ଅନଗୁଳ-ଢେଙ୍କାନାଳ

କାର୍ଯ୍ୟାଦେଶ, ଭତ୍ତା ବାଣ୍ଟିଲେ ବିଧାୟକ

କାର୍ଯ୍ୟାଦେଶ, ଭତ୍ତା ବାଣ୍ଟିଲେ ବିଧାୟକ
କଣିହାଁ, ୯।୧୨(ଡି.ଏନ.ଏ)- କଣିହାଁ ବ୍ଲକର ବୁରୁକୁନା ଓ ବାଲିପଶି ପଞ୍ଚାୟତରେ ଶନିବାର ଗୃହ ନିର୍ମାଣ କାର୍ଯ୍ୟାଦେଶ ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟଅତିଥି ଭାବେ ପାଲଲହଡ଼ା ବିଧାୟକ ମହେଶ ସାହୁ ଯୋଗ ଦେଇଥିଲେ। କଣିହାଁ ବିଡ଼ିଓ ରମେଶ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ବୁରୁକୁନା ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଚାୟତର ୧୪୩ ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଏବଂ ୪୮ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଥିଲା। ଅନ୍ୟତମ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟା ଜୁଲିରାଣୀ ପ୍ରଧାନ, ଜିଲାପରିଷଦ ସଦସ୍ୟା ବସନ୍ତ ମଞ୍ଜରୀପ୍ରଧାନ ଯୋଗ ଦେଇଥିଲେ। ନିର୍ବାହୀ ଅଧିକାରୀ ସନ୍ତୋଷ ରାଉତ ଓ ଜିଆର୍‌ଏସ ପ୍ରଦୀପ କୁମାର ସାହୁ ସହଯୋଗ କରିଥିଲେ। ଅପରାହ୍ନରେ ବାଲିପଶି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ୮୫ ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଓ ମଧୁବାବୁ ପେନସନ ଯୋଜନାରେ ୩୯ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ଏଥିରେ ସରପଞ୍ଚ ନମିତା ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ରହି ପରିଚାଳନା କରିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ

ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା, ଗ୍ରାମାଞ୍ଚଳ ଚଳଚଞ୍ଚଳ


ବଇଣ୍ଡା,୧୬।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଡେବେରାପାଲି, ବାମୁର ଆଦି ଗ୍ରାମ ଗୁଡ଼ିକରେ ଦୁର୍ଗାପୂଜା ଆରମ୍ଭ ହୋଇଛି। ପ୍ରଥମେ କଳସରୁ ପାଣି ଆଣିବା ପରେ ଯଥାରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। 

ଭୁଲ ଇନ୍‌ଜେକ୍ସନରୁ  ରୋଗୀ ମୃତ୍ୟୁ ଅଭିଯୋଗ:  ଘଟଣାସ୍ଥଳରେ  ଉତ୍ତେଜନା

ଭୁଲ ଇନ୍‌ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘଟଣାସ୍ଥଳରେ ଉତ୍ତେଜନା


ଅନୁଗୋଳ ଅଫିସ, ୧୬।୧୦- ଅନୁଗୋଳ ହୁଲୁରିସିହାଂ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ମଙ୍ଗଳବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ:  କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ: କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୬।୧୦(ଡି.ଏନ.ଏ.)-ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ସମ୍ପୃକ୍ତ ଉପଭୋକ୍ତାମାନେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି

ଭାଙ୍ଗିଲା ରେଙ୍ଗାଳି ଶାଖା କେନାଲ: ଗ୍ରାମ ଭିତରକୁ ପଶିଲା ପାଣି


କାମାକ୍ଷାନଗର,୧୬।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା  କାମାକ୍ଷାନଗର ସୋଗର ପଞ୍ଚାୟତ ବାଇସିଙ୍ଘା ଗ୍ରାମରେ ମଙ୍ଗଳବାର ପାଣି ପଶିଯାଇଛି। 

ବେଆଇନ ପଥର ଖାଦାନ ଉପରେ ଚଢାଉ

ବେଆଇନ ପଥର ଖାଦାନ ଉପରେ ଚଢାଉ


ଢେଙ୍କାନାଳ ଅଫିସ,୧୬।୧୦- ଢେଙ୍କାନାଳ ସଦର ଥାନା ପାରିଖେଦା ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନ ଉପରେ ମଙ୍ଗଳବାର ଚଢାଉ କରାଯାଇଛି। 

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାରସାମ୍ୟ ହରାଇ ବିଲକୁ ଓଲଟିଲା କାର୍‌

ଭାପୁର, ୧୬।୧୦ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ଭାପୁର ନୁଆ ସାହି ନିକଟରେ ମଙ୍ଗଳବାର ସକାଳେ ଭାରସାମ୍ୟ ହରାଇ ଏକ କାର(ଓଡି୧୩ବି ୬୧୯୧) ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ କାରରେ ଥିବା ୪ ଜଣ ଆହତ ହୋଇଛନ୍ତି।

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

ବଅଁରପାଳ, ୧୬ା୧୦(ଡି.ଏନ.ଏ.): ନାଲକୋ ସିପିପି ନିକଟସ୍ଥ ଆଦର୍ଶ ବିହାରରେ ସୋମବାର ମା’ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛିି। 

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ପାର୍ବଣ ଆଗମନରେ ତାଳଚେର ଚଳଚଞ୍ଚଳ

ତାଳଚେର୧୬ା୧୦(ନି.ପ୍ର.)ପାର୍ବଣ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର। ମା’ ଦୁର୍ଗାଙ୍କ ଧରାବତରଣକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ହୋଇଥିବାବେଳେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ ପାଇଁ ବିଭିନ୍ନ ପୂଜା ମଣ୍ଡପ, ଶକ୍ତି ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। 

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ତହସିଲ କାର୍ଯ୍ୟାଳୟ ଘେରିଲା ଆର୍‌ପିଆଇ

ହିନ୍ଦୋଳ, ୧୬।୧୦ (ଡି.ଏନ.ଏ.)ହିନ୍ଦୋଳ ବ୍ଲକ ଆର୍ଥିକ ଅନଗ୍ରସର ବର୍ଗ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ପକ୍ଷରୁ ସୋମବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। 

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୬ା୧୦ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ସୋମବାର ଅନୁଗୋଳ ବ୍ଲକ ଧୋକୁଟା ପଞ୍ଚାୟତର କହ୍ନେଇ ନଗର ଗ୍ରାମରେ ମହିଳା କର୍ମଶାଳାର ଭୂମିପୂଜନ କରିଛନ୍ତି। 

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର

ପ୍ରଦର୍ଶନୀରେ ଗାନ୍ଧୀଙ୍କ ଶହେ ଫଟୋଚିତ୍ର


ଅନୁଗୋଳ ଅଫିସ,୧୫ା୧୦- ଅନୁଗୋଳ ସ୍ଥିତ ସ୍ଥାନୀୟ ସଭାଘରଠାରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ‘ସବୁଠାରୁ ବଡ଼ ମଣିଷ’ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା

ଟ୍ରକ୍‌ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା


ଅନୁଗୋଳ ଅଫିସ,୧୫ା୧୦- କଟକରୁ ଅନୁଗୋଳ ଗାନ୍ଧୀ ମାର୍ଗ ଅଭିମୁଖେ ଆସୁଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କଠାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୋମବାର  ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଡ୍ରାଇଭର କନ୍ଦର୍ପ ବିଶ୍ୱାଳଙ୍କୁ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ୫ ହଜାର ୨ଶହ ଟଙ୍କା ସହ ଦୁଇଟି ମୋବାଇଲ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।