ରାଜ୍ୟ |

ବିଷ ପିଇ ଜୀବନ ହାରିଲେ ଚାଷୀ: ଫସଲକ୍ଷତି, ଋଣବୋଝ ଚିନ୍ତାରୁ ଆତ୍ମହତ୍ୟା

ବିଷ ପିଇ ଜୀବନ ହାରିଲେ ଚାଷୀ: ଫସଲକ୍ଷତି, ଋଣବୋଝ ଚିନ୍ତାରୁ ଆତ୍ମହତ୍ୟା

ବରଗଡ଼ ଅଫିସ୍‌,୧୦।୧୨
ବରଗଡ଼ ଜିଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଥମିବାର ନାଁ ନେଉନି। ରବିବାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଅର୍ଜୁନ ସତନାମୀ(୬୫)। ମରୁଡ଼ି ଓ ଚକଡ଼ା ରୋଗପୋକ ଯୋଗୁ ଫସଲକ୍ଷତି ହେବା ଯୋଗୁ ଋଣବୋଝରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ ରାମପ୍ରସାଦ ଅଭିଯୋଗ କରିଛନ୍ତି। ଏ ନେଇ ଅମ୍ବାଭୋନା ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧୪/୧୭) ରୁଜୁ ହୋଇଛି। ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପୋଲିସ ଏହାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଅର୍ଜୁନ ଗତ ଖରିଫ୍‌ ଋତୁରେ ନିଜର ୨ଏକର ଏବଂ ଅନ୍ୟମାନଙ୍କ ୩ଏକର ଭାଗରେ ନେଇ ସେଥିରେ ଚାଷ କରିଥିଲେ। ଏଥିପାଇଁ ସେ ଲଖନପୁର ସେବା ସମବାୟ ସମିତିରୁ ୬୦ହଜାର ଏବଂ ଅନ୍ୟମାନଙ୍କଠାରୁ ପ୍ରାୟ ୩୦ହଜାର ହାତ ଉଧାରି କରିିଥିଲେ। ମରୁଡ଼ି ଓ ଚକଡ଼ା ରୋଗପୋକ ଯୋଗୁ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାରୁ ସେ ସବୁବେଳେ ପରିବାର ଗୁଜୁରାଣ, ଋଣ ପରିଶୋଧ ଚିନ୍ତାରେ ରହୁଥିଲେ। ଶନିବାର ରାତ୍ରି ପ୍ରାୟ ୮ଟାରେ ଅର୍ଜ୍ଜୁନ କୀଟନାଶକ ପିଇ ଦେଇ ଗୁରୁତର ଅବସ୍ଥାରେ ଘରକୁ ଆସିଥିଲେ। ମାତ୍ର ଗାଡ଼ି ଯୋଗାଡ଼ ହୋଇ ନ ପାରିବାରୁ ରାତାରାତି ତାଙ୍କୁ ଡାକ୍ତରଖାନା ନିଆଯାଇ ପାରି ନ ଥିଲା ଏବଂ ରବିବାର ସକାଳେ ଅର୍ଜୁନଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ରାମପ୍ରସାଦ କହିଛନ୍ତି। ଏ ସମ୍ପର୍କରେ ଅମ୍ବାଭୋନା ତହସିଲଦାର ସହଦେବ ସମାଧିଆଙ୍କୁ ପଚାରିବାରୁ କହିଲେ, ସେ ମୃତଚାଷୀଙ୍କ ଘରକୁ ଯାଇଥିଲେ। ସେତେବେଳେ ପରିବାରର କେହି ଘରେ ନ ଥିବା ଯୋଗୁ ଘଟଣା ସମ୍ପର୍କରେ ପଚରାଉଚୁରା ସମ୍ଭବ ହୋଇ ନ ଥିଲା। ସୋମବାର ପୁଣି ମୃତ ଚାଷୀଙ୍କ ଘରକୁ ଯିବେ ଏବଂ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣାପଡ଼ିବ। ଏ ନେଇ ତଦନ୍ତ ଜାରି ରହିଛି ବୋଲି ତହସିଲଦାର ସମାଧିଆ କହିଛନ୍ତି। ଉଲ୍ଲେଖନୀୟ, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାର ୧୭ଜଣ ଚାଷୀ ଫସଲକ୍ଷତି ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

All Right Reserved By

ରାଜ୍ୟ |

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଏବଂ ଲେଣ୍ଡ୍‌-ଏ-ହ୍ୟାଣ୍ଡ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ବହୁମୁଖୀ ଦକ୍ଷତା ବିକାଶ ପ୍ରୟୋଗଶାଳା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ବୁଧବାର ଶୁଭାରମ୍ଭ ହୋଇଛି। ଏହା ଜରିଆରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ସମ୍ପର୍କରେ ଶିକ୍ଷା ମିଳିବ।

