ରାୟଗଡା

ଠିକାଦାର ବାପ-ପୁଅଙ୍କ ଜାଲିଆତି

ଠିକାଦାର ବାପ-ପୁଅଙ୍କ ଜାଲିଆତି
ଜୟପୁର,୯। ୧୨(ଡି.ଏନ୍‌.ଏ.)-ବଣ୍ଟି ଅଗ୍ରୱାଲଙ୍କ ଭଳି ଠିକାଦାର ମିଥ୍ୟା ଟିଡିଆର୍‌ ଦେଇ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଅଞ୍ଚଳରେ ଠିକାକାମ ହାତେଇବା ଭଳି ଜାଲିଆତି ଏଇ ନିକଟରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ଏବେ କୋରାପୁଟ ଓ ରାୟଗଡ଼ା ଜିଲାରେ ମଧ୍ୟ ସେହିଭଳି ଭାବେ ଠିକାଦାର ବାପ-ପୁଅ ଓ ଅନ୍ୟ ଦୁଇଜଣ ଠିକାଦାର ଠିକା କାମ ହାତେଇଥିବା ନେଇ ଥାନାରେ ଏତଲା ହୋଇଛି। କୋରାପୁଟ ଓ ରାୟଗଡା ଜିଲାରେ କ୍ଷୁଦ୍ର ଜଳସେଚନ ବିଭାଗ ଏବଂ ଜୟପୁର କୋଲାବ ଓ ତେଲିଙ୍ଗିର ଇରିଗେସନ ବିଭାଗରେ ୫ କୋଟି ୩୯ ଲକ୍ଷ ଟଙ୍କାର ୧୩ଟି ଠିକାକାମ ଉପରୋକ୍ତ ୪ ଜଣ ଠିକାଦାର ହାତେଇଛନ୍ତି। ଏନେଇ କ୍ଷୁଦ୍ର ଜଳସେଚନ, କୋଲାବ ଏବଂ ତେଲେଙ୍ଗିର ଇରିଗେସନ ବିଭାଗ କାଯର୍ର୍‌ୟନିର୍ବାହୀ ଯନ୍ତ୍ରୀମାନଙ୍କ ପକ୍ଷରୁ ଜୟପୁର ସଦର ଓ ଟାଉନଥାନା ଏବଂ କୋରାପୁଟ ସଦର ଥାନାରେ ମୋଟ ୪ଟି ଏତଲା ଦିଆଯାଇଛି। ସୂଚନା ଅନୁଯାୟୀ, ଜୟପୁର ତେଲିଙ୍ଗିର ଇରିଗେସନ ବିଭାଗର ୪୫ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ପାଇଁ ୧୫ ପ୍ରତିଶତରୁ କମ୍‌ ମୂଲ୍ୟରେ ଟେଣ୍ଡର ଜରିଆରେ ଠିକାଦାର ଗୋପାଳକୃଷ୍ଣ ନାୟକ କାମ ହାତେଇଥିଲେ। ସେ ୭ ଲକ୍ଷ ୪୨ ହଜାର ଟଙ୍କାର ମିଥ୍ୟା ଟିଡିଆର ପୂଜାରୀପୁଟ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରେ ଦାଖଲ କରିଥିଲେ। ବର୍ତ୍ତମାନ କାର୍ଯ୍ୟର ମାତ୍ର ୧୫ ପ୍ରତିଶତ ଶେଷ ହୋଇଥିବା ବେଳେ ଠିକାଦାର ଜଣକ ପ୍ରାୟ ୭ ଲକ୍ଷ ଟଙ୍କାର ବିଲ ଉଠାଇ ନେଇଛନ୍ତି ବୋଲି ତେଲେଙ୍ଗିରି ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶରତ ପଣ୍ଡା ଲିଖିତ ଅଭିଯୋଗ କରିଛନ୍ତି ା ଏନେଇ ଜୟପୁର ସଦର ଥାନାରେ କେଶ୍‌ ନଂ ୧୯୧/୧୭ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ଗୋପାଳକୃଷ୍ଣ ଜୟପୁର କ୍ଷୁଦ୍ର ଜଳସେଚନ ବିଭାଗରେ ୫ଟି ଠିକା କାର୍ଯ୍ୟ ପାଇଁ ୨୧ଲକ୍ଷ ୯୫ହଜାର ଟଙ୍କାର ୧୨ଟି ମିଥ୍ୟା ଟିଡିଆର ଦାଖଲ କରିଥିଲେ ା ତାଙ୍କ ବାପା ଠିକାଦାର ଗୌରାଙ୍ଗ ପ୍ରସାଦ ନାୟକ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗର ୩ଟି କାର୍ଯ୍ୟ ପାଇଁ ୧ କୋଟି ୭୮ ଲକ୍ଷ ୨୨ ହଜାର ଟଙ୍କାର ମିଥ୍ୟା ଟିଡିଆର ଦେଇଥିଲେ। ଏହିପରି ଠିକାଦାର ବାପା ଓ ପୁଅ ସମୁଦାୟ ୮କୋଟି ଟଙ୍କାର କାର୍ଯ୍ୟ ପାଇଁ ପୂଜାରୀପୁଟ ଆଇଓବିର ମିଥ୍ୟା ଟିଡିଆର ଦେଇ ୪ଟି କାର୍ଯ୍ୟ ନେଇଛନ୍ତି। ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଟିଡିଆର ଜାଲିଆତି ସାମ୍ନାକୁ ଆସିଥିଲା। ଏନେଇ ଶୁକ୍ରବାର ସନ୍ଧ୍ୟାରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି। ସେହିପରି ରାୟଗଡା କ୍ଷୁଦ୍ର ଜଳସେଚନ ଡିଭିଜନ ପକ୍ଷରୁ ୧କୋଟି ୮୦ ଲକ୍ଷର କାର୍ଯ୍ୟ ପାଇଁ ଠିକାଦାର ସଚିନ ସିଙ୍ଘଲ ୨୭ ଲକ୍ଷ ଟଙ୍କାର ମିଥ୍ୟା ଏଫଡିଆର ଦାଖଲ କରିଛନ୍ତି । କୋଲାବ ଇରିଗେସନ ବିଭାଗର ୩୫ଲକ୍ଷ ଟଙ୍କାର କେନାଲ ମରାମତି ଲାଗି ୩ଟି ଠିକାକାର୍ଯ୍ୟ ପାଇଁ ଅନ୍ୟ ଜଣେ ଠିକାଦାର ନିଜ ପତ୍ନୀଙ୍କ ନାମରେ ମିଥ୍ୟା ଟିଡିଆର ଦାଖଲ କରିଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୀବ ଜ୍ଞାନ ଭତ୍ରା କୋରାପୁଟ ସଦର ଥାନାରେ ଅଭିଯୋଗ ହୋଇଛି।
All Right Reserved By

