ରାୟଗଡା

ଜାଲ୍‌ ଟିଡିଆର୍‌ ଜରିଆରେ ୨୭ଲକ୍ଷ ଟଙ୍କା ଠକେଇ

ଜାଲ୍‌ ଟିଡିଆର୍‌ ଜରିଆରେ ୨୭ଲକ୍ଷ ଟଙ୍କା ଠକେଇ

ରାୟଗଡା ଅଫିସ, ୯। ୧୨-ଟର୍ମ ଡିପୋଜିଟ ରିସିପ୍ଟ(ଟିଡିଆର୍‌)ରେ ଜାଲିଆତି କରି ରାୟଗଡା କ୍ଷୁଦ୍ର ଜଳସେଚନ ବିଭାଗରେ ଜଣେ ଠିକାଦାର ୨୭ଲକ୍ଷ ଟଙ୍କା ଠକିନେଇଛନ୍ତି। ଠିକାଦାର ସଚିନ ସିଂଘଲ ଏହି ଠକାମି କରିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଜଗତଜ୍ୟୋତି ଶତପଥି ଗତ ଅକ୍ଟୋବର ୧୯ରେ କୋରାପୁଟ ଜିଲାର ଜୟପୁର ଥାନାରେ ଏତଲା ଦେଇଥିବା ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଳରେ ଘଟଣାଟି ଲୋକଲୋଚନକୁ ଆସିଛି। ଅପରପକ୍ଷେ, ଅଭିଯୋଗର ଦେଢମାସ ପରେ ବି ସଚିନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ପ୍ରକାଶ ଯେ, ରାୟଗଡା ଜିଲା କ୍ଷୁଦ୍ର ଓ ଜଳସେଚନ ବିଭାଗ ପକ୍ଷରୁ ଘୋଡାନାଳ ଓ କୋଲନରା ନାଳରେ ୧କୋଟି ୬୯ଲକ୍ଷ ଟଙ୍କା ବ୍ୟୟରେ ୨ଟି ଚେକଡ୍ୟାମ୍‌ ନିର୍ମାଣ ପାଇଁ ୨୦୧୬-୧୭ ବର୍ଷରେ ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା ା ଠିକାଦର ସଚିନ ଉକ୍ତ ଟେଣ୍ଡରରେ ଭାଗନେଇ ସର୍ବନିମ୍ନ ଦରରେ ଉକ୍ତ ୨ଟି ଚେକ୍‌ଡ୍ୟାମ୍‌ ନିର୍ମାଣ ନିମନ୍ତେ ଠିକା କାମ ପାଇଥିଲେ ା ଟେଣ୍ଡର ସମୟରେ ଯେଉଁ ଟିଡିଆର୍‌ ୧ଲକ୍ଷ ୬୯ହଜାର ଟଙ୍କାର ଦିଆଯାଇଥିଲା ତାହା ଜାଲ୍‌ ଥିଲା ା ସେହିଭଳି ନିର୍ମାଣ କାର୍ଯ୍ୟପାଇଁ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ସହ ଚୁକ୍ତିନାମା ବେଳେ ଯେଉଁ ୧୫ପ୍ରତିଶତ ଟିଡିଆର ଦାଖଲ ହୋଇଥିଲା ତାହା ମଧ୍ୟ ଜାଲ୍‌ ବୋଲି ଜଣାପଡିଛି ା କଳାହାଣ୍ଡି ଜିଲା ଧର୍ମଗଡସ୍ଥିତ ଏସ୍‌ବିଆଇ ଶାଖାର ୨୭ଲକ୍ଷ ଟଙ୍କା ମୂଲ୍ୟର ଏହି ଜାଲ ଟିଡିଆର ସଚିନଙ୍କ ଦ୍ୱାରା ଦାଖଲ ହୋଇଛି ା ପ୍ରଥମେ ୧ ପ୍ରତିଶତ ଓ ପରେ ୧୫ପ୍ରତିଶତ ଏହିଭଳି ୨୭ଲକ୍ଷ ଟଙ୍କାର ଜାଲ୍‌ ଟିଡିଆର ଦାଖଲ କରି ଠିକାକାମ ହାତେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚେକଡ୍ୟାମ୍‌ ପାଇଁ ଠିକା ନେବାର ମାସାଧିକ କାଳ ପରେ ବି ସିଂଘଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ଏଥିଯୋଗୁ ତତ୍କାଳୀନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ା ଟେଣ୍ଡର ବେଳେ ଦିଆଯାଇଥିବା ଟିଡିଆର ଯାଞ୍ଚ ନ କରି କିଭଳି ସମ୍ପୃକ୍ତ ଠିକାଦାରଙ୍କ ସହ ଚୁକ୍ତି କରାଗଲା ତାହା ତଦନ୍ତସାପେକ୍ଷ। ଘଟଣା ସମ୍ପର୍କରେ ଜୟପୁର ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଠିକାଦାରମାନଙ୍କ ମନରେ ଛନକା ପଶିଛି। ଏ ସଂକ୍ରାନ୍ତରେ ରାୟଗଡାସ୍ଥିତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶତପଥୀଙ୍କୁ ପଚାରିବାରୁ କହିଛନ୍ତି ଯେ, ଏହି ୨ଟି କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଜୟପୁରଠାରେ ହୋଇଥିଲା । ଉକ୍ତ ଠିକାଦାରଙ୍କ ଟିଡିଆର୍‌ ଯାଞ୍ଚ ନିମନ୍ତେ ବ୍ୟାଙ୍କକୁ ପଠାଯାଇଥିଲା । ଟିଡିଆର୍‌ ଉପରେ ଉଲ୍ଲେଖ ଥିବା ନମ୍ବରରେ କୌଣସି ଟିଡିଆର୍‌ ଦିଆଯାଇ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇଥିଲେ । ଏହାପରେ ଜୟପୁରସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣଯନ୍ତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସେ ଅକ୍ଟୋବର ୧୯ରେ ଜୟପୁର ଥାନାରେ ସେ ଏତଲା ଦେଇଥିଲେ।

