ଅନଗୁଳ-ଢେଙ୍କାନାଳ

ଲିଟିଲ୍‌ ଚାମ୍ପ୍‌ସ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ

ଲିଟିଲ୍‌ ଚାମ୍ପ୍‌ସ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ


ବଅଁରପାଳ,୯।୧୨(ଡି.ଏନ.ଏ)- ନାଲ୍‌କୋନଗର ସ୍ଥିତ ଲିଟିଲ୍‌ ଚାମ୍ପସ୍‌ ପ୍ଲେ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ଗୋପବନ୍ଧୁ ପାର୍କ ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନାଲ୍‌କୋର ପୂର୍ବତନ ଏଜିଏମ୍‌ ଶରତଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅଧ୍ୟାପକ ଆର. ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ଅଧ୍ୟକ୍ଷା ଗାୟତ୍ରୀ ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ପରିମଳ, ସ୍ବଚ୍ଛତା, ସଡ଼କ ସୁରକ୍ଷା ସମେତ ବିଭିନ୍ନ ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଡ୍ରାମା ପରିବେଷଣ ହୋଇଥିଲା। ଛୋଟ ଶିଶୁ କଳାକାରମାନେ ଗୀତ ନୃତ୍ୟ ପରିବେଷଣ କରିଥିଲେ। କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସୁବ୍ରତ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସୁନିତା ମିଶ୍ର କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ । ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଅଭିଭାବକ ଓ ଆଖପାଖ ଲୋକଙ୍କ ସମାଗମ ହୋଇଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

୩୫ ପଞ୍ଚାୟତରେ ୧୫ ଜିଆର୍‌ଏସ୍‌

ବଅଁରପାଳ,୧୬।୭(ଡି.ଏନ.ଏ.) ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ର ସଫଳ କାର୍ଯ୍ୟକାରିତା ତଥା ଏହାର ସୁଫଳ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ନିଯୁକ୍ତି ବ୍ୟବସ୍ଥା ରହିଛି।

ଗ୍ରାମ ରାସ୍ତାରେ ଜମୁଛି ପାଣି: ଡ୍ରେନ ନିର୍ମାଣ ଦାବି

ଛେଣ୍ଡିପଦା,୧୬।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ନୂଆପଡ଼ା ଗ୍ରାମ ପିଢସାହି ରାସ୍ତାରେ ବର୍ଷା ପାଣି ଜମିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ପାର୍ଶ୍ୱରେ ଡ୍ରେନ ନ ଥିବାରୁ ସାମାନ୍ୟ ବର୍ଷାରେ ବି ସେଠାରୁ ପାଣି ନିଷ୍କାସନ ହୋଇପାରୁନାହିଁ।

ଜଟିଳ ହେଉଛି ପାଉଁଶ ସମସ୍ୟା : ଜାତିସଂଘକୁ ଜଣାଇବ ମାନବ ଅଧିକାର ସଙ୍ଗଠନ

ଓଡ଼ାପଡ଼ା, ୧୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ବନଖଣ୍ଡ ଝାଡ଼ବନ୍ଧ ଗ୍ରାମରେ ଶନିବାର ରାତିରେ ଏକ ପଲରେ ୧୯ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲଙ୍କ ଦୌରାତ୍ମ୍ୟରେ ଆଖୁ କିଆରି, ପରିବା ଚାଷ ଉଜୁଡ଼ିଯାଇଛି।

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାରୁ ବାଗଡିଆ ଯାଇଥିବା ଜାତୀୟ ରାଜପଥର ବଡଯୋରା ନାଳ ନିକଟରେ ଏକ ବାଇକ୍‌ ଧକ୍କାରେ ରବିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୋଡାପଡା ଗ୍ରାମର ସର୍ବେଶ୍ୱର ପ୍ରଧାନ(୬୦) ବୋଲି ଜଣାପଡିଛି।

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଓଡ଼ପଡ଼ା, ୧୫।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଇନ୍ଦିପୁର ହାଇସ୍କୁଲରେ ରବିବାର ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶିବପ୍ରସାଦ ପାଳଙ୍କ ସଭାପତିତ୍ୱରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ବୈଠକ ହୋଇଥିଲା।

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ଢେଙ୍କାନାଳ ଅଫିସ, ୧୫।୭-ଢେଙ୍କାନାଳ ଜିଲା ଲେଖକ ସଂସଦ ସଭାଗୃହରେ ରବିବାର ନୀଳମାଧବ ଶବର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ମାଧବ ଚନ୍ଦ୍ର ଦେହୁରୀ ଏଥିରେ ସଭାପତିତ୍ୱ କରିଥିଲେ।

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ପରଜଙ୍ଗ,୧୫।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମୁଣ୍ଡରେ ରବିବାର ଅପରାହ୍ନରେ ଦୁଇ ପାସେଞ୍ଜର ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ଜଣ ଆହତ ହୋଇଛନ୍ତି।

 ୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

ବଇଣ୍ଡା,୧୫।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ଓସ୍କାପାଲି ପଞ୍ଚାୟତ ବାଦିବାହାଳ ଗ୍ରାମରେ ବାମୁରରୁ ବାଦିବାହାଳ ୭ କିମି ରାସ୍ତାର ବାଦିବାହାଳ ଗ୍ରାମରେ ନବନିର୍ମିତ ପୋଲରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ବଅଁରପାଳ,୧୫।୭(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ନାଲ୍‌କୋ ସିପିପି ବଜାରରେ ପାଣି ନିଷ୍କାସନ ସମସ୍ୟାରେ ସୁଧାର ଆସୁନାହିଁ। ବଜାରେ ବର୍ଷା ସହ ନାଲ୍‌କୋ ଆବର୍ଜନା ପାଣି ଜମା ହୋଇ ରହିଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମହିଳା ପ୍ରତିନିଧିଙ୍କ ବୈଠକ

ଅନୁଗୋଳ ଅଫିସ୍‌,୧୫ ା୭- ଛେଣ୍ଡିପଦା ବ୍ଲକ ଜରପଡ଼ା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶୁକ୍ରବାର ପଞ୍ଚାୟତର ମହିଳା ପ୍ରତିନିଧିମାନଙ୍କ ଏକ ଆଞ୍ଚଳିକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

କାମାକ୍ଷାନଗର, ୧୫ା୭(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଶୁକ୍ରବାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଉପଖଣ୍ଡ ଅଧୀନ ୪ ତହସିଲର ତହସିଲଦାର, ଆର୍‌ଆଇଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆଶ୍ରମ ପକ୍ଷରୁ  ଚାରା ବଣ୍ଟନ

ଆଶ୍ରମ ପକ୍ଷରୁ ଚାରା ବଣ୍ଟନ

ଢେଙ୍କାନାଳ ଅଫିସ,୧୫।୭- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶନିବାର ଢେଙ୍କାନାଳ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ଥିବା ଠାକୁର ନିଗମାନନ୍ଦ ଜୟଗୁରୁ ଆଶ୍ରମ ପରିସରରେ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