Dharitri News
ମେଟ୍ରୋ |

ବିଜେଡି ପ୍ରତିଷ୍ଠା ଦିବସକୁ ନେଇ ପ୍ରସ୍ତୁତି ଆରମ୍ଭ

ବିଜେଡି ପ୍ରତିଷ୍ଠା ଦିବସକୁ ନେଇ ପ୍ରସ୍ତୁତି ଆରମ୍ଭ ପୁରୀ ଅଫିସ, ୧୦।୧୨: ଶ୍ରୀକ୍ଷେତ୍ରରେ ବିଜୁ ଜନତା ଦଳ(ବିଜେଡି) ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ଏବଂ ୨୦ ବର୍ଷ ପୂର୍ତ୍ତି ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି। ଇନ୍‌ଡୋର ଷ୍ଟାଡିୟମ ପାର୍ଶ୍ୱସ୍ଥ ଜମିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ତେବେ ରବିବାର ଏକ ସ୍ବତନ୍ତ୍ର ଟିମ୍‌ ପୁରୀ ଆସି ଉତ୍ସବସ୍ଥଳକୁ ବୁଲି ଅନୁଧ୍ୟାନ କରିଛନ୍ତି। ଏହି ଟିମ୍‌ରେ ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ପ୍ରମୁଖ ଥିଲେ। ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ୩୦ହଜାରରୁ ଊର୍ଦ୍ଧ୍ୱ ଜନସମାଗମ ହେବା ଅନୁମାନ କରାଯାଉଛି। ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରିି ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସରକାରଙ୍କ ଜନହିତକାରୀ ଯୋଜନାଗୁଡିକୁ ଦଳ ତୃଣମୂଳସ୍ତରରେ କିଭଳି ପହଞ୍ଚାଯାଇପାରିବ ସେ ନେଇ କାର୍ଯ୍ୟକ୍ରମରେ ମଧ୍ୟ ଆଲୋଚନା କରାଯିବାର ଯୋଜନା ରହିଛି।

ମେଟ୍ରୋ |

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ପୁରୀ ଅଫିସ,୨୨।୧: ଜଗତ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠରେ ଅଭିଷେକ ହେବାକୁ ସୋମବାର ୨୫ବର୍ଷ ପୁରିଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ପୂର୍ତ୍ତି ମହୋତ୍ସବ ପାଳନ କରାଯାଉଛି।

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସ୍ବର୍ଗଦ୍ବାରରୁ ଫେରି ଶେଷଯାତ୍ରାରେ ସମ୍ପର୍କୀୟ

ସାକ୍ଷୀଗୋପାଳ,୨୨।୧(ଡି.ଏନ୍‌.ଏ): ସତ୍ୟବାଦୀ ଥାନା ଶୁକଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳେ ଏହି ଦୁଃଖଦାୟକ ଘଟଣା ନେଇ ସୂଚନା ପାଇ କଣାସ ଓ ସତ୍ୟବାଦୀରୁ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ: ଭୁବନେଶ୍ୱରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଜି

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ: ଭୁବନେଶ୍ୱରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଜି

ପୁରୀ ଅଫିସ,୨୧ା୧: ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗୋବର୍ଦ୍ଧନ ପୀଠରେ ଅଭିଷେକ ହେବାର ସୋମବାର ୨୫ ବର୍ଷ ପୂରଣ ହେଉଛି। ଏହାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଆରମ୍ଭ ହେବ।

  ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୧(ଡି.ଏନ.ଏ)- ଚାକିରି କରିବାର ସ୍ବପ୍ନ ଥିଲା। ଆଗକୁ ଏକ ସରକାରୀ ଚାକିରି ପାଇଁ ସନ୍ତରଣ ପରୀକ୍ଷା ମଧ୍ୟ ଥିଲା। ଏଥିପାଇଁ ସାଙ୍ଗ ସହ ମିଶି ଜୋରଦାର ପ୍ରସ୍ତୁତି ଚଳାଇଥିଲେ।

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଭୁବନେଶ୍ୱର, ୨୧।୧(ବ୍ୟୁରୋ)- ଘରେ ସ୍ତ୍ରୀ ଥାଇ ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତିରେ ଡାକ୍ତର ସ୍ବାମୀ ବ୍ୟସ୍ତ ରହୁଥିଲେ। ଶେଷରେ ତାଙ୍କ ସ୍ତ୍ରୀ ଗୁପ୍ତଚର ଲଗାଇ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି।

୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

କଟକ ଅଫିସ,୨୧।୧: ୮ ଜିଲାରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ରୋକାଯିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୧୭ -୧୮ ବର୍ଷରେ ୪୪୦୭.୭୩ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏ ନେଇ ରବିବାର ପୋଲିସ ମହାନିର୍ଦ୍ଦେଶକ ଡ. ଆର ପି ଶର୍ମା ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଚମ୍ପୁ ୨୫୦ ବର୍ଷର ପ୍ରାଚୀନ ସୃଷ୍ଟି

ଚମ୍ପୁ ୨୫୦ ବର୍ଷର ପ୍ରାଚୀନ ସୃଷ୍ଟି

ସାାକ୍ଷୀଗୋପାଳ, ୨୧।୧(ଡି.ଏନ.ଏ.): ପୁରୀ ଜିଲା ସତ୍ୟବଦୀର ବୀରଗୋବିନ୍ଦପୁର ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପରିସରରେ ରବିବାର ଓଡ଼ିଶୀ ସଙ୍ଗିତରେ ଚମ୍ପୁର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶୀ ସଙ୍ଗିତ ଗୁରୁ ରାମହରି ଦାସ ଅଧ୍ୟକ୍ଷତା କରିଥିଲେ।

ଗ୍ରାମବସୀଙ୍କ ଗଣଧାରଣା

ଗ୍ରାମବସୀଙ୍କ ଗଣଧାରଣା

ବ୍ରହ୍ମଗିରି,୨୧।୧(ଡି.ଏନ୍‌.ଏ): ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେଣ୍ଢା ଗ୍ରାମବସୀଙ୍କ ପକ୍ଷରୁ ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ରବିବାର ଗଣଧାରଣା ଦିଆଯାଇଛି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ନିର୍ଝର ହତ୍ୟାକାଣ୍ଡ: ଭାବୀପତ୍ନୀଙ୍କୁ ପଚରାଉଚରା କରିବ ପୋଲିସ

କଟକ ଅଫିସ, ୨୦।୧- ଚୌଦ୍ୱାର କପାଳେଶ୍ୱରର ଲିଟିଲ ଓରଫ ନିର୍ଝର ବେହେରା ହତ୍ୟା ମାମଲାରେ ପୋଲିସ ନିର୍ଝରଙ୍କ ଭାବୀପତ୍ନୀଙ୍କୁ ପଚରାଉଚରା କରିବ। ଅନ୍ୟପକ୍ଷରେ ଅଭିଯୁକ୍ତ ସମ୍ବିତ କୁମାର ସେନାପତିଙ୍କୁ ଶନିବାର ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସହରାଞ୍ଚଳ ବସ୍‌ ସେବା: ଗଠନ ହେବ ସିଆରୟୁଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ)-ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ(ବିପିଟିଏସଏଲ) ସହିତ କଟକ ଟ୍ରାନ୍ସପୋର୍ଟ ସର୍ଭିସ୍‌ର ବିଲୟ ହେବ। ଉଭୟ ସଂସ୍ଥାର ବିଲୟ ହୋଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(ସିଆରୟୁଟି) ନାମରେ ନୂତନ ପରିବହନ ସଂସ୍ଥା ଗଠନ ହେବ। ଏହି ସଂସ୍ଥା କଟକ, ଭୁବନେଶ୍ୱର, ପୁରୀ ଓ କୋଣାର୍କ ଅଞ୍ଚଳରେ ଜନସାଧାରଣଙ୍କୁ ବସ ସେବା ଯୋଗାଇ ଦେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁମୋଦନ କରିଛନ୍ତି।