ରାୟଗଡା

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ଟୋକନ ନ ମିଳିବାରୁ ଚାଷୀଙ୍କ ଲ୍ୟାମ୍ପସ ଘେରାଉ

ପାପଡାହାଣ୍ଡି/ମଇଦଲପୁର,୧୦।୧୨(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଲ୍ୟାମ୍ପସର ଶତାଧିକ ଚାଷୀ ଟୋକନ ନ ପାଇ ସୋମବାର ଲ୍ୟାମ୍ପସ କାର୍ଯ୍ୟାଳୟ ଘେରାଉ କରିଥିଲେ। 

ସରକାରୀ ସହାୟତା  ସ୍ବପ୍ନ

ସରକାରୀ ସହାୟତା ସ୍ବପ୍ନ

ଗୋବିନ୍ଦପାଲି,୧୦।୧୨- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ସମାରୀ ହନ୍ତାଳ। ସ୍ବର୍ଗତ ଅଦିଆ ହନ୍ତାଳଙ୍କ ସ୍ତ୍ରୀ ସମାରୀଙ୍କୁ ବୟସ ୭୦ ଟପିଲାଣି। ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି। ତାଙ୍କର ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର ନାହିଁ। ତାଙ୍କ କାନକୁ ଭଲ ଶୁଭୁନାହିଁ କି ଆଖିକୁ ଭଲ ଦେଖାଯାଉନାହିଁ। 

୧୦୮ କେଜି ଗଞ୍ଜେଇ ଜବତ: ୭  ଗିରଫ

୧୦୮ କେଜି ଗଞ୍ଜେଇ ଜବତ: ୭ ଗିରଫ

ବାଲିମେଳା, ୧୦।୧୨ (ଡି.ଏନ୍‌.ଏ.)-ଓର୍କେଲ ଥାନା ପୋଲିସ ୧୦୮ କେଜି ଗଞ୍ଜେଇ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

