ଖେଳ |

ବେଲଜିୟମକୁ ୫ମ ସ୍ଥାନ

ବେଲଜିୟମକୁ ୫ମ ସ୍ଥାନ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ବେଲଜିୟମ ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଶନିବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ବେଲଜିୟମ ୧-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି। ମ୍ୟାଚର ୪ର୍ଥ ମିନିଟରେ ସେବାଷ୍ଟିଆନ ଡୋକେର ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଲିଗ୍‌ ପର୍ଯ୍ୟାୟରେ ଉତ୍ସାହୀ ପ୍ରଦର୍ଶନ କରିଥିବା ସ୍ପେନ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ବେଲଜିୟମର ଭିକ୍ଟର ୱେଗ୍‌ନେଜ ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ ଏବଂ ସ୍ପେନର ଜୋସେପ ରୋମେଉ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।

All Right Reserved By

Model This Week

ନିକିତା

ଖେଳ |

ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର:ଆକାଶ, ଜିତେନ୍‌, ସୁବ୍ରତଙ୍କ ଦମ୍‌ଦାର ପ୍ରଦର୍ଶନ

ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର:ଆକାଶ, ଜିତେନ୍‌, ସୁବ୍ରତଙ୍କ ଦମ୍‌ଦାର ପ୍ରଦର୍ଶନ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଭିଣ୍ଟେଜ କ୍ଲବ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅଲ୍‌ ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଚାମ୍ପିୟନଶିପ୍‌ ଦ୍ୱିତୀୟ ଦିବସରେ ପହଞ୍ଚିଛି। ଆକାଶ ମହାପାତ୍ର, ଜିତେନ୍‌ ଷଡଙ୍ଗୀ ଓ ସୁବ୍ରତ ଦାସ ଏକାଧିକ ମ୍ୟାଚରେ ବିଜୟୀ ହୋଇ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଆକାଶ ମହାପାତ୍ର ପ୍ଲେୟାର ଅଫ୍‌ ଦି ଡେ’ ବିବେଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚଗୁଡିକରେ ଚନ୍ଦ୍ର ମହାନ୍ତି ୨-୧ରେ ରୋହିତ ଶର୍ମାଙ୍କୁ ହରାଇଛନ୍ତି।

ରେଲଓ୍ବେ କର୍ମଚାରୀଙ୍କ ପାଇଁ ବିସିସିଆଇର ନୂଆ ନିୟମ

ରେଲଓ୍ବେ କର୍ମଚାରୀଙ୍କ ପାଇଁ ବିସିସିଆଇର ନୂଆ ନିୟମ

ନୂଆଦିଲ୍ଲୀ, ୨୧।୪ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତୀୟ ରେଲଓ୍ବେ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି। କେବଳ ସ୍ଥାୟୀ କର୍ମଚାରୀମାନେ ବୋର୍ଡର ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ କୁଚ୍‌କ ବିହାର ଟ୍ରଫିରେ ଅଂଶଗ୍ରହଣ କରିବାକୁ ଅନୁମତି ପାଇବେ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ବିସିସିଆଇ ଟେକ୍‌ନିକାଲ କମିଟିର ଏହି ନିୟମ ଲାଗୁ ହେଲେ ରେଲଓ୍ବେକୁ ନିଜ ୧୯ ବର୍ଷରୁ କମ୍‌ ଦଳକୁ ବାତିଲ କରିବାକୁ ପଡିବ। ନିକଟରେ କୋଲକାତାରେ ଅନୁଷ୍ଠିତ ଟେକନିକାଲ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ରେଲଓ୍ବେ ବିସିସିଆଇର ଏକମାତ୍ର ୟୁନିଟ୍‌, ଯାହାର ୧୯ ବର୍ଷରୁ କମ୍‌ ଦଳ ଯେଉଁଥିରେ କର୍ମଚାରୀଙ୍କ ପିଲାମାନେ ଖେଳିବାର ସୁଯୋଗ ପାଇଥାନ୍ତି।

