ରାଜ୍ୟ |

ସରିଲା ଡଗ୍‌ ଶୋ’: ପୁରସ୍କାର ହାତେଇଲେ ‘ପିନା’, ‘ଜେସିକା’

ସରିଲା ଡଗ୍‌ ଶୋ’: ପୁରସ୍କାର ହାତେଇଲେ ‘ପିନା’, ‘ଜେସିକା’

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- କୁକୁର ହେଲେ ବି ସେମାନଙ୍କ ଚାଲିଚଳନ, ବେଶପୋଷାକ, ସମାଜରେ ଗୁରୁତ୍ୱ ଏବଂ ମାଲିକ ପ୍ରତି ବିଶ୍ୱସନୀୟତା ସେମାନଙ୍କୁ ସ୍ବତନ୍ତ୍ର କରିଛି, ଯାହା ଦେଖିବାକୁ ମିଳିଥିଲା ଡଗ୍‌ ଶୋ’ର ଶେଷ ଦିବସରେ। ନିଜର ଏହି ନିଆରା ଗୁଣ ଏବଂ କୌଶଳ ଜରିଆରେ ସେମାନେ ଦର୍ଶକ ଏବଂ ବିଚାରକଙ୍କୁ ଆକୃଷ୍ଟ କରିପାରିଥିଲେ। ମାଲିକର ଆଜ୍ଞାଧୀନ ହୋଇ ସବୁ କଥା ମାନୁଥିଲେ। ଏଭଳି କିଛିକ୍ଷଣ କୁକୁରପ୍ରେମୀମାନଙ୍କୁ ବେଶ୍‌ ଆମୋଦିତ କରିଥିଲା। ଓଡ଼ିଶା କେନେଲ କ୍ଲବ୍‌ ପକ୍ଷରୁ ୩ଦିନ ଧରି ଚାଲୁଥିବା ଏହି ଶୋ’ର ରବିବାର ଉଦ୍‌ଯାପନୀ ଦିବସରେ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଜର୍ମାନ ଶେଫର୍ଡ, ପଗ୍‌, ଲାବ୍ରାଡର, ଗୋଲ୍ଡେନ୍‌ ରେଟ୍ରିଭର, ବେଲଜିଆନ ମାଲିନଏସ୍‌, ବକ୍ସ, ଆମେରିକାନ କକର ସ୍ପାନିଏଲ, ଡୋବରମ୍ୟାନ, ଗ୍ରେଟ୍‌ ଡେନ୍‌, ଫକ୍‌ ଟେରିଅର, ଅକିତା, ମାସ୍ତିଫ, ପୋମେରିଆନ୍‌, ସାଇବେରିଆନ ହସ୍କି, ସେଣ୍ଟ ବର୍ନାଡ, ଶି ଜୁ, ବିଗଲ, ହ୍ବିପେଟ୍‌, ମିନିଏଚର ପିନ୍‌ଶର୍‌, ଡାଲମାସିଆନ, ଆଫଗାନ ହାଉଣ୍ଡ, ଲାସା ଆପ୍ସୋ ସମେତ ୩୫ ପ୍ରଜାତିର ୩୦୦ କୁକୁର ଭାଗ ନେଇଥିଲେ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟ ଏବଂ ବିଦେଶରୁ ମଧ୍ୟ କୁକୁର ଏଥିରେ ଅଂଶଗ୍ରହଣ କରିଥିଲେ। ବିଶେଷକରି କଲିକତା, ବାଙ୍ଗାଲୋର, ଉଟି, କର୍ନାଟକ, ତାମିଲନାଡ଼ୁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ସମେତ ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁରରୁ କୁକୁରମାନେ ଆସିଥିଲେ। ଭିନ୍ନ ଭିନ୍ନ ପ୍ରଜାତିର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। କୁକୁରଙ୍କୁ ସେମାନଙ୍କ ଟ୍ରେନର ଏବଂ ମାଲିକମାନେ ସୁନ୍ଦର ପୋଷାକରେ ସଜାଇଥିଲେ, ଯାହାକୁ ଦେଖି ଦର୍ଶକଙ୍କ ଆଖି ଖୋସି ହୋଇଯାଉଥିଲା। ପ୍ରତିଯୋଗିତା