Dharitri News
ଅନଗୁଳ-ଢେଙ୍କାନାଳ

ଅନୁଗୋଳ ଇତିହାସରେ ପ୍ରଥମ: ମଡୁଲାର ଓଟିରେ ପ୍ରଥମ ଖଞ୍ଜା ଅସ୍ତ୍ରୋପଚାର

ଅନୁଗୋଳ ଇତିହାସରେ ପ୍ରଥମ: ମଡୁଲାର ଓଟିରେ ପ୍ରଥମ ଖଞ୍ଜା ଅସ୍ତ୍ରୋପଚାର ଅନୁଗୋଳ ଅଫିସ,୯।୧୨- ଅନୁଗୋଳ ସହର ମିଶ୍ରପଡାଠାରେ ଥିବା ସୁରେନ୍ଦ୍ର ହସ୍ପିଟାଲରେ କାର୍ଯ୍ୟକ୍ଷମ ମଡ଼ୁଲାର ଅପରେଶନ ଥିଏଟର(ଓଟି)ରେ ସଫଳତାର ସହ ପ୍ରଥମ ଅଣ୍ଟା ଓ ଜଙ୍ଘ ଖଞ୍ଜା ଅସ୍ତ୍ରୋପଚାର (ମିନିମାଲି ଇନ୍‌ଭାଜିଭ୍‌ ହିପ୍‌ ରିପ୍ଲେସମେଣ୍ଟ)କରାଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନୀୟ ଶିମିିଳିପଡ଼ାର ନନ୍ଦିନୀ ପ୍ରଧାନ(୬୯)ଙ୍କ ଗୁରୁବାର ଅସ୍ତ୍ରୋପଚାର ପରେ ଅନୁଗୋଳ ସ୍ବାସ୍ଥ୍ୟସେବା ଇତିହାସରେ ଯୋଡି ହୋଇଛି ନୂତନ ଅଧ୍ୟାୟ। ଅତ୍ୟାଧୁନିକ ବ୍ୟବସ୍ଥା ଯୁକ୍ତ ଏହି ଓଟି ଏବେ ଶିଳ୍ପ ସମୃଦ୍ଧ ଅନୁଗୋଳ ସମେତ ପଡ଼ୋଶୀ ଜିଲାବାସୀଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି। ଓଟିରେ ରହିଛି ଉନ୍ନତ ଓ ଅତ୍ୟାଧୁନିକ ଯନ୍ତ୍ରାଂଶ। ସଂକ୍ରମଣ ଓ ପ୍ରଦୂଷଣ ରୋକିବା ପାଇଁ ଏଥିରେ କରାଯାଇଛି ସମସ୍ତ ବ୍ୟବସ୍ଥା। ସ୍ବତନ୍ତ୍ର ଭାବେ ଥିବା ଏୟାର ହ୍ୟାଣ୍ଡଲିଙ୍ଗ୍‌ ୟୁନିଟ୍‌ ଦୂଷିତ ବାୟୁ ପ୍ରତିରୋଧ କରିବ। ଏଥିସହ ସ୍ବତନ୍ତ୍ର ଭାବେ ହେପା ଫିଲ୍ଟର ଓ ଭାଇରସ୍‌ ସୁରକ୍ଷା ପାଇଁ ଅଲଟ୍ରା ଭାଓଲେଟ ରଶ୍ମି ଖଞ୍ଜା ଯାଇଛି। ଅତ୍ୟାଧୁନିକ ଓଟି ଲାଇଟ୍‌ ସହ ଅପରେଶନର ସମସ୍ତ କାର୍ଯ୍ୟ କମ୍ପ୍ୟୁଟରରେ ତଦାରଖ ପାଇଁ କମ୍ପ୍ୟୁଟେଡ୍‌ ରେଡିଓଗ୍ରାଫି (ସିଆର୍‌)ର ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ୱାର୍କ ନିସ୍ତେଜକ ମେସିନ୍‌ ମଧ୍ୟ ରହିଛି। ବିଭିନ୍ନ ଅଙ୍ଗର ଲାପ୍ରୋସ୍କୋପି, ଏଣ୍ଡୋସ୍କୋପି ଓ ଜଏଣ୍ଟ ସର୍ଜରୀ ଆଦି ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ଏଣ୍ଡୋସ୍କୋପି ମାଧ୍ୟମରେ ଶରୀରର କୌଣସି ସ୍ଥାନକୁ କଟାକଟି କରା ନ ଯାଇ କେବଳ ଛିଦ୍ର ମାଧ୍ୟମରେ ଅସ୍ତ୍ରୋପଚାର କରାଯିବ। ବିଶେଷକରି ଇଏନ୍‌ଟି, ଜଏଣ୍ଟ ସର୍ଜରୀ ଓ ଶିରାପ୍ରଶିରାରେ ସହଜରେ ଅସ୍ତ୍ରୋପଚାର ପାଇଁ ଏହି ବ୍ୟବସ୍ଥା ହୋଇଛି। ୩ ମାସ ପୂର୍ବରୁ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏହି ଓଟି ଖୋଲାଯାଇଛି। ଖଞ୍ଜା ଅସ୍ତ୍ରୋପଚାରର ୩ ଦିନ ପରେ ରୋଗୀ ସମ୍ପୂର୍ଣ୍ଣ ଭାବେ ଚାଲିପାରିବେ। ସଦ୍ୟ ସମାପ୍ତ ଅସ୍ତ୍ରୋପଚାର ମାତ୍ର ୪୫ ମିନିଟ୍‌ରେ କରାଯାଇଥିବା ହସ୍ପିଟାଲର ଦୁର୍ଘଟଣା ଓ ଜରୁରିକାଳୀନ ଭେଷଜ ବିଶେଷଜ୍ଞ ଡା. ଦେବାଶିଷ ପ୍ରଧାନ ପ୍ରକାଶ କରିଛନ୍ତି। ଉକ୍ତ ଅସ୍ତ୍ରୋପଚାରରେ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ, ଜଣେ ଅସ୍ଥିଶଲ୍ୟ ଖଞ୍ଜା ବିଶେଷଜ୍ଞ, ଜଣେ ଦୁର୍ଘଟଣାଜନିତ ବିଶେଷଜ୍ଞ, ନିସ୍ତେଜକ ବିଶେଷଜ୍ଞ, ୩ ଜଣ ଓଟି ଟେକ୍ନିସିଆନ, ୨ଜଣ ନର୍ସ ନିୟୋଜିତ ହୋଇଥିଲେ। ଯେଉଁ ସ୍ଥାନରେ ଅପରେଶନ ହୋଇଥାଏ ସେଠାରୁ ୪ ଇଞ୍ଚ କଟାଯାଇ ଉକ୍ତ ଖଞ୍ଜା ହାଡ଼କୁ ବାହାର କରିଦିଆଯାଏ। ସେହି ସ୍ଥାନରେ ଷ୍ଟିଲ୍‌ ରଡ଼ ବା ଅକ୍ସିନିୟ ତଥା କୃତିମ ଖଞ୍ଜା ଲଗାଯାଏ ବୋଲି ଡ. ପ୍ରଧାନ କହିଛନ୍ତି। ରୋଗୀଙ୍କ ପାଇଁ କମ୍‌ ଖର୍ଚ୍ଚରେ ଏବଂ ଭବିଷ୍ୟତରେ ସଂକ୍ରମଣର ଶିକାର ନ ହେବାକୁ ଏହି ହସ୍ପିଟାଲରେ ବିଶେଷ ଧ୍ୟାନ ଦିଆଯାଇଛି। ଇଏସ୍‌ଆଇ କାର୍ଡ଼ଧାରୀଙ୍କ ଅସ୍ତ୍ରୋପଚାର ନିମନ୍ତେ ପ୍ରାୟ ୭୨ହଜାର ଟଙ୍କା ଖର୍ଚ୍ଚ ହେବ। ମେଡ଼ିକାଲ ସହ ସହବନ୍ଧିତ ସ୍ବାସ୍ଥ୍ୟ ବୀମାଧାରୀ ସମ୍ପୂର୍ଣ୍ଣ ମାଗଣାରେ ସେଠାରେ ଅସ୍ତ୍ରୋପଚାର କରିପାରିବେ। କିମ୍ସ, ଆପୋଲୋ, କଳିଙ୍ଗ ହସ୍ପିଟାଲ ମଧ୍ୟରେ ସହବନ୍ଧିତ ଥିବାରୁ ଏହି ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ବିଶେଷଜ୍ଞ ଆସି ଏଠାରେ ଅସ୍ତ୍ରୋପଚାର କରିଥାନ୍ତି। ଡ. ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ଅସ୍ତ୍ରୋପଚାର କରାଯାଉଛି। ଡ. ପ୍ରଧାନ ଦୀର୍ଘ ୧୫ବର୍ଷ ହେଲା ଦୁର୍ଘଟଣା ଓ ଜରୁରିକାଳୀନ ଭେଷଜ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଥମେ ରୁଷିଆର ୟୁକ୍ରେନ୍‌ ପରେ ଦିଲ୍ଲୀ ସବ୍‌ଦର୍ଜନ୍‌ ହସ୍ପିଟାଲରେ ବର୍ଣ୍ଣ ପ୍ଲାଷ୍ଟିକ ସର୍ଜରୀ ଓ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ କାମ କରିବା ପରେ ସେ ଏବେ ଅନୁଗୋଳସ୍ଥିତ ସୁରେନ୍ଦ୍ର ହସ୍ପିଟାଲରେ ୭ ବର୍ଷ ହେଲା କାମ କରୁଛନ୍ତି ।

ଅନଗୁଳ-ଢେଙ୍କାନାଳ

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।

ଧାନଗଦା ଜଳିଗଲା

ଧାନଗଦା ଜଳିଗଲା

ଛେଣ୍ଡିପଦା, ୨୧ା୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରପଦା ଗ୍ରାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତ୍ରିଲୋଚନ ନାଏକଙ୍କ ଧାନଗଦା ସହ ପାଳଗଦା ଜଳିଯାଇଛି।

ଲୋକଙ୍କ ସହଯୋଗରେ ଅପରାଧ କମିବ

ଲୋକଙ୍କ ସହଯୋଗରେ ଅପରାଧ କମିବ

ବଇଣ୍ଡା,୨୧।୧(ଡି.ଏନ.ଏ.)- ଦିନକୁ ଦିନ ସମାଜରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାବେଳେ ଅପରାଧ ବଢିବାରେ ଲାଗିଛି। ତେଣୁ ଏଥିରେ ରୋକ ଲଗାଇବା ଦିଗରେ ପୋଲିସ ପ୍ରଶାସନ ସର୍ବଦା ସଜାଗ ରହିବା ଆବଶ୍ୟକ। ଏଥିସହ ପୋଲିସ ସହ ଜନତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ଲୋକଙ୍କ ସହଯୋଗରେ ଅପରାଧ ବହୁ ପରିମାଣରେ କମିପାରିବ ବୋଲି ରବିବାର କିଶୋରନଗର ବ୍ଲକ ନାକିଚି ଗ୍ରାମରେ ହଣ୍ଡପା ପୋଲିସ ପକ୍ଷରୁ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମତ ପ୍ରକାଶ ପାଇଛି।

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଭୁବନ, ୨୧ା୧(ଡି.ଏନ୍‌.ଏ.)-ଭୁବନ ଥାନା ନୀଳକଣ୍ଠପୁର ଛକରେ ଶନିବାର ରାତିରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କାନାଳ ଦକ୍ଷିଣକାଳୀ ରୋଡସ୍ଥିତ କଳିଙ୍ଗ ଘରୋଇ ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ କଟକ ଜିଲା ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ୧୪ ରୋଗୀ ରବିବାର ହୀନସ୍ତା ହୋଇଛନ୍ତି। ବିନା ରହିବା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଇଥିଲା। ଫଳରେ ରାତିରେ ପ୍ରବଳ ଜାଡ଼ରେ ଥରିଥରି ସେମାନଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ିଛି।

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କନାଳ ସହରସ୍ଥିତ ବିଭିନ୍ନ ନର୍ସିଂହୋମ୍‌ରେ ରବିବାର ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।