ରାଜ୍ୟ |

ଦୁର୍ବଳ ହେଉଛି ଲଘୁଚାପ

ଦୁର୍ବଳ ହେଉଛି ଲଘୁଚାପ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗ ଗୋପାଳପୁର ଏବଂ ଦକ୍ଷିଣ- ଦକ୍ଷିଣ ପଶ୍ଚିମ ପାରାଦୀପ ଠାରୁ ୧୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉପକୂଳକୁ ଆସିବା ପୂର୍ବରୁ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଲଘୁଚାପ ଉତ୍ତର- ଉତ୍ତର ପୂର୍ବ ଦିଗ ଦେଇ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଗତି କରୁଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇଯିବ। ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡିଶାର ଅଳ୍ପ କେତୋଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ ଓ ବେଳେ ବେଳେ ୬୦ କିଲୋମିଟର ବେଗରେ ପବନ ବହିବ। ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଶୁକ୍ରବାର କାକଟପୁରରେ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁର ୧୧, ପାରାଦୀପ ୧୦, ପୁରୀ ୧୦, ଅସ୍ତରଙ୍ଗ ୧୧, ବାଲିକୁଦା ୯, ନିଆଳି ୮, ସତ୍ୟବାଦୀ ୭, ତିର୍ତ୍ତୋଲ ୭, ମାର୍ଶାଘାଇ ୫, ଡେରାବିଶ ୫, ବିଞ୍ଝାରପୁର ୪, ଚାନ୍ଦବାଲି ୪ ଓ କଣ୍ଟାପଡାରେ ୪ ଡିଗ୍ରୀ ସେଲସିୟସ ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୩ ଓ ୧୪ ଦୁଇଦିନ ଆଭ୍ୟନ୍ତରୀଣ ଓଡିଶା ବରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ବଲାଙ୍ଗୀର ଆଦି ଜିଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦୁଇଦିନ ଧରି ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ପରିବେଶକୁ ଅଧିକ ଶୀତୁଆ କରି ପକାଇଛି। ଆଉ ୨ ଦିନ ପରେ ପାଗ ଶୁଖିଲା ହୋଇଯିବ। ରାଜ୍ୟରେ ପୁଣି ଶୀତର ପ୍ରକୋପ ଅନୁଭୂତ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି। ଲଘୁଚାପ ଯୋଗୁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିପାଇଛି। ଦାରିଙ୍ଗିବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବାରିପଦା ୧୩.୫ ଏବଂ ଫୁଲବାଣୀରେ ୧୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

All Right Reserved By

ରାଜ୍ୟ |

ବିଶ୍ରାମାଗାର ପାଲଟିଥିଲା ଅସାମାଜିକ ଆଡ୍ଡାସ୍ଥଳ: ଖବର ପ୍ରକାଶିତ ହେବା ପରେ ତତ୍ପରତା

ବିଶ୍ରାମାଗାର ପାଲଟିଥିଲା ଅସାମାଜିକ ଆଡ୍ଡାସ୍ଥଳ: ଖବର ପ୍ରକାଶିତ ହେବା ପରେ ତତ୍ପରତା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସହ ଯାତ୍ରୀ ବିଶ୍ରମାଗାରଟି ଅସୁରକ୍ଷିତ ଭାବରେ ରହିଥିଲା। ଅଳିଆ ଆବର୍ଜନା ସହ ଖାଲି ମଦ ବୋତଲ, ଅଁଇଠା ଖଲିପତ୍ର ସବୁ ପଡ଼ି ପୁର୍ତ୍ତିମୟ ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ର୍ଦୁଗନ୍ଧରେ ଯାତ୍ରୀ ହନ୍ତସନ୍ତ ହେଉଥିଲେ । ଏନେଇ ୧୭ ତାରିଖ ଦିନ ଦୈନିକ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ସରପଞ୍ଚ ରମେଶ ମାଝୀ ଘଟଣାର ସତ୍ୟାସତ୍ୟ ଜାଣି ପଦକ୍ଷେପ ନେଇଛନ୍ତି ।

ଦାରିଙ୍ଗବାଡ଼ିରେ ଶିକ୍ଷା ବ୍ୟବସ୍ଥା ବାଟବଣା: ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ବୋହିଲେ ଅଣ୍ଡା

ଦାରିଙ୍ଗବାଡ଼ିରେ ଶିକ୍ଷା ବ୍ୟବସ୍ଥା ବାଟବଣା: ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ବୋହିଲେ ଅଣ୍ଡା

