ରାୟଗଡା

ଅଟୋ ଓଲଟି ୧୮ ଆହତ

ଅଟୋ ଓଲଟି ୧୮ ଆହତ

କୋରାପୁଟ/ଅନକାଡେଲି,୯। ୧୨(ସ୍ବ.ପ୍ର)- କୋରାପୁଟ ଜିଲା ଲମତାପୁଟ ବ୍ଲକର ଗୁନେଇପଡା ନିକଟରେ ଶନିବାର ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଏଥିରେ ଥିବା ୨ଜଣ ୬ ମାସର ଶିଶୁଙ୍କ ସମେତ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବରରୁ ଜଣାପଡିଛି ଶନିବାର ଲମତାପୁଟ ହାଟ ହୋଇଥିବାରୁ ଗୋଡିହଞ୍ଜର ଗ୍ରାମବାସୀ ହାଟକୁ ଆସି ସଉଦା କରି ନିଜ ଗ୍ରାମକୁ ଏକ ଅଟୋ ଯୋଗେ ଫେରୁଥିଲେ। ଆଲମପଡା-ଗୁନେଇପଡା ମଧ୍ୟରେ ଥିବା ଏକ ପୋଲ ମୋଡରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଅଟୋ ଚାଲକ ଜୟରାମ ଶିଶାଙ୍କ ସମେତ ସୁବର୍ଣ୍ଣ ଶିଶା, ଅଗ୍ରି ଶିଶା, ବଲା ବଡନାୟକ, କମଳୁ ମୁଦୁଲି, ଲବ ଖିଲ, ବୁଢା ଖରା, ଜଗନ୍ନାଥ ଖରା, କୁନି ଖିଲ, ଶନି ଶିଶା, ସୁମନ୍ତ ଶିଶା, ଦେବକି ଖିଲ, ନନ୍ଦିତା ଖିଲଙ୍କ ସମେତ ୧୮ ଜଣ ଆହାତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହାତମାନଙ୍କୁ ଲମତାପୁଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛଡାଯାଇଥିବା ଜଣାଯାଇଛି । ଲମତାପୁଟ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଟୋକୁ ଜବତ କରିଛି।

All Right Reserved By

ରାୟଗଡା

ସାପକୁ ଅଟକାଇଲା ବିଲେଇ

ମାଲକାନଗିରି, ୧୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଜେଲସାହିର ରାମୁଲୁ ନାଇଡୁଙ୍କ ଘରେ ବୁଧବାର ଏକ ନାଗ ସାପ ପଶିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ନାଇଡୁଙ୍କ ପୋଷା ବିଲେଇ ସାପଟିକୁ ଘର ମଧ୍ୟକୁ ପଶିବାକୁ ଦେଇ ନ ଥିଲା। କିଛି ସମୟ ପର୍ଯ୍ୟନ୍ତ ବିଲେଇ ସାପଟିକୁ ଗୋଡରେ ଆଘାତ କରିଥିଲା।

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ମୁନିଗୁଡ଼ା,୧୭।୭: ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ରାଜପଥ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ସେ ହେଲେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଗ୍ରାମର ଉଗ୍ରସେନ ବାଗ୍‌। ଉଗ୍ରସେନକୁ ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରୁଥିବା ବେଳେ ସେ କେରଳରେ ଲୁଚି ରହିଥିଲେ। ଚଳିତ ବର୍ଷ ରଥଯାତ୍ରାରେ ନିଜ ପ୍ରେମିକାଙ୍କୁ ଉଗ୍ରସେନ ଭେଟିବାକୁ ଆସିଥିଲେ।

ରାସ୍ତା କାଦୁଅ ଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ: ଜୀବନ ହାରିଲେ ମହିଳା

ରାସ୍ତା କାଦୁଅ ଯୋଗୁ ଯାଇପାରିଲାନି ଆମ୍ବୁଲାନ୍ସ: ଜୀବନ ହାରିଲେ ମହିଳା

ମାଲକାନଗିରି,୧୮।୭(ସ୍ବ.ପ୍ର.): କାଦୁଅ ରାସ୍ତା ଯୋଗୁ ଆମ୍ବୁଲାନ୍ସ ଯାଇ ନ ପାରିବାକୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ମାଲକାନଗିରି ଜିଲା ସଦର ପଞ୍ଚାୟତ କାଦଗୁଡା ଗ୍ରାମରେ। ଗ୍ରାମର ଜମ୍ବତୀ କଂସାରୀ(୫୫) ନାମ୍ନୀ ମହିଳା ମଙ୍ଗଳବାର ଅପରାହ୍ନରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ବର୍ଷାରେ ଭୁଶୁଡିଲା କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାର

ମାଥିଲି , ୧୭।୭ (ଡି.ଏନ.ଏ)- ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦାସାହିରେ ସୋମବାର ରାତିରେ ଲଗାଣ ବର୍ଷାରେ ଗୁନାକର ସଗରିଆଙ୍କ କାନ୍ଥ ଭୁଶୁଡିପଡିଛି । ତେବେ ଏଥିରେ ତାଙ୍କ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେହି ଏଥିରେ ଆହତ ହୋଇନାହାନ୍ତି। କିଛି ଦିନ ହେବ ମାଥିଲି ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାର ପ୍ରଭାବରେ ଅଞ୍ଚଳର ଅଧିକାଂଶ ଲୋକଙ୍କ ମାଟି ଘର କାନ୍ଥ ଧଶିଯାଉଛି । ସୋମବାର ରାତିରେ ଗୁନାକରଙ୍କ ସମେତ ତାଙ୍କ ସ୍ତ୍ରୀ, ୨ ଶିଶୁ ଓ ତାଙ୍କ ସମ୍ପର୍କୀୟ ମାଆ ଘରେ ଶୋଇଥିଲେ

ବେଆଇନ ମଦ ବିକ୍ରି ବନ୍ଦ  ଦାବି

ବେଆଇନ ମଦ ବିକ୍ରି ବନ୍ଦ ଦାବି

ଗୁଣପୁର,୧୭।୭(ଡି.ଏନ୍‌.ଏ.)-ରାୟଗଡା ଜିଲା ରାମନାଗୁଡା ବ୍ଲକ ଉକୁମ୍ବା ଗ୍ରାମରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଗ୍ରାମର ମହିଳାମାନେ ମଙ୍ଗଳବାର ଅବକାରୀ ବିଭାଗର ବିଭିନ୍ନ ଅଧିକାରୀଙ୍କ ସମେତ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଗାଁରେ ବେଆଇନ ମଦ ବିକ୍ରି ଦ୍ୱାରା ଅଶାନ୍ତି ସୃଷ୍ଟି ହେଉଛି।

ଜଗନ୍ନାଥଙ୍କ ବରାହ ଅବତାର ବେଶ

ଜଗନ୍ନାଥଙ୍କ ବରାହ ଅବତାର ବେଶ

ଗୁଣପୁର,୧୭ା୭(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ଆଡପ ମଣ୍ଡପରେ ମଙ୍ଗଳବାର ଜଗନ୍ନାଥଙ୍କ ବରାହ ଅବତାର ବେଶ ଅନୁଷ୍ଠିତ ହୋଇଯାଇଛି। ସାନ ଏବଂ ବଡ ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କୁ ଏହି ବେଶ କରାଯାଇଥିଲା। ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ମଣ୍ଡପ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ଡାବୁଗାଁ, ୧୭।୭ (ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଓଡିଶା ଆଦର୍ଶ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠି ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ବିଦ୍ୟାଳୟରେ ଇଂରାଜୀ, ହିନ୍ଦୀ ଓ କମ୍ପ୍ୟୁଟର ଶିକ୍ଷକ ନାହାଁନ୍ତି। ଏହି ବିଷୟ କିପରି ପିଲାମାନେ ପଢିବେ ସେନେଇ ବିଦ୍ୟାଳୟ ଅଧ୍ୟକ୍ଷ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଯଥାଶୀଘ୍ର ଶିକ୍ଷକ ପଦବି ପୂରଣ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଅଭିଭାବକମାନେ କହିଥିଲେ।

ନିମ୍ନମାନର କାମ, ରାସ୍ତାରେ ଗର୍ତ୍ତ

ନିମ୍ନମାନର କାମ, ରାସ୍ତାରେ ଗର୍ତ୍ତ

ଚନ୍ଦ୍ରପୁର ୧୭।୭(ଡି.ଏନ୍‌.ଏ.)- ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକରୁ ମୁନିଗୁଡାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାରେ ନିର୍ମାଣର ଏକମାସ ନ ପୁରୁଣୁ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ରାସ୍ତା ଅବସ୍ଥା ଏବେ ଶୋଚନୀୟ। ଚନ୍ଦ୍ରପୁର ବ୍ଲକର ମୁଖ୍ୟ ଛକ ତେଲେଙ୍ଗାପଦର ନିକଟସ୍ଥ ଖିଲମୁଣ୍ଡା ଗ୍ରାମ ନିକଟସ୍ଥ ପୋଲ ଏବଂ ଏହାର ଆପ୍ରୋଚ ରୋଡ ଦିନକୁ ଦିନ ଖରାପ ହେବାକୁ ବସିଲାଣି। ପୂର୍ତ୍ତ ବିଭାଗର ଦାୟିତ୍ୱହିନତା ଓ ନିମ୍ନମାନର କାମ ଯୋଗୁ ଏପରି ସମସ୍ୟା ଦେଖା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ବର୍ଷାରେ ଭାଙ୍ଗିଲା ଗଛ: ଅନକାଡେଲି- ମାଛକୁଣ୍ଡ ରାସ୍ତା ଅବରୋଧ

ବର୍ଷାରେ ଭାଙ୍ଗିଲା ଗଛ: ଅନକାଡେଲି- ମାଛକୁଣ୍ଡ ରାସ୍ତା ଅବରୋଧ

କୋରାପୁଟ/ଅନକାଡେଲି,୧୭।୭(ସ୍ବ.ପ୍ର.)- ପ୍ରବଳ ବର୍ଷା ଯୋଗୁଁ ଜିଲାର କୋରାପୁଟ ଜିଲା ଲମତାପୁଟ ବ୍ଲକ ମାଛକୁଣ୍ଡ- ଅନକାଡେଲି ରାସ୍ତାର କୁଜାମ ଗ୍ରାମଠାରେ ଏକ ବିରାଟ ଗଛ ପଡି ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା । ସେମାବାର ବିଳମ୍ବିତ ରାତ୍ରରେ ଲମତାପୁଟ ବ୍ଲକ ଚିକେନପୁଟ ପଞ୍ଚାୟତ କୁଜାମ ଗ୍ରାମ ନିକଟରେ ଏହି ଗଛ ଉପୁଡି ପଡିଥିବାବେଳେ ଏଥିଯୋଗୁ ମାଛକୁଣ୍ଡ ଓ ଅନକାଡେଲି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ମଙ୍ଗଳବାର ପୁବାର୍ହ୍ନରେ ଅନକାଡେଲିସ୍ଥିତ ବିଏସ୍‌ଏଫ୍‌ ୧୩ ବାଟାଲିଆନ ଯବାନ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗଛକଟା ଯାଇଛି।

ସ୍ବଚ୍ଛ ଭାରତ, ବନ ମହୋତ୍ସବ ପାଳିତ

ସ୍ବଚ୍ଛ ଭାରତ, ବନ ମହୋତ୍ସବ ପାଳିତ

କାଶୀନଗର, ୧୭।୭(ଡି.ଏନ୍‌.ଏ.)- କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଶ୍ରୀରାମ ଡିଗ୍ରୀ କଲେଜରେ ମଙ୍ଗଳବାର ସ୍ବଚ୍ଛ ଭାରି ଓ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଚାରା ରୋପଣ କରାଯିବ ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ସଫା କରାଯାଇଥିଲା।

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୫୦ ପ୍ରକଳ୍ପ ଅନୁମୋଦିତ

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୫୦ ପ୍ରକଳ୍ପ ଅନୁମୋଦିତ

ଝରିଗାଁ, ୧୭।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦରମହକୁମାସ୍ଥିତ ମିନି ଷ୍ଟାଡିଅମରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଝରିଗାଁ ବ୍ଲକର ୨୨ ପଞ୍ଚାୟତ ପାଇଁ ୨୫୦ଟି ପ୍ରକଳ୍ପର ଅନୁମୋଦନ କରିଛନ୍ତି। ଏଥିପାଇଁ ୫ କୋଟି ୫୩ ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ

ଝରିଗାଁ, ୧୭।୭(ସ୍ବ.ପ୍ର)- ଲଗାଣ ବର୍ଷାରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ବାଂଜିଆମ୍ବା ଗ୍ରାମର ତ୍ରିନାଥ ପଟ୍ଟନାୟକ(୮୨)ଙ୍କ ଘର କାନ୍ଥ ଭାଙ୍ଗି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।

Model This Week

ରୂପେଶ