ରାୟଗଡା

ସିଆରପିଏଫ୍‌ କ୍ୟାମ୍ପରେ ଅଘଟଣ, ଯବାନଙ୍କ ଗୁଳିରେ ୪ ସାଥି ମୃତ

ସିଆରପିଏଫ୍‌ କ୍ୟାମ୍ପରେ ଅଘଟଣ, ଯବାନଙ୍କ ଗୁଳିରେ ୪ ସାଥି ମୃତ

ମାଲକାନଗିରି,୯।୧୨(ସ୍ବ.ପ୍ର.)-ମାଓବାଦୀ ପ୍ରବଣ ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଲାଲବାହିନୀ ଗୁଳିରେ ନୁହେଁ, ବରଂ ଜଣେ ସାଥିଙ୍କ ଗୁଳିରେ ୪ ଜଣ ଯବାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି। ସାମାନ୍ୟ ବଚସାରୁ ଏଭଳି ଅଭାବନୀୟ କାଣ୍ଡ ଘଟିଛି।
ସୂଚନା ଅନୁଯାୟୀ, ବିଜାପୁର ଜିଲା ବାସାଗୁଡ଼ା ସିଆର୍‌ପିଏଫ୍‌ କ୍ୟାମ୍ପରେ ଶନିବାର ଅପରାହ୍ନରେ ୧୬୮ ନମ୍ବର ବାଟାଲିୟନର ସନଥ କୁମାର ନାମକ ଜଣେ ଯବାନ ଓ ଅନ୍ୟ ସାଥିଙ୍କ ମଧ୍ୟରେ ଖାଇବା ବେଳେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରହିଥିବା ସନଥ ସନ୍ଧ୍ୟାରେ ନିଜ ସାଥିମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଫଳରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ସବ୍‌ଇନ୍ସପେକ୍ଟର, ଜଣେ ଏଏସ୍‌ଆଇ ଓ ଅନ୍ୟ ଜଣେ କନଷ୍ଟେବଳ ରହିଛନ୍ତି। ସେମାନେ ହେଲେ ଏସ୍‌ଆଇ ଭିକି ଶର୍ମା, ମେଘା ଶର୍ମା, ଏଏସ୍‌ଆଇ ରାଜବୀର ଓ କନଷ୍ଟେବଳ ଶଙ୍କର ରାଓ। ଗୁଳିମାଡ଼ରେ ଆହତ ହୋଇଥିବା ଏଏସ୍‌ଆଇ ଗଜାନନ୍ଦ ରାଓଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏସ୍‌ପି ଓ ଜିଲାପାଳ ପହଞ୍ଚତ୍ଛନ୍ତି। ଅଭିଯୁକ୍ତ ସନଥଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

All Right Reserved By

Model This Week

ନିକିତା

ରାୟଗଡା

ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

ଜୟପୁର,୧୯।୪(ନି.ପ୍ର.): ଜୟପୁର-କୁନ୍ଦୁରା ରାସ୍ତାର ଘାଟବାଗରା ନିକଟରେ ସଡ଼କ ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ସିପୁନ ନାୟକଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ସେ କାମ ସାରି ଜୟପୁରରୁ ବାହାରି କୁନ୍ଦୁରା ଯାଉଥିବା ସମୟରେ ଘାଟବାଗରା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହେଲା।

ରୋଟାରୀ କ୍ଲବ ପକ୍ଷରୁ ମାରାଥନ ଦୌଡ଼, ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା

ରୋଟାରୀ କ୍ଲବ ପକ୍ଷରୁ ମାରାଥନ ଦୌଡ଼, ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା

ଦାମନଯୋଡ଼ି,୧୯ା୪(ଡି.ଏନ୍‌.ଏ.): ଦାମନଯୋଡ଼ି ରୋଟାରୀ କ୍ଲବ ପକ୍ଷରୁ ଶାନ୍ତି ଓ ସହାବସ୍ଥାନ ପାଇଁ ଏକ ମାରାଥନ ଦୌଡ଼ ଅନୁଷ୍ଠିତ ହୋଇଛି। ପୂର୍ବରୁ କ୍ଲବ ପକ୍ଷରୁ ଆଖପାଖ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ମଧ୍ୟରେ ‘ରୋଟା ଟ୍ୟାଲେଣ୍ଟ ହଣ୍ଟ ୨୦୧୭’ ନାଁରେ ଆଧୁନିକ ନୃତ୍ୟ ଓ କୁଇଜ୍‌ ପ୍ରତିଯୋଗିତା ହୋଇଥିଲା।

ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବିଷମ କଟକ,୧୯।୪(ଡି.ଏନ୍‌.ଏ.): ବିଷମ କଟକସ୍ଥିତ ପଟାମୁଣ୍ଡ ଗ୍ରାମ ନିକତରେ ଗୁରୁବାର ଅପରାହ୍ନରେ ଏକ ବାଇକ୍‌(ଓଡି ୧୮ ବି ୨୭୧୩) ଦୁର୍ଘଟଣାଗ୍ରସ୍ତ ହୋଇଛି।

