟଲ ଜିତିବାପରେ ସର୍ବିୟାର ନୋଭାକ ଜୋକୋଭିଚ୍‌ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗର ନିକଟତର ହୋଇଛନ୍ତି। ସୋମବାର ପ୍ରକାଶିତ ଏଟିପି ର଼୍ୟାଙ୍କିଙ୍ଗ ଅନୁସାରେ ଜୋକୋଭିଚ୍‌ ୭୪୪୫ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ନମ୍ବରଓ୍ବାନ ସହ ବର୍ଷ ଶେଷ କରିବେ ହାଲେପ

ପ୍ୟାରିସ, ୧୫।୧୦(ଏଏଫପି)- କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରୋମାନିଆ ମହିଳା ଟେନିସ ତାରକା ସିମୋନା ହାଲେପ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବରଓ୍ବାନ ସ୍ଥାନରେ ରହି ବର୍ଷ ଶେଷ କରିବା ସ୍ପଷ୍ଟ ହୋଇଛି। ହାଲେପ ୨୦୧୮ରେ ୪୦ ସପ୍ତାହଧରି ନମ୍ବରଓ୍ବାନ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି।