ରାୟଗଡା

ପ୍ରକୃତିରାଣୀର ମାୟାରେ ବିଦେଶୀ

ପ୍ରକୃତିରାଣୀର ମାୟାରେ ବିଦେଶୀ
ରାୟଗଡା ଅଫିସ୍‌, ୯।୧୨-ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରାୟଗଡା ଜିଲା । ନଦୀ, ଝରଣା, ପାହାଡ, ଜଙ୍ଗଲ ସବୁଠି ରହିଛି ପ୍ରକୃତିର ଭାଷା । ତେଣୁ ପ୍ରତିବର୍ଷ ଏହି ଜିଲାକୁ ଶୀତଋତୁରେ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ମୁଖ୍ୟତଃ ହଲାଣ୍ଡ, ଜର୍ମାନୀ, ବେଲଜିୟମ, ଇଟାଲି ଆଦି ଦେଶରୁ ବିଦେଶୀ ପର୍ଯ୍ୟଟକ ଏହି ଜିଲାକୁ ଆସିଥାନ୍ତି । ଜିଲାରେ ରହିଥିବା ନିୟମଗିରି ପାହାଡର ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରିବା ସହ ଆଦିମ ଜନଜାତି ଡଙ୍ଗରିଆକନ୍ଧ ଏବଂ ଲାଞ୍ଜିଆସୌରାଙ୍କ ଜୀବନ ଶୈଳୀ ସମ୍ପର୍କରେ ଅନୁଧ୍ୟାନ ମଧ୍ୟ କରିଥାନ୍ତି ା ଏହି କ୍ରମରେ ବର୍ତ୍ତମାନ ହଲାଣ୍ଡର ଅନେକ ପର୍ଯ୍ୟଟକଙ୍କ ପାଦ ପଡିଲାଣି ରାୟଗଡା ଜିଲାରେ। ଗତ ୫ତାରିଖରେ ହଲାଣ୍ଡର ୨ ବିଦେଶିନୀ ଜୋହନା ଓ ଏଲିଆନା ବିଷମକଟକ ବ୍ଲକ୍‌ ଚାଟିକଣାକୁ ବୁଲିବା ପାଇଁ ଆସିଥିବା ବେଳେ ବୁଧବାର ଆସିଛନ୍ତି ପାଓଲିଇନ ଓ ଜାନ । ୭୦ବର୍ଷୀୟ ଜାନ ଏବଂ ତାଙ୍କ ପତ୍ନୀ ୬୮ବର୍ଷୀୟ ପାଓଲିଇନ ୧୦ଦିନ ପାଇଁ ଭାରତ ଆସିଥିବା ବେଳେ ରାୟଗଡା ଜିଲାରେ ୪ଦିନ ବିତାଇବେ ବୋଲି କହିଛନ୍ତି । ଏହି ଦମ୍ପତି ଜିଲା ସଂସ୍କୃତି ଭବନକୁ ଆସି ଡଙ୍ଗରିଆଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ ା ନିଜ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ଯେ, ଏଠାକାର ଆଦିମ ଜନଜାତିଙ୍କ ସମ୍ପର୍କରେ ଆମେ ୱେବସାଇଟ୍‌ରୁ ଜାଣିଛୁ ା କିନ୍ତୁ ପ୍ରକୃତିର କୋଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟକୁ ନିକଟରୁ ଦେଖିବା ପାଇଁ ଯେଉଁ ଇଚ୍ଛା ରହିଥିଲା ତାହା ପୂରଣ କରିବାକୁ ଧାଇଁଆସିଛୁ ା ଏଥିସହ ନିୟମଗିରି ପାହାଡରେ ଥିବା ନଦୀ, ଝରଣା ଓ ଗଛଲତା ଏଠାକାର ଭାଷା କୁହେ ବୋଲି ବିଭିନ୍ନ ପୁସ୍ତକରେ ପରିକଳ୍ପିତ ହୋଇଛି । ଯାହାକି ଏହି ଅଞ୍ଚଳ ବୁଲିବା ଆମ ପାଇଁ ଏକ ଗର୍ବର ବିଷୟ । କାରଣ ଏହି ସ୍ଥାନରୁ ଆମେ ଯେଉଁ ଅଭିଜ୍ଞତା ସାଉଁଟିବୁ ତାହା ହଲାଣ୍ଡ ସରକାରଙ୍କୁ ଅବଗତ କରାଇବୁ ା ଏତଦ୍‌ ବ୍ୟତୀତ ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ରହୁଥିବା ଆଦିମ ଜନଜାତି ଲାଞ୍ଜିଆସୌରାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏଠାରୁ ବିଦାୟ ନେବୁ ା ପ୍ରକାଶଥାଉ କି, ରାୟଗଡା ଜିଲାର ପର୍ଯ୍ୟଟନ କ୍ଷେତ୍ର ସମଗ୍ର ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଛି । ୱେବସାଇଟରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ବିଦେଶୀମାନେ ଯେଉଁ ତଥ୍ୟ ସଂଗ୍ରହ କରିଥାନ୍ତି ତାହା ଭିତରେ ରାୟଗଡା ଅନ୍ୟତମ । ଏଠାକାର ଚାଟିକଣାସ୍ଥିତ ପାତାଳେଶ୍ୱର ମନ୍ଦିର ନିକଟରେ ଥିବା ଜଳପ୍ରପାତ ଏବଂ ଝରଣା ବେଶ ମନୋରମ । ସେହିଭଳି ପାଇକପଡାର ପ୍ରସିଦ୍ଧ ଶୈବ ଓ ଶକ୍ତିପୀଠ ହେଉଛି ପାତାଳେଶ୍ୱର ଓ ମା’ ଦକ୍ଷିଣକାଳୀ। ସପ୍ତମ ଶତାବ୍ଦୀର ଏହି ମନ୍ଦିର ନିଖୁଣତାରେ ଭରପୂର। ସେହିପରି ଆଉ ଏକ ପ୍ରସିଦ୍ଧ ପୀଠ ହେଲା ପଦ୍ମପୁର ବ୍ଲକ୍‌ର ଜାଗମଣ୍ଡା ପର୍ବତ । ଏହି ପର୍ବତରେ ଅଷ୍ଟମ ଶତାବ୍ଦୀରେ ପ୍ରତିଷ୍ଠିତ ନୀଳକଣ୍ଠେଶ୍ୱର ମନ୍ଦିର ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରିଛି । ୮ଟି ପଥରରେ ନିର୍ମିତ ବୌଦ୍ଧ ଓ ଶୈବଙ୍କ ମିଳନ ସ୍ଥଳୀ ମଧ୍ୟ କୁହାଯାଏ । କୌଣସି ପର୍ଯ୍ୟଟକ ରାୟଗଡା ଆସିଲେ ଏହି ଅଞ୍ଚଳ ବୁଲିବା ପାଇଁ ଭୁଲନ୍ତି ନାହିଁ ।
All Right Reserved By