ଶିକ୍ଷକ ତାଲିମ ଶିବିର ଉଦ୍‌ଯାପିତ

ଶିକ୍ଷକ ତାଲିମ ଶିବିର ଉଦ୍‌ଯାପିତ

ଡାବୁଗାଁ, ୧୯।୪ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଲୟରେ ଶିକ୍ଷକ ତାଲିମ ଶିବିର ‘ଉଜ୍ଜଳ’ ପ୍ରଥମ ପର୍ଯ୍ୟାୟ ଗୁରୁବାର ଉଦ୍‌ଯାପିତ ହୋଇଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ମାତୃଭାଷା, ଗଣିତ ଓ ଇଂରାଜୀ ବିଷୟରେ କିପରି ସରଳ ଭାବେ ଶିକ୍ଷାଦାନ କରାଯିବ ସେ ନେଇ ଉପସ୍ଥିତ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଇଛି।

ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ଝରିଗାଁ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ନବରଙ୍ଗପୁର ଅଫିସ,୧୯।୪: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ। ସଦର ମହକୁମାଠାରେ ଅନୁଷ୍ଠିତ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ଗୁରୁବାର ସରପଞ୍ଚ ଅଗନ୍ତା ପ୍ବବାରା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଶତପ୍ରତିଶତ ଉପସ୍ଥାନ ପାଇଁ ସଚେତନ ଶୋଭାଯାତ୍ରା

ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଶତପ୍ରତିଶତ ଉପସ୍ଥାନ ପାଇଁ ସଚେତନ ଶୋଭାଯାତ୍ରା

ମାଲକାନଗିରି, ୧୯। ୪(ଡି.ଏନ୍‌.ଏ.)- ଚଳିତ ଶକ୍ଷା ବର୍ଷରୁ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ଶତ ପ୍ରତିଶତ ଉପସ୍ଥାନ ଲକ୍ଷ୍ୟରେ ମାଲକାନଗିରି ଜିଲା ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ସଦର ମହକୁମାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଜିଲାସ୍ତରୀୟ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜନସଚେତନତା ସୃଷ୍ଟି ପାଇଁ ଜିଲା ପରିଷଦ କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ଲାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ଭାରପ୍ରାପ୍ତ ଶିକ୍ଷାଧିକାରୀ ତଥା ସର୍ବଶିକ୍ଷା ଅଭିଯାନ ସଂଯୋଜକ ମାନସ କୁମାର ଜେନା, ମାଲକାନଗିରି ବ୍ଲକ ଶିକ୍ଷାଧିକାରୀ ବିନୋଦ ସିଂ, ସହକାରୀ ଶିକ୍ଷାଧିକାରୀ ଅଶୋଭ ରଞ୍ଜନ ମାଳି, ଭୃଷକେତୁ ବେହେରା ଏବଂ ଅନେକ ଶିକ୍ଷୟତ୍ରୀ ଶିକ୍ଷକ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଭାଜପା ରାଜ୍ୟ ସାଧାରଣ ସମ୍ପାଦକଙ୍କ  ମାଲକାନଗିରି ଗସ୍ତ

ଭାଜପା ରାଜ୍ୟ ସାଧାରଣ ସମ୍ପାଦକଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି, ୧୯।୪(ଡି.ଏନ୍‌.ଏ.)- ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ମାନସ ରଞ୍ଜନ ମହାନ୍ତି ଗୁରୁବାର ମାଲକାନଗିରି ଜିଲା ଗସ୍ତ କରିଛନ୍ତି। ହୋଟେଲ ରକ୍‌ହିଲ ସମ୍ମିଳନୀ କକ୍ଷରେ ଜିଲା ସଭାପତି ଅଶୋକ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏକ କର୍ମୀ ସମ୍ମିଳନୀରେ ଯୋଗଦେଇ ଗ୍ରାମାଞ୍ଚଳରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳୀୟ କର୍ମୀଙ୍କୁ ସେ ଆହ୍ବାନ ଦେଇଥିଲେ। ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଉନ୍ନୟନ କାର୍ଯ୍ୟ କିପରି ଚାଲିଛି , ସାଧାରଣ ଜନତା ତାର ସୁଫଳ ପାଉଛନ୍ତି କି ନାହିଁ ସେ ନେଇ କର୍ମୀଙ୍କଠାରୁ ପଚାରି ବୁଝିଥିଲେ। ଯଦି କୌଣସି ଜାଗାରେ ଦୁର୍ନୀତି ହେଉଛି ଦଳ ପକ୍ଷରୁ ତାର ପ୍ରତିବାଦ କରାଯାଇ ସାଧାରଣ ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ଗୁଣପୁର, ୧୯।୪(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଲତାର ପଞ୍ଚାୟତ ଲିମାଲିଗୁଡ଼ା ଗ୍ରାମର ପ୍ରାନସିସ ସୂର୍ଯ୍ୟ(୪୫)ଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ସେ ଏକ ବିବାହ ଭୋଜିକୁ ଯାଇ ଅପରାହ୍ନରେ ବାଇକ ଯୋଗେ ଫେରୁଥିବା ବେଳେ ତର୍ଗିସି ଘାଟିରେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗୁଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଥିଲେ।

ବୋଲେରୋ ଦୁର୍ଘଟଣା, ୬ଆହତ

ବୋଲେରୋ ଦୁର୍ଘଟଣା, ୬ଆହତ

କୋରାପୁଟ,୧୯।୪(ସ୍ବ.ପ୍ର)- କୋରାପୁଟ-ଲକ୍ଷ୍ମୀପୁର ରାସ୍ତାର ପଚଂଡା ନିକଟରେ ଗୁରବାର ପୁବାର୍ହ୍ନ ୧୦ଟାରେ ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଭାରସମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ଥିବା ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। କାକିରିଗୁମ୍ମା ପୋଲିସ ଆହାତଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛି।

ନାରାୟଣପାଟଣାରେ   ମାଓବାଦୀ ବିରୋଧି ପୋଷ୍ଟର

ନାରାୟଣପାଟଣାରେ ମାଓବାଦୀ ବିରୋଧି ପୋଷ୍ଟର

କୋରାପୁଟ/ ଜୟପୁର,୧୯।୪(ସ୍ବ.ପ୍ର/ ନି.ପ୍ର.)- କୋରାପୁଟ ଜିଲା ନାରାୟଣପାଟଣା ସଦର ମହକୁମ୍ମାରେ ବିଭିନ୍ନ ସ୍ଥାନରେ ଗୁରବାର ସକାଳେ ମାଓବାଦୀ ବିରୋଧି ପୋଷ୍ଟରମାନ ମରାଯାଇଛି। ହିଂସାମୁକ୍ତ ଓଡିଶା ଅଭିଯାନ ନାମରେ ଓଡିଆରେ ଲେଖାଯାଇଥିବା ଏହି ପୋଷ୍ଟରରେ ବିନା କାରଣରେ ମାଓବାଦୀମାନେ ନାରାୟଣପାଟଣାରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ ରହିଛି। ‘ବହୁତ ହୋଇଗଲା ଆଉ ନୁହେଁ, ମାଓବାଦୀ ତୁମେ ନାରାୟଣପାଟଣା ଓ ବନ୍ଧୁଗାଁ ଛାଡ’, ‘ମାଓବାଦୀ ଜୋନାଲ କମିଟି ମୁର୍ଦାବାଦ’ ଓ ‘ମାଓବାଦୀ ମୁର୍ଦାବାଦ’ ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଇଛି।

ଚୋରା ମଦ ଜବତ, ୨ ଗିରଫ

ଚୋରା ମଦ ଜବତ, ୨ ଗିରଫ

ରାୟଗଡ଼ା ଅଫିସ,୧୯।୪- ଚୋରା ବିଦେଶୀ ମଦ ବିକ୍ରି ଅଭିଯୋଗରେ ଥେରୁବାଲି ଫାଣ୍ଡି ପୋଲିସ ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ସେମାନେ ହେଲେ ଚାନ୍ଦିଲି ଥାନା ଅଧୀନ ଭୁଜବଳ ଗ୍ରାମର ପ୍ରଦୀପ କୁମାର ବେନିଆ ଓ ଅଭିମନ୍ୟୁ ପେଷ୍କୁରେଡି। ଅଭିଯୁକ୍ତ ଦ୍ୱୟ ନିଜ ଦୋକାନରେ ଚୋରା ମଦ ରଖି ବିକ୍ରି କରୁଥିବା ଚାନ୍ଦିଲି ଥାନା ପୋଲିସ ସୂଚନା ପାଇଥିଲା। ପୋଲିସ ଅଧିକାରୀ ଘଟଣାସ୍ଥଳରେ ଚଢାଉ କରି ୮୩ ବୋତଲ ମଦ ଜବତ କରିଥିଲେ।

ପ୍ରମୋଦ ପାଢ଼ୀ ହତ୍ୟା ମାମଲା: ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ପ୍ରମୋଦ ପାଢ଼ୀ ହତ୍ୟା ମାମଲା: ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ

ବିଷମ କଟକ,୧୯।୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଗଣ୍ଠିଖେଲ ଗ୍ରାମରେ ଜାନୁୟାରୀ ୨୬ରେ ଘଟିଥିବା ପ୍ରମୋଦ କୁମାର ପାଢୀ ହତ୍ୟାକାଣ୍ଡ ମାମଲାର ଗୁରୁବାର ସାକ୍ଷ୍ୟ ଗ୍ରହଣ ହୋଇଛି।