ଓ୍ବାଟସନଙ୍କ ଶତକରେ ଚେନ୍ନାଇ ବିଜୟୀ

ଓ୍ବାଟସନଙ୍କ ଶତକରେ ଚେନ୍ନାଇ ବିଜୟୀ

ପୁନେ, ୨୧।୪(ପି.ଟି.)- ଅଭିଜ୍ଞ ଓପନର ଶେନ ଓ୍ବାଟସନଙ୍କ ଧୂଆଁଧାର ଶତକ ଓ ପରେ ବୋଲରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ସହାୟତାରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ମ୍ୟାଚରେ ୬୪ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏଥିସହ ଚେନ୍ନାଇ ଲିଗ୍‌ରେ ତା’ର ତୃତୀୟ ବିଜୟ ହାସଲ କରିଛି। ଟସ୍‌ ଜିତି ରାଜସ୍ଥାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୮.୩ ଓଭରରେ ୧୪୦ ରନ କରି ଅଲଆଉଟ ହୋଇ ଏକ୍‌ପ୍ରକାର ଆତ୍ମସମର୍ପଣ କରିଥିଲା। ୫୭ ବଲରୁ ୯ ଚୌକା ଓ ୬ ଛକା ସହ ୧୦୬ରନର ଶତକୀୟ ପାଳି ଖେଳିଥିବା ଓ୍ବାଟସନ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚତ କରାଯାଇଛି।

ଦର୍ଶକରେ ଭରିଲା ଷ୍ଟାଡିୟମ

ଦର୍ଶକରେ ଭରିଲା ଷ୍ଟାଡିୟମ

ଭୁବନେଶ୍ୱର, ୨୧।୪(କ୍ରୀଡ଼ା ପ୍ରତିନିଧି)-ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହୋଇଥିଲା। ଏପ୍ରିଲ ୨୦ ତାରିଖରେ ଫାଇନାଲ ମ୍ୟାଚ ଖେଳାଗଲା। ଇତିମଧ୍ୟରେ ୮ଟି ପ୍ରି-କ୍ବାର୍ଟର ଫାଇନାଲ, ୪ଟି କ୍ବାର୍ଟର ଫାଇନାଲ, ୨ ସେମିଫାଇନାଲ ଓ ଗୋଟିଏ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପୂର୍ବ ୧୪ଟି ମ୍ୟାଚରେ ଷ୍ଟାଡିୟମ ଦର୍ଶକ ଗ୍ୟାଲେରିର ଅଧିକାଂଶ ଭାଗ ଫାଙ୍କା ରହିଥିବାବେଳେ ପ୍ରଥମଥର ପାଇଁ ଫାଇନାଲରେ ଷ୍ଟାଡିୟମ ଦର୍ଶକ ଭରା ରହିଥିଲା। ଇଷ୍ଟ ବେଙ୍ଗଲକୁ ସମର୍ଥନ ଜଣାଇବା ପାଇଁ କଲିକତାରୁ ମଧ୍ୟ ଅନେକ ଦର୍ଶକ ଆସିଥିଲେ। ପୂରା ମ୍ୟାଚରେ ବେଙ୍ଗଲି ଦର୍ଶକମାନେ ନିଜ ଦଳକୁ ଭରପୂର ସମର୍ଥନ ଜଣାଇଥିଲେ ମାତ୍ର ଓଡ଼ିଶା ଦର୍ଶକଙ୍କ ସମର୍ଥନ ପାଇଥିଲା ବେଙ୍ଗାଲୁରୁ ଏଫସି। ଦର୍ଶକଙ୍କ କୋଳାହଳରେ ଉତ୍ସାହିତ ହୋଇ ବେଙ୍ଗାଲୁରୁ ଚମତ୍କାର ଖେଳି ଚାମ୍ପିୟନ ମଧ୍ୟ ହୋଇଥିଲା।

ଓଡ଼ିଶା ମୋ ପାଇଁ ଲକି: ରୋକା

ଭୁବନେଶ୍ୱର, ୨୧।୪(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ସୁପର କପ୍‌ ଫୁଟବଲ ଫାଇନାଲରେ ଇଷ୍ଟ ବେଙ୍ଗଲକୁ ୪-୧ ଗୋଲରେ ହରାଇ ଚାମ୍ପିୟନ ହୋଇଛି ବେଙ୍ଗାଲୁରୁ ଏଫସି। ଦଳର ବିଜୟରେ ସ୍ବତଃ ଖୁସି ହୋଇଛନ୍ତି ବେଙ୍ଗାଲୁରୁ ଏଫସି କୋଚ୍‌ ଆଲବର୍ଟ ରୋକା। ପୂରା ମ୍ୟାଚରେ ବେଙ୍ଗାଲୁରୁ ଦଳକୁ ସମର୍ଥନ ଜଣାଇଥିଲେ ଓଡ଼ିଶା ଦର୍ଶକ। ଏଥିପାଇଁ ମ୍ୟାଚ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦର୍ଶକଙ୍କୁ ଧନବାଦ ଜଣାଇଛନ୍ତି ରୋକା। ଆମେ ଏହି ସଫଳତାକୁ ନେଇ ଆଗକୁ ବଢ଼ିବୁ ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶା ମୋ ପାଇଁ ଲକି। ଆମେ ଏଠାରେ ୨ଟି ଫାଇନାଲ ଖେଳି ଟାଇଟଲ ଜିତିଛୁ।

‘ଭୁବନେଶ୍ୱରରେ ଏବେ ବିଶ୍ୱସ୍ତରୀୟ ଫୁଟବଲ ଭିତ୍ତିଭୂମି ଉପଲବ୍ଧ’

ଭୁବନେଶ୍ୱର, ୨୧।୪(କ୍ରୀଡ଼ା ପ୍ରତିନିଧି)-ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କୁ ନମସ୍କାର ଜଣାଇ ନିଜ ସଂକ୍ଷିପ୍ତ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଦିନକୁ ଦିନ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବଢ଼ିବାରେ ଲାଗିଛି ବୋଲି କହିଥିଲେ। କଳିଙ୍ଗ ଷ୍ଟାଡିୟମରେ ଏବେ ବିଶ୍ୱସ୍ତରୀୟ ଫୁଟବଲ ଭିତ୍ତିଭୂମି ଉପଲବ୍ଧ ବୋଲି ସେ ପ୍ରକାଶ କରିଥିଲେ। ପୂର୍ବରୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ହକି, ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପ୍ରଭୃତି ଆୟୋଜିତ ହୋଇସାରିଛି। ଏବେ ଆବଶ୍ୟକ ସ୍ଥଳେ ଏଠାରେ ଅନ୍ତର୍ଜାତୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଥିଲେ। ଟୁର୍ନାମେଣ୍ଟ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଗ୍ଲୋବାଲ ଫୁଟବଲ୍‌ ଫର ଫ୍ରେଣ୍ଡଶିପ୍‌:ଭାରତ ପାଇଁ ୨ ଶିଶୁ ପ୍ରତିନିଧିତ୍ୱ କରିବେ

ନୂଆଦିଲ୍ଲୀ, ୨୧।୪(ପି.ଟି.)- ରୁଷିଆରେ ଆରମ୍ଭ ହେବାକୁଥିବା ଗ୍ଲୋବାଲ ଫୁଟବଲ୍‌ ଫର ଫ୍ରେଣ୍ଡଶିପ୍‌ (ଏଫ୍‌୪ଏଫ୍‌) ସମାଜ ମଙ୍ଗଳ କାର୍ଯ୍ୟକ୍ରମରେ ଭାରତ ପାଇଁ ଦୁଇଜଣ ୧୨ ବର୍ଷୀୟ ଶିଶୁ ଅଂଶଗ୍ରହଣ କରିବେ। ବିଶ୍ୱବ୍ୟାପୀ ଛୋଟପିଲାଙ୍କ ମଧ୍ୟରେ ସହିଷ୍ଣୁତା, ପରସ୍ପରର ସଂସ୍କୃତିକୁ ସମ୍ମାନ ଦେବା, ଉଚ୍ଚ ଚିନ୍ତାଧାରା, ଯୁବ ଫୁଟବଲର ବିକାଶ, ଉନ୍ନତ ଜୀବନଶୈଳୀର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଏହାର ଆୟୋଜନ କରୁଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ୨୧୧ଟି ଦେଶକୁ ସମ୍ପ୍ରସାରଣ କରାଯାଇଛି।

ଆଇପିଏଲ୍‌ ବେଟିଂ: ୬ ଗିରଫ

ଆଇପିଏଲ୍‌ ବେଟିଂ: ୬ ଗିରଫ

ରାଜମହେନ୍ଦ୍ରଭରମ୍‌, ୨୧।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବେଟିଂ ର଼୍ୟାକେଟ୍‌ରେ ପୋଲିସ ଏଠାରେ ୬ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା, ଦୁଇଟି ସେଲ ଫୋନ୍‌, ଗୋଟିଏ ସେଟ ଟପ୍‌ ବକ୍ସ ଓ ଗୋଟିଏ ଟିଭି ସେଟ୍‌ ଜବତ କରାଯାଇଛି। ଗତ ରାତିରେ ଏକ ଭଡାଘର ଉପରେ ଚଢ଼ାଉ କରି ପୋଲିସ ଏହି ପଦକ୍ଷେପ ନେଇଛି। ତେବେ ଘଟଣାସ୍ଥଳରୁ ଆଉ ୮ଜଣ ଖସି ପଳାଇ ଯାଇଥିଲେ। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ଏସ୍‌ସିବିକୁ ହରାଇ ସେମିରେ କିସ୍‌

