ରାଜ୍ୟ |

କାର୍ଯ୍ୟାଳୟରେ ପଶି ତହସିଲଦାରଙ୍କୁ ମାଡ଼

କାର୍ଯ୍ୟାଳୟରେ ପଶି ତହସିଲଦାରଙ୍କୁ ମାଡ଼
ପୁରୀ ଅଫିସ/କଣାସ(ଡି.ଏନ୍‌.ଏ.) ୯।୧୨: ପୁରୀ ଜିଲା କଣାସ ତହସିଲ କାର୍ଯ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା। ୨ ଯୁବକ ତହସିଲ କାର୍ଯ୍ୟାଳୟରେ ପଶି ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କୁ ଧସ୍ତାଧସ୍ତି କରିବା ସହିତ ମାଡ଼ ମାରିଛନ୍ତି। ପୂର୍ବ ରାଗକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି। ଉକ୍ତ ଯୁବକଙ୍କ ମାଡ଼ରେ ତହସିଲର ୨ ଅଧିକାରୀ ଏବଂ ୩ କର୍ମଚାରୀ ଗୁରୁତର ହୋଇଛନ୍ତି। ତହସିଲ କର୍ମଚାରୀମାନେ ୨ଯୁବକଙ୍କୁ କାବୁ କରି କଣାସ ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ କଣାସ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପଡା ଗ୍ରାମର ନୀଳକଣ୍ଠ ବଡ଼ଜେନା ଏବଂ ବାବୁଲି ଓରଫ ପ୍ରମୋଦ ପାତ୍ର। ଅନ୍ୟପକ୍ଷରେ ଏହି ଘଟଣାକୁ ଓଡିଶା ପ୍ରଶାସନିକ ସେବା ସଂଘ (ଓଏଏସ୍‌) ପୁରୀ ଶାଖା ତୀବ୍ର ନିନ୍ଦା କରିଛି। ଦ୍ୱିତୀୟ ଶନିବାର ସତ୍ତ୍ବେ କଣାସ ତହସିଲ କାର୍ଯ୍ୟାଳୟ ଖୋଲା ରହିଥିଲା। ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଅନୁଧ୍ୟାନ କାର୍ଯ୍ୟ ପାଇଁ ତହସିଲଦାର ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟ କରୁଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କଣାସ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପଡା ଗ୍ରାମର ନୀଳକଣ୍ଠ ଏବଂ ବାବୁଲି ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ଅତିରିକ୍ତ ତହସିଲଦାର ସହଦେବ ସାହୁ କାର୍ଯ୍ୟାଳୟରୁ ଏଟିଏମ୍‌କୁ ଯିବାକୁ ବାହାରୁଥିଲେ। ଏହି ସମୟରେ ତାଙ୍କ ସହିତ ଉକ୍ତ ଯୁବକ ଦ୍ୱୟ ଯୁକ୍ତିତର୍କ କରିବା ସହ ଧସ୍ତାଧସ୍ତି କରି ମାଡ ମାରିଥିଲେ। ତହସିଲଦାର ସଞ୍ଜୟ କୁମାର ପ୍ରତିହାରୀ ତାଙ୍କ କ୍ବାର୍ଟରରେ ଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଅଫିସକୁ ଆସିଥିଲେ। ଯୁବକ ଦ୍ୱୟ ତହସିଲଦାରଙ୍କୁ ମଧ୍ୟ ଧସ୍ତାଧସ୍ତି କରିବା ସହିତ ମାଡ ମାରିଥିଲେ। ତହସିଲର ରେଭିନ୍ୟୁ ସୁପରଭାଇଜର ରବୀନ୍ଦ୍ର ଜେନା, କିରାଣି ଜିତେନ୍ଦ୍ର ଛାଟୋଇ ଏବଂ ଶ୍ରୀଧର ବେହେରାଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିଲେ। ଅନ୍ୟପକ୍ଷରେ କଣାସ ତହସିଲ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜର କିଛି ଅଂଶ ଗଣମାଧ୍ୟମର ହସ୍ତଗତ ହୋଇଛି। ସେଥିରେ ତହସିଲ କର୍ମଚାରୀ ବି ଉକ୍ତ ଯୁବକଙ୍କୁ ମାଡ ମାରୁଥିବାର ଦୃଶ୍ୟ ରହିଛି। ଅତିରିକ୍ତ ତହସିଲଦାର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି କଣାସ ଥାନାରେ ଏକ ମାମଲା ରୁଜୁ ହୋଇଛି। ୪୫୨, ୩୪୧, ୩୩୨, ୩୫୩, ୨୯୪, ୫୦୬, ୩୪ ଦଫା ଏବଂ ୭ ସିଆରଏଲ ଆକ୍ଟ ବଳରେ କେସ (ନଂ. ୧୪୨/୨୦୧୭) ରୁଜୁ ହୋଇଛି। ଏ ସମ୍ପର୍କରେ କଣାସ ଥାନା ଅଧିକାରୀ ରଞ୍ଜନ ପ୍ରଧାନ କୁହନ୍ତି, ଡେଲାଙ୍ଗ-କଣାସ ରାସ୍ତାର ଚାନ୍ଦପଡା ଛକ ନିକଟରେ ନୀଳକଣ୍ଠ ଜେନାଙ୍କ ଏକ ଘର ନିର୍ମାଣାଧୀନ ଅବସ୍ଥାରେ ରହିଛି। ଜମିର କିସମ ପରିବର୍ତ୍ତନ ନ କରି ଘର ନିର୍ମାଣ ଓ ବେଆଇନ ଭାବେ ପଥର ଆଣୁଥିବାରୁ ତହସିଲଦାର ତାଙ୍କୁ ତାଗିଦ୍‌ କରିଥିଲେ। ଏଥିଲାଗି ସେମାନେ ତହସିଲ କାର୍ଯ୍ୟାଳୟକୁ ଯାଇ ଏଭଳି ଗଣ୍ଡଗୋଳ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ନୀଳକଣ୍ଠଙ୍କ ମା’ କୁନି ବଡଜେନା ଅଭିଯୋଗ କରିଛନ୍ତି ଯେ, ପଥର ଗାଡିକୁ ଅଟକାଇ ତହସିଲଦାର ୩୦ହଜାର ଟଙ୍କା ମାଗିଥିବାରୁ ମୋ ପୁଅ ପଚାରିବାକୁ ଯାଇଥିଲା। ତାଙ୍କୁ ମିଥ୍ୟା କେସରେ ଫସାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ତହସିଲଦାର ସଞ୍ଜୟ ପ୍ରତିହାରୀ କହିଛନ୍ତି, କିସମ ପରିବର୍ତ୍ତନ ଏବଂ ପଥର ଗାଡିଠାରୁ ଟଙ୍କା ଆଦାୟ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ୨୦୧୬ ଜୁନ ମାସରେ ତହସିଲ କାର୍ଯ୍ୟାଳୟ ନିକଟରେ ଏକ ଜମିରେ ମହିଳା ସମିତି ଘର ନିର୍ମାଣ କରିବା ପାଇଁ ମାଟିପୋତା ଚାଲିଥିଲା। ଏହାକୁ ନେଇ ସେଠାରେ ଗଣ୍ଡଗୋଳ ହୋଇଥିଲା। ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ କଣାସ ଥାନାରେ ଜୁନ ୨୮ରେ ଏକ କେସ (ନଂ. ୭୯/୨୦୧୬) ରୁଜୁ ହୋଇଥିଲା। ଏଥିରେ କଣାସ ବ୍ଲକର ଆତ୍ମା ଅଧ୍ୟକ୍ଷ ଭଗବାନ ସୁବୁଦ୍ଧି ଓ ପ୍ରମୋଦ ପାତ୍ର ଗିରଫ ହୋଇଥିଲେ। ପୂର୍ବ ରାଗକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। କଣାସ ଅଞ୍ଚଳରେ ତହସିଲ କର୍ମଚାରୀଙ୍କ ପ୍ରତି ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କଣାସ ଥାନା ଅନ୍ତର୍ଗତ ହଳଦିଆପଡା ଗ୍ରାମକୁ ନଭେମ୍ବର ୧୯ରେ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ଗଡ଼ ସାନପୁଟ ଆରଆଇ ବିଷ୍ଣୁଚରଣ ମହାପାତ୍ର ଯାଇଥିଲେ। ଏହି ସମୟରେ ହଳଦିଆପଡା ଗ୍ରାମର ଶ୍ରୀକାନ୍ତ ପରିଡା ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୁକ୍ତ ଶ୍ରୀକାନ୍ତଙ୍କୁ ଗିରଫ କରିଥିଲା। ସେହିପରି ଏହାର କିଛି ଦିନ ପୂର୍ବରୁ ଏହି ତହସିଲର ଜଣେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ କେତେଜଣ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
All Right Reserved By

