ରାୟଗଡା

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା
ପାପଡାହାଣ୍ଡି,୯।୧୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଜିଲା ପରିଷଦ ସଭ୍ୟ ଧନପତି ହରିଜନ ଜନୈକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଶନିବାର ଥାନାରେ ଅଭିଯୋଗ ହୋଇଛି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ,ଗତ ତିନି ବର୍ଷ ହେଲା ଧନପତି ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ସେ ଗର୍ଭବତୀ ହୋଇଥିଲେ। ପରେ ଯୁବତୀଙ୍କ ଗର୍ଭପାତ ଧନପତି କରାଇଥିଲେ । ଘଟଣା ପ୍ରଘଟ ହେବା ପରେ ଗ୍ରାମରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଧନପତି ଯୁବତୀକୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଏ ନେଇ କୋର୍ଟରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଧନପତି ଆସି ନ ଥିଲେ । ଶେଷରେ ପଞ୍ଚାୟତର ଲୋକେ ଏତଲା ଦେବାକୁ ନିଷ୍ପତ୍ତି ନେଇଥିଲେ। ଯୁବତୀ ଜଣକ ତାଙ୍କ ବାପା ସହ ଆସି ଶନିବାର ଥାନାରେ ଏତଲା ଦେଇଥିଲେ। ଥାନାରେ ନଂ.୧୮୩/୧୭ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
All Right Reserved By

ରାୟଗଡା

ଜେକେପୁରରେ ଡେଙ୍ଗୁ ଆତଙ୍କ, ୭ ଆକ୍ରାନ୍ତ

ଜେକେପୁରରେ ଡେଙ୍ଗୁ ଆତଙ୍କ, ୭ ଆକ୍ରାନ୍ତ

ଜେକେପୁର, ୨୬।୯(ଡି.ଏନ୍‌.ଏ.): ଜେକେପୁରରେ ଡ଼େଙ୍ଗୁରେ ୭ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।  ଜଗନ୍ନାଥ ମନ୍ଦିର ନିକଟ ପଣ୍ଡା କଲୋନୀରେ ରହୁଥିବା ସଙ୍କୁନ୍ତଳା ନାଏକ (୫୫) ତାଙ୍କ ପୁଅ ଚନ୍ଦନ ନାଏକ (୩୨), ବୋହୂ ମୋନାଲିସା ନାଏକ (୨୮) ଓ ନାତି ଆରିଅନ୍‌ ନାୟକ (୪) ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଇଏସ୍‌ଆଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ପୁଣି ୨୭ ଯାଏଁ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗୁଣପୁର,୨୬।୯(ଡି.ଏନ.ଏ): କଟକର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ଆକ୍ରମଣକୁ ପ୍ରତିବାଦ କରି  ଓଡିଶା ବାର ଆସୋସିଏଶନ ଏବଂ ହାଇକୋର୍ଟ ବାର ଆସୋସିଏଶନ  କାର୍ଯ୍ୟବନ୍ଦ କରିବାକୁ ଆହ୍ବାନ ଦେଇଥିଲେ। ଏପରି ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଓକିଲ ସଂଘ ପକ୍ଷରୁ ବିଭିନ୍ନ ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ପୁଣି ୨୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। 

ଜୋରସୋରରେ ଚାଲିଛି ଦୁର୍ଗାପୂଜା ପ୍ରସ୍ତୁତି

ଜେକେପୁର,୨୬।୯(ଡି.ଏନ.ଏ): ରାୟଗଡା ଜିଲା ଜେକେପୁରସ୍ଥିତ ଜେକେ କାଗଜକଳ ଦୁର୍ଗାପୂଜା କମିଟି ପକ୍ଷରୁ ପୂଜାମଣ୍ଡପ ପଡିଆରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗତ ୧୫ତାରିଖରେ ଏକ ପ୍ରସ୍ତୁତି ବୈଠକ ବସି ପୂଜା ମଣ୍ଡପ ପଡିଆରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହାପରେ ପୂଜା ମଣ୍ଡପ ପାଇଁ ତୋରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। 

ଆବର୍ଜନାରେ ପୋତି ହୋଇଛି ଡ୍ରେନ

ଆବର୍ଜନାରେ ପୋତି ହୋଇଛି ଡ୍ରେନ

ଟିକିରି,୨୬।୯(ଡ଼ି.ଏନ.ଏ): କାଶୀପୁର ବ୍ଲକ ଟିକିରିର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ଆବର୍ଜନା ପଡ଼ି ରହିଛି । ଏମିତି କି ଡ଼୍ରେନଗୁଡ଼ିକ ଆବର୍ଜନାରେ ପୋତି ହୋଇ ପଡ଼ିଲାଣି।  ଏହାକୁ ନିୟମିତ ସଫା କରାଯାଉ ନାହିଁ। 

ଉଦ୍ୟୋଗୀ ସଚେତନତା ଶିବିର

ଉଦ୍ୟୋଗୀ ସଚେତନତା ଶିବିର

ରାୟଗଡା ଅଫିସ୍‌,୨୬।୯: ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ତରଫରୁ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ ପରିସରରେ ଏକ ଉଦ୍ୟୋଗୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ପ୍ରଦ୍ୟୁମ୍ନ କୁମାର ପରିଡା ଯୋଗଦେଇ ଛାତ୍ରୀଛାତ୍ରମାନେ ଚାକିରି ପଛରେ ନ ଗୋଡେଇ ନିଜେ ଏକ ଉଦ୍ୟୋଗ ପ୍ରତିଷ୍ଠା କରି ସ୍ବାବଲମ୍ବୀ ହେବା ପାଇଁ  ପରାମର୍ଶ ଦେଇଥିଲେ। 

ଜାତିପ୍ରଥାକୁ ବିରୋଧ କରି ସଚେତନତାମୂଳକ ଭିଡିଓ ଫିଲ୍ମ

ଜାତିପ୍ରଥାକୁ ବିରୋଧ କରି ସଚେତନତାମୂଳକ ଭିଡିଓ ଫିଲ୍ମ

ମାଥିଲି,୨୬।୯(ଡି.ଏନ.ଏ): ଜାତିଗତ ଭେଦଭାବ ତଥା ଏହି ପ୍ରଥାକୁ ବିରୋଧ କରି ୟୁଟ୍ୟୁବରେ ଏକ ସଚେତନତା ସୃଷ୍ଟିକାରୀ ଭିଡିଓ ଭାଇରାଲ ହୋଇଛି। ସଚେତନତା ଏବଂ ହୃଦୟସ୍ପର୍ଶୀ ହୋଇଥିବାରୁ ଏହାର ଆଦର ବଢ଼ିବାରେ ଲାଗିଛି । ଏହାକୁ  ନିର୍ଦ୍ଦେଶନା ଦେଇଥିବା ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଉତ୍କଳମଣି ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସ୍ନେହାଶିଷ ସାହୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । 

ଅଭିଭାବକ-ଶିକ୍ଷକ କମିଟିର ବୈଠକ

ଅଭିଭାବକ-ଶିକ୍ଷକ କମିଟିର ବୈଠକ

କୁଡୁମୁଲ୍ଲୁଗୁମ୍ମା, ୨୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପାକନମାଳା ପଞ୍ଚାୟତସ୍ଥିତ ଆଶ୍ରମ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଜଗନ୍ନାଥ ସମରଥଙ୍କ ତତ୍ୱାବଧାନରେ ଅଭିଭାବକ-ଶିକ୍ଷକ କମିଟିର ବୈଠକ  ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରତିନିଧି ବାଳକଷ୍ଣ ପ୍ରଧାନ ମୁଖ୍ୟଅତିଥି, ଏବିଓ ହେମନ୍ତ କୁମାର ନାୟକ,କୃପାସିନ୍ଧୁ ଆମ୍ବାଗୁଡିଆ, ସିଆରସିସି ବଳରାମ ପୂଜାରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେଲେ କର୍ମୀ

କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେଲେ କର୍ମୀ

ମାଥିଲି,୨୬।୯(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମିଠାରେ ଅନୁଷ୍ଠିତ ବିଜେଡିର ଏକ ସମ୍ମିଳନୀରେ କେତେକ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଚିତ୍ରକୋଣ୍ତା ବିଧାୟକ ଡମ୍ବରୁ ଶିଶାଙ୍କ ଲୋକପ୍ରିୟତା ଏବଂ ବିଜେଡି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ପୂର୍ବରୁ କଂଗ୍ରେସ ଦଳରେ ଥିବା ପୂର୍ବତନ ସରପଞ୍ଚ ଜଗନ୍ନାଥ ମାଝି, ପୂର୍ବତନ ସରପଞ୍ଚ ପରେଶ ମାଦ୍ରୀ, ଜିଲମ ବାରିକ, ଜଗନ୍ନାଥ ମାଝି, ସମନ୍ଧ ନାୟକଙ୍କ ସମେତ ଅନ୍ୟମାନେ ସେମାନଙ୍କ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି। 

