ଅନଗୁଳ-ଢେଙ୍କାନାଳ

ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ: ଯୁବବାହିନୀ ଆଗକୁ ବଢ଼ିବାକୁ ପରାମର୍ଶ

ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ: ଯୁବବାହିନୀ ଆଗକୁ ବଢ଼ିବାକୁ ପରାମର୍ଶ



କାମାକ୍ଷାନଗର, ୯।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଅପରାହ୍ନରେ ଜିଲା ଯୁବ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବଶକ୍ତି ଏକାଠି ହେବା ପାଇଁ ଆହ୍ବାନ ଦେଇଥିଲେ। ଏଥିସହ ସେ କହିଥିଲେ, ବିଜେଡିର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। ଭାଜପା ଭଳି ଏହା ଏକ ଟିଣ ପାର୍ଟି ନୁହେଁ। ଯୁବକମାନେ ପାର୍ଟି କଥା ଚିନ୍ତା ନ କରି ମା’ ଓ ମାଟି କଥା ଚିନ୍ତାକଲେ ରାଜ୍ୟ ଆଗକୁ ଯାଇପାରବ। ତେଣୁ ଯୁବପିଢ଼ି ଏକାଠି ହୋଇ ନବୀନ ପଟ୍ଟନାୟକଙ୍କ ସହିତ ହାତ ମିଳାଇବାକୁ ସେ ଆହ୍ବାନ ଦେଇଥିଲେ।
ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହି ସ୍ବାଭିମାନର ସହ ବଞ୍ଚତ୍ବାକୁ ଯୁବପିଢ଼ିଙ୍କ ମାର୍ଗଦର୍ଶନ କରାଇଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ ଯୁବକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଯୋଗେନ୍ଦ୍ରନାଥ ତ୍ରିପାଠୀ, ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଞ୍ଚତ୍ତ ମହାନ୍ତି, ଉପସଭାପତି ଦୁର୍ଗାଚରଣ ସାମନ୍ତରାୟ, ସାଧାରଣ ସମ୍ପାଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଉପଦେଷ୍ଟା ପ୍ରକାଶ ସିଂ, ମହାସଚିବ ଶିଶିର ପରିଜା, ଜିଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଗିରିଜା ମହାନ୍ତି, ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ଆଶିଷ ମିଶ୍ର, ଜିଲା ଛାତ୍ର ବିଜେଡି ସଭାପତି ସୂରଜ ମହାପାତ୍ର, ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, କାମାକ୍ଷାନଗର ଏନ୍‌ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଯୁବନେତା କାହ୍ନୁଚରଣ ସାହୁ, ସୂର୍ଯ୍ୟସମ୍ବିତ ମହାପାତ୍ରଙ୍କ ସମେତ ଜିଲାର ବିଭିନ୍ନ ବ୍ଲକରୁ ବହୁ କର୍ମକର୍ତ୍ତା, କାର୍ଯ୍ୟକାରୀ ସଭ୍ୟ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଓଡ଼ପଡ଼ା, ୧୫।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଇନ୍ଦିପୁର ହାଇସ୍କୁଲରେ ରବିବାର ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶିବପ୍ରସାଦ ପାଳଙ୍କ ସଭାପତିତ୍ୱରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ବୈଠକ ହୋଇଥିଲା।

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ଢେଙ୍କାନାଳ ଅଫିସ, ୧୫।୭-ଢେଙ୍କାନାଳ ଜିଲା ଲେଖକ ସଂସଦ ସଭାଗୃହରେ ରବିବାର ନୀଳମାଧବ ଶବର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ମାଧବ ଚନ୍ଦ୍ର ଦେହୁରୀ ଏଥିରେ ସଭାପତିତ୍ୱ କରିଥିଲେ।

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ପରଜଙ୍ଗ,୧୫।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମୁଣ୍ଡରେ ରବିବାର ଅପରାହ୍ନରେ ଦୁଇ ପାସେଞ୍ଜର ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ଜଣ ଆହତ ହୋଇଛନ୍ତି।

 ୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

ବଇଣ୍ଡା,୧୫।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ଓସ୍କାପାଲି ପଞ୍ଚାୟତ ବାଦିବାହାଳ ଗ୍ରାମରେ ବାମୁରରୁ ବାଦିବାହାଳ ୭ କିମି ରାସ୍ତାର ବାଦିବାହାଳ ଗ୍ରାମରେ ନବନିର୍ମିତ ପୋଲରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ବଅଁରପାଳ,୧୫।୭(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ନାଲ୍‌କୋ ସିପିପି ବଜାରରେ ପାଣି ନିଷ୍କାସନ ସମସ୍ୟାରେ ସୁଧାର ଆସୁନାହିଁ। ବଜାରେ ବର୍ଷା ସହ ନାଲ୍‌କୋ ଆବର୍ଜନା ପାଣି ଜମା ହୋଇ ରହିଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମହିଳା ପ୍ରତିନିଧିଙ୍କ ବୈଠକ

ଅନୁଗୋଳ ଅଫିସ୍‌,୧୫ ା୭- ଛେଣ୍ଡିପଦା ବ୍ଲକ ଜରପଡ଼ା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶୁକ୍ରବାର ପଞ୍ଚାୟତର ମହିଳା ପ୍ରତିନିଧିମାନଙ୍କ ଏକ ଆଞ୍ଚଳିକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

କାମାକ୍ଷାନଗର, ୧୫ା୭(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଶୁକ୍ରବାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଉପଖଣ୍ଡ ଅଧୀନ ୪ ତହସିଲର ତହସିଲଦାର, ଆର୍‌ଆଇଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆଶ୍ରମ ପକ୍ଷରୁ  ଚାରା ବଣ୍ଟନ

ଆଶ୍ରମ ପକ୍ଷରୁ ଚାରା ବଣ୍ଟନ

ଢେଙ୍କାନାଳ ଅଫିସ,୧୫।୭- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶନିବାର ଢେଙ୍କାନାଳ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ଥିବା ଠାକୁର ନିଗମାନନ୍ଦ ଜୟଗୁରୁ ଆଶ୍ରମ ପରିସରରେ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସ୍କୁଲରେ ଲାଗିଲା ଫୁଲ, ଫଳ ଚାରା

ଢେଙ୍କାନାଳ ଅଫିସ, ୧୫ା୭- ଢେଙ୍କାନାଳ ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲା ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ଏହାକୁ ଉଦ୍‌ଘାଟନ କରି ପରିବେଶ ସୁରକ୍ଷା ପାଇଁ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଖେଳିବା ବେଳେ କାର୍‌ରେ ଅଟୋଲକ୍‌ ହେଲେ ଦୁଇ ଶିଶୁ: ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର

ଖେଳିବା ବେଳେ କାର୍‌ରେ ଅଟୋଲକ୍‌ ହେଲେ ଦୁଇ ଶିଶୁ: ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର

ଭୁବନ,୧୫।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ଅନଳ ଗ୍ରାମରେ ରବିବାର ଏକ କାର ଭିତରେ ଅଣନିଃଶ୍ବାସୀ ହୋଇ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ଛେଣ୍ଡିପଦା,୧୫।୭(ଡି.ଏନ୍‌.ଏ.): ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଣଲୋଇ ପଞ୍ଚାୟତ ମାରୁଢିପ ଗ୍ରାମରେ ଶନିବାର ରାତିରେ ଏକ ଭାଲୁ ଜଣେ ଗ୍ରାମବାସୀଙ୍କ ଘର ଭିତରକୁ ପଶିଆସି ଆକ୍ରମଣ କରିଛି। ଘରେ ଶୋଇଥିବା ଅବସ୍ଥାରେ ଶୁକଦେବ ମାଝୀଙ୍କ ସ୍ତ୍ରୀ ଗୋଟିକା ମାଝୀ(୬୦)ଙ୍କୁ ଭାଲୁଟି ଆକ୍ରମଣ କରିବା ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।

ଜୟ ଜଗନ୍ନାଥରେ କମ୍ପିଲା ଅନୁଗୋଳ

ଜୟ ଜଗନ୍ନାଥରେ କମ୍ପିଲା ଅନୁଗୋଳ

ଅନୁଗୋଳ ଅଫିସ,୧5।୭ ଅନୁଗୋଳ ଶୈଳଶ୍ରୀକ୍ଷେତ୍ରଠାରେ ଶନିବାର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ସାଢ଼େ ୩ଟା ବେଳେ ଦ୍ୱାରଫିଟା ହେବା ସହ ମଙ୍ଗଳ ଆଳତି କରାଯାଇଥିଲା। ପୂର୍ବାହ୍ନ ସାଢ଼େ ୭ଟାରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି ହୋଇଥିଲା।

Model This Week

ରୂପେଶ