ଖେଳ |

ସୁରକ୍ଷା କର୍ମୀଙ୍କୁ ନ ଜଣାଇବା ଭୁଲ୍‌ ଥିଲା: ବ୍ରିଲ୍ସ

ସୁରକ୍ଷା କର୍ମୀଙ୍କୁ ନ ଜଣାଇବା ଭୁଲ୍‌ ଥିଲା: ବ୍ରିଲ୍ସ
ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାଲର୍‌ଡ ଲିଗ୍‌ ଫାଇନାଲ ଅବସରରେ ବେଲଜିୟମ ଟିମ୍‌ ସମସ୍ତଙ୍କ ଅଗୋଚରରେ ବିଳମ୍ବିତ ରାତିରେ ସାଣ୍ଡିସ ଟାୱାର ହୋଟେଲ ବାହାରକୁ ଆସିବା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ହୋଟେଲ ବାହାରକୁ ଆସିଥିବା କଥାକୁ ବେଲଜିୟମ ଦଳ ଅଧିନାୟକ ଥୋମାସ ବ୍ରିଲ୍ସ ସ୍ବୀକାର କରିଥିଲେ ହେଁ କେହି ପାଚେରି ଡେଇଁ ନାହାନ୍ତିି ବୋଲି ପ୍ରକାଶ କରିଛନ୍ତି। ଶନିବାର ସ୍ପେନ ବିପକ୍ଷ ୫-୬ ପ୍ଲେସିଂ ମ୍ୟାଚ ପରେ ବ୍ରିଲ୍ସ କହିଲେ ଯେ, ଆମେ ରାତିରେ ଭୁବନେଶ୍ୱର ଏବଂ କଳିଙ୍ଗ ଷ୍ଟାଡିୟମ ଭେନ୍ୟୁ ଚତୁଃପାର୍ଶ୍ୱ ବୁଲିବାକୁ ଇଚ୍ଛା କରିଥିଲୁ। କେବଳ ସୁରକ୍ଷା କର୍ମୀଙ୍କୁ ନ ଜଣାଇବା ଆମର ଭୁଲ ଥିଲା। ଏହାଛଡ଼ା ଆମେ ଆଉ କିଛି ଭୁଲ କରିନାହୁଁ କିମ୍ବା କିଛି ବେନିୟମ କାର୍ଯ୍ୟ କରିନାହୁଁ। କଳିଙ୍ଗ ଷ୍ଟାଡିୟମ ଭିତରକୁୁ ଆମେ ସିକ୍ୟୁରିଟିଙ୍କ ଅନୁମତି ନେଇ ଆସିଥିଲୁ। କେତେ ରାତିରେ ଏପରି ଘଟଣା ଘଟିଥିଲା ପ୍ରଶ୍ନକୁ ଅତି ଚତୁରତାର ସହ ଏଡ଼ାଇ ଯାଇଥିଲେ ବ୍ରିଲ୍ସ। ରାତି ୧୨ଟା ବେଳକୁ ଆମେ ଶୋଇପଡ଼ିଥିଲୁ। ତେଣୁ କେତେ ରାତିରେ ଆମେ ବୁଲିବାକୁ ଆସିଥିଲୁ ତାହା ମୁଖ୍ୟ ପ୍ରସଙ୍ଗ ନୁହେଁ ବୋଲି ସେ କହିଛନ୍ତି। ଆସନ୍ତାବର୍ଷ ହକି ବିଶ୍ୱକପ ଏଠାରେ ହେବାକୁ ଯାଉଛି। ତେଣୁ ଏପରି ଘଟଣା ପଛରେ କିଛି ଅନ୍ଧ ବିଶ୍ୱାସ ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ଅଧିନାୟକ କହିଲେ ଯେ, ଆମେ ଭୁବନେଶ୍ୱର ସହର ଏବଂ ଏଠାକାର ଲୋକଙ୍କ ସହ ମିଶି ଉତ୍ତମ ସମ୍ପର୍କ ବଢ଼ାଇବାକୁ ଚାହୁଁଛୁ। ମୋଟାମୋଟି ଆମେ ଏଠାରେ ଆମର ଏକ ଫ୍ୟାନ୍‌ ଗ୍ରୁପ ତିଆରି କରିବାକୁ ଚାହୁଁଛୁ। ଆସନ୍ତାବର୍ଷ ହେବାକୁଥିବା ହକି ବିଶ୍ୱକପ ସମୟରେ ଦର୍ଶକ ସମର୍ଥନ ହାସଲ ଆମର ଅନ୍ୟତମ ଲକ୍ଷ୍ୟ ବୋଲି ସେ କହିଛନ୍ତି। ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ଦଳର ପ୍ରଦର୍ଶନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଅଧିନାୟକ ବ୍ରିଲ୍ସ। ଆମେ ଟୁର୍ନାମେଣ୍ଟରେ ୫ଟି ମ୍ୟାଚ ଖେଳିଥିବାବେଳେ ୪ଟିରେ ବିଜୟ ହାସଲ କରିଛୁ। କେବଳ ଆୟୋଜକ ଭାରତ ନିକଟରୁ ଗୋଟିଏ ମ୍ୟାଚରେ ହାରିଛୁ। ଏହି ମ୍ୟାଚଟି ବହୁତ୍‌ ଟପ୍‌ ଥିଲା। କଡ଼ା ସଂଘର୍ଷ ପରେ ଆମେ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ହାରି ଯାଇଥିଲୁ। ଏହା ମନରେ ଦୁଃଖ ଦେଇଥିଲା ନିର୍ଦ୍ଦିଷ୍ଟ ଦିବସରେ ଭାରତ ଭଲ ଖେଳି ମ୍ୟାଚ ଜିତିଲା। ଖେଳରେ ସେପରି ହୁଏ। ମୋଟାମୋଟିଭାବେ ଟୁର୍ନାମେଣ୍ଟରେ ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି। ଟୁର୍ନାମେଣ୍ଟର ଫର୍ମାଟକୁ ନେଇ ସେ ଅସନ୍ତୁଷ୍ଟ ବୋଲିି କହିଛନ୍ତି। ଏପରି ଫର୍ମାଟରେ ସମସ୍ତ ଦଳପାଇଁ କ୍ବାର୍ଟର ଫାଇନାଲ ଖେଳିବା ସୁଯୋଗ ରହିଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଛି। ଏପରି ଫର୍ମାଟରେ କ୍ରମାଗତ ମ୍ୟାଚ ଖେଳିବାକୁ ପଡ଼ିଛି। ଫଳରେ ଶରୀର ରିକଭରି ପାଇଁ ସମୟ ନାହିଁ। ଏହା ଫଳାଫଳରେ ପ୍ରଭାବ ପକାଉଛି। ଭାରତ ଘରୋଇ ପରିବେଶରେ ଖେଳିଥିବାରୁ ଫାଇଦାରେ ରହିଲା। ଆଗାମୀ ମ୍ୟାଚ ପାଇଁ ଭାରତୀୟ ଦଳକୁ ଆମର ଶୁଭେଚ୍ଛା ବୋଲି ସେ କହିଥିଲେ।
All Right Reserved By