ମଣ୍ଡେଇ ମହୋତ୍ସବର ଉଦଯାପନୀ ସନ୍ଧ୍ୟା

 ନବରଙ୍ଗପୁର,୯।୧୨(ବି.ପ୍ର): ଲୋକ ମହୋତ୍ସବ ମଣ୍ଡେଇର ଉଦଯାପନୀ ସନ୍ଧ୍ୟାରେ  ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି,  ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । 

୨୧ ପ୍ରକାର ଚାଷ ପ୍ରଣାଳୀ ତାଲିମ ନେଲେ ମହିଳା

୨୧ ପ୍ରକାର ଚାଷ ପ୍ରଣାଳୀ ତାଲିମ ନେଲେ ମହିଳା

କୁନ୍ଦୁରା,୧୦।୧୨(ଡି.ଏନ.ଏ.)- ଦେଶୀ ଧାନ ବିଷୟରେ ଆଲୋଚନା ହେଲେ କୋରାପୁଟ ଜିଲାର କମଳା ପୂଜାରୀ, ରାଇମତି ଏବଂ ଚନ୍ଦ୍ର ପ୍ରଧାନୀଙ୍କ ନାମ ସର୍ବାଗ୍ରେ ଆସେ ।

କାମରେ ଲାଗୁନି ଡିଜିଟାଲ ଏକ୍ସରେ ମେଶିନ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)-ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ବିଭାଗରେ ଅନିୟମିତତା ହେଉଥିବା ଅଭିଯୋଗ । ଏଠାରେ ଡିଜିଟାଲ ଏକ୍ସରେ ମେଶିନ ରହିଥିଲେ ମଧ୍ୟ କାମରେ ଲାଗୁନାହିଁ। 

ସେଲଟ୍‌ର ହୋମ୍‌ ନାଁରେ ଧର୍ମାନ୍ତରିିକରଣ: ୧୦ ପିଲାଙ୍କୁ ଜଳ ଦୀକ୍ଷାରେ କରାଯାଇଛି ଧର୍ମ ପରିବର୍ତ୍ତନ

ସେଲଟ୍‌ର ହୋମ୍‌ ନାଁରେ ଧର୍ମାନ୍ତରିିକରଣ: ୧୦ ପିଲାଙ୍କୁ ଜଳ ଦୀକ୍ଷାରେ କରାଯାଇଛି ଧର୍ମ ପରିବର୍ତ୍ତନ

ବୈପାରୀଗୁଡ଼ା,୧୦।୧୨(ଡି.ଏନ୍‌.ଏ.)  ଗତ କିଛିଦିନ ହେବ ରଜ୍ୟରେ ବିଭିନ୍ନ ଶେଲଟର ହୋମ୍‌ ଉପରେ ଚଢ଼ାଉ ଚାଲୁଥିବା ବେଳେ ବୈପାରୀଗୁଡ଼ା ସ୍ଥିତ ଗୁଡ୍‌ ନିଉଜ୍‌ ଇଣ୍ଡିଆ ଶେଲଟର ହୋମ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଛି। ଜିଲା ଭାଜପା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନି ପାଇକଙ୍କ ନେତୃତ୍ବରେ ଏକ ଦଳ ଉକ୍ତ ସଂସ୍ଥାକୁ ଯାଇ ଅନୁସନ୍ଧାନ କରିଥିଲେ। 

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗଗିତା: ଜିଲାରୁ ଭାଗ ନେଲେ ୨୪ ପ୍ରତିଯୋଗୀ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.)ଯାଜପୁର ମଧୁବନ ହାଇସ୍କୁଲରେ ଚାଲିଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରଳାଖେମୁଣ୍ଡିରୁ ୨୪ଜଣ ପ୍ରତିଯୋଗୀ ଶନିବାର ସନ୍ଧ୍ୟାରେ ବାହାରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏହି ଦଳ ସହ ଟିମ୍‌ ମ୍ୟାନେଜର ସୌମ୍ୟ ରଞ୍ଜନ ମଲ୍ଲିକ ଓ କୋଚ ପ୍ରମୋଦିନୀ ପଣ୍ଡା ଗସ୍ତ କରିଛନ୍ତି। ପ୍ରତିଯୋଗିତା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ତିତ୍‌ଲି ବାତ୍ୟାକୁ ବିତିଲା ୨ମାସ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପାରଳାଖେମୁଣ୍ଡି, ୯।୧୨(ସ୍ବ.ପ୍ର.): ୨ମାସ ତଳେ ହୋଇଥିବା ତିତ୍‌ଲି ବାତ୍ୟାରେ ଜିଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେ ସବୁ ଜାଗାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ନେଇ ଅତିରିକ୍ତ ଜିଲାପାଳ ଲକ୍ଷୀ୍ମକାନ୍ତ ସେଠୀ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାତ୍ୟାରେ ମୋଟ ୧୩୨୮ଟି ରାସ୍ତା ନଷ୍ଟ ହୋଇଥିବାବେଳେ ଏବେ ସେଗୁଡିକୁ ସଜଡା ଯାଇଛି। ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୃହ ଭାଙ୍ଗିଯିବା କ୍ଷେତ୍ରରେ ୯୨ ପ୍ରତିଶତ ଓ ଚାଷ ଜମି ନଷ୍ଟ ହୋଇଥିବା  ୮୨ ପ୍ରତିଶତ ଲୋକଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ କ୍ଷତିପୂରଣ ରାଶି ଜମା କରାଯାଇଥିବା ନେଇ ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ।

୩ ଫୁଟ ଲମ୍ବର ଅଜଗର  ଉଦ୍ଧାର

୩ ଫୁଟ ଲମ୍ବର ଅଜଗର ଉଦ୍ଧାର

ଜୟପୁର,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଅଧୀନ ଜୟପୁର ସହରର ପାୱାର ହାଉସ ଆଇବି ରୋଡ୍‌ରେ ରଞ୍ଜିତ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଇଖାନାରୁ ୩ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। 

୪ ମିଲ୍‌ରେ ଚଢ଼ାଉ, ୨ ସିଲ

ଜୟପୁର/କୁନ୍ଦୁରା,୯।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଓ କୁନ୍ଦୁରା ବ୍ଲକର ୪ଟି ମିଲ୍‌ରେ  ଚଢ଼ାର ହୋଇଛି। ପୋଲିସ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପ୍ରଶାସନ ଚଢ଼ାଉ କରି ୨ଟି ମିଲ୍‌କୁ ସିଲ୍‌ କରିଛି। ପୂର୍ବାହ୍ନରେ ଜୟପୁର ହାଟପଦାସ୍ଥିତ ଶାବର ଶ୍ରୀକ୍ଷେତ୍ର, ପଲକାପୁଟ ଭଗବତୀ, କୁନ୍ଦୁରା ବ୍ଲକର ବିନାୟକ ଏବଂ ଭେଜାହାଣ୍ଡି ସ୍ଥିତ ଭୁବନେଶ୍ୱରୀ ରାଇସ ମିଲ ଉପରେ ଚଢ଼ାଉ କରାଯାଇଥିଲା । 

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ:   ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ପୌର ନିର୍ବାହୀ ଅଧିକାରୀଙ୍କ ନାଁରେ ଜିଲାପାଳଙ୍କୁ ଫେରାଦ: ଦୁର୍ବ୍ୟବହାର ଅଭିଯୋଗ କଲେ ଜନ ପ୍ରତିନିଧି

ସେମିଳିଗୁଡ଼ା୯।୧୨(ସ୍ବ.ପ୍ର.)- ସୁନାବେଡ଼ା ପୌରସଂସ୍ଥା ସଭାଗୃହରେ ଅନୁଷ୍ଠିତ ବୈଠକରେ ଜନ ପ୍ରତିନିଧିଙ୍କୁ ନିର୍ବାହୀ ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି। ଏଭଳି ଅଭିଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜନ ପ୍ରତିନିଧି। ପୌର ନିର୍ବାହୀଙ୍କ ମନମୁଖୀ କାର୍ଯ୍ୟକଳାପ ବଢୁଥିବା ସେମାନେ କହିଛନ୍ତି। ପୌର ପରିଷଦ ବୈଠକରେ ୨୫ ନଂ ଓ୍ବାର୍ଡର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଚାଲିଥିଲା।