ରାୟଗଡା

ଯୋଗାଣ ବିଭାଗ ଚଢ଼ାଉ: ୨୫୬ ବସ୍ତା ଧାନ ଜବତ

ଯୋଗାଣ ବିଭାଗ ଚଢ଼ାଉ: ୨୫୬ ବସ୍ତା ଧାନ ଜବତ

ମାଲକାନଗିରି,୯।୧୨(ଡି.ଏନ୍‌.ଏ.)-ମାଲକାନଗିରି ସଦର ବ୍ଲକ ଏମ୍‌ପିଭି-୨ ସ୍ଥିତ ଏକ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଗୁରୁବାର ରାତ୍ରିରେ ଚଢ଼ାଉ କରାଯାଇଛି। ସେଠାରୁ ଚୋରା ଚାଲାଣ ପାଇଁ ଗଚ୍ଛିତ ଥିବା ୨୫୬ ବସ୍ତା ଧାନ ଜବତ ହୋଇଛି। ବ୍ୟବସାୟୀ ସୁଜନ ମଣ୍ଡଳ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କିଣି ବାହାର ରାଜ୍ୟକୁ ଚାଲାଣ କରୁଥିବା ଖବର ପାଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲା ଯୋଗାଣ ବିଭାଗକୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହକାରୀ ଜିଲା ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଯୋଗାଣ ଅଧିକାରୀ ମାନଭଞ୍ଜନ ହୋତା ଓ କର୍ମଚାରୀ ସଂପୃକ୍ତ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢ଼ାଉ କରି ଗଚ୍ଛିତ ଥିବା ୨୫୬ ବସ୍ତା ଧାନ ଜବତ କରିଥିଲେ । ବ୍ୟବସାୟୀ ଫେରାର ହୋଇଯାଇ ଥିବାରୁ ଜବତ ଧାନକୁ ଏକ ଟ୍ରକ ଯୋଗେ ମାଲକାନଗିରି ଅଣାଯାଇଛି। ଫେରାର ବ୍ୟବସାୟୀଙ୍କ ନାମରେ ଓଡ଼ିଶା ପେଡି ପ୍ରକ୍ୟୁରମେଣ୍ଟ ଆଣ୍ଡ କଷ୍ଟମ ମିଲିଂ ୨୦୧୬ ଆଇନ କ୍ଲଜ ୩ ଓ ସବ କ୍ଲଜ ୨ ଅନୁଯାୟୀ ଏକ ମାମଲା ରୁ୍‌ଜୁ କରାଯାଇଥିବା ସହକାରୀ ଜିଲା ଯୋଗାଣ ଅଧିକାରୀ ପ୍ରଧାନ କହିଛନ୍ତି।

All Right Reserved By

Model This Week

ନିକିତା

ରାୟଗଡା

କୋର୍ଟ  ନିର୍ଦ୍ଦେଶକୁ ଅବମାନନା: ସରକାରୀ ଜମିରେ ବେଆଇନ ନିର୍ମାଣ

କୋର୍ଟ ନିର୍ଦ୍ଦେଶକୁ ଅବମାନନା: ସରକାରୀ ଜମିରେ ବେଆଇନ ନିର୍ମାଣ

ଶିଖାପାଲ୍ଲୀ,୨୪ା୪: ମାଲକାନଗିରି ବ୍ଲକ ସଦର ମହକୁମା ଅନ୍ତର୍ଗତ ଶିଖାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୧୭ ମାଲକାନଗିରି-କାଲିମେଳା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଜବରଦଖଲ କରି ଗୃହ ନିର୍ମାଣ ଉଚ୍ଛେଦ ଆଦେଶକୁ ସମ୍ପୂର୍ଣ୍ଣରୂପେ ଅମାନ୍ୟ କରି ଚାଲିଛନ୍ତି ଏମ୍‌ଭି-୧୭ ଗ୍ରାମର ସୁବାସ ମଣ୍ଡଲ। ଏହି ଜମିକୁ ନେଇ ଦୀର୍ଘ ବର୍ଷ ହେବ ଗଣ୍ଡଗୋଳ ଚାଲିଥିଲା । ମୌଜା ଶିଖାପାଲୀ, ଖାତା ନଂ ୨୭୮, ପ୍ଲଟ ନଂ ୯୭୮୦ ୫୦ଫୁଟ x୪୦ ଫୁଟ ଜାଗାକୁ ସୁବାଷ ଜବରଦଖଲ କରିଛନ୍ତି। ପୂର୍ବତନ ତହସିଲଦାର ରାଧାବଲ୍ଲଭ ପଟ୍ଟନାୟକ ଏହି ଜମିରେ ନାଲି ପତାକା ପୋତି ଏହି ଜମି ସରକାରୀ।

ବିସ୍ଫୋରଣରେ ୩ ଶ୍ରମିକ ମୃତ

ବିସ୍ଫୋରଣରେ ୩ ଶ୍ରମିକ ମୃତ

ରାଇଘର,୨୩।୪(ଡି.ଏନ.ଏ)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ଛତିଶଗଡ ସୀମାନ୍ତରେ ଥିବା ମାଓବାଦୀ ପ୍ରବଣ ଅଞ୍ଚଳ ହଳଦୀ ଗ୍ରାମପଞ୍ଚାୟତର ଭେନସ-ଡଙ୍ଗରିପାରା ଜଙ୍ଗଲ ରାସ୍ତା ମଧ୍ୟରେ ସୋମବାର ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତେବେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ରାଇଘର ପୋଲିସ ଅନୁମାନ କରୁଛି । ତେବେ ଦୀର୍ଘ ବର୍ଷ ପରେ ଏଭଳି ବିସ୍ଫୋରଣ ଘଟିଥିବାରୁ ମାଓବାଦୀମାନେ ଉକ୍ତ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଛି।

ଅବ୍ୟବସ୍ଥା ଘେରରେ ଜେକେପୁର ଇଏସ୍‌ଆଇ ହସ୍‌ପିଟାଲ: ୪ ସ୍ପେଶାଲିଷ୍ଟ ଡାକ୍ତର ନାହାନ୍ତି

ଅବ୍ୟବସ୍ଥା ଘେରରେ ଜେକେପୁର ଇଏସ୍‌ଆଇ ହସ୍‌ପିଟାଲ: ୪ ସ୍ପେଶାଲିଷ୍ଟ ଡାକ୍ତର ନାହାନ୍ତି

ଜେକେପୁର, ୨୪।୪(ଡି.ଏନ୍‌.ଏ.): ରାୟଗଡା ଜିଲା ଚାନ୍ଦିଲି ପଞ୍ଚାୟତ ଜେକେପୁରସ୍ଥିତ କର୍ମଚାରୀ ରାଜ୍ୟବୀମା ଚିକିତ୍ସାଳୟ(ଇଏସ୍‌ଆଇଏଚ୍‌) ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଚିକିତ୍ସାଳୟରେ ଜେକେ କାଗଜକଳର ୩ହଜାର, ଥେରୁବାଲି ଇମ୍ଫା କାରଖାନାର ୨ହଜାର ଓ କୁମୁଟିପେଣ୍ଠ ଫିମାକେମ୍‌ ଶିଳ୍ପର ୪୦ଜଣ କର୍ମଚାରୀ ବୀମାଭୁକ୍ତ ହୋଇଛନ୍ତି। ତେବେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ଭିତ୍ତିଭୂମି ଅଭାବରୁ ଏଠାରୁ ରୋଗୀମାନେ ମୁହଁ ଫେରାଉଛନ୍ତି।

କୋରାପୁଟ ଜିଲାର ୫୯୩ ଗାଁକୁ ରାସ୍ତା ନାହିଁ

ଜୟପୁର,୨୪ । ୪(ନି.ପ୍ର.): ଗାଁର ବିକାଶ ପାଇଁ ରାସ୍ତା ହେଉଛି ପ୍ରମୁଖ କାରକ। ଦେଶର ଗାଁଗୁଡିକୁ ରାସ୍ତା ସଂଯୋଗୀକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ସତ; କିନ୍ତୁ ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀ ପ୍ରବଣ କୋରାପୁଟ ଜିଲାରେ ଏହା ଫେଲ ମାରିଥିବା ଗୋଟିଏ ପରିସଂଖ୍ୟାନରୁ ସ୍ପଷ୍ଟ ହେଉଛି। ବର୍ତ୍ତମାନ ସୁଦ୍ଧା ଜିଲାର ୫୯୩ଟି ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇ ପାରିନଥିବା ସରକାରୀ ତଥ୍ୟରୁ ଜଣାପଡିଛି ।

୩ ଶତାବ୍ଦୀର ଗାଁ ବୋନାସିଲକୁ ରାସ୍ତାଟିଏ ସ୍ବପ୍ନ

୩ ଶତାବ୍ଦୀର ଗାଁ ବୋନାସିଲକୁ ରାସ୍ତାଟିଏ ସ୍ବପ୍ନ

ଦଶମନ୍ତପୁର,୨୪।୪(ଡି.ଏନ୍‌.ଏ.): ୨୦୦୨ ମସିହାରେ କେନ୍ଦ୍ର ସରକାର ନିୟମ ନିର୍ଦ୍ଦେଶ ଅନୁଯାୟୀ କହିଥିଲେ ଯେ ଯେଉଁ ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବସତି ସ୍ଥାପନ କରିଛନ୍ତି, ସେହି ଗ୍ରାମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପକ୍ଷରୁ ରାସ୍ତା ସଂଯୋଗ କରାଯିବ। କିନ୍ତୁ ତାହା ପିଏମ୍‌ଜିଏସ୍‌ଓ୍ବାଇ ଯୋଜନା ପ୍ରହସନ ପାଲଟିଥିବା ଦେଖିବାକୁ ମିଳୁଛି। ଯାହାକି ୩୦୦ ବର୍ଷ ବିତିଯାଇଥିଲେ ହେଁ ସେହି ଗ୍ରାମକୁ ଖଣ୍ଡିଏ ଉପଯୁକ୍ତ ସରକାରଙ୍କ ଯୋଜନାରେ ରାସ୍ତା ସଂଯୋଗ କରିବା ସ୍ବପ୍ନ ପାଲଟିଥିବା ଦେଖିବାକୁ ମିଳିଛି।

ମ୍ୟୁନିସିପାଲିଟି ଅଫିସ ଆଗରେ ଲଟକା ଜାରି କଲା ଭାଜପା

ମ୍ୟୁନିସିପାଲିଟି ଅଫିସ ଆଗରେ ଲଟକା ଜାରି କଲା ଭାଜପା

ରାୟଗଡା ଅଫିସ, ୨୩।୪ - ରାୟଗଡ଼ ପୌରପାଳିକା ଅଫିସରେ ସୋମବାର ଭାଜପା ପକ୍ଷରୁ ‘ଲଟକା ଜାରି’ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସହରର ବିଭିନ୍ନ ସମସ୍ୟା ଯଥା, ଡ୍ରେନ ତୁରନ୍ତ ଠିକାରେ ସଫା କରିବା, ରାସ୍ତା ମରାମତି, ସାଇପ୍ରିୟା ନଗର ରାସ୍ତା, ରହିତ କଲୋନୀ ରାସ୍ତା ଓ ଡ୍ରେନ ସଫେଇ ପ୍ରତି ଧ୍ୟାନ ଦେବା ସହ ହାତୀପଥର ରୋଡ଼ର ମରାମତି, ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ଓ ପାନୀୟ ଜଳର ସୁବ୍ୟବସ୍ଥା, କସ୍ତୁରୀ ନଗରର ମାର୍କେଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକାରୀ କରିବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ବନ୍ଦ କରିବା ନେଇ ଆଲୋଚନା କରାଯାଇଥିଲା।

ଡେରା ପକାଇଛନ୍ତି ୩୦୦ ଛତିଶଗଡ଼ୀ ମାଓବାଦୀ

ବୈପାରୀଗୁଡ଼ା,୨୩।୪(ଡି.ଏନ୍‌.ଏ) କିଛି ଦିନ ହେବ ବୈପାରୀଗୁଡା ଥାନା ଦଣ୍ଡାବାଡି ଇଲାକାରେ ମାଓବାଦୀ କାର୍ଯ୍ୟକଳାପ ହଇଚଇ କରିଥିବା ବେଳେ ଏବେ ତାହା ଅନ୍ୟ ୨ ପଞ୍ଚାୟତକୁ ବ୍ୟାପିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ରାମଗିରି ଓ ଦଣ୍ଡାବାଡି ଇଲାକାରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ଛତିଶଗଡ଼ି ମାଓବାଦୀ ଡେରା ପକାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧା ପୋଷାକରେ ଥାଇ ଗୁପ୍ତଚର କାମ କରୁଥିବା ଜଣାପଡ଼ିଛି।

ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳାମାନେ

ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ମହିଳାମାନେ

ଡାବୁଗାଁ, ୨୩।୪(ଡି.ଏନ୍‌.ଏ.)- ଜୀବଜଗତ ବଞ୍ଚିବା ପାଇଁ ବୃକ୍ଷ ଆବଶ୍ୟକ। କିନ୍ତୁ ଲୋକମାନେ ବିଭିନ୍ନ କାରଣରୁ ଗଛ କାଟୁଛନ୍ତି। ଏପରିକି ଜନବସତି ପାଇଁ ମଧ୍ୟ ଜଙ୍ଗଲ ଏଥିରୁ ବାଦ ପଡୁନାହି। ପାଣିପାଗ ପରିବର୍ତ୍ତନ ଓ ପରିବେଶ ସନ୍ତୁଳନରେ ଜଙ୍ଗଲର ଭୂମିକାକୁ ଲୋକେ ଭୁଲିଯାଉଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଯେ କେତେ ଆବଶ୍ୟକ ତାହାକୁ ମଧ୍ୟ ଲୋକେ ଭୁଲି ଯାଉଛନ୍ତି । ଏପରି ଏକ ଗ୍ରାମ ଅଛି ଯେଉଁଠି ଲୋକମାନେ ଜଙ୍ଗଲର ଆବଶ୍ୟକତାକୁ ବୁଝିଛନ୍ତି। ଆଉ ଜଙ୍ଗଲର ସୁରକ୍ଷା ଦିଗରେ ନିଜେ ମଧ୍ୟ ସଚେତନ ହୋଇଛନ୍ତି। ପାଳି କରି ଜଙ୍ଗଲ ଜଗିବା ସହ ନୂତନ ଜଙ୍ଗଲ ସୃଷ୍ଟି କରୁଛନ୍ତି । ଜଙ୍ଗଲ ସୁରକ୍ଷା ଦିଗରେ ଅନ୍ୟ ଗ୍ରାମବାସୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହିପରି ଏକ ଗ୍ରାମ ହେଉଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୋଇଲାରି ପଞ୍ଚାୟତ ଅଧୀନ କେନ୍ଦୁଗୁଡା। ଉକ୍ତ ଗ୍ରାମ ନିକଟରେ ରହିଛି କୋଇଲାରି ସଂରକ୍ଷିତ ଜଙ୍ଗଲ ଓ କେନ୍ଦୁଗୁଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ। କୋଇଲାରି ଜଙ୍ଗଲ ୨୫୦ଏକର ଓ କେନ୍ଦୁଗୁଡା ଜଙ୍ଗଲ ୮୦ ଏକର ପରିମିତ ଏରିଆ । ଏହି ୩୩୦ ଏକର ଜଙ୍ଗଲର ସୁରକ୍ଷା ଦାୟିତ୍ୱ କେନ୍ଦୁଗୁଡା ବନସୁରକ୍ଷା ସମିତି ହାତରେ ରହିଛି । ୨୦ ବର୍ଷ ଧରି ଏହି ଜଙ୍ଗଲକୁ ଗ୍ରାମବାସୀ ସୁରକ୍ଷା ଦେଇ ଆସୁଛନ୍ତି।

ଡେପୁଟେଶନରେ ଯାଇଛନ୍ତି ୬୯ ଶିକ୍ଷକ

ଗୁଣପୁର,୨୩।୪(ଡି.ଏନ.ଏ) ରାୟଗଡା ଜିଲା ଗୁଣପୁର ବ୍ଲକରେ ୬୯ ଜଣ ଶିକ୍ଷୟିତ୍ରୀଶିକ୍ଷକ ଡେପୁଟେଶନରେ ଯାଇଛନ୍ତି । ଜିଲାପାଳ ସେମାନଙ୍କୁ ୧୯ ତାରିଖ ସୁଦ୍ଧା ନିଜ ସ୍ଥାନକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପତ୍ର ନଂ. ୩୯୭୭, ତା.୧୧ା୪ା୧୮ରେ ହୋଇଥିବା ପତ୍ରରେ ସଂପୃକ୍ତ ଶିକ୍ଷକମାନେ କିପରି, କେଉଁଠାକୁ, କିଏ ଡେପୁଟେଶନ କରିଥିଲା ତାହାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରି ପଠାଇବା ନେଇ ଜିଲାପାଳ ଏହି ପତ୍ର ଜରିଆରେ ଜଣାଇଥିଲେ । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁଣପୁର ବ୍ଲକରେ କେବଳ ୫ରୁ ୭ ଜଣ ଶିକ୍ଷକ ହିଁ ରିଲିଭ ହୋଇଥିବା ତଥା ନିଜ ମୂଳ ସ୍ଥାନକୁ ଫେରିଥିବା ଜଣାପଡିଛି । ବଳକା ଶିକ୍ଷୟିତ୍ରୀଶିକ୍ଷକ କେବେ ନିଜ ମୂଳସ୍ଥାନକୁ ଫେରିବେ ତାହା ନେଇ ଅନିଶ୍ଚିତତା ଲାଗି ରହିଛି। ୬୯ ଜଣ ଶିକ୍ଷୟିତ୍ରୀଶିକ୍ଷକ ମଧ୍ୟରୁ ୩୧ ଜଣ ହେଉଛନ୍ତି ବନ୍ଦ ହୋଇଥିବା ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ।

