ଜାତୀୟ |

୩୫ ଦେଶୀ ପିସ୍ତଲ ଜବତ: ୨ ଗିରଫ

୩୫ ଦେଶୀ ପିସ୍ତଲ ଜବତ: ୨ ଗିରଫ
ଲକ୍ଷ୍ନୌ, ୧୦।୧୨: ଉତ୍ତରପ୍ରଦେଶ ବରେଲୀଠାରେ ୩୫ ଦେଶୀ ପିସ୍ତଲ ଜବତ ହୋଇଛି। ଏହି ବେଆଇନ କାରବାର ସହ ସମ୍ପୃକ୍ତ ୨ ଜଣଙ୍କୁ ସ୍ପେସିଆଲ୍‌ ଟ୍ୟାକ୍ସ୍‌ ଫୋର୍ସ ଗିରଫ କରିଛି। ସେମାନେ ହେଉଛନ୍ତି, ପ୍ରହଲ୍ଲାଦ ଓ ମାଲୁ ମୌର୍ଯ୍ୟ। ପଚରାଉଚରା ସମୟରେ ସେମାନେ ଏହି ବେଆଇନ କାରବାର ସହ ଜଡିତ ଥିବା ପ୍ରକାଶ କରିଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
All Right Reserved By

ଜାତୀୟ |

ପଥର ମାରି ବରିଷ୍ଠ ନାଗରିକଙ୍କୁ ହତ୍ୟା କଲେ ମାଙ୍କଡ଼

ପଥର ମାରି ବରିଷ୍ଠ ନାଗରିକଙ୍କୁ ହତ୍ୟା କଲେ ମାଙ୍କଡ଼

ମିରଟ,୨୦।୧୦: ଉତ୍ତର ପ୍ରଦେଶ ବଗପାତର ଟିକରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ମାଙ୍କଡ଼ ଦଳ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ପଥର ମାରି ମାରି ଦେଇଛନ୍ତି। 

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ନୂଆଦିଲ୍ଲୀ/ବେଜିଂ, ୨୦।୧୦: ତିବ୍ବତରେ ହୋଇଥିବା ଭୂସ୍ଖଳନ ଫଳରେ ଏକ ନଦୀର ଗତିପଥରେ ଅବରୋଧ ଉପୁଜିଛି। ଫଳରେ ଏକ କୃତ୍ରିମ ହ୍ରଦ ମଧ୍ୟ ସୃଷ୍ଟି ହୋଇଛି। ଏହା ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ବ୍ରହ୍ମପୁତ୍ର ନଦୀର ଅବବାହିକାରେ ଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। 

ପଞ୍ଜାବ ରେଳ ଦୁର୍ଘଟଣା: ରାବଣପୋଡ଼ି ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଲା

ପଞ୍ଜାବ ରେଳ ଦୁର୍ଘଟଣା: ରାବଣପୋଡ଼ି ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଲା

ଅମୃତସର,୨୦।୧୦: ବିଜୟା ଦଶମୀ ଅବସରରେ ରାବଣପୋଡ଼ି ସମୟରେ ରାବଣ ଦେହରୁ ନିଆଁ ଲିଭି ନ ଥିବା ବେଳେ ଅନ୍ୟ ପଟେ ୬୧ଟି ଜୀବନଦୀପ ଲିଭି ଯାଇଥିଲା। ଏହି ଦୁଃଖଦ ଦୁର୍ଘଟଣାକୁ ନେଇ ଏବେ ଚାଲିଛି ଆରୋପ ଦୋଷାରୋପ।

ଏକେଲା ହୋଇଗଲେ ରାବଣଙ୍କ ପରିବାର

ଏକେଲା ହୋଇଗଲେ ରାବଣଙ୍କ ପରିବାର

ଅମୃତସର,୨୦।୧୦: ବିଜୟା ଦଶମୀରେ ଆୟୋଜିତ ହୋଇଥିଲା ରାମଲୀଳା ଉତ୍ସବ। ଏଥିରେ ରାବଣ ଭୂମିକାରେ ଅଭିନୟ କରିଥିବା ଅମୃତସରର ଦଲବୀର ସିଂ ମଧ୍ୟ ନିଜ ଅଭିନୟ ପାଇଁ ସାଉଁଟିଥିଲେ ଅଜସ୍ର ପ୍ରଶଂସା। 

ଲୋକ ସଭା ଏମ୍‌ପି ଭୋଲା ସିଂଙ୍କ ପରଲୋକ

ଲୋକ ସଭା ଏମ୍‌ପି ଭୋଲା ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨୦।୧୦: ବିହାର ବେଗୁସରାଇର ଲୋକ ସଭା ଏମ୍‌ପି ଭୋଲା ସିଂଙ୍କର ଶୁକ୍ରବାର ପରଲୋକ ହୋଇଛି। ୮୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।

ପଞ୍ଜାବ ରେଳ ଦୁର୍ଘଟଣା ପରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ

ପଞ୍ଜାବ ରେଳ ଦୁର୍ଘଟଣା ପରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ

ଅମୃତସର,୨୦।୧୦: ପଞ୍ଜାବର ଅମୃତସରରେ ଶୁକ୍ରବାର ରାତିରେ ହୋଇଥିବା ରେଳ ଦୁର୍ଘଟଣା ପରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ପ୍ରାୟ ୮ଟି ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ୫ଟିର ଗତିପଥରେ ପରିବର୍ତ୍ତନ କରାଯାଇଛି।

ଜମ୍ମୁ-କଶ୍ମୀର ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ

ଜମ୍ମୁ-କଶ୍ମୀର ପୌର ନିର୍ବାଚନର ଭୋଟ ଗଣତି ଆରମ୍ଭ

ଶ୍ରୀନଗର.୨୦।୧୦: ଜମ୍ମୁ-କଶ୍ମୀରର ହୋଇଥିବା ପୌର ପାଳିକା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହାର ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। 

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ଅମୃତସର,୨୦।୧୦: ପଞ୍ଜାବ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ଛୁଇଁଛି। ଆଗକୁ ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ଶୁକ୍ରବାର ରେଳ ଧାରଣାରେ ଠିଆ ହୋଇ କିଛି ଲୋକ ରାବଣ ପୋଡି ଉତ୍ସବ ଦେଖୁଥିବା ସମୟରେ ହଠାତ୍‌ ଏକ ଟ୍ରେନ୍‌ ସେମାନଙ୍କ ଉପରେ ମାଡି ଯାଇଥିଲା।

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ଅମୃତସର,୧୯ା୧୦-ପଞ୍ଜାବର ଅମୃତସର-ଦିଲ୍ଲୀ ରାଜପଥ କଡ଼ରେ ରେଳଧାରଣାରେ ଠିଆ ହୋଇ ରାବଣପୋଡ଼ି ଦେଖୁଥିବା ସମୟରେ ଟ୍ରେନ୍‌ ଚଢ଼ିଯିବାରୁ ୩୦ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।  

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ହରିୟାଣା,୧୯।୧୦: ହରିୟାଣାର ପଞ୍ଚକୁଲାରେ ରାବଣ ପୋଡି ଅବସରରେ ୨୧୦ ଫୁଟର ଏକ ରାବଣ ପିତ୍ତୁଳା ପୋଡା ଯାଇଛି। ସେହିପରି ଶ୍ରୀ ନବଧାର୍ମିକ ଲିଳା କମିଟି ଦ୍ୱାରା ଆୟୋଜିତ ରାବଣ ପୋଡି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ ପିତୁଳାରେ ଅଗ୍ନି ସଂଯୋଗ କରିଛନ୍ତି। ତୀରମାରି ପ୍ରଧାନମନ୍ତ୍ରୀ ପିତୁଳାକୁ ଦହନ କରିବା ସହ ଏଠାରେ ଅନୁଷ୍ଠିତ ହୋଇଥିବା ରାମଲିଳାକୁ ମଧ୍ୟ ଉପଭୋଗ କରିଥିଲେ।

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

ମୁମ୍ବାଇ,୧୯।୧୦: ବଲିଉଡ ଜଗତରେ ଏବେ # ମି ଟୂ ଅଭିଯାନ ଦ୍ରୁତ ଗତିରେ ମାଡି ଚାଲିଛି। ଏଥିରେ ଅଭିନେତାଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଲମ୍ବା ତାଲିକା ହୋଇ ଗଲାଣି।