ରାଜ୍ୟ |

ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ସିଡିଏମଓଙ୍କୁ ଦାବିପତ୍ର

ମହିଳା ସ୍ବାସ୍ଥ୍ୟକର୍ମୀ ସଂଘର ସିଡିଏମଓଙ୍କୁ ଦାବିପତ୍ର

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଏନ୍‌ଏଚ୍‌ଏମ୍‌ ଅଧୀନରେ ଅସ୍ଥାୟୀ ଭାବେ କାମ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ଥାୟୀ ଚାକିରି, ପେନସନ, ସମସ୍ତ ସରକାରୀ ସୁବିଧା ଦାବିରେ କଳାହାଣ୍ଡି ଜିଲା ଏନଏଚଏମ ମହିଳା ସ୍ବାସ୍ଥ୍ୟ କର୍ମୀ ସଂଘ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡିଏମଓ ଡାକ୍ତର ସରୋଜ ତିହାଡିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ମହିଳା ସ୍ବାସ୍ଥ୍ୟକର୍ମୀମାନେ ଚାକିରିରେ ଯୋଗଦେବାର ୧୩ ବର୍ଷ ପରେ ମଧ୍ୟ କୌଣସି ସୁବିଧା ପାଇପାରି ନାହାନ୍ତି । ଏମାନେ ଅସ୍ଥାୟୀ ଭାବେ କାମ କରୁଛନ୍ତି । କମ୍‌ ଦରମା ପାଉ ଥିବାରୁ ପରିବାର 

ପୁରୀରୁ ଫେରୁଥିବା ଭାଜପା ମହିଳା ମୋର୍ଚ୍ଚା ଭ୍ୟାନ ଦୁର୍ଘଟଣା: ୨୫ ଗୁରୁତର

ପୁରୀରୁ ଫେରୁଥିବା ଭାଜପା ମହିଳା ମୋର୍ଚ୍ଚା ଭ୍ୟାନ ଦୁର୍ଘଟଣା: ୨୫ ଗୁରୁତର

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କଳାହାଣ୍ଡି ଜିଲା ସଦର ବ୍ଲକ ଛେଲିଆମାଲ ଗ୍ରାମର ୨୫ ଜଣ ଗୁରୁତର ଆହତ ହୋଇଛନ୍ତ। ପ୍ରଥମେ ସେମାନଙ୍କୁ ଭବାନୀପାଟଣା ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ଓ କଟକ ପଠାଯାଇଛି। ସୋମବାର ପୁରୀରେ ଅନୁଷ୍ଠିତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ କଳାହାଣ୍ଡି ଭାଜପା ମହିଳା ମୋର୍ଚ୍ଚା ସଦସ୍ୟାମାନେ 

ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ, ୫ ହଜାର ଟଙ୍କା ଜରିମାନା

ନାବାଳିକାଙ୍କୁ ବଳାତ୍କାର ଘଟଣାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ, ୫ ହଜାର ଟଙ୍କା ଜରିମାନା

ଭବାନୀପାଟଣା,୨୫।୯(ଡି.ଏନ.ଏ.)
ଜଣେ ନାବାଳିକାଙ୍କୁ ୫ ବର୍ଷ ପୂର୍ବେ ବଳାତ୍କାର କରିବା ଘଟଣାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। କଳାହାଣ୍ଡି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ରଶ୍ମିତା ଦଳେଇ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାର ପ୍ରକାଶ ଯେ, କେସିଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ଶୌଚ ହେବା ପାଇଁ ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ନାଳକୁ ଯାଇଥିଲାବେଳେ କଶୃପଡା ଗ୍ରାମର ଅରୁଣ ମାଝି (୩୫) ଜୋର କରି ସାଇକେଲରେ ବସାଇ ଏକ ପଥର କ୍ରଶର ନିକଟକୁ ଉଠାଇ ନେଇ ବଳାତ୍କାର କରିଥିଲେ। ଏ

ଭାଜପାରେ ମିଶିଲେ ଲୋକପ୍ରତିନିଧି, କାର୍ଯ୍ୟକର୍ତ୍ତା

ଭାଜପାରେ ମିଶିଲେ ଲୋକପ୍ରତିନିଧି, କାର୍ଯ୍ୟକର୍ତ୍ତା

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟରେ ମଙ୍ଗଳବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର  ୧୦ ନମ୍ବର ଓାର୍ଡ଼ସଭ୍ୟା ମୋନାଲିସା ମାଝି ଓ ତାଙ୍କ ସ୍ବାମୀ ବିଶ୍ୱନାଥ ମାଝି, ୧୧ ନମ୍ବର ଓାର୍ଡ଼ସଭ୍ୟା ଜୟନ୍ତୀ ଦଳାଇ ଓ ତାଙ୍କ ସ୍ବାମୀ ଗୌରାଙ୍ଗ ଦଳାଇ, ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣେଶ ପାତ୍ର, ଅଭିମନ୍ୟୁ ପଟ୍ଟାୟତ, ଗୁରୁପଦ ଖଟୁଆ, ଓଡ଼ଙ୍ଗି ପଞ୍ଚାୟତର ରାଜେନ୍ଦ୍ର ନାୟକ, ବାହାବଳପୁର ପଞ୍ଚାୟତର ପରମେଶ୍ୱର ପଟ୍ଟାୟତ, ଗୋପାଳ ମଣ୍ଡଳ, ମ୍ତ୍ୟୁଞ୍ଜୟ ମଣ୍ଡଳ, ପ୍ରଦୀପ ମଣ୍ଡଳ, ପ୍ରଦୀପ କୁମାର ପତ୍ର ପ୍ରମୁଖ ଶତାଧିକ ଯୁବପିଢ଼ି ମଙ୍ଗଳବାର ଜିଲା ସଭାପତି ମଦନମୋହନ ଦତ୍ତଙ୍କ ଉପସ୍ଥିତିରେ ବାଲେଶ୍ୱର ବିଧିବଦ୍ଧ ଭାବେ ବିଜେଡି ଛାଡି ଭାଜପାରେ ଯୋଗଦାନ କରିଛନ୍ତି। 

