ମେଟ୍ରୋ |

ଏସ୍‌ସିବିରେ ଦୁର୍ଦ୍ଦଶା ଭୋଗୁଛନ୍ତି ରକ୍ତକର୍କଟ ରୋଗୀ

ଏସ୍‌ସିବିରେ ଦୁର୍ଦ୍ଦଶା ଭୋଗୁଛନ୍ତି ରକ୍ତକର୍କଟ ରୋଗୀ

କଟକ ଅଫିସ, ୧୦।୧୨- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏସ୍‌ସିବି ମେଡିକାଲ ରକ୍ତରୋଗ ବିଭାଗ (ହେମାଟୋଲୋଜି)ର ମୁଖ୍ୟ ପ୍ରଫେସର ଡା. ରବୀନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ହୋଇଥିଲା। ନଭେମ୍ବର ୨୩ ତାରିଖରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଡାକ୍ତର ଜେନାଙ୍କ ଘର, ଅଫିସ ସମେତ ୧୨ଟି ସ୍ଥାନରେ ଯାଞ୍ଚ କରାଯାଇଥିଲା। ମୁଖ୍ୟତଃ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌)ରୁ ଡାକ୍ତର ଜେନା କେତେ ଟଙ୍କା ରୋଗୀଙ୍କ ନିମନ୍ତେ ମଞ୍ଜୁର କରିଛନ୍ତି ଓ ଉକ୍ତ ଟଙ୍କାରେ କ’ଣ ସବୁ ଚିକିତ୍ସା ରୋଗୀଙ୍କୁ ଦିଆଯାଇଛି ସେନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଏ ସବୁ ଭିତରେ ନଭେମ୍ବର ୨୭ରୁ ଡାକ୍ତର ଜେନା ଛୁଟିରେ ଅଛନ୍ତି। ହେଲେ ଭିଜିଲାନ୍ସ ଚଢାଉ ପରେ ହେମାଟୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ବେଳା ଯେପରି ଖରାପ ପଡ଼ିଯାଇଛି। ଉକ୍ତ ବିଭାଗରେ ଭର୍ତ୍ତି ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରକ୍ତ କର୍କଟ ରୋଗରେ ପୀଡ଼ିତ। ଉକ୍ତ ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ। ତେଣୁ ଏହି ରୋଗୀଙ୍କ ଚିକିତ୍ସାକୁ ସହଜ କରିବା ନିମନ୍ତେ ସରକାର ଓଏସ୍‌ଟିଏଫ୍‌ରୁ ସହାୟତା ଦେଇଥାନ୍ତି। ବିଭାଗୀୟ ମୁଖ୍ୟ ପ୍ରଫେସରଙ୍କ ଜରିଆରେ ଓଏସ୍‌ଟିଏଫ୍‌ ଅର୍ଥ ମଞ୍ଜୁର ହୋଇଥାଏ। ହେଲେ ଭିଜିଲାନ୍ସ ଚଢାଉ ପରେ ଡାକ୍ତର ଜେନା ଛୁଟିରେ ଯିବା ଓ ଓଏସ୍‌ଟିଏଫ୍‌ ମଞ୍ଜୁର ପାଇଁ ଉକ୍ତ ବିଭାଗରେ ଆଉ କୌଣସି ଡାକ୍ତରଙ୍କୁ କ୍ଷମତା ନ ମିଳିବା ରୋଗୀଙ୍କୁ ହୀନସ୍ତାରେ ପକାଇଛି।
ଅଦ୍ୟାବଧି ୬ ଜଣ ରୋଗୀ ଓଏସ୍‌ଟିଏଫ୍‌ ପାଇବା ପାଇଁ ଅପେକ୍ଷା କରିଥିବାବେଳେ ସେମାନଙ୍କ ଅର୍ଥ କିଭଳି ମଞ୍ଜୁର କରାଯିବ ସେନେଇ କେହି ତତ୍ପର ହେଉନାହାନ୍ତି। କେତେଜଣ ରୋଗୀ ଜମିବାଡି ବିକ୍ରି କରି ଏଠାରେ ଚିକିତ୍ସିତ ହେବା ଭଳି ଘଟଣା ଘଟିଲାଣି। ବ୍ରହ୍ମପୁର ଅଞ୍ଚଳରୁ ଆସିଥିବା ଜଣେ ରୋଗୀ ସମ୍ପର୍କୀୟ କୁହନ୍ତି, ଗଁାରୁ ହାତଉଧାରି କରି ଏଠାକୁ ଚିକିତ୍ସା ନିମନ୍ତେ ଆସିଥିଲି। ଓଏସ୍‌ଟିଏଫ୍‌ ସହାୟତାରେ ଚିକିତ୍ସା ମିଳିବ ବୋଲି ଜାଣିଥିଲି। ମାତ୍ର ୧୫ ଦିନ ହେବ ମୋ ଆବେଦନ ପଡ଼ିରହିଛି। ଏଠାରେ ଡାକ୍ତରଙ୍କୁ ପଚାରିଲାବେଳକୁ ଆମର ସେ କ୍ଷମତା ନାହିଁ କୁହାଯାଉଥିବାବେଳେ ଓଏସ୍‌ଟିଏଫ୍‌ ସେକ୍ସନର କର୍ମଚାରୀମାନେ ଅପେକ୍ଷା କରିବାକୁ କହୁଛନ୍ତି। ବାଧ୍ୟହୋଇ ଗଁାରେ ଥିବା ଚାଷଜମି ବିକ୍ରି କରିବାକୁ ଯୋଜନା କରିଛି ବୋଲି କହିଛନ୍ତି। ନିଆଳି ଅଞ୍ଚଳରୁ ଆସିଥିବା କୁନି ସ୍ବାଇଁ ନାମକ ଜଣେ ମହିଳା ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୦ହଜାର ଟଙ୍କା ଖର୍ଚ୍ଚ କରି ଏସ୍‌ସିବିକୁ ଆସିଥିଲେ। ୧୫ଦିନ ମଧ୍ୟରେ ଏଠାରେ ୨୨ହଜାର ଟଙ୍କା ଖର୍ଚ୍ଚ ହେଲାଣି। ତଥାପି ଓଏସ୍‌ଟିଏଫ୍‌ ମଞ୍ଜୁର ହୋଇ ନ ଥିବା କୁନିଙ୍କ ପୁଅ କହିଛନ୍ତି। ଏଭଳି ପରିସ୍ଥିତିରେ ସାମାଜିକ କର୍ମୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୧୫ ଦିନ ହେବ ସରକାରଙ୍କ ରୋଗୀ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ପାଣ୍ଠି ହେମାଟୋଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ରୋଗୀଙ୍କ ପାଇଁ ମଞ୍ଜୁର ହୋଇପାରୁ ନ ଥିବାବେଳେ ମେଡିକାଲ ପ୍ରଶାସନ ହାତବାନ୍ଧି ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି।
ଓଏସ୍‌ଟିଏଫ୍‌ ସେକ୍ସନର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ମେଡିକାଲ ପକ୍ଷରୁ ଏ ନେଇ ଆର୍‌ଡିସିଙ୍କ ମତାମତ ଲୋଡାଯାଇଛି। ସେଠାରୁ କ୍ଲିୟରାନ୍ସ ମିଳିବା ପରେ ଏ କ୍ଷେତ୍ରରେ ଯାହା କିଛି କରାଯିବ। ମେଡିକାଲ ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ପ୍ରସଙ୍ଗ ତାଙ୍କ ନଜରକୁ ଆସି ନ ଥିବା କହିଥିଲେ। କେବଳ ଓଏସ୍‌ଟିଏଫ୍‌ ନୁହେଁ ଦୀର୍ଘଦିନ ହେବ ହେମାଟୋଲୋଜି ବିଭାଗର ଗୁରୁତ୍ୱପୂର୍ଣ୍ଣ କୁଆଗୁଲୋମିଟର ମେଶିନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଫଳରେ ହେମୋଫିଲିଆ ରୋଗୀମାନେ ରକ୍ତ ପରୀକ୍ଷା ନିମନ୍ତେ ସମସ୍ୟା ଭୋଗୁଛନ୍ତି। ଏହି ପରୀକ୍ଷା ପାଇଁ ଘରୋଇ କେନ୍ଦ୍ରଗୁଡ଼ିକ ୫ରୁ ୧୦ହଜାର ଟଙ୍କା ନେଉଥିବା ବେଳେ ମେଶିନ ସଜଡ଼ା ନ ଯିବା ପଛରେ ଷଡ଼ଯନ୍ତ୍ର ଥିବା ସାମାଜିକ କର୍ମୀମାନେ କହୁଛନ୍ତି।

All Right Reserved By

Model This Week

ନିକିତା

ମେଟ୍ରୋ |

ଫସଲ ବିବିଧକରଣକୁ ଆପଣେଇଲେ ଲାଭବାନ ହେବେ ଚାଷୀ

ଫସଲ ବିବିଧକରଣକୁ ଆପଣେଇଲେ ଲାଭବାନ ହେବେ ଚାଷୀ

କଟକ ଅଫିସ, ୨୩।୪- ୨୦୨୨ ସୁଦ୍ଧା ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏ ଦିଗରେ ସରକାରଙ୍କ ପ୍ରୟାସକୁ ତ୍ୱରିତ କରିବା ପାଇଁ ଚାଷୀମାନେ ଆଗେଇ ଆସିବା ଦରକାର। ତେବେ ଫସଲ ବିବିଧକରଣକୁ ଆପଣେଇଲେ ଚାଷୀମାନେ ଅଧିକ ଲାଭବାନ ହେବେ। ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆରଆରଆଇ)ର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ସୋମବାର ପ୍ରତିଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ଏହା କହିଥିଲେ।

କୋମାରେ ସାଲେପୁର ପୀଡ଼ିତା

କୋମାରେ ସାଲେପୁର ପୀଡ଼ିତା

କଟକ ଅଫିସ, ୨୩।୪- ବଳାତ୍କାର ଶିକାର ହେବା ପରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସାଲେପୁର ଅଞ୍ଚଳର ୬ ବର୍ଷ ବୟସର ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି। ମେଡିକାଲର ଶିଶୁ ରୋଗ ବିଭାଗ ଆଇସିୟୁରେ ପୀଡ଼ିତା କୋମାରେ ଅଛନ୍ତି। ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ତାଙ୍କର ଚିକିତ୍ସା ଜାରି ରହିଛି।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

ଭୁବନେଶ୍ୱର, ୨୩।୪(ବ୍ୟୁରୋ) - ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ଓଡ଼ିଶାରେ ଘଟୁଛି। ଲୋକେ ଟ୍ରାଫିକ ନିୟମକୁ ପାଳନ କରୁନାହାନ୍ତି। ବାଇକ୍‌ ଚାଳକମାନେ ହାତରେ ଓ ଗାଡ଼ି ହ୍ୟାଣ୍ଡେଲ୍‌ରେ ହେଲ୍‌ମେଟ୍‌ ରଖି ଗାଡ଼ି ଚଳାଉଛନ୍ତି। କାର ଚଳାଇବା ସମୟରେ ଚାଳକ ସିଟ୍‌୍‌ ବେଲ୍ଟ ପିନ୍ଧୁ ନାହାନ୍ତି। ଚେକିଂ ହେଉଥିବା ବା ଟ୍ରାଫିକ ପୋଷ୍ଟ ଦେଖିଲେ ସେମାନଙ୍କର ନିୟମ କଥା ମନେ ପଡୁଛି।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲେ ମହିଳା

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲେ ମହିଳା

ପୁରୀ ଅଫିସ, ୨୩।୪: ବାସେଳି ସାହି ଥାନା ଅଧୀନ ଗୋଖା ସାହି ମହିଳା ସମିତି ସଭାନେତ୍ରୀ ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି।

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୩।୪: ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତରକୁ ନେଇ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ସୋମବାର ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଏରିୟର ଟଙ୍କା ପାଇଁ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

ସଡ଼କ ସୁରକ୍ଷା ପାଇଁ ସଚେତନତା

ସଡ଼କ ସୁରକ୍ଷା ପାଇଁ ସଚେତନତା

ଖୋର୍ଦ୍ଧା ଅଫିସ,୨୩।୪: ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲା ଆମ ପୋଲିସ ପକ୍ଷରୁ ସୋମବାର ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟାଉନ ଥାନାଠାରୁ ବାହାରି ଏହି ଶୋଭାଯାତ୍ରା ନୂଆ ବସ୍‌ଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା।

ନିଆଁରେ ପୋଡି ମହିଳା ମୃତ

ନିଆଁରେ ପୋଡି ମହିଳା ମୃତ

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଦୀପ ନିଆଁରେ ପୋଡିହୋଇ ସାଲିଆସାହି ଅଞ୍ଚଳର ଜଣେ ମହିଳାଙ୍କର ସୋମବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ଜ୍ୟୋତିର୍ମୟୀ ରଥ ।

ସମୁଦ୍ରକୂଳ ଥାନା ପକ୍ଷରୁ ଜଳଛତ୍ର ଆରମ୍ଭ

ସମୁଦ୍ରକୂଳ ଥାନା ପକ୍ଷରୁ ଜଳଛତ୍ର ଆରମ୍ଭ

ପୁରୀ ଅଫିସ,୨୩।୪: ସମୁଦ୍ରକୂଳ ଥାନା ପକ୍ଷରୁ ଥାନା ଆଗରେ ସୋମବାର ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ଥାନା ଆଇଆଇସି ବିଶ୍ୱରଞ୍ଜନ ସେପାପତି ଏହାକୁ ଉଦ୍‌ଘାଟନ କରିଛନ୍ତି।

ଜିଲାପାଳଙ୍କ ଜନ ଶୁଣାଣି

ଜିଲାପାଳଙ୍କ ଜନ ଶୁଣାଣି

ସାକ୍ଷୀଗୋପାଳ,୨୩।୪(ଡି.ଏନ୍‌.ଏ.): ସତ୍ୟାବାଦୀ ବ୍ଲକରେ ସୋମବାର ପୁରୀ ଜିଲାପାଳଙ୍କ ଜନ ଶୁଣାଣି ଶିବିିର ଅନୁଷ୍ଠିତ ହୋଇଯାଇଛି। ମୋଟ ୯୮ ଅଭିଯୋଗ ଶୁଣିବାପରେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ ଦେଇଥିଲେ।

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

କମ୍ପୁଟର ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ଆଇସିଟି ବିଦ୍ୟାଳୟ ସଂଯୋଜନ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରାୟ ୪ ହଜାର ବିଦ୍ୟାଳୟ ସଂଯୋଜକ ସାମିଲ ହୋଇଥିଲେ।

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ପଦ ସହ ବହୁସଂଖ୍ୟକ ପଦ ଖାଲି ପଡିଛି। ସେଗୁଡିକ ମଧ୍ୟରେ ରହିଛି ୩ ସଦସ୍ୟ ପଦ, ଗୋଟିଏ ସଦସ୍ୟଙ୍କ ବ୍ୟକ୍ତିଗତ ସଦସ୍ୟ, ଗୋଟିଏ ବ୍ୟକ୍ତିଗତ ସହାୟକ, ଗୋଟିଏ ଲାଇବ୍ରେରିଆନ, ୬ ବରିଷ୍ଠ ସହାୟକ, ୩ କନିଷ୍ଠ ସହାୟକ ଇତ୍ୟାଦି।