କଟକ ଅଫିସ,୨୧।୪-ୟୁନିୟନ ସ୍ପୋର୍ଟିଂ ଆନୁକୂଲ୍ୟରେ ବୋଷ୍‌ ଗ୍ରାଉଣ୍ଡରେ ଚାଲିଥିବା ୧୩ ତମ ପି.ଭି.ଆର ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ୩ୟ କ୍ବାର୍ଟରଫାଇନାଲ ମ୍ୟାଚ୍‌ ଶୁକ୍ରବାର ଖେଳାଯାଇଥିଲା। ଏଥିରେ କିସ୍‌ ୧୨୫ ରନ୍‌ରେ ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏସ୍‌ସିବି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା। କିସ୍‌ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୫ ଓଭରରେ ୬ ଉଇକେଟ ହରାଇ ୧୬୦ରନ୍‌ କରିଥିଲା।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ:ସମ୍ବଲପୁରକୁ ହରାଇଲା ଜଗତ୍‌ସିଂହପୁର

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ:ସମ୍ବଲପୁରକୁ ହରାଇଲା ଜଗତ୍‌ସିଂହପୁର

ସମ୍ବଲପୁର, ୨୧।୪ (ବ୍ୟୁରୋ)-୭୫ ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶୁକ୍ରବାର ସମ୍ବଲପୁର ରିଜର୍ଭ ପୋଲିସ ପଡିଆଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ ସମ୍ବଲପୁର ଓ ଜଗତ୍‌ସିଂହପୁର ମଧ୍ୟରେ ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ୨୫-୧୫ ଓ ୨୫-୨୧ ପଏଣ୍ଟରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ତର୍ଜାତୀୟ ରେଫରି ଅଭ୍ରାଂଶୁ ମହାନ୍ତି ଓ ସି.ସି. ଚାନ୍ଦ ମ୍ୟାଚ ପରିଚାଳନା କରିଥିଲେ। ଜେ.କେ. ରାଓ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନଶିପ୍‌କୁ ଉଦ୍‌ଘାଟନ କରିଥିଲେ।

ଜଗତ୍‌ପୁର-ଏସିସି ଫାଇନାଲ

କଟକ ଅଫିସ,୨୧। ୪- ବୋଷ୍‌ ଗ୍ରାଉଣ୍ଡରେ ୪ର୍ଥ ପି.ଭି.ଆର୍‌ ମୂର୍ତ୍ତି ସ୍ମାରକୀ ଆନ୍ତଃ କ୍ଲବ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଶୁକ୍ରବାର ଖେଳାଯାଇଥିଲା। ଏଥିରେ ଏସିସି ୧୪୩ ରନ୍‌ରେ ଗୋଲ୍‌ଡେନ ଡ୍ରାଗନ କ୍ଲବକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ପ୍ରଥମ ସେମିଫାଇନାଲରେ ଜଗତ୍‌ପୁର ଆଥ୍‌ଲେଟିକ ଆସୋସିଏଶନ ୬୮ରନ୍‌ରେ ରୟାଲ କ୍ଲବକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଶନିବାର ଏସିସି ଓ ଜଗତ୍‌ପୁର ଆଥ୍‌ଲେଟିକ ମଧ୍ୟରେ ଫାଇନାଲ ମୁକାବିଲା ହେବ।ଏସିସି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।

ଏଆଇଟିଏ- ଓଟିଏ ଟେନିସ୍‌:  ଅର୍ଜୁନ ଚାମ୍ପିୟନ, ଚିନ୍ମୟ ରନର୍ସଅପ୍‌

ଏଆଇଟିଏ- ଓଟିଏ ଟେନିସ୍‌: ଅର୍ଜୁନ ଚାମ୍ପିୟନ, ଚିନ୍ମୟ ରନର୍ସଅପ୍‌

ଭୁବନେଶ୍ୱର, ୨୦।୪ (ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱର ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍‌ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଥିବା ଏଆଇଟିଏ ପୁରୁଷ ୫୦କେ ଟୁର୍ନାମେଣ୍ଟରେ ତାମିଲନାଡୁର ଅର୍ଜୁନ ମହାଦେବନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅପରପକ୍ଷରେ ପୁରୁଷ ଡବଲ୍ସ ଇଭେଣ୍ଟରେ କର୍ନାଟକର ନିକଶେପ୍‌ ବି. ରବିକୁମାର ଓ ଆସାମର ସେକ ମହମ୍ମଦ ଇଫତିଖାର ଟାଇଟଲ ଜିତିଛନ୍ତି।