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକ୍ରମ କରାଯାଉଛି । ସେହିପରି ‘ସମସ୍ତେ ପଢ଼ିବେ ସମସ୍ତେ ଗଢ଼ିବେ ଶ୍ରେଷ୍ଠ ହେବେ’ ଏହି ନାରା ସରକାରଙ୍କ ପକ୍ଷରୁ ଦିଆଯାଇଛି । କିନ୍ତୁ ଉକ୍ତ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିନାହିଁ । ବ୍ଲକର ବ୍ରାହ୍ମଣୀଗାଁ ବଜାର ମଧ୍ୟରେ ବିଦ୍ୟାଳୟ ୟୁନିଫର୍ମରେ ଦୁଇଜଣ ଛାତ୍ର ଅଣ୍ଡା ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ମାଛ ମାର୍କେଟରେ ଚଢ଼ାଉ

ମାଛ ମାର୍କେଟରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୯।୭: ଖୋର୍ଦ୍ଧା ସହର ସମେତ ବିଭିନ୍ନ ଅଞ୍ଚଳରେ ଥିବା ମାଛ ଗୋଦାମ ଓ ମାଛ ମାର୍କେଟରେ ଗୁରୁବାର ଚଢ଼ାଉ କରାଯାଇଛି। ତୋଟାପଡ଼ା ବଜାରର ମାଛଗୋଦାମ, ସହରର ମାଛମାର୍କେଟ, ମୁକୁନ୍ଦପ୍ରସାଦ ଆଦି ସ୍ଥାନରେ ଚଢ଼ାଉ କରାଯାଇଛି।

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ମାଲକାନଗିରି,୧୯।୭(ସ୍ବ.ପ୍ର.)(ଡି.ଏନ୍‌.ଏ.): ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଓ ବିଜାପୁର ମଝିରେ ଥିବା ତିମିନାର ପାହାଡ଼ରେ ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏହାପରେ ସର୍ଚ୍ଚ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଟିଟୋଙ୍କ ୪ ସହଯୋଗୀ ଜେଲ ଗଲେ

ରାଜନଗର,୧୯।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କ ୪ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ବୁଧବାର ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଇଥିଲା। ସେମାନେ ହେଲେ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ସେକ୍‌ ଅବଦୁଲ୍ଲା ଓରଫ ରାଜେଶ୍‌ , ଜାହାଙ୍ଗୀର ଖାନ୍‌, ଇମ୍‌ତିଆଜ୍‌ ଖାଁ ଓରଫ ବାବୁ ଓରଫ କାଲୁ, ଲାଲବାଗ ଥାନା ଅଞ୍ଚଳର ଗୋଲଡେନ ପପୁ ଓରଫ ମହମ୍ମଦ ଅବଦୁଲା ଆସିଫ।

ମହାନଦୀରେ ଭରପୁର ପାଣି,ଜାଳକାଠ ସଂଗ୍ରହ

ମହାନଦୀରେ ଭରପୁର ପାଣି,ଜାଳକାଠ ସଂଗ୍ରହ

ଖଣ୍ଡପଡା,୧୯।୭(ସ୍ବ.ପ୍ର.)-ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଏବଂ ଉପର ମୁଣ୍ଡରେ ବର୍ଷା ଫଳରେ ମହାନଦୀ ପାଣିରେ ଭରପୁର ହୋଇଛି। କଣ୍ଟିଲୋଠାରେ ମହାନଦୀର ବିପଦ ସଂକେତ ୫.୮ ମିଟର ଥିବା ବେଳେ ବର୍ତ୍ତମାନ ଏହାର ଜଳ ପତ୍ତନ ୨.୪୦ ମିଟର ରହିଛି।

ବାଟବଣା ହୋଇଛି ସର୍ବଶିକ୍ଷା ଅଭିଯାନ: ପିଲା ପଢ଼ୁଛନ୍ତି ବାରଣ୍ଡାରେ, ଖାଉଛନ୍ତି ରାସ୍ତାକଡ଼ରେ

ବାଟବଣା ହୋଇଛି ସର୍ବଶିକ୍ଷା ଅଭିଯାନ: ପିଲା ପଢ଼ୁଛନ୍ତି ବାରଣ୍ଡାରେ, ଖାଉଛନ୍ତି ରାସ୍ତାକଡ଼ରେ

ନୟାଗଡ଼ ଅଫିସ,୧୯।୭-ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ଯାଏ ସମସ୍ତ ପିଲାଙ୍କ ପାଇଁ ସରକାର ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଛି। ହେଲେ ଭିତ୍ତି ଭୂମି ପ୍ରତି ସରକାର ଗୁରୁତ୍ୱ ଦେଉ ନଥିବା ଜଣାପଡିଛି।

ମାନସିକ ରୋଗୀଙ୍କ ହାତଗୋଡ଼ ଭାଙ୍ଗିଦେଲେ: କେହି ଚାହିଁଲେନି, ଛିଡ଼ା ହେଲେ ୫ ଯୁବକ

ମାନସିକ ରୋଗୀଙ୍କ ହାତଗୋଡ଼ ଭାଙ୍ଗିଦେଲେ: କେହି ଚାହିଁଲେନି, ଛିଡ଼ା ହେଲେ ୫ ଯୁବକ

ଜଗତ୍‌ସିଂହପୁର ଅଫିସ, ୧୯।୭- ଜୀବଜଗତରେ ମଣିଷ ଶ୍ରେଷ୍ଠ ପ୍ରାଣୀ। କାରଣ ମଣିଷ ପାଖରେ ବୁଦ୍ଧି, ବିବେକ, ବିଦ୍ୟା, ଦୟା, କ୍ଷମା, ତ୍ୟାଗ, ସହାନୁଭୁତି ଆଦି ସବୁ କିଛି ରହିଛି। କିନ୍ତୁ ମଣିଷ ଯେତେବେଳେ ନିଷ୍ଠୁର, ଅତ୍ୟାଚାରୀ, ହିଂସ୍ର ହୋଇଯାଏ, ତା ପାଖରେ ସାମାନ୍ୟତମ ମଣିଷ ପଣିଆ ନ ଥାଏ, ସେତେବେଳେ ସବୁକିଛି ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ।

ଆଗକୁ ନିର୍ବାଚନ, ସରକାର ଦୋ ଦୋ ପାଞ୍ଚ: ଶିଥିଳ ହେଲାଣି ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା

ଜଗତ୍‌ସିଂହପୁର ଅଫିସ,୧୯।୭: ଉପସ୍ଥାନ ଅଭାବରୁ ରାଜ୍ୟରେ ଶହସ୍ରାଧିକ ବିଦ୍ୟାଳୟ ବନ୍ଦ ହୋଇଯିବ। ଏସବୁ ବିଦ୍ୟାଳୟର ଛାତ୍ରୀଛାତ୍ର ନିକଟସ୍ଥ ବିଦ୍ୟାଳୟକୁ ଚାଲିଯିବେ। ସେହିପରି ୧୦୦ ମିଟର ଦୂରତା ଭିତରେ ଏକାଧିକ ବିଦ୍ୟାଳୟ ଥିଲେ ସେଗୁଡିକୁ ବନ୍ଦ କରାଯିବ। ସରକାର ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ପାଖାପାଖି ୪,୨୬୫ ବିଦ୍ୟାଳୟକୁ ଅନ୍ୟ ସରକାରୀ ଶିକ୍ଷାନୁଷ୍ଠାନ ସହ ମିଶାଇଦେବାକୁ ଚିନ୍ତା କରୁଛନ୍ତି।

ଏଣିକି ରବିବାର ସ୍କୁଲରେ ପାଠପଢ଼ା

ଏଣିକି ରବିବାର ସ୍କୁଲରେ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୯ା୭- ଏଣିକି ରବିବାରଗୁଡ଼ିକରେ ମଧ୍ୟ ଖୋଲା ରହିବ ସ୍କୁଲ। ଶିକ୍ଷୟିତ୍ରୀ ଶିକ୍ଷକମାନେ ପାଠ ପଢ଼ାଇବେ। କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡ଼ିକରେ ମାଟ୍ରିକ ପରୀକ୍ଷାଫଳ ଖରାପ ହେଉଥିବା ଯୋଗୁ ଏହାର ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛି ଗଞ୍ଜାମ ଜିଲା ଶିକ୍ଷା ବିଭାଗ।

ନକଲି ପେଟ୍ରୋଲ,ଡିଜେଲ କାରଖାନାରେ ଚଢାଉ

ନକଲି ପେଟ୍ରୋଲ,ଡିଜେଲ କାରଖାନାରେ ଚଢାଉ

ପାଟପୁର,୧୯ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ପାଟପୁର ଥାନା ସାନଖେମୁଣ୍ଡି ତହସିଲ ଭାଲିଆଝୋଳି ଛକରେ ଚାଲିଥିବା ଏକ କିରୋସିନ ଓ ରାସାୟନିକ ପାଉଡର ମିଶ୍ରିତ ନକଲି ଡିଜେଲ ଓ ପେଟ୍ରୋଲ କାରଖାନା ଉପରେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଚଢାଉ କରାଯାଇଛି।

ଗୁଟ୍‌ଖା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଗୁଟ୍‌ଖା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଦିଗପହଣ୍ଡି,୧୯ା୭(ଡି.ଏନ.ଏ.)- ଦିଗପହଣ୍ଡି ଥାନା ମହୁଡ଼ା ଫାର୍ମାସି କଲେଜ ନିକଟରୁ ଗୁଟଖା ବ୍ୟବସାୟୀଙ୍କୁ ମାଡ଼ମାରି ୩ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଖଇନି ପ୍ୟାକେଟ ଲୁଟ୍‌ ମାମଲାରେ ସମ୍ପୃକ୍ତ ୪ ଲୁଟେରାଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

Model This Week

ରୂପେଶ