
ମାଲକାନଗିରି,୯।୧୨(ସ୍ବ.ପ୍ର.)-ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ଜିଲାର ମାଡିଆଗାରୁଭୁ ଗ୍ରାମରେ ଶନିବାର ଦୁଇ ଜଣଙ୍କୁ ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗାଁ ଦାଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି। ମୃତକ ଦୁଇ ଜଣ ହେଲେ କୋଲାକାନି ସୁରିଆ ଓ ମୁକ୍କାଲୀ କିଶୋର। ୩୦ ରୁ ୪୦ ମାଓବାଦୀ ଆସି ସେମାନଙ୍କୁ ଘରୁ ଡାକି ନେଇ ଗଁ। ଦାଣ୍ଡରେ ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ଏକ ହାତଲେଖା ତେଲୁଗୁ ପୋଷ୍ଟର ଛାଡି ଯାଇଛନ୍ତି। ସେଥିରେ ଉଲେଖ କରିଛନ୍ତି ପୋଲିସ୍ ଇନଫର୍ମର ବୋଲି ଏମାନଙ୍କୁ ହତ୍ୟା କରାଯାଇଛି। ତେଣୁ ପୋଲିସକୁ ସହଯୋଗ କରିବା ଓ ଇନଫର୍ମମେସନ ଦେବା ବନ୍ଦ କର। ନଚେତ୍ ଏହି ଭଳି ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ମାଓବାଦୀମାନଙ୍କ ଏ କାଣ୍ଡ ଘଟାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଗଁ।ରେ ଏକ ଭୟର ବାତାବରଣ ଲାଗି ରହିଛି। ଆନ୍ଧ୍ର ପୋଲିସ୍ ତରଫରୁ କମ୍ବିଂ ଯୋରଦାର କରାଯିବା ସହ ସର୍ଚ୍ଚ ଅପରେସନ ଜାରିଥିବା କୁହାଯାଇଛି।