ଅନଗୁଳ-ଢେଙ୍କାନାଳ

ଟ୍ରକ ଓଲଟି ଡ୍ରାଇଭର ଗୁରୁତର

ଟ୍ରକ ଓଲଟି ଡ୍ରାଇଭର ଗୁରୁତର
ବଇଣ୍ଡା,୯।୧୨(ଡି.ଏନ.ଏ)- କଟକ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ଥାନା ବଇଣ୍ଡା ବାଙ୍କ ନିକଟରେ ଶନିବାର ଏକ ଟ୍ରକ ପୋଲ ତଳକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ୍‌ ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟବାସୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଘଟଣାରୁ ପ୍ରକାଶ, ଓଆର-୧୫-ଏଚ୍‌-୯୦୦୫ ନମ୍ବର ବିଶିଷ୍ଟ ଟ୍ରକ୍‌ଟି ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିଲାବେଳେ ଭାରସାମ୍ୟ ହରାଇ ପୋଲତଳକୁ ଖସି ପଡିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଅନୁଗୋଳ ଅଫିସ/ବନ୍ତଳା,୨୩ା୧୦ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଅନୁଗୋଳ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛି। 

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

ଅନୁଗୋଳ ଅଫିସ,୨୩ା୧୦ ବାଘୁଣୀ ଆକ୍ରମଣରେ ମୃତ ତ୍ରିନାଥ ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏଥିସହ ବାଘୁଣୀକୁ ସ୍ଥାନାନ୍ତର, ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ଦଳ ଦାବି କରିଛି।

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଅନୁଗୋଳ ଅଫିସ,୨୩ା୧୦ଅନୁଗୋଳ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଭାଜପା କର୍ମୀମାନେ ବାଘୁଣୀ ଆକ୍ରମଣରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ତୁରନ୍ତ ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। 

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

ଢେଙ୍କାନାଳ ଅଫିସ, ୨୩ା୧୦ସଂସ୍କୃତିର ସହର ଢେଙ୍କାନାଳ। ଏଠାକାର ସାଂସ୍କୃତିକ ଅନୁଷ୍ଠାନ ପ୍ରଚେଷ୍ଟାରେ ଅନେକ ପ୍ରତିଭାବାନ କଳାକାର ସୃଷ୍ଟି ହୋଇପାରିଛନ୍ତି। 

‘ବାଜି ରାଉତଙ୍କ ବଳିଦାନ ବଡ଼ ପ୍ରେରଣା’

‘ବାଜି ରାଉତଙ୍କ ବଳିଦାନ ବଡ଼ ପ୍ରେରଣା’

ଢେଙ୍କାନାଳ ଅଫିସ, ୨୩ା୧୦ଢେଙ୍କାନାଳ ମାଟିର ବୀର ସନ୍ତାନ ଶହୀଦ ବାଜି ରାଉତ। ମାତ୍ର ୧୨ବର୍ଷ ବୟସରେ ସେ ଦେଶ ଲାଗି ବଳିଦାନ ଦେଇଥିଲେ। ଏହା ହିଁ ଏଠାକାର ଯୁବଗୋଷ୍ଠୀ ପାଇଁ ସବୁଠାରୁ ବଡ଼ ପ୍ରେରଣା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। 

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ଅନୁଗୋଳ ଅଫିସ,୨୩ା୧୦ ମାତ୍ର ୧୧ ବର୍ଷ ବୟସରେ ବିନା କୌଣସି ବୃତ୍ତିଗତ ଟ୍ରେନିଂରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଆୟୁଷ ରଞ୍ଜନ ରାଉତ ଜଣେ ସଫଳ ୱେବ୍‌ ଡିଜାଇନର ହୋଇ ପରିଛନ୍ତି। 

‘ଦୁର୍ନୀତି ବିରୋଧୀ ଆନ୍ଦୋଳନ ତୀବ୍ର ହେବ’

‘ଦୁର୍ନୀତି ବିରୋଧୀ ଆନ୍ଦୋଳନ ତୀବ୍ର ହେବ’

ପରଜଙ୍ଗ,  ୨୩ା୧୦(ଡି.ଏନ୍‌.ଏ.)ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ’ ଲୋକଦେଖାଣିଆ। ଏଥିରେ ସାଧାରଣ ଲୋକଙ୍କ ଅପେକ୍ଷା ବିଜେଡି କର୍ମୀ  ଅଧିକ ଲାଭବାନ ହେଉଛନ୍ତି। 

ସହାୟତା ପାଇଁ ୩ ଘଣ୍ଟା ଅପେକ୍ଷା

ସହାୟତା ପାଇଁ ୩ ଘଣ୍ଟା ଅପେକ୍ଷା

ଅନୁଗୋଳ ଅଫିସ,୨୩ା୧୦ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟଠାରେ ସୋମବାର ଜିଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବଳଦ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟଣା:ଭୁବନ ପୋଲିସ ଛାଉଣି

ବଳଦ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟଣା:ଭୁବନ ପୋଲିସ ଛାଉଣି

ଭୁବନ,  ୨୩ା୧୦(ଡି.ଏନ୍‌.ଏ.)ଐତିହାସିକ ବଳଦଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଭୁବନ ଅଞ୍ଚଳକୁ ଅଶାନ୍ତ କରିଦେଇଛି। ହିଂସା ପରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ପ୍ରଶାସନ ତତ୍ପର ହୋଇଉଠିଥିବାବେଳେ ଭୁବନ ସହର ଏବେ ପୋଲିସ ଛାଉଣିରେ ପରିଣତ ହୋଇଛି।

ସହରରେ ଆଲୋକମାଳା ରୋଶଣି

ସହରରେ ଆଲୋକମାଳା ରୋଶଣି

ଢେଙ୍କାନାଳ ଅଫିସ, ୨୩ା୧୦ଦିନକ ପରେ ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଲକ୍ଷ୍ମୀପୂଜା। ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ପୂଜା ପ୍ରତିଷ୍ଠାନଗୁଡ଼ିକ ଦିନରାତି ଏକ୍‌ କରିଦେଇଥିବାବେଳେ ଏହାକୁ ନେଇ ସହରରେ ଦେଖାଦେଇଛି ଉତ୍ସାହ, ଉଦ୍ଦୀପନାର ମହୋଲ।

ଅଭୟାରଣ୍ୟରୁ ସୁନ୍ଦରୀକୁ ସ୍ଥାନାନ୍ତର ନେଇ ବଢୁଛି ଚାପ : ଟ୍ରାଙ୍କୁଲାଇଜ କରିବ ୩ ଟିମ

ଅଭୟାରଣ୍ୟରୁ ସୁନ୍ଦରୀକୁ ସ୍ଥାନାନ୍ତର ନେଇ ବଢୁଛି ଚାପ : ଟ୍ରାଙ୍କୁଲାଇଜ କରିବ ୩ ଟିମ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ମଣିଷଖିଆ ବାଘୁଣୀ ସୁନ୍ଦରୀକୁ ଧରାଯିବ। ଏଥିପାଇଁ ୩ଟି ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅନୁଗୋଳରେ ପ୍ରସ୍ତୁତ ହୋଇ ରହିଛନ୍ତି। 

ସୁନ୍ଦରୀକୁ ସ୍ଥାନାନ୍ତର ଦାବି କଲେ ବିଧାୟକ

ବଇଣ୍ଡା, ୨୨ା୧୦(ଡି.ଏନ.ଏ.)- ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀ ଏବେ ଆତଙ୍କ ସୃଷ୍ଟି କରିଛି। ବାରମ୍ବାର ଗ୍ରାମାଭିମୁଖି ହୋଇ ମଣିଷକୁ ଶିକାର କରୁଥିବାବେଳେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।