ରାଜ୍ୟ |

ସାଢ଼େ ୪ ଘଣ୍ଟାରେ ବ୍ୟାଙ୍କକ୍‌

ସାଢ଼େ ୪ ଘଣ୍ଟାରେ ବ୍ୟାଙ୍କକ୍‌

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ଏଣିକି ସାଢ଼େ ୪ଘଣ୍ଟାରେ ବ୍ୟାଙ୍କକ୍‌ରେ ପହଞ୍ଚତ୍ହେବ। ରବିବାରଠାରୁ ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ସିଧାସଳଖ ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରୀମାନେ ଏହି ସୁବିଧା ପାଇଛନ୍ତି। ପୂର୍ବରୁ ଯାତ୍ରୀମାନେ ଭୁବନେଶ୍ୱରରୁ ବିମାନରେ କଲିକତା ଯାଇ ସେଠାରୁ ବ୍ୟାଙ୍କକ୍‌ ଯାଉଥିଲେ। ଫଳରେ ଅଧିକ ସମୟ ଅପଚୟ ହେଉଥିଲା। ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେକ୍‌ କାଟିବା ପରେ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଥିଲେ। ଏହାପରେ ଏୟାର ଇଣ୍ଡିଆ ବିମାନ ଏଆଇ୩୩୮ ଥାଇଲାଣ୍ଡର ବ୍ୟାଙ୍କକ ଅଭିମୁଖେ ଉଡ଼ାଣ କରିଥିଲା। ସିଧାସଳଖ ବିମାନ ଚଳାଚଳ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବା ସହ ଦକ୍ଷିଣ ପୂର୍ବ ଏସିଆ ସହିତ ସମ୍ପର୍କ ସୁଦୃଢ଼ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ଦିନରେ ବିମାନଟି ୭ଜଣ ବିମାନ କର୍ମଚାରୀଙ୍କ ସହିତ ୩୭ ଯାତ୍ରୀଙ୍କୁ ନେଇ ଅପରାହ୍ନ ୩ଟା ୪୫ମିନିଟ୍‌ରେ ଏଠାରୁ ଉଡ଼ାଣ କରିଥିଲା। ସେଠାରେ ରାତି ୮ଟା ୧୫ରେ ବିମାନଟି ପହଞ୍ଚତ୍ବ। ବିମାନରେ ଏକା ଥରକେ ୧୬୨ ଯାତ୍ରୀ ଯାତ୍ରା କରିପାରିବେ। ବିମାନ ସପ୍ତାହକୁ ଦୁଇ ଦିନ ଗୁରୁବାର ଓ ରବିବାର ଉଡ଼ାଣ କରିବ। ଯାତ୍ରୀ ସଂଖ୍ୟା ବଢ଼ିଲେ ଆଗାମୀ ଦିନରେ ପ୍ରତିଦିନ ସେବା ଯୋଗାଇବା ବ୍ୟବସ୍ଥା କରାଯିବ। ସୂଚନା ମୁତାବକ, ବର୍ତ୍ତମାନ ଏହା ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ଯାଉଛି। କିନ୍ତୁ ଆଗାମୀ ଦିନରେ ଏହି ବିମାନ ଗୋଆରୁ ବାହାରି ଭାୟା ଭୁବନେଶ୍ୱର ହୋଇ ବ୍ୟାଙ୍କକ ଯାତ୍ରା କରିବ। ସେଥିପାଇଁ ଯୋଜନା ଚାଲିଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ବର୍ତ୍ତମାନ ଭୁବନେଶ୍ୱରରୁ ବ୍ୟାଙ୍କକ ଯିବା ଆସିବା ପାଇଁ ବିମାନଭଡ଼ା ୧୨,୫୦୦ ଟଙ୍କା ରହିଛି। ୨୦୧୮ ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହା ସ୍ଥିର ରହିବ। ତା’ପରେ ଭଡ଼ା ପରିବର୍ତ୍ତନ କରାଯିବ ବୋଲି ଏୟାର ଇଣ୍ଡିଆ ପୂର୍ବାଞ୍ଚଳ ନିର୍ଦ୍ଦେଶକ କ୍ୟାପ୍‌ଟେନ ରୋହିତ ଭାସିନ କହିଛନ୍ତି। ରବିବାର ସକାଳେ ପ୍ରଥମେ ଏଆଇ୩୩୯ ବିମାନ ୬ ଓଡ଼ିଆ, ୪ ବିଦେଶୀଙ୍କ ସମେତ ୧୮ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକର ସୁବର୍ଣ୍ଣଭୂମି ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ଥାନୀୟ ସମୟ ସକାଳ ୫ଟା ୪୦ରେ ଉଡ଼ାଣ କରି ୬ଟା ୪୭ରେ ଏଠାରେ ପହଞ୍ଚତ୍ଥିଲା। ଏଠାରେ ଅବତରଣ କରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଓ୍ବାଟର କ୍ୟାନନ୍‌ରେ ସ୍ବାଗତ କରାଯାଇଥିଲା। ପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କୁ ଫୁଲ, ଚନ୍ଦନ, ସିନ୍ଦୁର ଦେଇ ଭବ୍ୟ ସ୍ବାଗତ କରାଯାଇଥିଲା।

All Right Reserved By

Model This Week

ନିକିତା

ରାଜ୍ୟ |

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌, ପୋଲିସ ଜଳକା

ବଲାଙ୍ଗୀର ଅଫିସ, ୨୩।୪- ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ସୋମବାର ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିବା ଘଟଣା ଚର୍ଚ୍ଚାରା ବିଷୟ ହୋଇଛି। ବଲାଙ୍ଗୀର ମାଲପଡାର ଅଭିଯୁକ୍ତ ଭିକି ରଥଙ୍କୁ ଟାଉନ୍‌ ଥାନା ପୋଲିସ ସୋମବାର କୋର୍ଟଚାଲାଣ କରିଥିଲା। ପୋଲିସ ଟିମ୍‌ ଅଭିଯୁକ୍ତ ରଥକୁ କୋର୍ଟକୁ ନେଇକରି ଯାଉଥିବାବେଳେ କୋର୍ଟ ପରିସରରୁ ପୋଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ରଥ ଫେରାର ହୋଇଯାଇଥିବା ଜଣାପଡିଛି। ଏନେଇ ଟାଉନ୍‌ ଥାନା ଆଇଆଇସି ଗୋକୁଳାନନ୍ଦ ସାହୁଙ୍କୁ ପଚରାଯିବାରୁ ଡକାୟତି ଉଦ୍ୟମ ଯୋଜନା କରୁଥିବା ମାମଲାରେ ରବିବାର ଗିରଫ କରାଯାଇଥିବା ଅଭିଯୁକ୍ତ ରଥକୁ ସୋମବାର କୋର୍ଟଚାଲାଣ କରାଯିବା ପରେ କୋର୍ଟରୁ ସେ ଚମ୍ପଟ୍‌ ମାରିଥିବା ସୂଚନା ଦେଇଛନ୍ତି।

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

୫ ଦଫା ଦାବିରେ ଭିନ୍ନକ୍ଷମ ଶିକ୍ଷା ସଂଘ ପକ୍ଷରୁ ଧାରଣା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ୫ ଦଫା ଦାବି ନେଇ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସଭାପତି ଶିବ ଶଙ୍କର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ଶିକ୍ଷା ସ୍ବେଚ୍ଛାସେବୀ ରେଳ ଷ୍ଟେସନଠାରେ ଏକତ୍ର ହୋଇ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି।

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

୩ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ

ଝାରସୁଗୁଡ଼ା ଅଫିସ,୨୩।୪: ଝାରସୁଗୁଡା ଜିଲା ମୁଖ୍ୟାଳୟ ପରିସରରେ ସୋମବାର ୩ଟି ପାଟ୍ରୋଲିଂ ପିସିଆର୍‌ ଭ୍ୟାନ୍‌ ଉଦ୍‌ଘାଟିତ ହୋଇଛି। ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଓ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ।

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ପଶ୍ଚିମବଙ୍ଗ ଗଲା ଝାରସୁଗୁଡ଼ା ଜିଆର୍‌ପି

ଝାରସଗୁଡ଼ା ଅଫିସ,୨୩।୪: ଆଜାଦ ହିନ୍ଦ ଟ୍ରେନରୁ ଡାଇନାମାଇଟ୍‌ ଉଦ୍ଧାର ଘଟଣାର ତଦନ୍ତ ପାଇଁ ଝାରସୁଗୁଡ଼ା ଜିଆରପି ପୋଲିସ ପଶ୍ଚିମବଙ୍ଗ ଯାଇଛି। ରବିବାର ରାତିରେ ଜିଆରପିର ୨ ଜଣ ଅଧିକାରୀ ପଶ୍ଚିମବଙ୍ଗ ଅଭିମୁଖେ ଗସ୍ତ କରିଛନ୍ତି।

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଓପିଏସ୍‌ସି, ଓଏସ୍‌ଏସ୍‌ସି କମିଶନରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ପଦ ସହ ବହୁସଂଖ୍ୟକ ପଦ ଖାଲି ପଡିଛି। ସେଗୁଡିକ ମଧ୍ୟରେ ରହିଛି ୩ ସଦସ୍ୟ ପଦ, ଗୋଟିଏ ସଦସ୍ୟଙ୍କ ବ୍ୟକ୍ତିଗତ ସଦସ୍ୟ, ଗୋଟିଏ ବ୍ୟକ୍ତିଗତ ସହାୟକ, ଗୋଟିଏ ଲାଇବ୍ରେରିଆନ, ୬ ବରିଷ୍ଠ ସହାୟକ, ୩ କନିଷ୍ଠ ସହାୟକ ଇତ୍ୟାଦି।

ସରିପାରୁନି ଜଳସେଚନ ପ୍ରକଳ୍ପ

ସରିପାରୁନି ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଜମି ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ, ଜଙ୍ଗଲ/ପରିବେଶ ମଞ୍ଜୁରୀ, ସିଡବ୍ଲ୍ୟସି ଅନୁମତିରେ ବିଳମ୍ବ, ସ୍ଥାନୀୟ ଜନସାଧାରଙ୍କ ବିରୋଧ ଇତ୍ୟାଦି କାରଣରୁ ରାଜ୍ୟରେ ଚାଲୁଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସରିପାରୁ ନାହିଁ।

ଅଦାଲତ ଭିତରେ ସ୍ବାମୀଙ୍କ ଖଣ୍ଡା ଆକ୍ରମଣରେ ସ୍ତ୍ରୀ ମୃତ, ୨ ଗୁରୁତର, ଅଭିଯୁକ୍ତ ଗିରଫ

ଅଦାଲତ ଭିତରେ ସ୍ବାମୀଙ୍କ ଖଣ୍ଡା ଆକ୍ରମଣରେ ସ୍ତ୍ରୀ ମୃତ, ୨ ଗୁରୁତର, ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୩।୪(ବ୍ୟୁରୋ)-ସମ୍ବଲପୁର ଜିଲା ଫେମିଲି କୋର୍ଟ (ପାରିବାରିକ ଅଦାଲତ)ରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ସମସ୍ୟାର ଆଲୋଚନା ପାଇଁ ଉପସ୍ଥିତ ଥିବାବେଳେ ସିନ୍ଦୁରପଙ୍କ ଗ୍ରାମର ରାଜ କୁମ୍ବାରଙ୍କ ଖଣ୍ଡା ଆକ୍ରମଣରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା, ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସଙ୍ଗୀତା ଚୌଧୁରୀ (୧୮)। ଗୁରୁତର ହେଲେ ସଙ୍ଗୀତାଙ୍କ ମା’ ଲଲିତା ଚୌଧୁରୀ (୩୭), ସଙ୍ଗୀତାଙ୍କ ବଡ ଭଉଣୀ ଝିଅ ଶିବାନୀ (୪)। ଅନ୍ୟ ପଟେ ଟାଉନ ଥାନା ପୋଲିସ ଅଭିଯୁକ୍ତ ରାଜ କୁମ୍ବାରଙ୍କୁ ଗିରଫ କରିବା ସହ ବ୍ୟବହୃତ ଖଣ୍ଡା ଜବତ କରିଛି। ଖଣ୍ଡା ଆକ୍ରମଣ ଫଳରେ କୋର୍ଟ ପରିସର ରକ୍ତାକ୍ତ ହୋଇଥିଲା। ସଙ୍ଗୀତା ଓ ଲଲିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଭୀମସାର ସ୍ଥାନାନ୍ତରଣ କରାଯାଇଥିବାବେଳେ ମଧ୍ୟାହ୍ନରେ ସଙ୍ଗୀତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।