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

କଟକ ଅଫିସ, ୧୮।୭- ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏସ୍‌ସିବି ମେଡିକାଲର କନିଷ୍ଠ କିରାଣୀ ଦିଲୀପ କୁମାର ରାଉତ। ମଙ୍ଗଳାବାଗ କାଠଗୋଲା ସାହିର ରୋହିତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଦିଲୀପ ପୂର୍ବ ଦାବି ମୁତାବକ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରୋହିତଙ୍କ ଜେଜେମା ସାଗର ଦେଈ ଏସ୍‌ସିବି ମେଡିକାଲର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ପ୍ରେମିକା ସହ ସ୍ବାମୀ ଫେରାର

ପ୍ରେମିକା ସହ ସ୍ବାମୀ ଫେରାର

ବାରିପଦା ଅଫିସ,୧୮।୭- ପ୍ରାୟ ୧୫ ଦିନ ପୂର୍ବେ ପ୍ରେମିକା ସହ ଫେରାର ହୋଇଯାଇଥିବା ସ୍ବାମୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳା। ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଖୁଣ୍ଟା ଥାନା ପୋଲିସ ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛନ୍ତି।

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

କଟକ ଅଫିସ, ୧୮।୭- ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଜିଲାର ୮ଜଣ ରୋଗୀଙ୍କୁ ବୁଧବାର ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ରକ୍ତ ପରୀକ୍ଷାରେ ଡେଙ୍ଗୁ ନେଗେଟିଭ୍‌ ବାହାରିଥିବାବେଳେ ସ୍ବାଇନ୍‌ ଫ୍ଲୁ ପାଇଁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ପଠାଯାଇଛି।

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ,୧୮।୭(ଡି.ଏନ.ଏ.)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସହରକୁ ଲାଗିଥିବା ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଆସନ୍ତା ୨୦ରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପରେ ଋଷିକୁଲ୍ୟା ନଦୀତଟବର୍ତ୍ତୀ ଅଞ୍ଚଳ ପୁରୁଣାବନ୍ଧ, ପୋଡ଼ମପେଟା, ନିଉପୋଡ଼ମପେଟା ଏବଂ ଋଷିକୁଲ୍ୟା ବ୍ରିଜ ନିକଟବର୍ତ୍ତୀ ଦାମୋଦରପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବୁଧବାର ପଞ୍ଚାୟତବାସୀ ବିଶାଳ ଗଣଧାରଣାରେ ବସିଛନ୍ତି। ପଞ୍ଚାୟତବାସୀ ଜିଲାପାଳ, ଭିଜିଲାନ୍ସ ଏସ୍‌.ପି. ପ୍ରମୁଖଙ୍କୁ ଏ ନେଇ ଜଣାଇଥିଲେ ବି କୌଣସି ପ୍ରତିକାର ହୋଇ ନାହିଁ।

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ପାଟଣାଗଡ,୧୮।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ନିଜ ସମ୍ପର୍କୀୟ କହି କିଛି ଦିନ ହେଲା ଏମାନେ ଘରେ ରଖି ଦେହ ବେପାର ଚଳାଉଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ଜଣେ ଜନପ୍ରତିନିଧି, ଜଣେ ଶିକ୍ଷକ ଓ ୨ ପୋଲିସ କର୍ମଚାରୀ ଏହି ଘଟଣାରେ ସହଯୋଗ କରିଥିବା ଦର୍ଶାଯିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡିଛି।

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ମୁନିଗୁଡ଼ା,୧୮।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ରାଜପଥ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ସେ ହେଲେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଗ୍ରାମର ଉଗ୍ରସେନ ବାଗ୍‌। ଉଗ୍ରସେନକୁ ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରୁଥିବା ବେଳେ ସେ କେରଳରେ ଲୁଚି ରହିଥିଲେ। ଚଳିତ ବର୍ଷ ରଥଯାତ୍ରାରେ ନିଜ ପ୍ରେମିକାଙ୍କୁ ଉଗ୍ରସେନ ଭେଟିବାକୁ ଆସିଥିଲେ।

ବିଧାନ ପରିଷଦ ପ୍ରସଙ୍ଗ: ଅନୁଧ୍ୟାନ କରି ଫେରିଲା କମିଟି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିହାର ଏବଂ ତେଲେଙ୍ଗାନା ଗସ୍ତ କରିଥିବା କମିଟି ଇତି ମଧ୍ୟରେ ଓଡ଼ିଶା ଫେରିଛି।

Model This Week

ରୂପେଶ