ଡାକ୍ତରଙ୍କ ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ:  ଜିଲାମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଡାକ୍ତରଙ୍କ ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ଜିଲାମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କୋରାପୁଟ, ୨୫।୯(ସ୍ବ.ପ୍ର./ଡି.ଏନ୍‌.ଏ.)-ଜଣେ ଗର୍ଭବତୀଙ୍କ ମୃତ୍ୟୁକୁ ନେଇ କୋରାପୁଟ ଜିଲାମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ମୃତକ ଜଣଙ୍କ ହେଲେ ସ୍ଥାନୀୟ ମର୍ଶିପୁଟ ଗ୍ରାମର ସୁନିଆ ଭୋଇଙ୍କ ସ୍ତ୍ରୀ ସାବି  (୨୦)। ଡାକ୍ତରଙ୍କ ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କିୟମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ଶିଶୁ ବିଭାଗ ମୁଖ୍ୟ ଫାଟକ ବନ୍ଦ କରି ତା ଆଗରେ ଧାରଣା ଦେଇଛନ୍ତି। 

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

କଟକ ଅଫିସ/କଣ୍ଟାପଡା, ୨୫।୯(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ମହାବିଦ୍ୟାଳୟର ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମକରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗଳବାର ଦିନ ୧୨ଟାରେ ଭୁଜାଲିରେ ହାଣି ଫେରାର ହୋଇଯାଇଛନ୍ତି। 

କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି

କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି

ପୁରୀ ଅଫିସ୍‌, ୨୫।୯: ମହିଳାଙ୍କ ପ୍ରତି ଅସମ୍ମାନସୂଚକ ମନ୍ତବ୍ୟ ସମ୍ବଳିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଅସମ୍ମାନଜନକ ମନ୍ତବ୍ୟ ଦେଇଛନ୍ତି।

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୫ା୯- ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ମୁକୁନ୍ଦପୁର ଗ୍ରାମରେ ବିଦ୍ୟୁତ୍‌ ମେକାନିକ ରଣଜିତ ପଣ୍ଡା(୨୫)ଙ୍କ ସ୍ତ୍ରୀ ବର୍ଷା ବାଗମିତା ମିଶ୍ର(୨୦)ଙ୍କ ମୃତଦେହ ସୋମବାର ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର କରାଯାଇଛି। ଯୌତୁକ ଦାବିକୁ କେନ୍ଦ୍ରକରି ବର୍ଷାଙ୍କୁ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ନେଇ ବର୍ଷାଙ୍କ ବାପା ମଦନ ମୋହନ ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି।

ଶ୍ରୀମନ୍ଦିରରେ ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି

ଶ୍ରୀମନ୍ଦିରରେ ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି

ପୁରୀ ଅଫିସ,୨୫।୯: ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି ରାଜକେଶ୍ୱର ପୂର଼୍ୟାଗ ସପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । 

ବିଜେଡିରେ ମିଶିଲେ ଭାଜପା କର୍ମୀ

ବିଜେଡିରେ ମିଶିଲେ ଭାଜପା କର୍ମୀ

କାମାକ୍ଷାନଗର,୨୫।୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ଦଶୀପୁର  ଅଞ୍ଚଳର  ଶତାଧିକ  ଭାଜପା କର୍ମୀ ସୋମବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ   ସେମାନେ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। 

କୋରଡାରେ କଲରାପତରିଆ ବାଘ

କୋରଡାରେ କଲରାପତରିଆ ବାଘ

ଛେଣ୍ଡିପଦା,୨୫ା୯(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୋରଡା ଗ୍ରାମ ନିକଟରେ ଦୁଇ ଦିନ ଧରି କଲରାପତରିଆ ବାଘ ଚଳପ୍ରଚଳ କରୁଥିବା ଜଣାପଡିଛି। 

ବାଳ ସୁଧାର ଗୃହରେ ନିର୍ଯାତନା ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ବାଳ ସୁଧାର ଗୃହରେ ନିର୍ଯାତନା ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା ଜୁଭେନାଇଲ ଜେଲ(ବାଳ ସୁଧାର ଗୃହ)ରେ ପ୍ରାୟ ୭୯ ପିଲା ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି।