Dharitri News
ରାଜ୍ୟ |

ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା ମାଲକାନଗିରି,୧୦।୧୨(ସ୍ବ.ପ୍ର.)-ମାଲକାନଗିରି ଜିଲାରେ ପୁଣି ମାଓବାଦୀମାନଙ୍କ ଆତଙ୍କ। ଚିତ୍ରକୋଣ୍ଡା ବ୍ଲକ୍‌ ରାଲେଗଡା ପଞ୍ଚାୟତର ପୁରୁଣାଟେକପଦର ଗ୍ରାମରେ ସୀତାରାମ ଖେମୁଡୁ ନାମକ ଜଣଙ୍କୁ ଶନିବାର ପୋଲିସ୍‌ ଇନଫର୍ମର ସନ୍ଦେହରେ ଗଳାକାଟି ହତ୍ୟା କରିଛନ୍ତି। ବିଳମ୍ବିତ ରାତିରେ ୧୫ରୁ ୨୦ ମାଓବାଦୀ ସୀତାରାମଙ୍କ ଘରକୁ ଆସି ତାଙ୍କୁ ଡାକି ନେଇଥିଲେ। ଗଁ। ମୁଣ୍ଡକୁ ନେବା ପରେ ତାଙ୍କୁ ସେଠାରେ ହତ୍ୟା କରି ପକାଇ ଦେଇଥିଲେ। ରବିବାର ସକାଳୁ ସ୍ଥାନୀୟ ଲୋକେ ଏହା ଦେଖିଥିଲେ। ଘଟଣାସ୍ଥଳରେ ଏକ ହାତ ଲେଖା ଚିଠି ପଡ଼ିଥିଲା। ମାଓବାଦୀମାନେ ବିଚ୍ଛିନ୍ନାଞ୍ଚଳକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିବା ସହ ନିକଟରେ ପିଏଲଜିଏ ସପ୍ତାହ ଚାଲିଥିବା ବେଳେ ତୋଟାଗଡାରେ ନିଜର ଅଫିସ୍‌ ଗୃହ କରିଥିଲେ। ଏଥିସହ ସେମାନଙ୍କୁ ଯେଉଁମାନେ ସହଯୋଗ କରୁନାହାନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଉଛନ୍ତି। ଏହି ଯୁବକ ଜଣଙ୍କ ପୋଲିସର ଇନଫର୍ମର ନଥିବା ପୋଲିସ୍‌ ସ୍ପଷ୍ଟ କରିଛି। 

ରାଜ୍ୟ |

ଓଡ଼ିଶା ପୋଲିସର ୧୦ ଜଣ ପୁରସ୍କୃତ ହେବେ

ଓଡ଼ିଶା ପୋଲିସର ୧୦ ଜଣ ପୁରସ୍କୃତ ହେବେ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ୨୦୧୮ ପାଇଁ ପୋଲିସ ସାହସିକତା ପୁରସ୍କାର ବୁଧବାର ଘୋଷଣା କରାଯାଇଛି। ଓଡ଼ିଶାର ୧୦ ପୋଲିସ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।

ରାଷ୍ଟ୍ରପତି ପୁରସ୍କାର ପାଇଲେ ମମତା

ରାଷ୍ଟ୍ରପତି ପୁରସ୍କାର ପାଇଲେ ମମତା

କେନ୍ଦ୍ରାପଡ଼ା ଅଫିସ/ରାଜନଗର,(ଡି.ଏନ୍‌.ଏ.) ୨୪।୧- ବଡ଼ ଭଉଣୀକୁ କୁମ୍ଭୀର ମୁହଁରୁ ବଞ୍ଚାଇ ସାହସିକତା ପରିଚୟ ଦେଇଥିଲେ ରାଜନଗରର କୁନି ଝିଅ ମମତା ଦଳାଇ। ଏ ନେଇ ତାଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ସାହସିକତା ପୁରସ୍କାର ମିଳିବାକୁ ଯାଉଛି। ଏଥିପାଇଁ ମମତା ଦିଲ୍ଲୀରେ ପହଞ୍ଚତ୍ଥିବା ବେଳେ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପୁରସ୍କୃତ ହୋଇଛନ୍ତି।

