ରାଜ୍ୟ |

ଖାଉଟି ସାମଗ୍ରୀର ଅନ୍ଧାରି କାରବାର

ଖାଉଟି ସାମଗ୍ରୀର ଅନ୍ଧାରି କାରବାର

କଟକ ଅଫିସ, ୧୦।୧୨- ଯୋଗାଣ ବିଭାଗରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଆରମ୍ଭ କରିଥିଲେ ପିଓଏସ୍‌(ପଏଣ୍ଟ ଅଫ ସେଲ୍‌) ମେଶିନ ବ୍ୟବସ୍ଥା। ଅର୍ଥାତ୍‌ ରିଟେଲର ପଏଣ୍ଟଗୁଡିକରେ ଏହି ମେଶିନ ଲଗାଯିବ। ମେଶିନରେ ଖାଉଟିଙ୍କ ଆଧାର ଲିଙ୍କ୍‌ କରାଯାଇ ଆଙ୍ଗୁଠି ଚିହ୍ନରେ ଯୋଗାଣ ସାମଗ୍ରୀ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ପୂର୍ବରୁ ଖାଉଟିମାନେ ରିଟେଲରଙ୍କ ଇସ୍ୟୁ ଖାତାରେ ଦସ୍ତଖତ କରି ସାମଗ୍ରୀ ଉଠାଣ କରୁଥିଲେ। ଏଥିରେ ବ୍ୟାପକ ହେରଫେର ହେଉଥିଲା। ଦସ୍ତଖତ ଜାଲ୍‌ କରାଯାଇ ସାମଗ୍ରୀ ହଡପ ହେଉଥିଲା। ଏହାକୁ ରୋକିବା ପାଇଁ ସରକାର ପିଓଏସ୍‌ ମେଶିନ୍‌ ବ୍ୟବସ୍ଥା କରିଛନ୍ତି। ହେଲେ ମେଶିନ ପ୍ରଚଳନ ପରେ ମଧ୍ୟ ରିଟେଲରମାନେ ବ୍ୟବସ୍ଥାରେ ଥିବା ଫାଙ୍କ ଦେଇ ଖାଉଟି ସାମଗ୍ରୀକୁ ହରିଲୁଟ କରୁଛନ୍ତି। ଏହି ହରିଲୁଟ୍‌ରେ ଯୋଗାଣ ବିଭାଗର ଅଧିକାରୀମାନେ ପୂର୍ଣ୍ଣମାତ୍ରାରେ ସହାୟତା ଯୋଗାଇ ଚାଲିଛନ୍ତି। ଏହି ଅନଲାଇନ ବ୍ୟବସ୍ଥା ଯେଭଳି ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ନ ପାରି ଅନ୍ଧାରି କାରବାର ଚାଲିବ ସେଥିପାଇଁ ଷଡ଼ଯନ୍ତ୍ର କରାଯାଉଛି।
ପିଓଏସ୍‌ ମେଶିନଗୁଡ଼ିକର କଣ୍ଟ୍ରୋଲରୁମ୍‌ ସରକାରଙ୍କ ଅଧୀନରେ ରହିଛି। ହିତାଧିକାରୀ କେଉଁ ମାସରେ କେଉଁସବୁ ସାମଗ୍ରୀ ରିଟେଲ ପଏଣ୍ଟରୁ ଉଠାଣ କରିଛି ତାହାର ସମସ୍ତ ତଥ୍ୟ ଊକ୍ତ ମେଶିନ୍‌ରେ ରହିବ। ମେଶିନ୍‌ଗୁଡ଼ିକୁ ଇଣ୍ଟରନେଟ୍‌ ମାଧ୍ୟମରେ କଣ୍ଟ୍ରୋଲ ରୁମ୍‌ ମୁଖ୍ୟ ସର୍ଭର ସହିତ ସଂଯୋଗ ପାଇଁ ବ୍ୟବସ୍ଥା ହୋଇଛି। ଫଳରେ କଣ୍ଟ୍ରୋଲରୁମ୍‌ରେ ବସି ସରକାରୀ ଅଧିକାରୀମାନେ ଖାଉଟିଙ୍କ କାର୍ଡ ନମ୍ବରକୁ ଏଣ୍ଟ୍ରି କରିବାମାତ୍ରେ ସମସ୍ତ ତଥ୍ୟ ପାଇପାରିବେ। ଏପରି କି ଯଦି ଜଣେ ଖାଉଟି କୌଣସି ମାସରେ ରିଟେଲରଙ୍କଠାରୁ ସାମଗ୍ରୀ ଆଣି ନ ଥାନ୍ତି ତେବେ ରିଟେଲରଙ୍କ ଉପରେ ଉକ୍ତ ସାମଗ୍ରୀ ବଳକାଭାବେ ରହିଥିବାର ହିସାବ ମିଳିପାରିବ। ଏହି ବ୍ୟବସ୍ଥା ପ୍ରଚଳନ ହେବା ପରେ ଏବେ ୩ ପ୍ରକାର ଖାଉଟି ରହିଛନ୍ତି। ସେମାନେ ହେଲେ ଅନଲାଇନ୍‌ ଅଥେଣ୍ଟିକେଟେଡ୍‌, ଅନଲାଇନ୍‌ ଅନ୍‌ଅଥେଣ୍ଟିକେଟେଡ୍‌ ଏବଂ ଅଫଲାଇନ୍‌ ଖାଉଟି। ଯେଉଁମାନଙ୍କ ଆଧାରକାର୍ଡ ତଥ୍ୟ ପିଓଏସ୍‌ ମେଶିନ୍‌ରେ ଉପଲବ୍ଧ ରହିଛି ଏବଂ ଉକ୍ତ ପିଓଏସ୍‌ ମେଶିନ୍‌ ଇଣ୍ଟରନେଟ୍‌ ମାଧ୍ୟରେ କଣ୍ଟ୍ରୋଲରୁମ୍‌ ସହିତ ସଂଯୋଗ ହୋଇଛି ସେମାନେ ହେଲେ ଅନଲାଇନ୍‌ ଅଥେଣ୍ଟିକେଟେଡ୍‌ ଖାଉଟି। ଯେଉଁମାନଙ୍କ ଆଧାର କାର୍ଡ ତଥ୍ୟ ପିଓଏସ୍‌ ମେଶିନରେ ଉପଲବ୍ଧ ରହିଛି କିନ୍ତୁ ଉକ୍ତ ମେଶିନ କଣ୍ଟ୍ରୋଲରୁମ୍‌ ସହିତ ସଂଯୋଗ ନାହିଁ, ସେହି ଖାଉଟିମାନେ ଅନଲାଇନ୍‌ ଅନଅଥେଣ୍ଟିକେଟେଡ୍‌ ଭାବେ ଗଣାଯାଉଛନ୍ତି। ସେହିପରି ଉଭୟ ବ୍ୟବସ୍ଥାରେ ଯେଉଁମାନେ ସାମିଲ ହୋଇନାହାନ୍ତି ସେମାନେ ହେଉଛନ୍ତି ଅଫଲାଇନ୍‌ ଖାଉଟି।
କଟକ ଜିଲାରେ ୨୦୧୭ ଜାନୁୟାରୀରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ମୋଟ ୧୦୧୮ଟି ରିଟେଲ ପଏଣ୍ଟ ରହିଛି। ସମସ୍ତ ରିଟେଲ ପଏଣ୍ଟରେ ପିଓଏସ୍‌ ମେଶିନ ଲଗାଯାଇଥିବା ଯୋଗାଣ ବିଭାଗ ତଥ୍ୟ ଦେଇଛି। କିନ୍ତୁ ଇଣ୍ଟରନେଟ୍‌ର ଅଭାବ ଓ ତ୍ରୁଟି ଯୋଗୁ ବହୁ ପିଓଏସ୍‌ ମେଶିନ କଣ୍ଟ୍ରୋଲ ରୁମ୍‌ ସହ ସଂଯୁକ୍ତ ହୋଇନାହିଁ। ଏହାଛଡ଼ା ବହୁ ସଂଖ୍ୟକ ଖାଉଟି ଅଫ୍‌ଲାଇନରେ ସାମଗ୍ରୀ ଉଠାଉଛନ୍ତି। ଯେଭଳି ଖାଉଟିଙ୍କୁ ସାମଗ୍ରୀ ପ୍ରଦାନ ସମ୍ପର୍କିତ ତଥ୍ୟ କଣ୍ଟ୍ରୋଲରୁମ୍‌ ନ ଯାଏ ସେଥିଲାଗି ରିଟେଲରର ଓ ଯୋଗାଣ ବିଭାଗର କର୍ମଚାରୀମାନେ ସବୁପ୍ରକାର ଫନ୍ଦିଫିକର କରିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ କଟକ ଜିଲାରେ ମୋଟ ୮,୮୦,୬୫୪ଜଣ ଖାଉଟି ଯୋଗାଣ ସାମଗ୍ରୀ ଉଠାଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧,୯୧,୦୮୬ଜଣ ହେଉଛନ୍ତି ଅନ୍‌ଲାଇନ୍‌ ଅଥେଣ୍ଟିକେଟେଡ୍‌। ବାକି ସମସ୍ତ ଖାଉଟି ଅଫଲାଇନ ଓ ଅନଅଥେଣ୍ଟିକେଟେଡ୍‌ ବାଟରେ ସାମଗ୍ରୀ ଉଠାଣ କରୁଥିବା ଜଣାପଡିଛି। ଜିଲାର କେତେକ ବ୍ଲକରେ ଅଥେଣ୍ଟିକେଟେଡ୍‌ ଅନଲାଇନ ଖାଉଟିଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ରହିଛି। ସେଥିମଧ୍ୟରୁ ତିଗିରିଆ ବ୍ଲକରେ ଏମାନଙ୍କ ସଂଖ୍ୟା ୪୮୩୨ ଥିବାବେଳେ ନିଆଳିରେ ୯୦୬୨, ନରସିଂହପୁରରେ ୧୧୫୭, କଣ୍ଟାପଡାରେ ୮୭୬୧, ଚୌଦ୍ୱାର ପୌରାଞ୍ଚଳରେ ୩୭୪୨, ବାଙ୍କୀ ଏନଏସିରେ ୫୦୫୨ ଜଣ ରହିଛନ୍ତି।
ସୂଚନାଥାଉ କି କଟକ ଜିଲାରେ ୯୦ ପ୍ରତିଶତ ଲୋକଙ୍କର ଆଧାର କାର୍ଡ ରହିଛି। ମାତ୍ର ଅଦ୍ୟାବଧି ୨୨ପ୍ରତିଶତରୁ କମ୍‌ ହିତାଧିକାରୀ ଅନ୍‌ଲାଇନରେ ଯୋଗାଣ ସାମଗ୍ରୀ ଉଠାଣ କରୁଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କଟକ ଭଳି ଏକ ଅଗ୍ରଣୀ ଜିଲାରେ ସରକାରଙ୍କ ମହତ୍‌ ଯୋଜନା ବାଟବଣା ହେବା ପଛରେ ବିଭାଗୀୟ ଅଧିକାରୀମାନଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି।
ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ର କୁହନ୍ତି, ଆସନ୍ତା ଜାନୁୟାରୀ ସୁଦ୍ଧା ସମସ୍ତ କାରବାର ଅନଲାଇନ୍‌ରେ କରିବାକୁ ଆମେ ଯୋଜନା କରିଛୁ।
-ରିପୋର୍ଟ: ନିର୍ମଳ ପଣ୍ଡା

All Right Reserved By

ରାଜ୍ୟ |

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ପାଣି ଟ୍ୟାଙ୍କର ଚାଳକ ଜ୍ଞାନେନ୍ଦ୍ର ଦେହୁରୀ(୩୯)ଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶନିବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କତଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଲାସିକ ଢାବା ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ସେମାନେ ଗାୟତ୍ରୀ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଶନିବାର ସକାଳ ୭ଟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଏମ୍‌.ସୁରୀ ଏବଂ ଏମ୍‌.ମାଲେସୁଙ୍କର ୪ ବଖରା ପୋଡ଼ି ପାଉଁଶ ହୋଇଯାଇଛି।

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଭଞ୍ଜନଗର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗୁଡ଼ିସାହିରୁ ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ସାଢ଼େ ୩ବର୍ଷର ନାବାଳକଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ନାବାଳକଙ୍କୁ ତାରସିଂ ଥାନା ଅନ୍ତର୍ଗତ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ି ଦେଇଥିଲେ।

ଡିଅଁ।ପଡ଼ା-ବାରପଲ୍ଲା ରାସ୍ତାକାମ ଅଧାପନ୍ତରିଆ

ଡିଅଁ।ପଡ଼ା-ବାରପଲ୍ଲା ରାସ୍ତାକାମ ଅଧାପନ୍ତରିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲା ସଦର ବ୍ଲକ ଭାଟସାହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ସୂଚନାକର୍ମୀ ବିଭୂତି କୁମାର ରଥ।

ଅପରାଧୀଙ୍କୁ ଖସାଇବାକୁ ଚାଲିଛି ମୂଲଚାଲ

ଅପରାଧୀଙ୍କୁ ଖସାଇବାକୁ ଚାଲିଛି ମୂଲଚାଲ

କଳିଙ୍ଗନଗର,୨୩।୬(ଡି.ଏନ.ଏ.)- ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଗତ ୧୬ତାରିଖ ମଧ୍ୟାହ୍ନରେ ଜଣେ ନାବାଳିକାଙ୍କୁ ଟେକି ନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଯାଜପୁର ଜିଲା ପୋଲିସ ନୀରବ।

୨ସହରାଞ୍ଚଳକୁ ପାଇପ ଯୋଗେ ପାଣି ଯୋଗାଣ ବାଟବଣା: ମିଳୁନି ପାଇପ, ଅଡୁଆରେ ଜନସ୍ବାସ୍ଥ୍ୟ ବିଭାଗ

୨ସହରାଞ୍ଚଳକୁ ପାଇପ ଯୋଗେ ପାଣି ଯୋଗାଣ ବାଟବଣା: ମିଳୁନି ପାଇପ, ଅଡୁଆରେ ଜନସ୍ବାସ୍ଥ୍ୟ ବିଭାଗ

ଯାଜପୁର ଅଫିସ,୨୩।୬- ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ଟାଉନର ପାଇପ ଜଳଯୋଗାଣ ହେଉ ନ ଥିବା ୱାର୍ଡବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ପାଇବାକୁ ଅନ୍ତତଃପକ୍ଷେ ଆହୁରି ୧ବର୍ଷ ଅପେକ୍ଷା କରିବାକୁ ପଡିବ। ଡିଆଇ ପାଇପ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକ ଅସହଯୋଗ ଏବଂ ଦାୟିତ୍ୱରେ ଥିବା ଠିକାଦାରଙ୍କ ଆନ୍ତରିକ ଅଭାବ କାରଣରୁ ଏଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି।

ଅଧାରେ ଅଟକିଛି ବହୁ ପ୍ରକଳ୍ପ କାର୍ଯ୍ୟ: ଅନୁଦାନ ଅର୍ଥ ଶେଷ, ସରିନି ସଂସ୍କୃତି ଭବନ

ଅଧାରେ ଅଟକିଛି ବହୁ ପ୍ରକଳ୍ପ କାର୍ଯ୍ୟ: ଅନୁଦାନ ଅର୍ଥ ଶେଷ, ସରିନି ସଂସ୍କୃତି ଭବନ

ଯାଜପୁରରୋଡ,୨୩।୬(ନି.ପ୍ର)- କଳିଙ୍ଗନଗର ଶିଳ୍ପାଞ୍ଚଳର ଦ୍ୱାରଦେଶ ଯାଜପୁରରୋଡ଼। ଏହି ସହରର ଦିନକୁ ଦିନ ଅଭିବୃଦ୍ଧି ଘଟୁଛି। ଏହା ସହିତ ବଢ଼ୁଛି ଜନସଂଖ୍ୟା। ଫଳରେ ସେହି ଅନୁପାତରେ ବିଭିନ୍ନ କାର୍ଯ୍ୟକ୍ରମ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

କାଳିଆପାଣି,୨୩।୬(ଡିଏନଏ)- ଖଣି ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ସମ୍ପଦ ପାଣ୍ଠିରେ ନିର୍ମାଣ ହେଉଛି ଘାଗିଆସାହିଠାରୁ ଚିରୁଗୁଣିଆଁ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା। ମାତ୍ର ଏହି ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ପ୍ରୋତ୍ସାହନ ଅର୍ଥ ପାଇଁ ନୟାନ୍ତ ହେଲେଣି ହିତାଧିକାରୀ

ବାଲିକୁଦା,୨୩ା୬(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ନେଇ ୪ ମାସ ମଧ୍ୟରେ ନିର୍ମାଣ ଶେଷ କଲେ ୨୦ ହଜାର ଓ ୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ବ୍ୟବସ୍ଥା ରହିଛି।

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା କତଡା ଗ୍ରାମ ନିକଟସ୍ଥ ଏକ ରାସ୍ତା ପାର୍ଶ୍ୱରେ ଥିବା ହୋଟେଲ ନିକଟରେ ପାଣି ଟ୍ୟାଙ୍କର ଗାଡି ଚାଳକଙ୍କ ମୃତଦେହ ପୋଲିସ ଶନିବାର ଭୋର ସମୟରେ ଉଦ୍ଧାର କରଛି। ସେ ହେଲେ ଉକ୍ତ ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜ୍ଞାନେନ୍ଦ୍ର ଦେହୁରୀ(୩୯)। ଜ୍ଞାନେନ୍ଦ୍ର ଏକ ଘରୋଇ ଠିକା ସଂସ୍ଥା ରାସ୍ତା ର୍ନିମାଣ କାର୍ଯ୍ୟରେ ଗାଡି ଚାଳକ ଭାବେ କାମ କରୁଥିଲେ।

ଦିଲ୍ଲୀରେ ସମ୍ମାନିତ ହେଲେ ସାଇ ଅନିଶ

ଦିଲ୍ଲୀରେ ସମ୍ମାନିତ ହେଲେ ସାଇ ଅନିଶ

ସୁନାବେଡ଼ା,୨୩ା୬(ଡି.ଏନ.ଏ.): ଅନେକ ପ୍ରତିଭାର ଅଧିକାରୀ ବିସ୍ମୟ ବାଳକ ସାଇ ଅନିଶ କୁମାର ପଟ୍ଟନାୟକ ଦିଲ୍ଳୀ ଦରବାରରେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ା କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଭାରତୀ ପ୍ରତିଭା ସମ୍ମାନ ଏବଂ ହିରୋ ମୋଟୋକର୍ପର ଓ୍ବଣ୍ଡର ବୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସାଇ ା

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଗୋପ,୨୩।୬(ଡି.ଏନ୍‌.ଏ.): ଗୋପ ଥାନା ଅଧୀନ ଡଭାର ଗ୍ରାମରେ ଶନିବାର ଭୋରରୁ ସେହି ଗ୍ରାମର ନିରଞ୍ଜନ ବାରିକ(୩୬) ବିଦ୍ୟୁତ୍‌ କରେଣ୍ଟ ଲାଗି ମତ୍ୟୁବରଣ କରିଥିବା ଗୋପ ଡାକ୍ତରଖାନା ପକ୍ଷରୁ ଜଣା ପଡିଛି।

Model This Week

ପ୍ରଭାତ