ଅନ୍ତର୍ଜାତୀୟ |

ୟୁରୋପ ଦେଶଙ୍କୁ ପ୍ରତାରକ କହିଲେ ନେତାନ୍ୟାହୁ

ୟୁରୋପ ଦେଶଙ୍କୁ ପ୍ରତାରକ କହିଲେ ନେତାନ୍ୟାହୁ

ତେଲ ଆଭିଭ,୧୦।୧୨: ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଘୋଷଣା ପରେ ବିବାଦ ଥମିବାର ନାଁ ନେଉନି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେନଜାମିନ୍‌ ନେତାନ୍ୟାହୁ ଏହାକୁ ନେଇ ୟୁରୋପ ଦେଶକୁ ପ୍ରତାରକ ଓ ଡବଲ ଷ୍ଟାଣ୍ଡାର୍ଡ ବୋଲି କହି ସମାଲୋଚନା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏକତରଫା ଭାବେ ଜେରୁଜେଲମକୁ ରାଜଧାନୀ ଘୋଷଣା କରିଥିବା ସେ ଅଭିଯୋଗ କରିଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

ଭାରତୀୟ ଦୂତାବାସ ଦ୍ୱାରା ନେପାଳରେ ଯୋଗ ଶିବିର ଆୟୋଜନ

କାଠମାଣ୍ଡୁ,୧୭।୬: ନେପାଳ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମୁକ୍ତିନାଥ ମନ୍ଦିରରେ ଏକ ଯୋଗ ଶିବିରର ଆୟୋଜନ କରାଯାଇଛି। ସମୁଦ୍ର ପତନଠାରୁୁ ୧୨ ହଜାର ୫ଶହ ଫୁଟ ଉପରେ କେତେଜଣ ଭିକ୍ଷୁ ଓ ସ୍ଥାନୀୟ ଲୋକେ ୪ର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିଛନ୍ତି।

ଜୁଲାଇରେ ଭେଟିବେ ଟ୍ରମ୍ପ୍‌, ପୁଟିନ

ଜୁଲାଇରେ ଭେଟିବେ ଟ୍ରମ୍ପ୍‌, ପୁଟିନ

ଓ୍ବାଶିଂଟନ,୧୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଆସନ୍ତା ଜୁଲାଇରେ ୟୁରୋପରେ ସାକ୍ଷାତ ଆଲୋଚନା କରିବା ଅନୁମାନ କରାଯାଉଛି।

ଭାସିଲା ବାଂଲାଦେଶ: ୪ ମୃତ

ଭାସିଲା ବାଂଲାଦେଶ: ୪ ମୃତ

ଢାକା,୧୭।୬: ବାଂଲାଦେଶର ମୌଲବିବଜାରରେ ଥିବା କୋମଗଞ୍ଜ ଉପଜିଲାରେ ହୋଇଥିବା ବନ୍ୟା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୫ ନିଖୋଜ ଥିବା ଜଣାପଡିଛି।

ମହିଳାଙ୍କୁ ରାତିରେ ମିଳିବନି ଟ୍ୟାକ୍ସି ସେବା

ମହିଳାଙ୍କୁ ରାତିରେ ମିଳିବନି ଟ୍ୟାକ୍ସି ସେବା

ବେଜିଂ,୧୭।୬: ଚାଇନାରେ ଏଣିକି ମହିଳାଙ୍କୁ ରାତିରେ ଟ୍ୟାକ୍ସି ସେବା ମିଳିବ ନାହିଁ। ପୁରୁଷ ଡ୍ରାଇଭର ଚଳାଉଥିବା ଟ୍ୟାକ୍ସି ମହିଳାଙ୍କୁ ନେଲେ ସେମାନଙ୍କ ଉପରେ ଲାଗିବ ଜରିମାନା। ଏନେଇ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ ହୋଇଛି।

ଆଫଗାନୀସ୍ତାନରେ କାର ବୋମା ବିସ୍ଫୋରଣ: ୨୬ ମୃତ

ଆଫଗାନୀସ୍ତାନରେ କାର ବୋମା ବିସ୍ଫୋରଣ: ୨୬ ମୃତ

କାବୁଲ, ୧୭।୬: ଆଫଗାନୀସ୍ତାନ ନଗରହାର ପ୍ରଦେଶରେ ଏକ କାରବୋମା ବିସ୍ଫୋରଣ ଘଟିଛି। ଏଥିରେ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।

ଶାନ୍ତି ଲାଗି ତାଲିବାନ ସହ ହାତ ମିଳାଇଲେ ଆଫଗାନୀସ୍ତାନ ସରକାର: ବଢ଼ିଲା ଅସ୍ତ୍ରବିରତି ସମୟ ସୀମା

ଶାନ୍ତି ଲାଗି ତାଲିବାନ ସହ ହାତ ମିଳାଇଲେ ଆଫଗାନୀସ୍ତାନ ସରକାର: ବଢ଼ିଲା ଅସ୍ତ୍ରବିରତି ସମୟ ସୀମା

କାବୁଲ,୧୭।୬: ଶାନ୍ତି ଲାଗି ଆଫଗାନୀସ୍ତାନ ସରକାର ତାଲିବାନ ଆତଙ୍କବାଦୀ ସଂଗଠନ ସହିତ ହାତ ମିଳାଇଛନ୍ତି। ରାଷ୍ଟ୍ରପତି ଅଶରଫ ଗନି ଅସ୍ତ୍ରବିରତି ସମୟ ସୀମା ପୁଣି ଏକ ସପ୍ତାହ ବୃଦ୍ଧି ନେଇ ଘୋଷଣା କରିଛନ୍ତି।

ଦୁର୍ବ୍ୟବହାର ପାଇଁ ଚାକିରିରୁ ବହିଷ୍କୃତ ହେଲେ ଶିକ୍ଷୟିତ୍ରୀ

ଦୁର୍ବ୍ୟବହାର ପାଇଁ ଚାକିରିରୁ ବହିଷ୍କୃତ ହେଲେ ଶିକ୍ଷୟିତ୍ରୀ

ଲଣ୍ଡନ,୧୬।୬: ସାଉଥ୍‌ ଓ୍ବେଲସର ଜଣେ ଶିକ୍ଷୟିତ୍ରୀ ଏକ ପାର୍ଟିରେ ଯୋଗଦେଇଥିବା ବେଳେ ମଦ ନିଶାରେ ଦୁର୍ବ୍ୟବହାର କରିଥିଲେ। ଫଳରେ ତାଙ୍କୁ ଚାକିରିରୁ ୬ମାସ ପାଇଁ ବହିଷ୍କାର କରାଯାଇଛି।

ମହାକାଶରେ ଶୁଭିବ ହକିଂଙ୍କ କଣ୍ଠସ୍ବର

ମହାକାଶରେ ଶୁଭିବ ହକିଂଙ୍କ କଣ୍ଠସ୍ବର

ଓ୍ବାଶିଂଟନ,୧୬।୬: ବିଶ୍ୱର ମହାନ୍‌ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂଙ୍କ କଣ୍ଠସ୍ବରକୁ ମହାକାଶକୁ ପଠାଇବାର ଯୋଜନା କରାଯାଉଛି। ଶାନ୍ତି ଓ ନୂତନ ଆଶାର ବାର୍ତ୍ତା ନେଇ ଏହି ସ୍ବର ମହାକାଶକୁ ପଠାଯିବ ବୋଲି ହକିଂଙ୍କ ଝିଅ ଲୁସି ହକିଂ ସୂଚନା ଦେଇଛନ୍ତି।

ବିମାନ ଆକ୍ରମଣରେ ୩ ଆତଙ୍କବାଦୀ ମୃତ

ବିମାନ ଆକ୍ରମଣରେ ୩ ଆତଙ୍କବାଦୀ ମୃତ

କାବୁଲ,୧୬।୬: ଆଫଗାନିସ୍ତାନର ପୂର୍ବନଙ୍ଗାହାର ଅଞ୍ଚଳରେ କରାଯାଇଥିବା ଏକ ବିମାନ ଆକ୍ରମଣରେ ଇସଲାମିକ୍‌ ଷ୍ଟେଟ ଆତଙ୍କବାଦୀ ସଙ୍ଗଠନର ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ଆମେରିକାର ଡ୍ରୋନ୍‌ ଆକ୍ରମଣ: ଟିଟିପି ମୁଖ୍ୟ ଫଜ୍‌ଲୁଲ୍ଲା ନିହତ

ଆମେରିକାର ଡ୍ରୋନ୍‌ ଆକ୍ରମଣ: ଟିଟିପି ମୁଖ୍ୟ ଫଜ୍‌ଲୁଲ୍ଲା ନିହତ

ଓ୍ବାଶିଂଟନ,୧୬।୬((ପି.ଟି.)-ଆଫଗାନିସ୍ତାନର ଉତ୍ତର ସୀମାନ୍ତ କୁଓ୍ବଁର ପ୍ରଦେଶରେ ଆମେରିକା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଏଥିରେ ପାକିସ୍ତାନୀ ତାଲିବାନ ମୁଖ୍ୟ ମୁଲ୍ଲା ଫଜ୍‌ଲୁଲ୍ଲା ନିହତ ହୋଇଛନ୍ତି।

ଆଫ୍ରିକାରୁ ଗଧ ଚୋରି କରୁଛି ଚାଇନା

ଆଫ୍ରିକାରୁ ଗଧ ଚୋରି କରୁଛି ଚାଇନା

ବେଜିଂ,୧୫।୬: ଚାଇନା ଆଫ୍ରିକାରୁ ଗଧ ଚୋରି କରୁଥିବା ଅଭିଯୋଗ ହୋଇଛି। ଚାଇନାରେ ଗଧ ଚମଡ଼ାରୁ ଜିଲୋଟିନ୍‌ ପ୍ରସ୍ତୁତ ହୋଇଥାଏ। ଏହା ବିଭିନ୍ନ ସ୍ବାସ୍ଥ୍ୟ ଉତ୍ପାଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ।

ତୁର୍କୀରୁ ହଟିବ ଜରୁରିକାଳୀନ ପରିସ୍ଥିତ

ତୁର୍କୀରୁ ହଟିବ ଜରୁରିକାଳୀନ ପରିସ୍ଥିତ

ଅନାଡୋଲୁ,୧୫।୬: ଜୁଲାଇ ୧୭ କିମ୍ବା ୧୮ରେ ତୁର୍କୀରେ ଲାଗୁ ହୋଇଥିବା ଜରୁରିକାଳୀନ ପରିସ୍ଥିତି ହଟାଇ ଦିଆଯିବ। ଏ ନେଇ ପ୍ରଧାନମନ୍ତ୍ରୀ ବିନାଲି ୟିଲ୍‌ଦିରିମ୍‌ ଗୁରୁବାର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟିଆର୍‌ଟି ହବର୍‌କୁ ଏକ ସାକ୍ଷାତକାରରେ ଜରୁରିକାଳୀନ ପରିସ୍ଥିତିକୁ ଅଧିକ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଁ ନ ଥିବା ପ୍ରକାଶ କରିଛନ୍ତି।

Model This Week

ପ୍ରଭାତ