ଖେଳ |

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆସନ୍ତା ୨୯ରୁ ଅନ୍‌ଇକ୍ୟୁପଟ ବିଭାଗର ଶକ୍ତିଉତ୍ତୋଳନ ପ୍ରତିଯୋଗିତା (ମହିଳା/ପୁରୁଷ) ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବ। 

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୫ା୯ (ଏଏଫ୍‌ପି)- ଏଣିକି  ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳି  ଏବଂ ୨୧ ବର୍ଷରୁ କମ୍‌ ଖେଳାଳିଙ୍କୁ ପୁରସ୍କୃତ କରିବା ଲାଗି  ବାଲନ ଡି’ଅର ପୁରସ୍କାର ଆୟୋଜକଗଣ ସ୍ଥିର କରିଛନ୍ତି। 

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ଦୁବାଇ, ୨୫ା୯ (ପି.ଟି.)-ଆସନ୍ତା ଆଫଗାନ ଟି୨୦ ପ୍ରିମିୟର ଲିଗ୍‌ରେ ଏକ ସ୍ପଟ ଫିକ୍ସିଂ ପାଇଁ ଆଫଗାନିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ ପ୍ରଲୋଭନର ଶିକାର ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

କଟକ ଅଫିସ,୨୫ା୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପରେ ସୋମବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ତାମିଲନାଡୁ ୯-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । 

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱର ଗଲ୍ଫ କ୍ଲବ୍‌ (ବିଜିସି) ନୂଆ ସିଜନର ପ୍ରଥମ ପ୍ରତିଯୋଗିତା ପ୍ରେସିଡେଣ୍ଟ୍‌ସ କପ୍‌ରେ ଲଖି ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ୧୯-୨୪ ବର୍ଗରେ ଲଖି ବିଜୟିନୀ ହୋଇଥିବାବେଳେ ଏ.ସି. ବେହେରା ରନର୍ସଅପ୍‌ ହୋଇଛନ୍ତି। ମୁଖ୍ୟ ବର୍ଗ ୦-୧୮ରେ ଅଜୟ ନେଗି ଚାମ୍ପିୟନ ଏବଂ ହକି ଅଲିମ୍ପିଆନ୍‌ ଦିଲ୍ଲୀପ ତିର୍କି ରନର୍ସଅପ୍‌ ହୋଇଥିଲେ। 

ଭାରତ-ଆଫଗାନିସ୍ତାନ ମୁକାବିଲା ଆଜି

ଭାରତ-ଆଫଗାନିସ୍ତାନ ମୁକାବିଲା ଆଜି

ଦୁବାଇ, ୨୫।୯(ପି.ଟି.)- ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟର ଏକ ମୁକାବିଲାରେ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଆଫଗାନିସ୍ତାକୁ ଭେଟିବ। କ୍ରମାଗତ ୨ଟି ମ୍ୟାଚ୍‌ ଜିତି ଫାଇନାଲରେ ସ୍ଥାନ ପକ୍କା କରିସାରିଥିବାରୁ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ସୁପର୍‌ ଫୋର୍‌ର ଏହି ଅନ୍ତିମ ମ୍ୟାଚ୍‌ ଗୁରୁତ୍ୱହୀନ ହୋଇପଡ଼ିଛି। 

ଜାତୀୟ ସିନିୟର ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆଜିଠାରୁ

ଜାତୀୟ ସିନିୟର ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆଜିଠାରୁ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମର ଆଥଲେଟିକ୍ସ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୮ତମ ସଂସ୍କରଣ। 

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ପୁନୀତ୍‌-ନେଗୀ ମେଘାଳୟକୁ ଜିତାଇଲେ

ଆନନ୍ଦ, ୨୪।୯(ପି.ଟି.)- ବିଜୟ ହଜାରେ ଟ୍ରଫି ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ସୋମବାର ପ୍ଲେଟ୍‌ ଗ୍ରୁପ୍‌ର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ମେଘାଳୟ ୨୫୬ ରନର ବୃହତ ବ୍ୟବଧାନରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ପୁନୀତ୍‌ ବିସ୍ତଙ୍କ କ୍ୟାରିୟର ଶ୍ରେଷ୍ଠ ୧୩୫ ରନ ଓ ଏବଂ ଅଭୟ ନେଗୀଙ୍କ ୭ ଉଇକେଟ୍‌ ସଫଳତା ବଳରେ ମେଘାଳୟ ଏହି ବୃହତ ବିଜୟ ଲାଭ କରିଛି। 

ଭାରତୀୟ ମହିଳା ଦଳ ସିରିଜ ଜିତିଲା

ଭାରତୀୟ ମହିଳା ଦଳ ସିରିଜ ଜିତିଲା

କଲମ୍ବୋ, ୨୪।୯(ପି.ଟି.)- ଅଞ୍ଜୁ ପାଟିଲ ଓ ଜେମିମା ରୋଡ୍ରିଗୁଏଜଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ସୋମବାର ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟ୍‌ରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। 

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭଲିବଲ ପ୍ରତିଯୋଗିତା: କାଳାହି ଚାମ୍ପିୟନ

ଭୋଗରାଇ, ୨୪।୯(ଡି.ଏନ.ଏ.)-ଭୋଗରାଇ ବ୍ଲକ ଅଧୀନ ଚୌକି ନୀଳକଣ୍ଠେଶ୍ୱର ମହାଦେବ ପଡ଼ିଆରେ ଚୌକି ଚାମ୍ପିୟନ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଡା. ଦୀନବନ୍ଧୁ ଦାସ ସ୍ମାରକୀ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। 

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

ପୂର୍ବତନ ବିସିସିଆଇ ସଭାପତି ବି.ଏନ୍‌. ଦତ୍ତଙ୍କ ପରଲୋକ

କୋଲକାତା, ୨୪।୯- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ବିଶ୍ୱନାଥ ଦତ୍ତଙ୍କ ପରଲୋକ ଘଟିଛି। ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। 

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

ଚଣ୍ଡିମାଲଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ନେତୃତ୍ୱ

କଲମ୍ବୋ,୨୪।୯- ଚଳିତ ଏସିଆ କପ୍‌ରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେବା ପରେ ଶ୍ରୀଲଙ୍କା ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଶ୍ରୀଲଙ୍କା ଜାତୀୟ ଚୟନକର୍ତ୍ତା ଦିନେଶ ଚଣ୍ଡିମାଲଙ୍କୁ ଦିନିକିଆ ଦଳର ଅଧିନାୟକ ଘୋଷଣା କରିଛନ୍ତି।