Dharitri News
ରାୟଗଡା

ଓଡ଼ିଶା ଗ୍ରାନାଇଟ୍‌ ଉପରେ ଆନ୍ଧ୍ର ନଜର

ଓଡ଼ିଶା ଗ୍ରାନାଇଟ୍‌ ଉପରେ ଆନ୍ଧ୍ର ନଜର ମାଲକାନଗିରି,୯।୧୨(ଡି.ଏନ୍‌.ଏ.)-ଚିନା ଗୋଦାବରୀ ନଦୀ ଉପରେ ପୋଲାଭରମ ପ୍ରକଳ୍ପ ଗଢ଼ି ଓଡ଼ିଶାର ପାଣି ଶୋଷିବାର କ୍ଷେତ୍ର ପ୍ରସ୍ତୁତ କରୁଥିବା ଆନ୍ଧ୍ରପ୍ରଦେଶର ଦୃଷ୍ଟି ଏବେ ପଡ଼ିଛି ମାଲକାନଗିରି ଜିଲାର ଗ୍ରାନାଇଟ୍‌ ପଥର ଉପରେ। ରାଜ୍ୟର ନୂଆ ରାଜଧାନୀ ଅମରାବତୀ ଗଢ଼ାହେବ ଓଡ଼ିଶାର ଏହି ପଥର ଉପଯୋଗରେ। ଚଞ୍ଚକତା କରି ସୌଖୀନ ପଥର ଆଳରେ କିପରି ଓଡ଼ିଶାର ମୂଲ୍ୟବାନ ଗ୍ରାନାଇଟ୍‌ ନେଇହେବ, ସେଥିପାଇଁ ଆନ୍ଧ୍ର ସହ ଅନ୍ୟ ପଡ଼ୋଶୀ ରାଜ୍ୟର ଠିକାଦାରମାନଙ୍କୁ କାର୍ଯ୍ୟରେ ଲଗାଇ ଦିଆଯାଇଛି। ଏ କ୍ଷେତ୍ରରେ ଓଡ଼ିଶାର ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର କେତେ ଜଣ ଅଧିକାରୀଙ୍କ ଭୂମିକା ମଧ୍ୟ ରହିଛି। ଆନ୍ଧ୍ର ଯେଭଳି ଗ୍ରାନାଇଟ୍‌ ପାଇପାରିବ ସେ ନେଇ ସେମାନେ ମୋଟା ଅଙ୍କର ଅର୍ଥ ଆତ୍ମସାତ୍‌ କରିବା ସକାଶେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ଦିଗରେ ଗ୍ରାମସଭା ନାମରେ ଚଞ୍ଚକତା, ଜଙ୍ଗଲ ପରିପୂର୍ଣ୍ଣ ପାହାଡ଼କୁ ଟାଙ୍ଗରା ଦର୍ଶାଇ ନକଲି କାଗଜପତ୍ର ପ୍ରସ୍ତୁତ ହୋଇଛି। ଏଥିରୁ ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ପ୍ରତିଫଳିତ ହେଉଛି। ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ମାଲକାନଗିରି ପାହାଡ଼, ଜଙ୍ଗଲ ବହୁଳ ଅଞ୍ଚଳ। ଜିଲାରେ ବିଭିନ୍ନ କିସମର ୩୫୪୧୫୬.୬୬୭୪ ହେକ୍ଟର ଜଙ୍ଗଲ ଅଞ୍ଚଳ ରହିଛି। ଜଙ୍ଗଲରେ ମୂଲ୍ୟବାନ କାଠ, ଔଷଧୀୟ ବୃକ୍ଷ, ବିଭିନ୍ନ ବନ୍ୟପ୍ରାଣୀ ଓ ୭୦ରୁ ଊର୍ଦ୍ଧ୍ୱ ଲଘୁ ବନଜାତ ଦ୍ରବ୍ୟ ଦେଖିବାକୁ ମିଳେ। ଜିଲାର ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ଗ୍ରାନାଇଟ ପଥର ଗଚ୍ଛିତ ରହିଛି। ଏବେ ଏହି ସମ୍ପଦକୁ ଚଞ୍ଚକତା କରି ଲୁଟିବା ପାଇଁ ଉଦ୍ୟମ ଚଳାଇଛି ଆନ୍ଧ୍ର। ମାଲକାନଗିରି ଜିଲା ମାଥିଲି ତହସିଲ କମାରପାଲ୍ଲୀ ପଞ୍ଚାୟତ ଗଲିଆଗୁଡ଼ା ଗ୍ରାମ ନିକଟସ୍ଥ ପାହାଡ଼ର ୭୫.୦୭୧ଆର ପରିମିତ ଜାଗାରେ ଡେକୋରେଟିଭ ଷ୍ଟୋନ (ସୌଖୀନ ପଥର) ରହିଛି। ଏଠାରେ ପଥର ଖୋଳିବା ପାଇଁ ଲିଜ୍‌ ସୂତ୍ରରେ ନେବାକୁ ଛତିଶଗଡ଼ ରାୟପୁର ସ୍ଥିତ ଏକ କମ୍ପାନି ଆବେଦନ କରିଥିଲା। ଏଥିପାଇଁ ଆବଶ୍ୟକ ହେଉଥିବା ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ୍‌) ଲାଗି ୨୦୧୬ ସେପ୍ଟେମ୍ବର ୧ରେ କମାରପାଲ୍ଲୀ ଓ ଗାଲିଆଗୁଡ଼ା ଗ୍ରାମରେ ଗ୍ରାମସଭା କରାଯାଇ ସରପଞ୍ଚ, ସମିିତି ସଭ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାକ୍ଷର ଓ ଟିପଚିହ୍ନ ସଂଗ୍ରହ କରାଯାଇଥିଲା। ଏହି ସମ୍ବଳିତ ଦରଖାସ୍ତ ରାଜ୍ୟ ଖଣି ନିଗମ ନିର୍ଦ୍ଦେଶକ, କୋରାପୁଟ ସ୍ଥିତ ଖଣି ନିଗମ ଉପ-ନିର୍ଦ୍ଦେଶକ ଓ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥାପନ କରାଯାଇଥିଲା। ତେବେ ବନ ବିଭାଗର ତଦନ୍ତ ସମୟରେ କମାରପାଲ୍ଲୀ ସରପଞ୍ଚ ମୁନି ମାଡ଼କାମୀ ଓ ଗଲିଆଗୁଡ଼ା ଗ୍ରାମବାସୀ ପ୍ରକାଶ କରିଥିଲେ ଯେ, ତାଙ୍କ ଅଞ୍ଚଳରେ ଖଣି ଖୋଳିବା ନେଇ କୌଣସି ଗ୍ରାମସଭା ହୋଇନାହିଁ। ଦରଖାସ୍ତରେ ଦର୍ଶାଯାଇଥିବା ସ୍ବାକ୍ଷର ଓ ଟିପଚିହ୍ନ ମଧ୍ୟ ସେମାନଙ୍କର ନୁହେଁ। ଏନେଇ ମୁନି ମାଡ଼କାମୀ ଓ ମାଥିଲି ବ୍ଳକ ଉପାଧ୍ୟକ୍ଷ ଅଶୋକ ଚାଲିକି ମାଲକାନଗିରି ଡିଏଫ୍‌ଓଙ୍କୁ ସେହି ମାସ ୨୨ ତାରିଖରେ ଲିଖିତ ଜଣାଇଥିଲେ। ଏହାସହ ଖଣି ଲିଜ୍‌ ପାଇଁ ଆବେଦନ କରିଥିବା ସଂସ୍ଥା ନାମରେ ମାଥିଲି ଥାନାରେ କେସ୍‌ ନଂ-୯୨/୧୬ରେ ମାମଲା ରୁଜୁ ହୋଇଛି। ସେହି ଅଞ୍ଚଳରୁ ସଂସ୍ଥା କାଟିଥିବା ଗଛଗୁଡ଼ିକୁ ମଧ୍ୟ ଜବତ କରିଥିବା ବନ ବିଭାଗ ପ୍ରକାଶ କରିଛି। ଜିଲାର ଖଇରପୁଟ ସରପଞ୍ଚ ଦୈମତି ଗୋଲପେଦା ଗତ ୨୬ ମାର୍ଚ୍ଚରେ ନିଜ ଅଞ୍ଚଳରୁ ଏଭଳି ଖଣିଲୁଟ୍‌ ପାଇଁ ହେଉଥିବା ଚକ୍ରାନ୍ତ ନେଇ ଖଣି ନିର୍ଦ୍ଦେଶକ ଓ କୋରାପୁଟ ସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କୁ ଦରଖାସ୍ତ କରିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ ଖଇରପୁଟ ତହସିଲ ବଣ୍ଡାଘାଟି ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମରେ ଖାତା ନଂ-୬୫, ପ୍ଲଟ ନଂ-୪୦୧/ପି, କିସମ- ପାହାଡ଼, ଏରିଆ-୧୦.୬୮୦ ହେକ୍ଟର ପରିମିତ ଅଂଶରେ ଡେକୋରେଟିଭ ଷ୍ଟୋନ୍‌ ରହିଛି। ଭୁବନେଶ୍ୱରରେ କାର୍ଯ୍ୟାଳୟ ଖୋଲିଥିବା ଆନ୍ଧ୍ରର ଏକ ଗ୍ରାନାଇଟ୍‌ ସଂସ୍ଥା ଏହି ଖଣିକୁ ପାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଦସ୍ତଖତରେ ଆବେଦନ କରିଥିଲା। ତଦନୁଯାୟୀ ବନ ବିଭାଗ ପକ୍ଷରୁ ତତ୍କାଳୀନ ମାଥିଲି ରେଞ୍ଜ ଅଫିସର ବିଜୟ ନାୟକ ତଦନ୍ତ କରି ୩ ଏପ୍ରିଲ ୨୦୧୬ରେ ମାଲକାନଗିରି ଡିଏଫ୍‌ଓଙ୍କୁ ରିପୋର୍ଟ ଦେଇଥିଲେ। ତାଙ୍କ ରିପୋର୍ଟ ଆଧାରରେ ତତ୍କାଳୀନ ଡିଏଫ୍‌ଓ ଟି. ଅଶୋକ କୁମାର ସମ୍ପୃକ୍ତ ସଂସ୍ଥାକୁ ଗ୍ରାନାଇଟ୍‌ ଖନନ ପାଇଁ ଅନୁମତି ଦେଇଥିଲେ। ତେବେ ଖନନ ହେବାକୁ ଥିବା ଅଞ୍ଚଳରେ କୌଣସି ଜଙ୍ଗଲ ନାହିଁ, କେବଳ କେତେଗୁଡ଼ିଏ ଝାଟି ଗଛ ଅଛି ବୋଲି ରେଞ୍ଜ ଅଫିସର ନିଜ ରିପୋର୍ଟରେ ଦର୍ଶାଇଥିଲେ। ବର୍ତ୍ତମାନ ସମ୍ପୃକ୍ତ ରେଞ୍ଜ ଅଫିସର କୌଣସି ଅପରାଧରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାକିରିରୁ ବହିଷ୍କୃତ ହୋଇଥିବା ଜଣାପଡ଼ିଛି। ଏଭଳି ଚକ୍ରାନ୍ତ ପଦାକୁ ଆସିବା ପରେ ଖଇରପୁଟ ପଞ୍ଚାୟତର ଝଡ଼ିଆଗୁଡ଼ା, ଖଇରପୁଟ, କେନ୍ଦୁଗୁଡ଼ା, ଗମ୍ଭାରିଭଟ୍ଟା, ମାଝିଗୁଡ଼ା, କୁମ୍ଭାରପୁଟ ଗ୍ରାମବାସୀ ବନ ବିଭାଗରେ ଏତଲା ଦେଇଥିଲେ। ବର୍ତ୍ତମାନର ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ମାଥିଲି ରେଞ୍ଜ ଅଫିସର ପର୍ଶୁରାମ ଭୂମିଆଙ୍କୁ ମାଝିଗୁଡ଼ା ପାହାଡ଼ ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବା ପାଇଁ ଚିଠି ହୋଇଥିଲା। ଅଫିସର ଭୂମିଆ ୪ ସେପ୍ଟେମ୍ବର ୨୦୧୭ରେ ହୋଇଥିବା ଏଫ୍‌ଆଇଆର ନଂ-୫୨୮ କ୍ରମରେ ସେହି ପାହାଡ଼ରୁ ଆବେଦନକାରୀ ସଂସ୍ଥା କାଟିଥିବା ୨୮୦ଟି ବୃହତ୍‌କାୟ ଗଛ, ୧୦୦୦ରୁ ଊର୍ଦ୍ଧ୍ୱ ବଲ୍ଲା ଜବତ କରିଥିଲେ। ବିନା ଅନୁମତିରେ ଗଛକଟା ହୋଇଥିବାରୁ ଲିଜ୍‌ଧାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସେଠାରେ କାର୍ଯ୍ୟ ବନ୍ଦ ରହିଛି। ସେହିପରି ଖଇରପୁଟ ତହସିଲ ଗୋବିନ୍ଦପାଲ୍ଲୀ-ବାଲିମେଳା ମୁଖ୍ୟରାସ୍ତା ମୁଣ୍ଡିଗୁଡ଼ା ନିକଟସ୍ଥ ପାହାଡ଼କୁ ମଧ୍ୟ ଜଙ୍ଗଲ ନଥିବା ଦର୍ଶାଇ ଖଣିଜ ସମ୍ପଦ ଲୁଟ୍‌ ପାଇଁ ଉଦ୍ୟମ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ ବାହାରର ୫୨ଟି ସଂସ୍ଥା ଜିଲାରୁ ସବୁଜ ବନାନୀ ଘେରା ପାହାଡ଼ରୁ ଗ୍ରାନାଇଟ ଓ ଡେକୋରେଟିଭ ଷ୍ଟୋନ ନେବା ପାଇଁ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଆବେଦନକାରୀ ଆନ୍ଧ୍ରର ବୋଲି ମାଲକାନଗିିରି ଡିଏଫ୍‌ଓ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ହେଲେ ଆବେଦନକାରୀମାନେ ବନ ବିଭାଗ ଓ ଅନ୍ୟ ସରକାରୀ କଳର ମୁଷ୍ଟିମେୟ ଅସାଧୁ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କୁ ହାତବାରିଶ କରି ନକଲି କାଗଜପତ୍ର ଦାଖଲ କରି ନିଜ ସ୍ବାର୍ଥ ପୂରଣ କରିବା ଲାଗି ଚେଷ୍ଟା ଚଳାଇଛନ୍ତି। ଏ ସମ୍ବନ୍ଧରେ ଡିଏଫ୍‌ଓ ସମ୍ରାଟ ଗୌଡ଼ାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମାଝିଗୁଡ଼ା ଅଞ୍ଚଳରେ ବଣ୍ଡା ଜନଜାତି ରହୁଛନ୍ତି। ଜଙ୍ଗଲ ସମ୍ପଦ ସହ ସେଠାରେ ବନ୍ୟପ୍ରାଣୀ ମଧ୍ୟ ଅଛନ୍ତି। ସେହି ଅଞ୍ଚଳରେ ଖଣିଖୋଳା ପାଇଁ କାର୍ଯ୍ୟାଦେଶ ନଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଲିଜ୍‌ଧାରୀଙ୍କ ଅନେକ ଆବେଦନପତ୍ର ନକଲି ଓ ଅସମ୍ପୂର୍ଣ୍ଣ। ତେଣୁ କେନ୍ଦ୍ର ସରକାଙ୍କ ଅନୁମତି ନ ମିଳିବା ପର୍ଯ୍ୟନ୍ତ ସେଠାରେ ଖଣି ଖନନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ଖଣି ମାଲିକମାନେ ସ୍ଥାନୀୟ ଲୋକଙ୍କୁ କ୍ଷତିପୂରଣ ଏବଂ ସେତିକି ଏରିଆର ରାଜସ୍ବ ବନ ବିଭାଗକୁ ବୃକ୍ଷରୋପଣ ପାଇଁ ଦେବା ନିହାତି ଜରୁରୀ। ବର୍ତ୍ତମାନ ୫୨ ଜଣ ଖଣି ପାଇଁ ଆବେଦନ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ସହ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଆବଶ୍ୟକତା ରହିଛି।

ରାୟଗଡା

ଧରାପଡିଲେ ଲୁଟେରା ଗ୍ୟାଙ୍ଗ

ଜୟପୁର ୨୦।୧(ନି.ପ୍ର./ଡି.ଏନ.ଏ.)- ଜୟପୁର ସହରରେ କିଛି ମାସ ହେବ ଚୋରି କରି ଆତଙ୍କ ଖେଳାଇଥିବା ଚୋର ଗ୍ୟାଙ୍ଗ କୁ ଟାଉନଥାନା ପୋଲିସ ଧରିଛି । ଏନେଇ ଥାନା ପରିସରରେ ଆୟେଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ଟି.ଜେ. ରେଡ୍ଡି ସୂଚନା ଦେଇଛନ୍ତି ।

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ମାନଚିତ୍ରରେ ଓଡିଆ ଭାଷାର ବିକୃତ ପ୍ରଦର୍ଶନ

ଜୟପୁର, ୨୦।୧ (ନି.ପ୍ର.)-କୋରାପୁଟ ଜିଲା ମାନଚିତ୍ରରେ ଜିଲାର ବିଭିନ୍ନ ସ୍ଥାନର ନାମକୁ ଓଡିଆ ଭାଷାରେ ବିକୃତ ଭାବେ ଲେଖାଯାଇ ଭାଷାକୁ ବିକୃତ କରାଯାଇ ପ୍ରଦର୍ଶନ କରାଯାଇଛି ।

 ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଭଡ଼ାଘରେ ରହି ୨୫୦ ଭୂମିହୀନଙ୍କୁ ବାଣ୍ଟିଲେ ଜମି

ଜୟପୁର,୨୦।୧(ଡି.ଏନ.ଏ)-ନିଜେ ଭଡ଼ାଘରେ ରହୁଛନ୍ତି; କିନ୍ତୁ ୧୫ ବର୍ଷ ତଳେ ଯେଉଁ ୨ ଏକର ଜମି କିଣିଥିଲେ, ତାହାକୁ ୨୫୦ ଜଣ ଭୂମିହୀନଙ୍କୁ ବାଣ୍ଟିଛନ୍ତି ଜୟପୁର ସହରର ଜଣେ ବଦାନ୍ୟ ବ୍ୟକ୍ତି। ସେ ହେଲେ ମୁଗୁଡା ସୂର୍ଯ୍ୟନାରାୟଣ ଆଚାରୀ।

ସେଲଫି ନେଉଥିବାବେଳେ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ

କୋରାପୁଟ/ଅନକାଡେଲି,୨୦। ୧(ସ୍ବ.ପ୍ର)- କୋରାପୁଟ ଜିଲାର ପର୍ଯ୍ୟଟନସ୍ଥଳ ଡୁଡୁମା ଜଳପ୍ରପାତରେ ଖସିପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଖବରରୁ ଜଣାପଡିଛି ଶନିବାର ଆନ୍ଧ୍ରର ବିଶାଖାପାଟଣା ଅଞ୍ଚଳର ଏସ. ଇବ୍ରାହିମ (୨୮) କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲି ନିକଟରେ ଥିବା ଡୁଡୁମା ଜଳପ୍ରପାତକୁ ନିଜ ପରିବାର ସହ ବୁଲି ଆସିଥିଲେ।

ମେକା ସରପଞ୍ଚ ଉପନିର୍ବାଚନ: ବାଜି ମାରିଲେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ

ମାଥିଲି,୨୦।୧(ଡି.ଏନ୍‌.ଏ.)-ମାଥିଲି ବ୍ଲକ ମେକା ସରପଞ୍ଚ ପଦବୀରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭୋଟ ଗଣତି ହୋଇଥିଲା।

ବିଜେଡି ବ୍ଲକ ସଭାପତି ପଦରୁ ସଦାଶିବଙ୍କ ଇସ୍ତଫା

ମାଥିଲି,୨୦।୧(ଡି.ଏନ୍‌.ଏ.): ମାଥିଲି ବ୍ଲକ ବିଜେଡି ସଭାପତି ପଦବୀରୁ ଶନିବାର ସଦାଶିବ ପୂଜାରୀ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ମାଲକାନଗିରି ଜିଲା ସଭାପତି ମାନସ ମାଡକାମୀଙ୍କୁ ଦେଇଛନ୍ତି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।

ପ୍ରେସର ବୋମା ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.)- ସୀମାନ୍ତ ଛତିଶଗଡ ଦାନ୍ତଓ୍ବୋଡା ଜିଲା ତୁମନାର ହାଟରେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ସେ ହେଲେ ଯବାନ ରାମ କର୍ମା। ମାଓବାଦୀମାନେ ରାମଙ୍କୁ ଟାର୍ଗେଟ କରି ବୋମାଟିକୁ ଗଛତଳେ ପୋତିଥିଲେ।

ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ମୃତ

ବିଷାକ୍ତ ଖାଦ୍ୟ ଖାଇ ଛାତ୍ର ମୃତ

ନବରଙ୍ଗପୁର, ୨୦।୧(ବି.ପ୍ର.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମାଳିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ସେ ହେଲେ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁବନ୍ଧୁ ଭତ୍ରା। ଏହାଛଡା ବିଦ୍ୟାଳୟର ଅନ୍ୟ ୧୩ଜଣ ଛାତ୍ର ଏଥିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ଆଉ ୭ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି। ଫୁଡ୍‌ ପଏଜନିଂରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ବ୍ରହ୍ମପ୍ରକାଶ ମହାନ୍ତି କହିଛନ୍ତି।

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ସୀମାନ୍ତରେ ଲାଲ୍‌ ଆତଙ୍କ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି, ୨୦।୧(ସ୍ବ.ପ୍ର.)- ସୀମାନ୍ତ ଛତିଶଗଡ ସୁକ୍‌ମା ଜିଲାର ଚିନୁଲନାର ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି। ସେ ହେଲେ ରାଜେଶ ଯାଦବ। ଶନିବାର ସକାଳେ ଦରନାପାଲର ଜଗରମୁଣ୍ଡା ରାସ୍ତା ନିକଟସ୍ଥ ମୁକ୍ରମ ନାଳ ପାଖରେ ରାଜେଶଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ସୀମାନ୍ତରେ ଗାଡି ଜାଳିଲେ ମାଓବାଦୀ

ମାଲକାନଗିରି, ୨୦।୧(ଡି.ଏନ୍‌.ଏ.) ସୀମାନ୍ତ ଦାନ୍ତଓ୍ବୋଡା ଜିଲା ଫରସପାଲ ଥାନା ଅଞ୍ଚଳରେ ଶନିବାର ମାଓବାଦୀମାନେ ଦୁଇଟି ଡ୍ରିଲ୍‌ ମେଶିନ ଓ ଗୋଟିଏ ବାଇକ୍‌ ପୋଡି ଦେଇଥିବା ସୂଚନା ମିଳିଛି ।

ଶୁଣିଲାନି ପ୍ରଶାସନ, ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

ମୁକୁନ୍ଦପୁର, ୨୦।୧(ଡି.ଏନ୍‌.ଏ) ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ରାସ୍ତାଟିଏ ପାଇଁ ଜିଲାପାଳ,ବିଧାୟକଙ୍କ ନିକଟକୁ ବାରମ୍ବାର ଦୌଡ଼ିଲେ ଗ୍ରାମବାସୀ । ହେଲେ କେହି ତାଙ୍କ କଥାକୁ ଶୁଣିଲେନି । ତେଣୁ ବାଧ୍ୟ ହୋଇ ନିଜ ଗ୍ରାମକୁ ନିଜେ ଏକ ରାସ୍ତା ନିର୍ମାଣ କରିଛନ୍ତି ।