ସମୟରେ ସେମାନଙ୍କ ଚମତ୍କାର ଖେଳ ଦେଖି ଦର୍ଶକ ଭରପୂର ମଜା ନେଇଥିଲେ। ଶେଷ ଦିନ ପାଗ ଭଲ ଥିବାରୁ ଦର୍ଶକଙ୍କ ଭିଡ଼ ଜମିଥିଲା। ତେବେ ଦର୍ଶକଙ୍କୁ ସବୁଠୁ ଅଧିକ ମନୋରଞ୍ଜନ କରାଇଥିଲେ କେରି ବ୍ଲୁ ଟେରିଅର, ଚାଓ ଚାଓ ପ୍ରଜାତିର କୁକୁର। ଏହି ପ୍ରଜାତିର କୁକୁର ପ୍ରଥମ ଥର ପାଇଁ ଏହି ଶୋ’ରେ ଭାଗ ନେଇଥିଲେ। ଦେଖିବାକୁ ଯେଭଳି ଭିନ୍ନ ଥିଲେ, ଚାଲିଚଳନ ମଧ୍ୟ ସେହିଭଳି ଭିନ୍ନ ଥିଲା। ପ୍ରସେନଜିତ୍‌ ଚାଟାର୍ଜୀଙ୍କ କେରି ବ୍ଲୁ ଟେରିଅର ପ୍ରଜାତିର କୁକୁର ପଡ଼ିଆରେ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିଥିଲା। ପ୍ରସେନଜିତ କୁହନ୍ତି, ଏହି ପ୍ରଜାତିର କୁକୁର ଭାରତରେ ୩ଟି ଅଛି। ଏମାନଙ୍କ ମୂଳ ବାସସ୍ଥଳୀ ହେଉଛି ଇଂଲଣ୍ଡ। ଯେହେତୁ ଏମାନଙ୍କୁ ଗ୍ରୁମିଂ କରିବା ପାଇଁ ଅଧିକ ସମୟ ଲାଗିଥାଏ, ତେଣୁ ଏହାକୁ ଲୋକ ରଖିପାରନ୍ତି ନାହିଁ। ଚଳିତ ବର୍ଷ କ୍ଲବ୍‌ ତା’ର ୫୪ ଓ ୫୫ ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ ଶୋ’ କରିଥିଲା। ଏଥିରେ ବିଚାରକ ଭାବେ ଫିଲିପାଇନ୍ସର ମାରିଓ ମାଗାସେସେ ଓ ବୁଲଗେରିଆର ନିକୋଲିନା ଡାଭିଡୋସ୍କା ରହିଥିଲେ। ୫୪ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ରେ ଉଟିର ସେଲଭା ମୁଥୁ କୁମାରଙ୍କ ଜର୍ମାନ ଶେଫର୍ଡ ପ୍ରଜାତିର କୁକୁର ‘ପିନା’ ଏବଂ ୫୫ତମ ଜାତୀୟସ୍ତରୀୟ ଅଲ୍‌ ବ୍ରିଡ୍‌ସ ଚାମ୍ପିୟନଶିପ୍‌ ଶୋ’ରେ କଲିକତାର ପଲ୍ଲବ ସାହଙ୍କ ଡ୍ୟାସ ହୁଣ୍ଡ ପ୍ରଜାତିର କୁକୁର ‘ଜେସିକା’ ବେଷ୍ଟ ଇନ୍‌ ଶୋ’ ଭାବେ ପୁରସ୍କୃତ ହୋଇଥିଲେ। ଶୋ’ରେ ଅମ୍ରିତ ସାହୁଙ୍କୁ ଶ୍ରେଷ୍ଠ ଜୁନିୟର ହ୍ୟାଣ୍ଡଲର ଭାବେ ପୁରସ୍କୃତ କରାଯାଇଥିଲା। ଶୋ’ ସମ୍ପର୍କରେ କ୍ଲବ୍‌ର ଅବୈତନିକ ସମ୍ପାଦକ ସୁବ୍ରତ ରଞ୍ଜନ ପୃଷ୍ଟି କୁହନ୍ତି, ଆମେ ଯାହା ଆଶା କରିଥିଲୁ ତାହା ହୋଇଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ କୁକୁର ଭାଗ ନେଇଥିଲେ। ତେଣୁ ଅଧିକ ଖୁସି ଲାଗୁଛି। ଆଶା କରୁଛୁ ସବୁବର୍ଷ ଏହିଭଳି ଭାବେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ।

All Right Reserved By

ରାଜ୍ୟ |

କ୍ରୀଡ଼ା ଛାତ୍ରାବାସ ନିମନ୍ତେ ୨୭ରୁ ପ୍ରତିଭା ଚୟନ

କ୍ରୀଡ଼ା ଛାତ୍ରାବାସ ନିମନ୍ତେ ୨୭ରୁ ପ୍ରତିଭା ଚୟନ

ଅନୁଗୋଳ ଅଫିସ,୨୧ା୬ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଯୋଗଦାନ ପାଇଁ କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମକୁ ନେଇ ବୁଧବାର ପୂର୍ବାହ୍ନରେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅଧାପନ୍ତରିଆ ପାନୀୟ ଜଳ ପ୍ରକଳ୍ପ

ଅଧାପନ୍ତରିଆ ପାନୀୟ ଜଳ ପ୍ରକଳ୍ପ

ଆଠମଲ୍ଲିକ,୨୧ା୬(ଡି.ଏନ.ଏ.) ଖରାଦିନକୁ ଆଖିରେ ରଖି ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ହେଲେ ଏହି ନିର୍ମାଣକୁ ୧୫ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଏହା ଅଧାପନ୍ତରିଆ ହୋଇ ପଡିରହିଛି।

ବର୍ଷକରେ ୪ ମା’ ଓ ୫୦ ଶିଶୁଙ୍କ ମୃତ୍ୟୁ

ବର୍ଷକରେ ୪ ମା’ ଓ ୫୦ ଶିଶୁଙ୍କ ମୃତ୍ୟୁ

ବଅଁରପାଳ,୨୧ା୬ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମନ୍ବିତ ଶିଶୁ ବିକାଶ ଯୋଜନାଠାରୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶିନ (ଏନ୍‌ଆର୍‌ଏଚ୍‌ଏମ୍‌) ଜରିଆରେ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି।

ବାଇକ୍‌ ଚଢ଼ିବା ପିଲାଦିନୁ ସଉକ୍‌

ବାଇକ୍‌ ଚଢ଼ିବା ପିଲାଦିନୁ ସଉକ୍‌

ଆଲ୍‌ବମ ଜଗତର ଜଣେ ନାମକରା ଚେହେରା। ନିଆରା କଣ୍ଠ ସ୍ବର ପାଇଁ ସେ ଓଲିଉଡ୍‌ରେ ତିଆରି କରିଛନ୍ତି ସ୍ବତନ୍ତ୍ର ସ୍ଥାନ। ଏହାକୁ ବାଦ୍‌ଦେଲେ ୟୁଟୁବ୍‌ରେ ମଧ୍ୟ ତାଙ୍କ ରାଜୁତି ଅନେକ। ନିକଟରେ ସେ ଗାଇଥିବା ‘ରାଜଧାନୀ ପ୍ରେମ ବିଡିଏରେ, କଟକର ପ୍ରେମ ସିଡିଏରେ, ଢେଙ୍କାନାଳ ପ୍ରେମ କଲେଜରେ’ ଗୀତ ଖୁବ୍‌ ଆଦୃତି ଲାଭ କରିଛି।

ବାଘ ଛଡ଼ାଯିବା ନିଷ୍ପତ୍ତିକୁ ବିରୋଧ

ବାଘ ଛଡ଼ାଯିବା ନିଷ୍ପତ୍ତିକୁ ବିରୋଧ

ଅନୁଗୋଳ ଅଫିସ୍‌,୨୧।୬ ସାତକୋଶିଆ ଅଭୟାରଣ୍ୟରେ ବାଘ ଛଡ଼ା ଯିବା ନେଇ ଥିବା ଯୋଜନାକୁ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜାସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମିତି ପକ୍ଷରୁ ଏକ ଦାବିପତ୍ର ଅନୁଗୋଳ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

ରୋକାଗଲା ବାଲ୍ୟବିବାହ

ରୋକାଗଲା ବାଲ୍ୟବିବାହ

ଢେଙ୍କାନାଳ ଅଫିସ୍‌, ୨୧ା୬ ବାଲ୍ୟବିବାହ ଦଣ୍ଡନୀୟ ଅପରାଧ। ଏହାକୁ ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ରହିଛି କଡ଼ା ନିର୍ଦ୍ଦେଶ। ଏଥିପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି ଅନେକ ସଚେତନତା କାର୍ଯ୍ୟକ୍ରମ। ହେଲେ ଏହା ଗ୍ରାମାଞ୍ଚଳରେ ଅପହଞ୍ଚ ହୋଇ ରହିଛି।