All Right Reserved By

Model This Week

ନିକିତା

ରାୟଗଡା

କାଠ ସହ ଟ୍ରାକ୍ଟର ଜବତ,୨ ଗିରଫ

କାଠ ସହ ଟ୍ରାକ୍ଟର ଜବତ,୨ ଗିରଫ

କଲ୍ୟାଣସିଂହପୁର,୨୦।୪(ଡି.ଏନ୍‌.ଏ)- ରାୟଗଡା ଜିଲା କଲ୍ୟାଣସିଂହପୁର ରେଞ୍ଜ ଶିକରପାଇ ସେକ୍ସନର ସାଜାବିଟ ଅଧୀନ ମାଝିଗୁଡା ନିକଟରୁ ବନ ବିଭାଗ ଗୁରୁବାର ସେଣ୍ଟ୍ରିଙ୍ଗ କାଠ ସହ ଟ୍ରାକ୍ଟର ଜବତ କରିଛି । ଏଥିସହ ୨ ଜଣ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

କୋରାପୁଟ: କୋମ୍ବିଂ ବେଳେ ମିଳିଲା ବିସ୍ଫୋରକ

କୋରାପୁଟ: କୋମ୍ବିଂ ବେଳେ ମିଳିଲା ବିସ୍ଫୋରକ

କୋରାପୁଟ/ଅନକାଡେଲି,୨୦।୪(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲି ଅଞ୍ଚଳରେ ବିଏସ୍‌ଏଫ୍‌ର ୧୩ ନମ୍ବର ବାଟାଲିୟନର ଯବାନମାନେ କୋମ୍ବିଂ କରୁଥିବାବେଳେ ବିସ୍ଫୋରକ ଉଦ୍ଧାର କରିଛନ୍ତି। ମାଓବାଦୀମାନେ ଏସବୁ ଅନକାଡେଲି ପଞ୍ଚାୟତ ଖଡ଼ାପୁଟ-ସିନ୍ଧିପୁଟ ମଧ୍ୟସ୍ଥ ଜଙ୍ଗଲରେ ଲୁଚାଇ ରଖିଥିଲେ।

କୁଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

କାଶୀପୁର, ୨୦।୪(ଡି.ଏନ୍‌.ଏ)- ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ବାଇଗୁଡା ଗଁାର ପ୍ରକାଶ ନାଏକଙ୍କ ୪୮ ଦିନର ଶିଶୁ ପୁତ୍ରଙ୍କ ମୃତ ଦେହକୁ ପୋଲିସ କୁଅରୁ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶିଶୁପୁତ୍ରକୁ କେହି କୂଅ ଭିତରେ ପକାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଆହତ କୁଟ୍ରା ଛୁଆ ଉଦ୍ଧାର

ଆହତ କୁଟ୍ରା ଛୁଆ ଉଦ୍ଧାର

ଗୁଣପୁର,୨୦। ୪(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର ଜିଆଇଇଟି ପରିସରକୁ ଶୁକ୍ରବାର ଆହତ ଅବସ୍ଥାରେ ଏକ କୁଟ୍ରା ବାଟବଣା ହୋଇ ଚାଲି ଆସିଥିଲା । ଏହାକୁ ଜିଆଇଆଇଟିର କର୍ମଚାରୀମାନେ ଦେଖିଥିଲେ । କୁଟ୍ରାଟି ଆହତ ହୋଇଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

ଆସନ୍ତାକାଲି ନବୋଦୟ ବିଦ୍ୟାଳୟ ୬ଷ୍ଠ ଶ୍ରେଣୀ ପ୍ରବେଶିକା: ୨୨ କେନ୍ଦ୍ରରେ ପରୀକ୍ଷା ଦେବେ ୬୦୨୩ ପରୀକ୍ଷାର୍ଥୀ

ଆସନ୍ତାକାଲି ନବୋଦୟ ବିଦ୍ୟାଳୟ ୬ଷ୍ଠ ଶ୍ରେଣୀ ପ୍ରବେଶିକା: ୨୨ କେନ୍ଦ୍ରରେ ପରୀକ୍ଷା ଦେବେ ୬୦୨୩ ପରୀକ୍ଷାର୍ଥୀ

ଜୟପୁର,୨୦ା୪(ନି.ପ୍ର.): ଜବାହର ନବୋଦୟ ବିଦ୍ୟାଳୟ ୬ଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଶନିବାର ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ଓ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି। କୋରାପୁଟ ଜିଲାରେ ଏଥିପାଇଁ ୨୨ଟି ପରୀକ୍ଷାକେନ୍ଦ୍ର ହୋଇଛି। ମୋଟ ୮୦ଟି ସିଟ୍‌ ପାଇଁ ୬୦୨୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ।

୪ ଜଣଙ୍କୁ ଅପହରଣ କଲେ ମାଓବାଦୀ

ରାୟଗଡ଼ା ଅଫିସ୍‌,୨୦।୪: ରାୟଗଡ଼ା ଜିଲା ସୀମାନ୍ତ ଅଞ୍ଚଳରୁ ୪ ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ। ଶୁକ୍ରବାର ଅପରାହ୍ନରେ ଏହି ଅପହରଣ ଖବର ସାମ୍ନାକୁ ଆସିଛି। ରାୟଗଡ଼ାର ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ଲାଖପଦର ଗାଁରୁ ଏହି ୪ ଜଣଙ୍କୁ ଉଠାଇ ନେଇଛନ୍ତି।

