ରାଜ୍ୟ |

ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କା ଦାଦାବଟି ମାଗି ୭ ଗିରଫ

ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କା ଦାଦାବଟି ମାଗି ୭ ଗିରଫ

ସମ୍ବଲପୁର/ହୀରାକୁଦ,୧୦।୧୨(ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ହୀରାକୁଦ ଥାନା ପୋଲିସ ଦାଦା ବଟି ମାଗୁଥିବା ଅଭିଯୋଗରେ ରବିବାର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ହିରାକୁଦ ଏସ୍‌ଡିଓ ଲେନ ନିବାସୀ ଜିତେନ୍ଦ୍ର ସିଂ ନାମକ ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଜିତେନ୍ଦ୍ରଙ୍କ ଅଭିଯୋଗ କ୍ରମେ ପୋଲିସ ଗତ ୮ ତାରିଖରେ ଏକ ମାମଲା (ନଂ. ୨୨୦/୧୭) ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତଦନ୍ତକରି ଅଭିଯୁକ୍ତମାନଙ୍କୁ ଧରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ହୀରାକୁଦ ଥାନା ଲେବର କଲୋନୀର ରବୀନ୍ଦ୍ର ପଧାନ, ଖ୍ରୀଷ୍ଟିଆନ ପଡାର ରିଙ୍କୁ ନନ୍ଦ, ଧନୁପାଲି ଥାନାର ଜାବେଦ ଖାନ, କଳିମ ଆସିଫ, ମାନସ ସିଂ, ଟାଉନ ଥାନାର ସୁନିଲ ଶର୍ମା ଓ କ୍ଷେତରାଜ ପୁର ଥାନାର ସଉକି ଦାଶ। ରବିବାର ହୀରାକୁଦ ଥାନାରେ ଖବରଦାତା ସମ୍ମିଳନୀ କରି ଏସଡିପିଓ ଅବକାଶ ରାଉତରାୟ ଏହି ସୂଚନା ଦେଇଛନ୍ତି।
ଅଭିଯୁକ୍ତ ରବୀନ୍ଦ୍ର ପ୍ରଧାନ ବ୍ୟବସାୟୀ ଜିତେନ୍ଦ୍ରଙ୍କୁ ସ୍ଥାନୀୟ ଦୁର୍ଗା ମନ୍ଦିର ଅଫିସକୁ ଫୋନ କରି ଡାକିଥିଲେ। ସେଠାରେ ତାଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏହାସହ ସେହି ସମୟରେ ଅନ୍ୟ ୧୦ରୁ ୧୨ ଜଣ ଯୁବକ ସେଠାକୁ ଆସିଥିଲେ। ସେମାନେ ମଧ୍ୟ ଟଙ୍କା ଦେବାକୁ ଧମକ ଦେଇଥିଲେ। ଟଙ୍କା ନ ଦେଲେ କିମ୍ବା ଏ ବାବଦରେ ପୋଲିସକୁ ଖବର ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଅଭିଯୁକ୍ତମାନେ ଦୀର୍ଘ ସମୟ ଧରି ବ୍ୟବସାୟୀ ଜିତେନ୍ଦ୍ରଙ୍କୁ ନିଜ ଅଧୀନରେ ରଖି ମାନସିକ ନିର୍ଯାତନା ଦେଇଥିଲେ। ଶେଷରେ ସେମାନଙ୍କ କବଳରୁ ଛାଡ ପାଇବା ପରେ ଜିତେନ୍ଦ୍ର ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ।

All Right Reserved By

ରାଜ୍ୟ |

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

ଦବିଥିବା ଲୁଣାବନ୍ଧ ମରାମତି ଆରମ୍ଭ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ବେଳଙ୍ଗ-କେଉଟଜଙ୍ଗା ଲୁଣାବନ୍ଧର ବିଭିନ୍ନ ସ୍ଥାନ ଦବିଯାଇଥିଲା। ଫଳରେ ନଦୀ ତଟବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ।

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

ଜଳବନ୍ଦି ଗ୍ରାମ ପରିଦର୍ଶନ କଲେ କାକଟପୁର ବିଧାୟକ

କାକଟପୁର,୨୨।୭(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଏହାର ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, କାକଟପୁର ବିଡିଓ ସୁଧିର କୁମାର ନାୟକ ପ୍ରମୁଖ ଜଳବନ୍ଦି ହୋଇଥିବା ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ।

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ବଡ଼ଦାଣ୍ଡରେ ଗଡୁଛି ତିନି ରଥ

ପୁରୀ ଅଫିସ,୨୨।୭: ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ରଥଟଣା। ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ସଅଳ ରଥଟଣା ହୋଇଛି। ଛେରାପହଁରା ନୀତି ବଢ଼ିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡାଗୁଡ଼ିଙ୍କୁ ଲଗାଯାଇଥିଲା।

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଜଳିଗଲା ଟ୍ରାନ୍ସପୋର୍ଟ କମ୍ପାନୀ ଗୋଦାମ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଟକ ରୋଡ,୨୨।୭(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ଜାତୀୟ ରାଜପଥ ଜଳମଗ୍ନ