ଜିଲା ଓ ବ୍ଲକସ୍ତରୀୟ ମହିଳା ସଙ୍ଗଠନ କର୍ମକର୍ତ୍ତା ଘୋଷଣା

ଜିଲା ଓ ବ୍ଲକସ୍ତରୀୟ ମହିଳା ସଙ୍ଗଠନ କର୍ମକର୍ତ୍ତା ଘୋଷଣା

ନବରଙ୍ଗପୁର,୨୬।୯(ବି.ପ୍ର.): ନବରଙ୍ଗପୁର ଜିଲାର ନବରଙ୍ଗପୁର, ଝରିଗାଁ, ଉମରକୋଟ ଓ ଡାବୁଗାଁ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ମହିଳା ସମାବେଶ କରାଯିବ ବୋଲି ଜିଲା ସଭାପତି ପ୍ରହଲ୍ଳାଦ ତ୍ରିପାଠୀ, ଜିଲା ସାଙ୍ଗଠାନିକ ସମ୍ପାଦକ ପ୍ରମୋଦ ପାଢୀ ଓ ରାଜ୍ୟ  ଉପସଭାନେତ୍ରୀ ନିବେଦିତା ମହାନ୍ତି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ବିଜେଡି ସରକାର ମହିଳାମାନଙ୍କ ପାଇଁ କରିଥିବା  ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ଲୋକଲୋଚନକୁ ଅଣାଯିବ। ବ୍ଲକ ପଞ୍ଚାୟତ ଓ ୱାର୍ଡ ସ୍ତରରେ ମହିଳା ସଙ୍ଗଠନକୁ  ସୁଦୃଢ କରାଯିବ ବୋଲି ଜଣାଇଛନ୍ତି। ଜିଲା ସଭାନେତ୍ରୀ ନବୀନା ନାୟକ ଜିଲା ଓ ବ୍ଲକ ସ୍ତରୀୟ ମହିଳା ସଙ୍ଗଠନ କର୍ମକର୍ତ୍ତା ଘୋଷଣା କରିଥିଲେ। 

ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ପାଠଚକ୍ର

ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ପାଠଚକ୍ର

ଝରିଗାଁ,୨୬।୯(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛାତ୍ରୀଛାତ୍ର ତଥା ଲୋକମାନଙ୍କ ମଧ୍ୟରେ ବିଜ୍ଞାନର ତାର୍ପ୍‌ଯ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟକାରିତା କଣ ରହିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଜ୍ଞାନ ଚିନ୍ତାଧାରା କିପରି ସୃଷ୍ଟି କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବାପାଇଁ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ରହିଥିଲା। 

ବ୍ଲକସ୍ତରୀୟ ଗ୍ରାମୀଣ କୌଶଳ ପରାମର୍ଶ ଶିବିର

ବ୍ଲକସ୍ତରୀୟ ଗ୍ରାମୀଣ କୌଶଳ ପରାମର୍ଶ ଶିବିର

ଗୁମ୍ମା,୨୬।୯(ଡି.ଏନ.ଏ): ଗଜପତି ଜିଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। 

୧୯୦ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୧୯୦ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଗୋଷାଣି/ପାରଳାଖେମୁଣ୍ଡି,୨୬।୯(ଡି.ଏନ.ଏ./ସ୍ବ.ପ୍ର.): ଗୋଷାଣି ବ୍ଲକ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସଂଗ୍ରାମ ଶେଖର ପଣ୍ଡା ଓ ବ୍ଲକ ଅଧ୍ୟକ୍ଷା ସି.ଏଚ୍‌. ତାରକେଶ୍ୱରୀ ଯୋଗଦେଇ ୨୧ଟି ପଞ୍ଚୟତର ୧୯୦ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଇତ୍ୟାଦି ଚେକ୍‌ ମାଧ୍ୟମରେ ପ୍ରଦାନ କରିଥିଲେ।