ରାୟଗଡା

ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ସମାରୋହ: ଡ଼ଙ୍ଗରିଆଙ୍କ ନୃତ୍ୟ ମନମୋହିଲା

ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ସମାରୋହ: ଡ଼ଙ୍ଗରିଆଙ୍କ ନୃତ୍ୟ ମନମୋହିଲା

ମୁନିଗୁଡ଼ା,୧୪।୧୨(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ମୁନିଗୁଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଧାୟକ ଲାଲବିହାରୀ ହିମିରିକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଧାୟକ ଜଗନ୍ନାଥ ସାରକା,ରାଜ୍ୟ ଖଦି ବୋର୍ଡ଼ ସଦସ୍ୟ ପୃଥୀରାଜ ସାହୁ, ଆଟିଡ଼ିଏ ନୋଡ଼ାଲ ଅଫିସର ଟୁକୁ ବାରିକ, ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷା ସକୁନ୍ତଳା ନୁଣ୍ଡ୍ରୁକା,ସରପଞ୍ଚ ସଂଘ ସଭାପତି ତ୍ରପତି ମିର୍ଦ୍ଦା,କରୁଣାକର ଶବର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଆଦିବାସୀ ଜନଜାତିଙ୍କ ସଂସ୍କୃତି ଓ ବିକାଶ ନେଇ କହିଥିଲେ ।

୨୯ରୁ ପୋଟେରୁ, ସତୀଗୁଡ଼ା କେନାଲରୁ ଛଡ଼ା ଯିବ ପାଣି

୨୯ରୁ ପୋଟେରୁ, ସତୀଗୁଡ଼ା କେନାଲରୁ ଛଡ଼ା ଯିବ ପାଣି

ମାଲକାନଗିରି, ୧୪।୧୨ (ଡି.ଏନ୍‌.ଏ.) -ମାଲକାନଗିରି ଜିଲାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରବିଚାଷ ନିମନ୍ତେ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରବିଚାଷ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି।

