ରାୟଗଡା

୨୩୯୯ ମାମଲା ମଧ୍ୟରୁ ୨୪୯ଟିର ଫଇସଲା

୨୩୯୯ ମାମଲା ମଧ୍ୟରୁ ୨୪୯ଟିର ଫଇସଲା

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)-ଗଜପତି ଜିଲା କୋର୍ଟ ପରିସରରେ ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଲୋକ ଅଦାଲତକୁ ଜିଲାଜଜ୍‌ ତଥା ପ୍ରାଧିକରଣ ଅଧ୍ୟକ୍ଷ ଦୁର୍ଗାଶଙ୍କର ମିଶ୍ର ଉଦ୍‌ଘାଟନ କରିଥିଲେ। ପ୍ରାଧିକରଣ ସମ୍ପାଦିକା ପ୍ରଜ୍ୟୋତି ରାଉତ, ଏଡିଜେ ବେଣୁଧର ପାତ୍ର, ସିଜିଏମ ରାଜେଶ ଦାସ, ସବ୍‌ଜଜ୍‌ ସୁଦାମ ଚରଣ ଦାସ, ଏସଡିଜେଏମ ମଳୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଲୋକ ଅଦାଲତ କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ସମସ୍ତ ଜାତୀୟ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ଦାୟିତ୍ୱ ତୁଲାଇଥିଲେ। ମୋଟ ୨୩୯୯ ମାମଲା ମଧ୍ୟରୁ ୨୪୯ଟିର ଫଇସଲା କରାଯାଇ ଜରିମାନା ବାବଦ ୭, ୮୫, ୨୩୪ ଟଙ୍କା ଆଦାୟ କରାଯାଇଥିଲା।

All Right Reserved By

ରାୟଗଡା

ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ

ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ

କୋଷାଗୁମୁଡା, ୨୨।୭(ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା କୋଷାଗୁମୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଉପରେ ବ୍ଲକସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷ ଗୀତାମଣି ସମରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ଶାନ୍ତିପ୍ରଭା ପ୍ରଧାନ, ଜିଲା ପରିଷଦ ସଭ୍ୟ ଯୁଗଧର ହରିଜନ, ବିଏସ୍‌ଏସ୍‌ଓ ପ୍ରଶାନ୍ତ କୁମାର ବେହେରା, ଏବିଇଓ ହରିହର ବେହେରା ଅତିଥିଭାବେ ଯୋଗଦେଇ ଥିଲେ।

 ପାନାବେଡା ଆର୍ଟିଷ୍ଟ ସଂଘ ଗଠିତ

ପାନାବେଡା ଆର୍ଟିଷ୍ଟ ସଂଘ ଗଠିତ

ଚନ୍ଦାହାଣ୍ଡି,୨୨।୭ (ଡି.ଏନ.ଏ)- ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ସମସ୍ତ ଆର୍ଟିଷ୍ଟ (ପେଣ୍ଟର) ମାନଙ୍କୁ ନେଇ ଚନ୍ଦାହାଣ୍ଡି ଯାଦବ ମାଝୀ ନୂତନ ବସଷ୍ଟାଣ୍ଡ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାନାବେଡା ଆର୍ଟିଷ୍ଟ (ପେଣ୍ଟର) ସଂଘ,ଚନ୍ଦାହାଣ୍ଡି ନାମରେ ଏକ ନୂତନ ସଂଘ ଗଠନ ହୋଇଥିଲା ।

ଗୁଣିଥାଟ, ଇନ୍ଦ୍ରାବତୀ ନଦୀର ଜଳପତ୍ତନ କମୁଛି, ବନ୍ୟା ଆଶଙ୍କା ନାହିଁ

ଗୁଣିଥାଟ, ଇନ୍ଦ୍ରାବତୀ ନଦୀର ଜଳପତ୍ତନ କମୁଛି, ବନ୍ୟା ଆଶଙ୍କା ନାହିଁ

ନବରଙ୍ଗପୁର,୨୨।୭ (ବି.ପ୍ର.)- ନବରଙ୍ଗପୁର ଜିଲାରେ ଶୁକ୍ରବାର ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପ୍ରବାହିତ ହେଉଥିବା ନଦୀ ଗର୍ଭ ଫୁଲି ଉଠିଥିଲା। ଶୁକ୍ରବାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ବ୍ଲକରେ ଅତ୍ୟଧିକ ବର୍ଷା ହୋଇଥିବାରୁ ଗୁଣିଥାଟ, ଅଙ୍ଗୀ, ଚିକିଲି ଓ ଇନ୍ଦ୍ରାବତୀ ନଦୀରେ ଜଳଗର୍ଭ ବୃଦ୍ଧି ପାଇଥିଲା । ଶନିବାର ପୂର୍ବାହ୍ନ ୧୦ଟା ପରେ ବର୍ଷା କିଛି ମାତ୍ରାରେ କମିବାରୁ ବନ୍ୟା ଆଶଙ୍କା ନାହିଁ।

ପ୍ରଧାନଶିକ୍ଷକ ନିଲମ୍ବିତ

ପାପଡ଼ାହାଣ୍ଡି,୨୨।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୋନ୍ଦିଆ ଗ୍ରାମରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଧର ସାହୁଙ୍କୁ ଜିଲାପାଳ ଡ. ଅଜିତ କୁମାର ମିଶ୍ର ନିଲମ୍ବନ କରିଛନ୍ତି।

କଲ୍ୟାଣୀ ନଦୀରେ ଡଙ୍ଗା ନେବାକୁ ବାରଣ

କଲ୍ୟାଣୀ ନଦୀରେ ଡଙ୍ଗା ନେବାକୁ ବାରଣ

ରାୟଗଡା ଅଫିସ୍‌, ୨୨ା୭- କଲ୍ୟାଣସିଂହପୁରର କଲ୍ୟାଣୀ ନଦୀରେ ଥିବା ପୋଲ ଗତବର୍ଷ ବନ୍ୟାରେ ଭାଙ୍ଗିଯାଇଥିଲା ା ପ୍ରଶାସନ ତରଫରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ା ତାହା ମଧ୍ୟ ଚଳିତ ବନ୍ୟା ପାଣିରେ ଧୋଇ ହୋଇଯାଇଛି ା ଫଳରେ ଲୋକେ ଡଙ୍ଗା ସାହାଯ୍ୟରେ ଯାତାୟାତ କରୁଥିଲେ ା ଏବେ କଲ୍ୟାଣୀ ନଦୀରେ ଜଳସ୍ତର ଅଧିକ ଥିବାରୁ ବିପଦ ରହିଛି ା ତେଣୁ ଡ଼ଙ୍ଗା ନ ନେବାକୁ ବାରଣ କରାଯାଇଛି ା

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ,ଚିନ୍ତାରେ ଚାଷୀ

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ,ଚିନ୍ତାରେ ଚାଷୀ

କୋରୁକୋଣ୍ଡା,୨୨ା୭: ୩ ଦିନ ଧରି ମାଲକାନଗିରି ଜିଲାରେ ଲଗାଣ ବର୍ଷାର ପ୍ରଭାବ କୋରୁକୋଣ୍ଡା ବ୍ଲକରେ ମଧ୍ୟ ପଡ଼ିଛି ା ଶନିବାର ସକାଳେ ବର୍ଷା ସାମାନ୍ୟ କମ୍‌ ହେବାରୁ ଜଳପତ୍ତନ ହ୍ରାସ ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳକୁ ଯାନବାହାନ ଯାତାୟତ କରୁଛି ା ବର୍ଷା ଯୋଗୁ କୋରୁକୋଣ୍ଡା ଅଞ୍ଚଳର ଧାନ ବିଲରେ ଜଳ ପ୍ରବାହିତ ହୋଇଛି। ଫଳରେ ରୁଆ ଏବଂ ବୁଣାଧାନ ନଷ୍ଟ ହୋଇଥିବା ଦେଖିବାକୁ ମଳିଛି ା ଅନେକ ଜମିରେ ଧାନ ଚାରାରେ ବାଲିଚର ମାଡିଯାଇଥିବା ବେଳେ ବୁଣାଧାନ ବନ୍ୟାଜଳରେ ଭାସିଯାଇଛି ା

ବିରିପାଣି ପୀଠ: ମା’ଙ୍କ ଜଳ ମୁହଁରେ ଲାଗିଲେ ବଢ଼େ ଦୃଷ୍ଟିଶକ୍ତି

ବିରିପାଣି ପୀଠ: ମା’ଙ୍କ ଜଳ ମୁହଁରେ ଲାଗିଲେ ବଢ଼େ ଦୃଷ୍ଟିଶକ୍ତି

ଦଶମନ୍ତପୁର,୨୨ା୭(ଡି.ଏନ୍‌.ଏ.): ଯେଉଁଠି ବିଶ୍ୱାସ, ସେଇଠି ଦେବଦେବୀ। ଏମିତି ପ୍ରସିଦ୍ଧିଲାଭ କରିଥିବା ହଜାର ବର୍ଷର ଶୈବପୀଠ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବ ଗ୍ରାମପଞ୍ଚାୟତ ଅଧୀନ ଫଟକିଜାମ୍‌ ଗ୍ରାମ ନିକଟସ୍ଥ ପାଦଦେଶରେ ଥିବା ମା’ ବିରିପାଣି। ଯାହା ମନାସିବେ ତାହା ମା’ ବିରିପାଣି ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ କାହିଁ କେତେଦୂରରୁ ଏଠାରେ ଭକ୍ତଙ୍କ ଭିଡ ଜମେ ।

ନିର୍ମାଣକାରୀ ସଂସ୍ଥାର ବେପରୁଓ୍ବା ନୀତିର ପରିଣାମ ଭୋଗୁଛନ୍ତି ଯାତ୍ରୀ

ନିର୍ମାଣକାରୀ ସଂସ୍ଥାର ବେପରୁଓ୍ବା ନୀତିର ପରିଣାମ ଭୋଗୁଛନ୍ତି ଯାତ୍ରୀ

ବୋରିଗୁମ୍ମା,୨୨ା୭(ଡି.ଏନ୍‌.ଏ.): ଚାନ୍ଦିଲିରୁ ବୋରିଗୁମ୍ମା ୬୩ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲିଛି। ଏହି ରାଜପଥର ଦୁଇପାର୍ଶ୍ୱ ପ୍ରଶସ୍ତିକରଣ ସହ ଡ୍ରେନ୍‌ କାର୍ଯ୍ୟ ପାଇଁ ୭୭ କୋଟି ୩୪ ଲକ୍ଷ ୭୭ ହଜାର ଟଙ୍କାର ଟେଣ୍ଡର କାମ ପାଇବା ପରେ ରାଜଲକ୍ଷ୍ମୀ କନଷ୍ଟ୍ରକ୍ସନ ଲିମିଟେଡ୍‌ ୮ ମେ ୨୦୧୭ରୁ କାର୍ଯ୍ୟ ଆରମ୍ଭ କରିଛି। କାର୍ଯ୍ୟ ଆରମ୍ଭର ୭୩୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ସହ ଚୁକ୍ତି ହୋଇଛି। ଚାନ୍ଦିଲି, କୋଟପାଡ଼, ଶଶାହାଣ୍ଡି ଅଞ୍ଚଳରେ କିଛି କାର୍ଯ୍ୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଶଶାହାଣ୍ଡିରୁ ବୋରିଗୁମ୍ମା ଛକ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁ ରହିଛି।

ଥାଲାସେମିଆ ଆକ୍ରାନ୍ତ ଦୀପଶିଖାଙ୍କୁ ରକ୍ତ ଦେବା ପାଇଁ ଆଗେଇଆସିଲେ ୧୩ ଯୁବକ

ଥାଲାସେମିଆ ଆକ୍ରାନ୍ତ ଦୀପଶିଖାଙ୍କୁ ରକ୍ତ ଦେବା ପାଇଁ ଆଗେଇଆସିଲେ ୧୩ ଯୁବକ

ଜୟପୁର,୨୧ା୭(ଡି.ଏନ୍‌.ଏ.): ବୟସ ମାତ୍ର ୩ ମାସ ହୋଇଥିବା ବେଳେ ଥାଲାସେମିଆ ପରି ରୋଗରେ ଆକ୍ରାନ୍ତ ହୋଇଥିଲେ ଦୀପଶିଖା। ଏବେ ତାଙ୍କୁ ୩ ବର୍ଷ ୩ ମାସ ବୟସ। ରୋଗାକ୍ରାନ୍ତ ହେବାର ୩ ବର୍ଷ ଭିତରେ ଝିଅକୁ ପ୍ରତ୍ୟେକ ମାସରେ ରକ୍ତ ଦିଆଯିବା ପାଇଁ ସବୁଠୁ ବଡ଼ ଚିନ୍ତା ଥିଲା। ରକ୍ତ ଯୋଗାଡ଼ କରିବା ଏତେ ସହଜ ନଥିଲା।

କାନ୍ଥପଡ଼ି ବୃଦ୍ଧା ଗୁରୁତର

କାନ୍ଥପଡ଼ି ବୃଦ୍ଧା ଗୁରୁତର

ରାମନାଗୁଡ଼ା,୨୧।୭(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଳକ ଗୁଲୁଣ୍ଠି ଗ୍ରାମପଞ୍ଚାୟତ ଅଧୀନ ସୋରିଷପଦର ଗ୍ରାମରେ ଏକ କାନ୍ଥପଡ଼ି ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ସୁଙ୍କାରି ପାତିକା(୭୫) ।

ଚନ୍ଦ୍ରପୁରରେ ମେଗା ସ୍ବାସ୍ଥ୍ୟମେଳା

ଚନ୍ଦ୍ରପୁର,୨୧।୭(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।

ଚନ୍ଦ୍ରପୁରରେ ନୂଆ ବ୍ଲକ ଶିକ୍ଷାଧିକାରୀ

ଚନ୍ଦ୍ରପୁରରେ ନୂଆ ବ୍ଲକ ଶିକ୍ଷାଧିକାରୀ

ଚନ୍ଦ୍ରପୁର,୨୧।୭(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ସୋମବାର ଜୀବନକିଶୋର ବାରୁଆ ଯୋଗ ଦେଇଛନ୍ତି ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