ରାଜନଗରରେ କଂଗ୍ରେସ ଓ ଭାଜପା ପକ୍ଷରୁ ବନ୍ଦ ପାଳନ

ରାଜନଗରରେ କଂଗ୍ରେସ ଓ ଭାଜପା ପକ୍ଷରୁ ବନ୍ଦ ପାଳନ

ରାଜନଗର, ୨୪।୧ (ଡି.ଏନ୍‌.ଏ.)- କୁନ୍ଦୁଲି ଗଣ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଓ ଭାଜପା ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଉଛି।

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବନ୍ଦପାଳନ

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବନ୍ଦପାଳନ

ନୟାଗଡ଼ ଅଫିସ, ୨୪।୧: ନୟାଗଡ଼ ଜିଲା ଭାଜପା ଓ କଂଗ୍ରେସ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଓ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି।

ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଓ ଭାଜପାର ୧୨ ଘଣ୍ଟିଆ ହରତାଳର ପ୍ରଭାବ ସାରା ଓଡ଼ିଶାରେ ପରିଲକ୍ଷିତ ହୋଇଛି। ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ବନ୍ଦ ରହିଛି। ଷ୍ଟେଶନରେ ଯାତ୍ରୀମାନେ ବସି ରହିଛନ୍ତି।

ଦାରିଙ୍ଗବାଡ଼ିରେ ବନ୍ଦ ପାଳନ

ଦାରିଙ୍ଗବାଡ଼ିରେ ବନ୍ଦ ପାଳନ

ଦାରିଙ୍ଗବାଡ଼ି, ୨୪।୧(ଡି.ଏନ୍‌.ଏ.): କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ଓ ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀ ଅଫିସ, ୨୪।୧: କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଏବଂ ଭାଜପା ହରତାଳ ଡାକରା ଦେଇଛି। ଏହାର ଆଂଶିକ ପ୍ରଭାବ ପୁରୀରେ ପଡ଼ିଛି। ସହରରେ ଦୋକାନ ବଜାର କାଁଭାଁ ବନ୍ଦ ରହିଛି।

୫୦ ଭାଜପା କର୍ମୀ ଅଟକ

୫୦ ଭାଜପା କର୍ମୀ ଅଟକ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ହରତାଳ କରାଯାଉଛି।

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ସତ୍ୟବାଦୀ, ସମ୍ବଲପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ସତ୍ୟବାଦୀ ଓ ସମ୍ବଲପୁର ସଡ଼କ ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦେବା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍‌: ୪ ମୃତ, ୩୨ ଉଦ୍ଧାର

ସମ୍ବଲପୁର/ମାନେଶ୍ୱର/ପଡିଆବାହାଲ, ୨୪।୧ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ପଡିଆବାହାଲ ନିକଟସ୍ଥ ଗଉଡପାଲି ବ୍ରିଜ୍‌ ଉପରୁ ମଙ୍ଗଳବାର ରାତିରେ ମାଳତି ନଦୀ ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସି ପଡିଛି । ବୈଷ୍ଣୋଦେବୀ ନାମକ ଏହି ଯାତ୍ରୀବାହୀ ବସ୍‌ (ଓଡି ୧୫ ଏଫ୍‌-୯୦୧୧)ଟି ସମ୍ବଲପୁରରୁ କେନ୍ଦୁଝର ଯାଉଥିଲା। ହେଲେ ରାତି ପ୍ରାୟ ୧୦ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୫୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ ଭିତରୁ ୩୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଆଜି କଂଗ୍ରେସର ୧୨ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୪।୧(ବ୍ୟୁରୋ):କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି।