Dharitri News
ମେଟ୍ରୋ |

ଚିନ୍ମୟ ହନୁମତ ମହୋତ୍ସବର ସପ୍ତମ ସନ୍ଧ୍ୟା: ‘ସଫଳତା ପାଇଁ ଅବିରତ ଉଦ୍ୟମ ଲୋଡ଼ା’

ଚିନ୍ମୟ ହନୁମତ ମହୋତ୍ସବର ସପ୍ତମ ସନ୍ଧ୍ୟା: ‘ସଫଳତା ପାଇଁ ଅବିରତ ଉଦ୍ୟମ ଲୋଡ଼ା’ କଟକ ଅଫିସ, ୯।୧୨- ସମସ୍ତେ ଚାହାନ୍ତି ବଡ଼ ଲକ୍ଷ୍ୟ ହାସଲ ଓ ଜୀବନରେ ସଫଳତା ପ୍ରାପ୍ତି। ସେଥିପାଇଁ ନିଜ ଜୀବନର ଦାୟିତ୍ୱ ବହନ କରିବା ଦରକାର। ସଫଳତା ପାଇଁ ଅବିରତ ଉଦ୍ୟମ ଲୋଡ଼ା। ଦାୟିତ୍ୱ ଶେଷ ନ ହେବା ଯାଏ ହଲିବା ଉଚିତ ନୁହେଁ। ନିଜେ ନିଜକୁ ଉଠାଇବା ଦରକାର। ନିଜକୁ କେବେ ପଡ଼ିଯିବାକୁ ଦେବା ନାହିଁ। ଯେକୌଣସି ପରିସ୍ଥିତି ଆସୁ ତାହା ତିକ୍ତ ନୁହେଁ ମଧୁର ହେଉ। ନିଜକୁ ନିଜେ ମାପିବା ବେଳେ କେବେ ନ୍ୟୁନତା ନରହୁ। ମୁଁ ନିଶ୍ଚୟ ପାରିବି ଏପରି ଭାବ ମନ ଭିତରେ ରହୁ। ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଚିନ୍ମୟ ହନୁମତ ମହୋତ୍ସବର ସପ୍ତମ ଦିବସ ଶନିବାର ଅପରାହ୍ନରେ ବକ୍ତାଭାବେ ଯୋଗଦେଇ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ବିଦ୍ୟାର୍ଥିମାନଙ୍କୁ ଏହା କହିଥିଲେ। ବିଦ୍ୟାର୍ଥୀମାନେ ନିଜର ଏକ ସ୍ବତନ୍ତ୍ରତା ରଖନ୍ତୁ। କେବେ ବି ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ନିଜେ ନିଜ ମନର ଶ୍ରେଷ୍ଠ ବନ୍ଧୁ ବୋଲି ବିବେଚନା କରନ୍ତୁ। ଜଣେ ନିଜ ଭିତରେ ଶୃଙ୍ଖଳା ରଖିଲେ ଉନ୍ନତି ପଥରେ ଆଗେଇବେ। ମନକୁ କେବେ ଚଞ୍ଚଳ ଓ ଚପଳ କରିବେ ନାହିଁ। ତା’ହେଲେ ପ୍ରେରଣା ଅନ୍ତର ଭିତରୁ ଆସିବ। ପ୍ରତ୍ୟେକଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଉଚିତ୍‌। ଚାପମୁକ୍ତ ରହିବା ସଫଳତାର ଗୁପ୍ତ ରହସ୍ୟ ବୋଲି ଗୀତାରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିଲେ। ଏସବୁ ଗୁଣ ହନୁମାନଜୀଙ୍କ ଠାରେ ରହିଥିଲା। ଏଥିପାଇଁ ପ୍ରତି ବିଦ୍ୟାର୍ଥୀ ନିଜେ ନିଜକୁ ପରୀକ୍ଷା କରନ୍ତୁ। ନିଜର ଲକ୍ଷ୍ୟ ନିଜେ ସ୍ଥିର କରନ୍ତୁ। ଦୀର୍ଘସ୍ଥାୟୀ ଆନନ୍ଦ ପାଇବା ଏବଂ ନିଜର ଉପକାର ସହ ଅନ୍ୟମାନେ ଯେମିତି ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦେବା ନିଜର ନୀତି ହେବା ଉଚିତ ବୋଲି ସ୍ବାମୀଜୀ କହିଥିଲେ। ଅନ୍ୟତମ ବକ୍ତା ଡ. ଅଚ୍ୟୁତ ସାମନ୍ତ ବିଦ୍ୟାର୍ଥିମାନଙ୍କୁ ଆଧ୍ୟାତ୍ମିକ ଭାବ ନେଇ ଲକ୍ଷ୍ୟପ୍ରାପ୍ତି ଦିଗରେ ଆଗେଇବାକୁ କହିଥିଲେ। ସାଧୁତା, ସଚ୍ଚୋଟତା ସାଙ୍ଗକୁ ଧୌର୍ଯ୍ୟଶକ୍ତି ରହିଲେ ଛାତ୍ରୀଛାତ୍ରମାନେ ଆଗକୁ ବଢ଼ିପାରିବେ। ସେମାନେ ନିଜର ଲକ୍ଷ୍ୟ ସ୍ଥିର ରଖିବେ। ନିଷ୍ଠା ଦ୍ୱାରା ସବୁକିଛି ସମ୍ଭବ। ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ନିଷ୍ଠା ରଖିବା ଦରକାର ବୋଲି ଡ. ସାମନ୍ତ କହିଥିଲେ। ସାନ୍ଧ୍ୟ ଅଧିବେଶନରେ ସ୍ବାମୀ ତେଜୋମୟାନନ୍ଦ ସରସ୍ବତୀ କହିଲେ, ବିଭିନ୍ନ ଧର୍ମରେ ଈଶ୍ୱରଙ୍କ ସ୍ବରୂପକୁ ଭିନ୍ନଭିନ୍ନ ଭାବରେ ଉପସ୍ଥାପନ କରାଯାଉଛି। ହେଲେ ଈଶ୍ୱର ଏକ। ଏହି ଅବସରରେ ମହୋତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ ମା’, କମିଟି ଉପାଧ୍ୟକ୍ଷ ଡ. କିଶନଲାଲ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭ୍ୟର୍ଥନା କମିଟି ସମ୍ପାଦକ ଲକ୍ଷ୍ମଣ ସାମନ୍ତରାୟ, ଚିନ୍ମୟ ମିଶନ ଓଡ଼ିଶା ମୁଖ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ, ଚିନ୍ମୟ ମିଶନ ଜାତୀୟ ପ୍ରଶାସନିକ ମୁଖ୍ୟ ସ୍ବାମୀ ସ୍ବରୂପାନନ୍ଦଙ୍କ ସମେତ ବହୁ ସାଧୁ ଉପସ୍ଥିତ ଥିଲେ। କମିଟି ସହସମ୍ପାଦକ ସଂଗ୍ରାମ କେଶରୀ କରଣ, ରଣଜିତ୍‌ ରାଉତ, ରାଜକିଶୋର ସ୍ବାଇଁ, ମହେଶ୍ୱର ସାହୁ, ପୂର୍ଣ୍ଣଚନ୍ଦ୍ର ଦ୍ୱିବେଦୀ ଓ ନୀହାର ରଞ୍ଜନ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମେଟ୍ରୋ |

ଏଣିକି ଭକ୍ତ ଦେଖିବେ ହୁଣ୍ଡି ଗଣତି

ଏଣିକି ଭକ୍ତ ଦେଖିବେ ହୁଣ୍ଡି ଗଣତି

ପୁରୀ ଅଫିସ,୧୮।୧: ଏଣିକି ଶ୍ରୀମନ୍ଦିର ହୁଣ୍ଡି ଗଣତି ଦେଖିପାରିବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ହୁଣ୍ଡିରେ ଭକ୍ତମାନେ କ’ଣ ଦାନ ଦେଇଛନ୍ତି ତାହା ମଧ୍ୟ ଜାଣିପାରିବେ। ଏହି ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କ ଉଦ୍ଦେଶ୍ୟରେ ଗୁରୁବାର ଶ୍ରୀମନ୍ଦିର ବେଢା ଶାଖା କାର୍ଯ୍ୟାଳୟ ନିକଟରେ ଲାଗିଛି ଏଲ୍‌ଇଡି ଟିଭି।

ପୁରୀ ରେଳଷ୍ଟେଶନ ନିକଟରେ ବିଜେଡିର ପ୍ରତିବାଦ ସଭା

ପୁରୀ ରେଳଷ୍ଟେଶନ ନିକଟରେ ବିଜେଡିର ପ୍ରତିବାଦ ସଭା

ପୁରୀ ଅଫିସ, ୧୮।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ (ସିଏସ୍‌ଟି) ଷ୍ଟେଶନରେ ଲଗାଯାଇଥିବା ଶ୍ରୀମନ୍ଦିର ସମ୍ପର୍କିତ ବିବାଦୀୟ ପୋଷ୍ଟରକୁ ନେଇ ଭାଜପାକୁ ଘେରିଛି ବିଜେଡି।

୨ ଅଙ୍ଗନୱାଡ଼ିର ଫଳକ ଭାଙ୍ଗିଲେ ସରପଞ୍ଚଙ୍କ ସମର୍ଥକ

୨ ଅଙ୍ଗନୱାଡ଼ିର ଫଳକ ଭାଙ୍ଗିଲେ ସରପଞ୍ଚଙ୍କ ସମର୍ଥକ

ପୁରୀ ଅଫିସ, ୧୮।୧: ଗୁରୁବାର ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। କିନ୍ତୁ ବାଲିପଡା ଏବଂ ଝିଙ୍କିରିଆ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା।

ଅନ୍ନପୂର୍ଣ୍ଣା ମଞ୍ଚରେ ‘ମୁଁ ଏକ ଅସଫଳ ନାୟକ’

ଅନ୍ନପୂର୍ଣ୍ଣା ମଞ୍ଚରେ ‘ମୁଁ ଏକ ଅସଫଳ ନାୟକ’

ପୁରୀ ଅଫିସ,୧୮।୧: ଆଜିର ସମାଜ ବଡ଼ ବିଚିତ୍ରମୟ। ସମସ୍ତେ ନିଜ ପାଇଁ ବ୍ୟସ୍ତ। ନିଜେ ଭଲରେ ରହିବେ, ଭଲ ପିନ୍ଧିବେ, ଭଲ ଖାଇବେ ଆଉ ସବୁଥିରେ ସଫଳତା ପାଇବେ। ଏମିତି ଚିନ୍ତାରେ ମଣିଷ ସର୍ବଦା ଧାଉଁଛି।

ଫ୍ରାଞ୍ଚାଇଜ୍‌ ସ୍ବାର୍ଥରେ ସେସୁ

ଭୁବନେଶ୍ୱର,୧୮।୧(ବ୍ୟୁରୋ)- ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀମାନେ ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଗ୍ରାହକଙ୍କ ଉପରୋକ୍ତ ସମସ୍ୟାକୁ ସମାଧାନ କରିବାରେ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ସେସୁ ମ୍ୟାନେଜମେଣ୍ଟ ଆଖିବୁଜି ବସିଛି। କାହିଁକି ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକ ବିଫଳ ହେଉଛନ୍ତି ତାହାର ସମୀକ୍ଷା କରାଯାଉନାହିଁ। ଏଭଳିସ୍ଥଳେ ବିନା ଟେଣ୍ଡରରେ ଫ୍ରାଞ୍ଚାଇଜ୍‌ କମ୍ପାନୀଗୁଡ଼ିକର କାର୍ଯ୍ୟକାଳ ପୁଣିଥରେ ବୃଦ୍ଧି ପାଇଁ ମସୁଧା ଚାଲିଛି।

ଚିଟ୍‌ଫଣ୍ଡ ତଦନ୍ତ କମିଶନ: ଦାଖଲ ହେଲା ଚତୁର୍ଥ ଅନ୍ତରୀଣ ରିପୋର୍ଟ

କଟକ ଅଫିସ, ୧୮।୧- ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନ ଗୁରୁବାର ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। କମିଶନଙ୍କ ସଚିବ ଦେବରାଜ ରାଉତ ସିଲ୍‌ କଭରରେ ୬୮୯୧ ପୃଷ୍ଠାର ଏହି ରିପୋର୍ଟକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି।

ଏକ୍ସପାଏରି ଔଷଧ ଖାଇବେ ରୋଗୀ

ଏକ୍ସପାଏରି ଔଷଧ ଖାଇବେ ରୋଗୀ

କଟକ ଅଫିସ, ୧୮।୧- ନିରାମୟ ଯୋଜନାରେ ସରକାର ଯୋଗାଣ କରିଥିବା ମାଗଣା ଔଷଧକୁ ନେଇ ଏକ ବଡ଼ଧରଣର ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରୁ ଏହା ଧରାପଡିଛି। ଜାନୁୟାରୀ ୧୬ ତାରିଖରେ ରୋଗୀଙ୍କୁ ଦିଆଯାଇଥିବା ଔଷଧର ଅବଧି ଫେବୃୟାରୀ ପର୍ଯ୍ୟନ୍ତ ରହିଛି। ଅର୍ଥାତ ମାତ୍ର ୪୪ଦିନ ଔଷଧର ଅବଧି ଥିବା ବେଳେ ରୋଗୀଙ୍କୁ କେଉଁଠି ଦୁଇମାସ, ଅଢେଇମାସ ଓ ସ୍ଥଳବିଶେଷରେ ୩ମାସ ପାଇଁ ଦିଆଯାଇଛି।

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ପଲିଥିନ ବ୍ୟାଗ୍‌ କଟକଣା: ବ୍ୟବସାୟୀ ଦେବେ ମାସକୁ ୪ ହଜାର

ଭୁବନେଶ୍ୱର,୧୮।୧(ବ୍ୟୁରୋ)-ଏଣିକି ବ୍ୟବସାୟୀମାନେ ଆଉ ମାଗଣାରେ ମନଇଚ୍ଛା ପଲିଥିନ ବ୍ୟାଗ୍‌ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ଦେବାକୁ ହେବ ପଞ୍ଜୀକରଣ ଫି। ମାସକୁ ୪ ହଜାର ଟଙ୍କା ହିସାବରେ ବର୍ଷକୁ ୪୮ ହଜାର ଟଙ୍କା ଫି ଦାଖଲ କରିବାକୁ ପଡିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।

ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ

ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ରାଜ୍ୟରେ ୪୦୦୦ ଡାକ୍ତର ପଦବୀ ଖାଲି ପଡିଛି। ସେଗୁଡ଼ିକ ପୂରଣ ପାଇଁ ସରକାର କୋରାପୁଟ ଏବଂ ବାରିପଦାରେ ୨ଟି ନୂଆ ମେଡିକାଲ କଲେଜ ଖୋଲିଛନ୍ତି।

ଅଭିଯୋଗ କରିବାକୁ ଆସିଥିବା ପୋଲିସ କର୍ମଚାରୀଙ୍କୁ ଗାଳି

ଅଭିଯୋଗ କରିବାକୁ ଆସିଥିବା ପୋଲିସ କର୍ମଚାରୀଙ୍କୁ ଗାଳି

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ପୋଲିସ ଲୋକଙ୍କ ନିକଟତର ହୋଇ କାମ କରିବାକୁ ଡିଜିପିଙ୍କଠାରୁ ଆରମ୍ଭ କରି କମିଶନର, ଡିସିପି ନିର୍ଦ୍ଦେଶ ଦେଉଛନ୍ତି। କିନ୍ତୁ ଥାନାରେ ଏହାର ଓଲଟା ହେଉଛି। ଅଧିକାଂଶ କ୍ଷେତ୍ରରେ ଅଭିଯୋଗକାରୀମାନଙ୍କୁ କଦର୍ଯ୍ୟ ବ୍ୟବହାର କରାଯାଉଛି।

ପୋଲିସ ସହ ଅଭିଯୁକ୍ତଙ୍କ ସେଲ୍‌ଫି

ପୋଲିସ ସହ ଅଭିଯୁକ୍ତଙ୍କ ସେଲ୍‌ଫି

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- କମିଶନରେଟ ପୋଲିସର ଅଭିଯୁକ୍ତଙ୍କ ପ୍ରତି ପ୍ରୀତି ବଢ଼ିବାରେ ଲାଗିଛି। ଆଗରୁ ଅନେକ ଘଟଣାରେ ଅଭିଯୁକ୍ତଙ୍କ ପ୍ରତି ପୋଲିସର କୋହଳ ମନୋଭାବ ଦେଖିବାକୁ ମିଳିଛି। ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି।

ଉତ୍କଳ ବିଶ୍ୱବିଦ୍ୟାଳୟରେପ୍ରତିଷ୍ଠା ହେବ ଉତ୍ତର-ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର

ଉତ୍କଳ ବିଶ୍ୱବିଦ୍ୟାଳୟରେପ୍ରତିଷ୍ଠା ହେବ ଉତ୍ତର-ପୂର୍ବାଞ୍ଚଳ ଅଧ୍ୟୟନ କେନ୍ଦ୍ର

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ଉତ୍ତର-ପୂର୍ବ ଭାରତର ପ୍ରାକୃତିକ ସମ୍ପଦ ଓ ସଂସ୍କୃତି ବିଷୟରେ ଶିକ୍ଷାଲାଭ ଏବଂ ଗବେଷଣା ପାଇଁ ଏକ ପ୍ଲାଟଫର୍ମ ଯୋଗାଇ ଦିଆଯିବ।