 ଭାଣ୍ଡିସାହିରେ ଜବରଦଖଲ ଉଚ୍ଛେଦ

ଭାଣ୍ଡିସାହିରେ ଜବରଦଖଲ ଉଚ୍ଛେଦ

କୋରାପୁଟ, ୧୪।୧୨(ସ୍ବ.ପ୍ର)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଯୋଗାଯୋଗ ନେଇ  ସହରରେ ୪ ଟି ରାସ୍ତା ନିର୍ମାଣ  କାଯର୍‌ୟ  ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି 

୩ କଳାକାର ସମ୍ମାନିତ

୩ କଳାକାର ସମ୍ମାନିତ

ପାରଳାଖେମୁଣ୍ଡି, ୧୪।୧୨(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହର ରାମନଗରସ୍ଥ ହାଇଟେକ୍‌ ପ୍ଲାଜା ପରିସରରେ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ୩ ଜଣ କଳାକାରଙ୍କୁ କଳା କ୍ଷେତ୍ରରେ ଉତ୍ତମ ଅବଦାନ ପାଇଁ ସମ୍ମାନିତ କରାଯାଇଛି ।

ଶକ୍ତ ସଂରକ୍ଷଣ ନେଇ ଶୋଭାଯାତ୍ରା

ଶକ୍ତ ସଂରକ୍ଷଣ ନେଇ ଶୋଭାଯାତ୍ରା

ଚନ୍ଦାହାଣ୍ଡି,୧୪।୧୨(ଡ଼ି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ଉଚ୍ଚ ବିଦ୍ୟାଳୟ ତରଫରୁ ଶୁକ୍ରବାର ଶକ୍ତି ସଂରକ୍ଷଣ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଘନ କୁହୁଡି : ପନିପରିବା ନଷ୍ଟ ଆଶଙ୍କା

ଚନ୍ଦାହାଣ୍ଡି,୧୪।୧୨(ଡି.ଏନ.ଏ)- ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ କିଛି ଦିନ ହେବ ମେଘୁଆ ପାଗ  ଲାଗି ରହିଛି

ଟ୍ରକରେ ଚାପି ହୋଇ ଡ଼୍ରାଇଭର ମୃତ

ଟ୍ରକରେ ଚାପି ହୋଇ ଡ଼୍ରାଇଭର ମୃତ

ଟିକିରି,୧୪।୧୨(ଡ଼ି.ଏନ.ଏ)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିରେ  ଏକ ଅଭାବନୀୟ ଘଟଣା ଘଟିଛି । ନିଜେ ଚଳାଉଥିବା ଟ୍ରକରେ ଚାପି ହୋଇ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଜେକେପୁରରେ ରହୁଥିବା ମୋହନ ଲାଲ । ସେ  ଟ୍ରକ (ଓଆର୧୮-ଏ୫୧୯୬) ଧରି ବାଙ୍କାମ୍ବ ଅଭିମୁଖେ ନିଳିଗିରି କାଠ ଆଣିବାକୁ ଯାଉଥିଲେ।

 ଛାତ୍ରୀ ନିବାସ, ପୋଲ ଉଦ୍‌ଘାଟନ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ: ୨୦୦ ଗ୍ରାମକୁ ନିର୍ମାଣ ହେବ ରାସ୍ତା

ଛାତ୍ରୀ ନିବାସ, ପୋଲ ଉଦ୍‌ଘାଟନ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ: ୨୦୦ ଗ୍ରାମକୁ ନିର୍ମାଣ ହେବ ରାସ୍ତା

ରାୟଗଡା ଅଫିସ,୧୪।୧୨- ରାୟଗଡା ଜିଲାରେ ଗମନାଗମନର ବିକାଶକୁ ଗୁରୁତ୍ୱ  ଦିଆଯାଉଛିି । ଜିଲାବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ତଥା ଜିଲାକୁ ବିକାଶ ଦିଗରେ ଆଗେଇ ନେବା ପାଇଁ  ମୁଖ୍ୟମନ୍ତ୍ରୀ ରାୟଗଡା ଜିଲାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଜିଲାରେ ୬୪୧କି.ମି.ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇ ଦୁର୍ଗମ ଅଞ୍ଚଳର ୨୦୦ ଗ୍ରାମକୁ ସଂଯୋଗୀକରଣ କରାଯିବ । ଦିନିକିଆ ରାୟଗଡା ଜିଲା ଗସ୍ତରେ ଆସି  ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର ଏବଂ ସରକାରୀ ଉଦ୍ୟୋଗ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହା କହିଛନ୍ତି ।