ଜାତୀୟ ରାଜପଥ ଜଳମଗ୍ନ

ବଅଁରପାଳ,୨୨।୭(ଡି.ଏନ୍‌.ଏ.): ନାଲ୍‌କୋ ନିକଟ କାଣ୍ଡସର ପେଟ୍ରୋଲ ଟାଙ୍କିଠାରେ ୫୫ ନମ୍ବର ଜାତୀୟ ରାଜପଥ ଜଳ ମଗ୍ନ ହୋଇଛି। ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ଜଳବନ୍ଦିରେ ଲେଣ୍ଡୋ ପଞ୍ଚାୟତ: ଭାଙ୍ଗିଲା ଘର, ବାତ୍ୟା ଆଶ୍ରୟସ୍ଥଳରେ ଦିନ କାଟୁଛନ୍ତି ଗ୍ରାମବାସୀ

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଶୁକ୍ରବାରଠାରୁ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖୋର୍ଦ୍ଧା ଜିଳା ଟାଙ୍ଗି ବ୍ଲକ ଲେଣ୍ଡୋ ପଞ୍ଚାୟତର ପ୍ରାୟ ସମସ୍ତ ଗାଁ ପାଣି ଘେରରେ ରହିଛି।

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ରାହାଞ୍ଜ ନିକଟରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି। ଗ୍ରାମାଞ୍ଚଳ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି।

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ଶେଷ ହେଲା ଛେରାପହଁରା: ଗଡ଼ିଲା ତାଳଧ୍ୱଜ

ପୁରୀ ଅଫିସ,୨୨।୭: ଶେଷ ହେଲା ଛେରାପହଁରା। ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ କରିଛନ୍ତି ଗଜପତି ମହାରାଜ। ରବିବାର ଅପରାହ୍ନ ୧.୧୨ରେ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ ହେବା ପରେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ରଥଟଣା ହେବା ନିର୍ଦ୍ଧାରିତ ହୋଇଥିବା ବେଳେ ସମୟ ପୂର୍ବରୁ ଅର୍ଥାତ ୧.୨୨ରେ ରଥଟଣା ଆରମ୍ଭ ହୋଇଛି।

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ଅଫିସ,୨୨।୭: ବାରିପଦା ସହରରେ ସକ୍ରିୟ ହୋଇଛନ୍ତି ଲୁଟେରା। ସହରର ୪ଟି ଏଟିଏମ୍‌ରୁ ଶନିବାର ରାତିରେ ଲୁଟ୍‌ ହୋଇଛି। ସମସ୍ତ ଏଟିଏମ୍‌ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି। ସହରର ତୁଳସୀଚୌରା, ଷ୍ଟେସନ ବଜାର, ପଲବଣି ଓ ଅସ୍ତିଆ ସ୍ଥିତ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଏହି ଲୁଟ ହୋଇଛି।

ଚଳଚଞ୍ଚଳ ଦ୍ୱିତୀୟ ଶ୍ରୀକ୍ଷେତ୍ର: ସୁନାବେଶରେ ଦର୍ଶନ ଦେଲେ ଠାକୁର

ଚଳଚଞ୍ଚଳ ଦ୍ୱିତୀୟ ଶ୍ରୀକ୍ଷେତ୍ର: ସୁନାବେଶରେ ଦର୍ଶନ ଦେଲେ ଠାକୁର

ବାରିପଦା ଅଫିସ,୨୨।୭: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ମାଉସୀ ମା’ ମନ୍ଦିରରେ ଠାକୁରମାନେ ରବିବାର ସୁନାବେଶରେ ଦର୍ଶନ ଦେଇଛନ୍ତି। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସରିଲା ବାହୁଡ଼ା ପହଣ୍ଡି: ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ଆରମ୍ଭ

ସରିଲା ବାହୁଡ଼ା ପହଣ୍ଡି: ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ଆରମ୍ଭ

ପୁରୀ ଅଫିସ,୨୨।୭: ଶେଷ ହୋଇଛି ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ମଣ୍ଡପ ଲୀଳା। ଜନ୍ମବେଦିରେ ୬ ଦିନର ରହଣୀ ପରେ ରବିବାର ଭଉଣୀଭାଇଙ୍କୁ ସାଙ୍ଗରେ ଧରି ବାହୁଡ଼ୁଛନ୍ତି କାଳିଆ ସାଆନ୍ତ। ପୂର୍ବାହ୍ନ ୧୧.୨୦ରେ ଶ୍ରୀଜଗନ୍ନାଥ ନନ୍ଦିଘୋଷକୁ ବିଜେ କରିବା ପରେ ୧୧.୩୦ରେ ବାହୁଡ଼ା ପହଣ୍ଡି ଶେଷ ହୋଇଛି। ଏହାପରେ ଗଜପତି ମହାରାଜ ୧୨.୨୫ରେ ବଡ଼ ଠାକୁରଙ୍କ ରଥରୁ ଛେରାପହଁରା ନୀତି ଆରମ୍ଭ କରିଛନ୍ତି। ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା କାର୍ଯ୍ୟ କରାଯିବ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