‘ଓଡିଶା ଦକ୍ଷତା’ରେ ଭାଗ ନେବେ କୋରାପୁଟ ଜିଲାରୁ ୪

କୋରାପୁଟ,୨୩ା୪(ସ୍ବ.ପ୍ର.): ରାଜ୍ୟସ୍ତରୀୟ ଓଡିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ପାଇଁ କୋରାପୁଟ ଜିଲାରୁ ୪ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖ କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଜିଲାର ପଙ୍କଜ ନାୟକ, ବିଶ୍ୱଭୂଷଣ ବେହେରା, ଦୀପକ ମଲ୍ଲିକ, ସୌମ୍ୟରଞ୍ଜନ ସେଠୀ ଅଂଶଗ୍ରହଣ କରିବେ। ରବିବାର ସ୍ଥାନୀୟ ଡିପିସି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷତା କରି ଡିପିସି ମହେଶ୍ୱର ନାୟକ ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୮ରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।

ଗୁରୁପ୍ରିୟା ସେତୁ: ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା

ଗୁରୁପ୍ରିୟା ସେତୁ: ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି, ୨୩।୪(ସ୍ବ.ପ୍ର./ଡି.ଏନ.ଏ.) ମାଓବାଦୀଙ୍କ ଧମକ, ହିଂସା ଠିକାଦାରକାର୍ଯ୍ୟ କରିବାକୁ ସୁଯୋଗ ନ ଦେବା, ପିଲାର ଦବିଯିବା ଆଦି ଅନେକ ପ୍ରତିବନ୍ଧକ ମଧ୍ୟରେ ମାଲକାନଗିରି ଜିଲାର ଗୁରୁପ୍ରିୟା ସେତୁନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏକାଧିକ ଥର ନିର୍ମାଣ ଶେଷ ହେବା ସମୟ ସୀମା ଘୂଞ୍ଚତ୍ବା ପରେ ଆସନ୍ତା ମେ ମାସ ସୁଦ୍ଧା ଏହି ସେତୁର କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏପରିସ୍ଥଳେ ପୁନର୍ବାର ସେତୁ ପାଇଁ ବିପଦ ରହିଛି। ଏହାକୁ ମାଓବାଦୀମାନେ ବିସ୍ଫୋରଣ ଘଟାଇ ଉଡାଇ ଦେବେ ବୋଲି ଗୁଇନ୍ଦା ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ସେତୁସୁରକ୍ଷା ବିଏସଏଫ ଯବାନମାନେ ତତ୍ପର ହୋଇ ଉଠିଛନ୍ତି। ନିର୍ମାଣ ସ୍ଥଳରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୂଚନା ମିଳିଛି।

ମାନବିକତା: ଅସହାୟ ବୃଦ୍ଧାଙ୍କ ସାହାରା ପାଲଟିଲେ ଗୁରୁବାରି

ମାନବିକତା: ଅସହାୟ ବୃଦ୍ଧାଙ୍କ ସାହାରା ପାଲଟିଲେ ଗୁରୁବାରି

ନବରଙ୍ଗପୁର,୨୩ା୪(ବି.ପ୍ର.) ଅସହାୟ ଓ ଗରିବଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ଯୋଜନା ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଖାଦ୍ୟ ପାଇଁ ଘୁରି ବୁଲୁଥିବା ଅନ୍ତି ଭତ୍ରା (୭୫)ଙ୍କ ସାହାରା ପାଲଟିଛନ୍ତି ପୁଜାରିଗୁଡାର ଗୁରୁବାରୀ ଭତ୍ରା (୬୫)। ଅନ୍ତି ପୁଜାରିଗୁଡା ଗାଁକୁ ଆସି ଦନେକ ଭାତ୍‌ (ଭାତ) ଦିଅ ବୋଲି କହିଥିଲେ । ଯାହା ଗୁରୁବାରୀଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଅନ୍ତିଙ୍କ ଅସହାୟତା ଦେଖି ଗୁରୁବାରୀଙ୍କୁ ତାଙ୍କ ନିଜ ପାଖରେ ରଖିଥିଲେ।