ଅନ୍ତର୍ଜାତୀୟ |

ହବନଟୋଟା ବନ୍ଦରକୁ ୯୯ବର୍ଷ ପାଇଁ ଚାଇନାକୁ ଦେଲା ଶ୍ରୀଲଙ୍କା

ହବନଟୋଟା ବନ୍ଦରକୁ ୯୯ବର୍ଷ ପାଇଁ ଚାଇନାକୁ ଦେଲା ଶ୍ରୀଲଙ୍କା

କଲମ୍ବୋ,୧୦।୧୨: ରଣକୌଶଳ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ କୁହାଯାଉଥିବା ଶ୍ରୀଲଙ୍କାର ହବନଟୋଟା ବନ୍ଦରକୁ ଶନିବାର ଶ୍ରୀଲଙ୍କା ଚାଇନାକୁ ହସ୍ତାନ୍ତର କରିଛି। ଏକ ଚୁକ୍ତି ଅନୁଯାୟୀ ୯୯ ବର୍ଷ ପର୍ଯ୍ୟନ୍ତ ଏହି ବନ୍ଦରର ନିୟନ୍ତ୍ରଣ ଚାଇନା କମ୍ପାନୀ କରିବ ବୋଲି ସୂଚନା ମିଳିଛି। ଦୁଇଟି ଚାଇନା କମ୍ପାନୀ, ହବନଟୋଟା ଇଣ୍ଟରନ୍ୟାଶନାଲ ପୋର୍ଟ ଗ୍ରୁପ ଏବଂ ହବନଟୋଟା ଇଣ୍ଟରନ୍ୟାଶନାଲ ପୋର୍ଟ ସର୍ଭିସେସ୍‌କୁ ଏହାର ଦାୟିତ୍ୱ ଦିଆଯାଇଛି। ଚାଇନାର ଅମତ୍ୱକାଂକ୍ଷୀ ଓ୍ବାନ୍‌ ବେଲ୍ଟ- ଓ୍ବାନ୍‌ ରୋଡ଼ ପରିଯୋଜନାର ଅଂଶୀଦାର ହେବ ବୋଲି ଶ୍ରୀଲଙ୍କା ଘୋଷଣା କରିଛି। ଏହାପରେ ସରକାର ଦେଶକୁ ବିକ୍ରି କରି ଦେଇଥିବା ବିରୋଧୀ ଦୋଷାରୋପ କରିଛନ୍ତି। ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଚାଇନା ସେନାର ଉପସ୍ଥିତି ଭାରତ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ହବନଟୋଟା ବନ୍ଦର ଚାଇନା ହାତକୁ ଯିବା ପରେ ଏହି ଚିନ୍ତା ଆହୁରି ବଢିଯାଇଛି।

All Right Reserved By

Model This Week

ନିକିତା

ଅନ୍ତର୍ଜାତୀୟ |

ରୁଷିଆ,ଚାଇନା ସହ ମୁକାବିଲା: ଆମେରିକା ନିର୍ମାଣ କରୁଛି ହାଇପରସୋନିକ୍‌ କ୍ଷେପଣାସ୍ତ୍ର

ରୁଷିଆ,ଚାଇନା ସହ ମୁକାବିଲା: ଆମେରିକା ନିର୍ମାଣ କରୁଛି ହାଇପରସୋନିକ୍‌ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୨୦।୪ : ରୁଷିଆ ଓ ଚାଇନା ସହ ମୁକାବିଲା କରିବା ପାଇଁ ଆମେରିକା ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନିର୍ମାଣ କରୁଛି। ଏଥିପାଇଁ ଆମେରିକା ବାୟସେନା ପ୍ରାୟ ଏକ ବିଲିୟନ୍‌ ଡଲାର ଖର୍ଚ୍ଚ କରିବ। ଏହାର ନିର୍ମାଣ ପାଇଁ ଲାକହିଡ୍‌ ମାର୍ଟିନ୍‌ କମ୍ପାନୀକୁ ୯୨୮ ନିୟୁତ ଡଲାର ପ୍ରଦାନ କରାଯାଇଛି।

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌ ଆରମ୍ଭ

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌ ଆରମ୍ଭ

ସିଓଲ, ୨୦।୪ : ଉତ୍ତରକୋରିଆ-ଦକ୍ଷିଣକୋରିଆ ମଧ୍ୟରେ ଶୁକ୍ରବାର ହଟ୍‌ଲାଇନ୍‌ ସେବା ଆରମ୍ଭ ହୋଇଛି। ଦୁଇଦେଶର ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌-ଉନ୍‌ ଓ ମୁନ୍‌ ଜେ-ଇନ୍‌ ଏହାକୁ ଆରମ୍ଭ କରିଛନ୍ତି। ଦୁଇନେତାଙ୍କ ମଧ୍ୟରେ କେବେ ସାକ୍ଷାତ ହେବ ସେନେଇ କୌଣସି ଦିନ ଧାର୍ଯ୍ୟ କରାଯାଇ ନାହିଁ।

ଶତ୍ରୁ ହେବେ ମିତ୍ର: କିମ୍‌ଙ୍କୁ ସାକ୍ଷାତ କରିବେ ଟ୍ରମ୍ପ୍‌

ଶତ୍ରୁ ହେବେ ମିତ୍ର: କିମ୍‌ଙ୍କୁ ସାକ୍ଷାତ କରିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୦।୪ : ରାଷ୍ଟ୍ରପ୍ରତି କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କୁ ସାକ୍ଷାତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ବିଶେଷ ଦୂତଙ୍କୁ ଉତ୍ତରକୋରିଆ ପଠାଇଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏନେକ ଏହାଦ୍ୱାରା ବିଶ୍ୱଶାନ୍ତିର ପଥ ଉନ୍ମୁକ୍ତ ହେବ ବୋଲି କହୁଥିବା ଜଣାପଡିଛି।

ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ଦକ୍ଷିଣକୋରିଆ: ମୁନ୍‌

ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ଦକ୍ଷିଣକୋରିଆ: ମୁନ୍‌

ସିଓଲ, ୧୯।୪ : ଦକ୍ଷିଣକୋରିଆ ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ବୋଲି ରାଷ୍ଟ୍ରପ୍ରତି ମୁନ୍‌ ଜେ-ଇନ୍‌ ଗୁରୁବାର ସୂଚିତ କରିଛନ୍ତି। ଉତ୍ତରକୋରିଆ ସହିତ ସମ୍ପର୍କରେ କ୍ରମଶଃ ସୁଧାର ହେଉଛି ଏବଂ ତାହାର ସୁଫଳ ଆଗାମୀ ଦିନରେ ମିଳିବ। ଦୁଇ କୋରିଆ ରାଷ୍ଟ୍ରଙ୍କ ମଧ୍ୟରେ ଏନେଇ ମିଳିତ ବୈଠକ ଊଦ୍ୟମ କରାଯାଉଥିବା ମୁନ୍‌ କହିଛନ୍ତି।

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ବିଶ୍ୱର ୯୫ ପ୍ରତିଶତ ଜନସଂଖ୍ୟା ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ। ଏନେଇ ଆମେରିକା ହେଲଥ୍‌ ଇଫେକ୍ଟସ୍‌ ପ୍ରତିଷ୍ଠାନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସର୍ଭେ ରିପୋର୍ଟରେ ସୂଚିତ କରାଯାଇଛି। ୨୦୧୬ରେ ପ୍ରଦୂଷିତ ବାୟୁ ଯୋଗୁ ପ୍ରାୟ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ମଲାଲାଙ୍କ ନାଁରେ ନାମିତ ହେଲା ପାକିସ୍ତାନର ଗାଁ

ମଲାଲାଙ୍କ ନାଁରେ ନାମିତ ହେଲା ପାକିସ୍ତାନର ଗାଁ

ରାଓ୍ବଲପିଣ୍ଡି,୧୯।୪: ପାକିସ୍ତାନର ରାଓ୍ବଲପିଣ୍ଡି ଜିଲାର ଏକ ଗାଁ ଏବେ ନୋବେଲ ବିଜେତା ମଲାଲା ୟୁସୁଫ ଜଇଙ୍କ ନାଁରେ ନାମିତ କରାଯାଇଛି। ସମାଜସେବୀ ବସିର ମଲ୍ଲିକ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୬ ବର୍ଷ ବିଦେଶରେ ରହିବା ପରେ ଗତ ମାସରେ ମଲାଲା ପାକିସ୍ତାନ ଭ୍ରମଣରେ ଆସିଥିଲେ।

୩୨ ହଜାର ଫୁଟରେ ରହି ସାହସ ଦେଖାଇଲେ ମହିଳା ପାଇଲଟ

୩୨ ହଜାର ଫୁଟରେ ରହି ସାହସ ଦେଖାଇଲେ ମହିଳା ପାଇଲଟ

ଓ୍ବାଶିଂଟନ,୧୯।୪: ନ୍ୟୁୟର୍କରୁ ଡେଲାସ୍‌ ଅଭିମୁଖେ ଯାଉଥିବା ସାଉଥ୍‌ଓ୍ବେଷ୍ଟ ଏୟାର ଲାଇନ୍ସର ଏକ ବିମାନରେ ବିସ୍ଫୋରଣ ଘଟିଥିବା ବେଳେ ମହିଳା ପାଇଲଟଙ୍କ ସାହସିକତା ଯୋଗୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି।

୬ ଦଶକ ପରେ କାସ୍ତ୍ରୋ ଯୁଗ ସମାପ୍ତି: ମିଗେଲ ଡିୟାଜ୍‌ଙ୍କ ହାତରେ ଶାସନ ଡୋର

୬ ଦଶକ ପରେ କାସ୍ତ୍ରୋ ଯୁଗ ସମାପ୍ତି: ମିଗେଲ ଡିୟାଜ୍‌ଙ୍କ ହାତରେ ଶାସନ ଡୋର

ଜାମାଇକା, ୧୯।୪ : ଦୀର୍ଘ ୬ ଦଶକ ଧରି କ୍ୟୁବାରେ କାସ୍ତ୍ରୋ ପରିବାରର ଏକଚାଟିଆ ଶାସନ ଶେଷ ହୋଇଛି। ରାଷ୍ଟ୍ରପତି ପଦରୁ ରାଉଲ କାସ୍ତ୍ରୋ ଇସ୍ତଫା ଦେଇଛନ୍ତି। ତାଙ୍କର ବିଶ୍ୱସ୍ତ ସହକର୍ମୀ ମିଗେଲ୍‌ ଡିୟାଜ୍‌ କନେଲ ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କ୍ୟୁବା ସଂସଦ ମିଗେଲଙ୍କ ନାମକୁ ସମର୍ଥନ କରିଛି।

୩୫ ବର୍ଷ ପରେ ସୌଦୀରେ ଖୋଲିବ ସିନେମା ହଲ: ଶୁକ୍ରବାର ପ୍ରଥମ ଶୋ’

୩୫ ବର୍ଷ ପରେ ସୌଦୀରେ ଖୋଲିବ ସିନେମା ହଲ: ଶୁକ୍ରବାର ପ୍ରଥମ ଶୋ’

ରିୟାଦ୍‌, ୧୯।୪ : ସୌଦୀରେ ଦୀର୍ଘ ୩୫ ବର୍ଷ ପରେ ଶୁକ୍ରବାର ପ୍ରଥମ ସିନେମା ହଲ୍‌ ଉଦ୍‌ଘାଟିତ ହେବ। ଏହା ସହିତ ପ୍ରଥମ ଶୋ’ ପ୍ରଦର୍ଶିତ ହେବ। ସୌଦୀର ମୌଳବାଦୀ ଶାସକ ସିନେମା ହଲ୍‌ ସ୍ଥାପନ ଉପରେ ଦୀର୍ଘଦିନର ନିଷେଦ୍ଧାଜ୍ଞା ହଟାଇବା ପରେ ଏହା ସମ୍ଭବ ହୋଇଛି। ଏହି ସିନେମା ହଲ୍‌କୁ ଆମେରିକା କମ୍ପାନୀ ଏଏମ୍‌ସି ନିର୍ମାଣ କରିଛି।

ଇଣ୍ଡୋନେସିଆରେ ଭୂକମ୍ପ

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା, ୧୯।୪ : ଇଣ୍ଡୋନେସିଆ କେନ୍ଦ୍ରୀୟ ଜାଭାର ବଞ୍ଜରନେଗର ଜିଲାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ନେସ୍‌କୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ। ନିୟମିତ ଯୋଗ କରି ସେ ଫିଟ୍‌ ଥିବା ଆଲୋଚନା ହେଉଥିବା ବେଳେ ଏବେ ଏହାର ରାଜ୍‌ ଖୋଲିଛନ୍ତି ନିଜେ ପ୍ରଧାନମନ୍ତ୍ରୀ।

ଏସିଡ୍‌ ଆକ୍ରମଣ: ୩ ଯୁବତୀ ଆହତ

ଏସିଡ୍‌ ଆକ୍ରମଣ: ୩ ଯୁବତୀ ଆହତ

ଇସଲାମାବାଦ୍‌, ୧୯।୪ : ପାକିସ୍ତାନ ପଞ୍ଜାବ ପ୍ରଦେଶ ଡାଙ୍ଗ୍‌ ଜିଲା ଗୁଜରାଟରେ ଏସିଡ୍‌ ଆକ୍ରମଣରେ ୩ ଯୁବତୀ ଆହତ ହୋଇଛନ୍ତି। ରାସ୍ତାରେ ଯାଉଥିବା ୩ ଯୁବତୀଙ୍କ ଉପରେ କିଛି ଯୁବକ ମୋଟରସାଇକେଲରେ ଆସି ଏସିଡ୍‌ ଆକ୍ରମଣ କରିଥିଲେ। ଆହତ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।