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ଗଜପତିଙ୍କୁ ମିଳୁ କ୍ୟାବିନେଟ ପାହ୍ୟା , ଶଙ୍କରାଚାର୍ଯ୍ୟ ରୁହନ୍ତୁ ମୁଖ୍ୟ ପରାମର୍ଶଦାତା

ପୁରୀ ଅଫିସ, ୨୧।୬: ଗୋବର୍ଦ୍ଧନ ମଠାଧୀଶ ଶଙ୍କରାଚାର୍ଯ୍ୟଙ୍କ କର୍ତ୍ତୃତ୍ୱରେ ରହୁ ଶ୍ରୀମନ୍ଦିର। ଶଙ୍କରାଚାର୍ଯ୍ୟ ମୁଖ୍ୟ ପରାମର୍ଶଦାତା ଏବଂ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଉ।

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ଯୁବ ଶିଳ୍ପୀ ବିଶ୍ୱଜିତ ,ସୋଲ, କାଗଜରେ ତିଆରି କରିଛନ୍ତି କ୍ଷୁଦ୍ର ପଞ୍ଚ ମହାଦେବ

ପୁରୀ ଅଫିସ,୨୧।୬: ଇଚ୍ଛା ଥିଲେ କୌଣସି କାମ ବି ସହଜ ହୋଇଯାଏ। ନିଜ ଭିତରେ ଥିବା ଆଗ୍ରହ ସେହି କାମକୁ ପୂର୍ଣ୍ଣାଙ୍ଗ ରୂପ ଦିଏ, ଯାହାକୁ ପ୍ରମାଣିତ କରିଛନ୍ତି ଶ୍ରୀମନ୍ଦିରର ସୁଆର ସେବକ ବିଶ୍ୱଜିତ ପଣ୍ଡା।

ଟ୍ରେନ୍‌ ଶୌଚାଳୟରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଟ୍ରେନ୍‌ ଶୌଚାଳୟରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ପୁରୀ ଅଫିସ, ୨୧।୬: ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ (ନଂ.୫୮୪୭୧) ଶୌଚାଳୟରୁ ବୁଧବାର ସକାଳେ ଜଣେ ବିବାହିତା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରିନାହିଁ। ମହିଳାଙ୍କ ବୟସ ୩୦ରୁ ୪୦ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ଏମାର ମଠ ରୁପାଇଟା ରତ୍ନଭଣ୍ଡାରରେ ରଖିବାକୁ ଦାବି

ପୁରୀ ଅଫିସ, ୨୧।୬: ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ। ଏହି ଘଟଣାର ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଛି।

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ତିଆରି ହେଉଛି ଅଞ୍ଜନା ଖୁଣ୍ଟି

ପୁରୀ ଅଫିସ,୨୧।୬: ଆସନ୍ତା ୨୮ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପକୁ ବିଜେ କରି ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ। ସ୍ନାନ ମଣ୍ଡପରେ ଠାକୁର ପହଞ୍ଚତ୍ବା ପରେ ଅଞ୍ଜନା ଖୁଣ୍ଟିରେ ରୁନ୍ଧା ହେବେ। ଏହି ଅଞ୍ଜନା ଖୁଣ୍ଟି ଦୋଳବେଦି ପରିସରରେ ତିଆରି ଚାଲିଛି। ଶ୍ରୀମନ୍ଦିର ମହାରଣା ବସନ୍ତ ମହାରଣା ଏହାକୁ ତିଆରି କରୁଛନ୍ତି।

ଚିଲିକାରେ ଆରମ୍ଭ ହେବ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ

ଭୁବନେଶ୍ୱର,୨୧।୬(ବ୍ୟୁରୋ)-ଚିଲିକାକୁ ପ୍ଲାଷ୍ଟିକ୍‌ମୁକ୍ତ କରିବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧ ବର୍ଷ ମଧ୍ୟରେ ଚିଲିକା ହ୍ରଦକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ମୁକ୍ତ କରାଯିବ।

Model This Week

ପ୍ରଭାତ