କର୍ମଚାରୀ ସଂଘ ନିର୍ବାଚନ ପାଇଁ ପୋଷ୍ଟର, ପତାକାରେ ଛାଇଗଲାଣି ହାଲ୍‌ ପରିସର

କର୍ମଚାରୀ ସଂଘ ନିର୍ବାଚନ ପାଇଁ ପୋଷ୍ଟର, ପତାକାରେ ଛାଇଗଲାଣି ହାଲ୍‌ ପରିସର

ସୁନାବେଡ଼ା,୨୦।୪(ଡି.ଏନ୍‌.ଏ.): ହାଲ୍‌ରେ ମେ ୨୪ରେ କର୍ମଚାରୀ ସଂଘ ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଲାଣି। ଏଠାରେ ବିଜୁ ଏରୋନଟିକ୍ସ ଏମ୍ପ୍ଲୋଇଜ ୟୁନିଅନ, ହିନ୍ଦୁସ୍ଥାନ ଏରୋନଟିକ୍ସ ଏମ୍ପ୍ଲୋଇଜ ୟୁନିଅନ୍‌, ହିନ୍ଦୁସ୍ଥାନ ଏରୋନଟିକ୍ସ ମଜଦୁର ସଂଘ ଭଳି ୩ଟି ସଂଘ ମଧ୍ୟରେ ଲଢ଼େଇ ହେବ।

ଗାଁ ଜଙ୍ଗଲରୁ ଗଛକଟା: ବନ ବିଭାଗ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ

ଗାଁ ଜଙ୍ଗଲରୁ ଗଛକଟା: ବନ ବିଭାଗ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ

ଜୟପୁର,୨୦।୪(ଡି.ଏନ୍‌.ଏ.): ଜୟପୁର ବ୍ଲକ ହାଡିଆ ଗ୍ରାମରେ ଥିବା ୧୦ ହେକ୍ଟର ଜଙ୍ଗଲରେ ଗଛକଟାକୁ ନେଇ ବିଭାଗୀୟ କାର୍ଯ୍ୟଧାରା ଉପରେ ଜନସାଧାରଣଙ୍କ ସନ୍ଦେହ ସୃଷ୍ଟି ହୋଇଛି। ୨୦ ବର୍ଷ ତଳେ ଏଠାରେ ସାମାଜିକ ବନୀକରଣ ଯୋଜନାରେ ବନ ବିଭାଗ ପକ୍ଷରୁ ୧୦ ହେକ୍ଟର ଜମିରେ ଆକାଶିଆ, ନୀଳଗିରି ଚାରା ଲଗାଯାଇଥିଲା ।

୩ ଛାତ୍ରୀଙ୍କୁ ଅପହରଣ ଘଟଣା: ୧୧ ଦିନ ପରେ ବି ପୋଲିସ ହାତ ଖାଲି

ଦଶମନ୍ତପୁର,୨୦।୪(ଡି.ଏନ୍‌.ଏ.): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକ ପରଜା ବେଡ଼ାପଦର ପଞ୍ଚାୟତ ସଦରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅପହରଣ ଘଟଣା ସମସ୍ତଙ୍କୁ ହତଚକିତ କରିଥିଲା। ଏ ଘଟଣାର ୧୧ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କିମ୍ବା ଶିକ୍ଷା ବିଭାଗ ଅଧିକାରୀ ଏ ଦିଗରେ ସାମାନ୍ୟତମ ପଦକ୍ଷେପ ନନେବା ସମସ୍ତଙ୍କୁ ବିସ୍ମିତ କରିଛି। ଅପହରଣକାରୀଙ୍କୁ ଧରିବା ତ ଦୂରର କଥା, ସେମାନଙ୍କ ବିଷୟରେ କୌଣସି ସୁରାକ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପାଇନଥିବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମଦ୍ୟପ ଶିକ୍ଷକଙ୍କ ଧରି ଜିଲାପାଳଙ୍କ ପାଖରେ ହାଜର ହେଲେ ଗ୍ରାମବାସୀ

ମଦ୍ୟପ ଶିକ୍ଷକଙ୍କ ଧରି ଜିଲାପାଳଙ୍କ ପାଖରେ ହାଜର ହେଲେ ଗ୍ରାମବାସୀ

ମାଲକାନଗିରି ସଦର ବ୍ଲକ ଏମ୍‌ଭି-୮୭ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀର୍ଘ ବର୍ଷ ଧରି ନିଶାଗ୍ରସ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସୁଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଗାଳି ଦେବା ନିଶାଶକ୍ତ ଅବସ୍ଥାରେ ଉଲଗ୍ନ ହୋଇ ବୁଲୁଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଶୁକ୍ରବାର ସମ୍ପୃକ୍ତ ଶିକ୍ଷକଙ୍କ ମଦନିଶାର ପରିଣାମ ଚରମ ସୀମାରେ ପହଞ୍ଚତ୍ଥିଲା। ସେ ଉଲଗ୍ନ ଅବସ୍ଥାରେ ଗ୍ରାମରେ ବୁଲି ଲୋକଙ୍କୁ ଗାଳି ଗୁଳଜ କରୁଥିବା ଅସହ୍ୟ ହେବାରୁ ଗ୍ରାମବାସୀ ତାଙ୍କୁ କାବୁ କରି ଜିଲାପାଳଙ୍କ ପାଖକୁ ନେଇଥିଲେ।

ଅସୁସ୍ଥ ମାଙ୍କଡ଼କୁ ବନ ବିଭାଗକୁ ହସ୍ତାନ୍ତର

ଅସୁସ୍ଥ ମାଙ୍କଡ଼କୁ ବନ ବିଭାଗକୁ ହସ୍ତାନ୍ତର

ମାଥିଲି,୨୦।୪(ଡି.ଏନ୍‌.ଏ.): ସେବାଯତ୍ନ ସବୁ କଲେ। ପଶୁ ଡାକ୍ତରଙ୍କ ପରାମର୍ଶ ଲୋଡି ଘରେ ଦୈନିକ ଆଣି ଚିକିତ୍ସା କରାଇଲେ। ତଥାପି ମାଙ୍କଡର ସ୍ବାସ୍ଥ୍ୟାବସ୍ଥା ସୁଧୁରିଲା ନାହିଁ। ବିଦ୍ୟୁତ ସଂସ୍ପର୍ଶରେ ପୋଡ଼ିଯାଇଥିବା ଅଧିକାଂଶ ସ୍ଥାନ ଏବେ ଘା’ ହେବାକୁ ବସିଲାଣି। ଶେଷରେ ବାଧ୍ୟହୋଇ ଅସୁସ୍ଥ ମାଙ୍କଡ଼କୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ପ୍ରଭାତ ସେନ।

ଗ୍ୟାସ୍‌ ଆକାରରେ ଜାଳେଣି ଦେଇ ଜଙ୍ଗଲ ବଞ୍ଚାଇବ ‘ଉଜ୍ଜ୍ବଳା’

ଗ୍ୟାସ୍‌ ଆକାରରେ ଜାଳେଣି ଦେଇ ଜଙ୍ଗଲ ବଞ୍ଚାଇବ ‘ଉଜ୍ଜ୍ବଳା’

ମାଥିଲି,୨୦।୪(ଡି.ଏନ୍‌.ଏ.): ଜାଳେଣି କାଠ ସଂଗ୍ରହ କରିବା ଫଳରେ ସବୁଜ ବାହିନୀ ଅଞ୍ଚଳରୁ ଜଙ୍ଗଲ ଲୋପ ହେବାକୁ ବସିଛି। ଏହାର ସିଧାସଳଖ ପ୍ରଭାବ ବାୟୁମଣ୍ତଳ ଓ ମଣିଷ ଉପରେ ପଡ଼ିବା ସହ ଜଳବାୟୁ ଓ ବର୍ଷା ଅନିୟମିତ ରହୁଛି। ତେଣୁ ଜାଳେଣି କାଠ ବ୍ୟବହାର ବନ୍ଦ କରି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଦିଆଯାଉଥିବା ଏଲପିଜି ଗ୍ୟାସ ବ୍ୟବହାର କରିବା ପାଇଁ ଆହ୍ବାନ ଦିଆଯାଇଛି। ଶୁକ୍ରବାର ମାଥିଲି ବ୍ଲକ ସଦର ହାଟପଦା ସାହି ଖେଳପଡିଆରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ମହିଳାଙ୍କୁ ଏପରି ଶପଥପାଠ କରାଇଛନ୍ତି।