ଗୋଟିଏ ଦିନରେ ୩ ଆତ୍ମହତ୍ୟା

ଗୋଟିଏ ଦିନରେ ୩ ଆତ୍ମହତ୍ୟା

ରାୟଗଡା ଅଫିସ୍‌, ୧୪।୧୨- ରାୟଗଡାର  ଭିନ୍ନ ଭିନ୍ନ ସ୍ଥାନରେ  ଗୋଟିଏ ଦିନରେ ୩ ଜଣ  ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ତଳରାମ୍ବୁ ଗ୍ରାମର ଲକ୍ଷ୍ମଣ ପଡିସିକା(୩୦) , କୋଲନରା ବ୍ଲକ୍‌ ଚାନ୍ଦିଲି ଥାନା ଅନ୍ତର୍ଗତ ଲେଲିବାଡି ଗ୍ରାମର ବିଭୀଷଣ ପେଦେଣ୍ଟି (୧୮) ଓ  ଶ୍ରେୟାସ ପ୍ରକାଶ ବର୍ମା(୨୯)  ।

ଉଦ୍‌ଘାଟନର ୪ମାସ ପରେ ବି ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା: ୬୨ ଡାକ୍ତରଙ୍କ ବଦଳରେ ଅଛନ୍ତି ୨୨

ଉଦ୍‌ଘାଟନର ୪ମାସ ପରେ ବି ମିଳୁନି ଉପଯୁକ୍ତ ସ୍ବାସ୍ଥ୍ୟସେବା: ୬୨ ଡାକ୍ତରଙ୍କ ବଦଳରେ ଅଛନ୍ତି ୨୨

ମାଲକାନଗିରି, ୧୪।୧୨ (ଡି.ଏନ୍‌.ଏ.): ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା କଡ଼ରେ ୪୯.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ  ୭ ମହଲା ବିଶିଷ୍ଟ ଚିକିତ୍ସାଳୟ ନିର୍ମାଣ କରାଯାଇଛି।

କାଶୀନଗରରେ ୨୬ରୁ ଖୋଲାଯିବ ଆହାର କେନ୍ଦ୍ର

କାଶୀନଗରରେ ୨୬ରୁ ଖୋଲାଯିବ ଆହାର କେନ୍ଦ୍ର

କାଶୀନଗର, ୧୩।୧୨(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସଦର ମହକୁମାରେ ଆସନ୍ତା ୨୬ତାରିଖରୁ ଆହାର କେନ୍ଦ୍ର ଖୋଲାଯିବ। ଏଥିଲାଗି ଜିଲାପାଳ ଅନୁପମ ଶାହା ଓ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଗୁରୁବାର କାଶୀନଗର ଗସ୍ତରେ ଆସି ସ୍ଥାନ ନିରୂପଣ କରିଛନ୍ତି।

ବ୍ରିଜ୍‌ ଓ୍ବାଲରେ ପିଟିହେଲା ବାଇକ୍‌ : ଦୁଇ ଆରୋହୀ ମୃତ

ବ୍ରିଜ୍‌ ଓ୍ବାଲରେ ପିଟିହେଲା ବାଇକ୍‌ : ଦୁଇ ଆରୋହୀ ମୃତ

ସେମିଳିଗୁଡ଼ା,୧୩।୧୨(ସ୍ବ.ପ୍ର.)-ସୁନାବେଡ଼ା ପୌରାଞ୍ଚଳ ଅନ୍ତର୍ଗତ ଜାନିଗୁଡ଼ା ନିକଟସ୍ଥ ଡ୍ୟାମ୍‌ ବ୍ରିଜ୍‌ ଆପ୍ରୋଚ୍‌ ରୋଡ଼ ଗାର୍ଡ ଓ୍ବାଲରେ ବାଡ଼େଇ ହୋଇ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।  ଦୁଇ ଜଣ ଯୁବକ ଏକ କଳାରଙ୍ଗର ସ୍ପେଣ୍ଡରପ୍ଲସ୍‌ ବାଇକ୍‌(ଓଆର୧୦ଜି୭୫୧୧) ଯୋଗେ ଏମ୍‌ଡିଆର ରୋଡ଼ ନନ୍ଦପୁରରୁ ସେମିଳିଗୁଡ଼ା ଅଭିମୁଖେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ  ବ୍ରିଜ୍‌ ଓ୍ବାଲରେ ବାଡ଼େଇ ହୋଇଥିଲା।