ଅନଗୁଳ-ଢେଙ୍କାନାଳ

ଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଗାଡ଼ି ଧକ୍କାରେ ବୃଦ୍ଧ ମୃତ
ଅନୁଗୋଳ ଅଫିସ,୯।୧୨- ଅଜଣା ଗାଡ଼ି ଧକ୍କାରେ ଅନୁଗୋଳ ଜିଲା ଠାକୁରଗଡ଼ ଥାନା ମନ୍ଦରବାହାଳ ଗ୍ରାମର କଷ୍ଟୁ ପ୍ରଧାନ(୭୦)ଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ଶୁକ୍ରବାର ଅପରାହ୍ନରେ ସାନହୁଲା ଆସିଥିଲେ। ରାସ୍ତାରେ ଯାଉଥିବାବେବେଳ ଏକ ଗାଡି ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା। ସ୍ଥାନୀୟ ଲୋକେ କଷ୍ଟୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶନିବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ନୂଆ କୁଆଳୋ ଗ୍ରାମରେ ଶୁକ୍ରବାର ସାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଚନ୍ଦନ ବେହେରା।

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ

ଘରୋଇ କମ୍ପାନୀ ସର୍ଭେ କାର୍ଯ୍ୟକୁ ବିରୋଧ


ଛେଣ୍ଡିପଦା,୧୯।୧୦(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତରେ ଶୁକ୍ରବାର ଏକ ଘରୋଇ କମ୍ପାନୀ ଦ୍ୱାରା ବିଭିନ୍ନ ସର୍ଭେ କାର୍ଯ୍ୟ ଚାଲିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏପରିକି ଲୋକମାନେ ଉତ୍ତେଜିତ ହୋଇ ସମ୍ପୃକ୍ତ କମ୍ପାନୀ କର୍ମଚାରୀଙ୍କୁ ସର୍ଭେ ବିଷୟରେ ପଚାରିଥିଲେ। 

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ

କଳାସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ


ବଇଣ୍ଡା,୧୯।୧୦(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲଠାରେ ଚାଲିଥିବା ଦୁର୍ଗାପୂଜା ଅବସରରେ ଗୁରୁବାର ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାକାରଙ୍କୁ ପୁରସ୍କୃତ କରାଯାଇଛି। 

ବ୍ୟାଟେରୀ ଚୋରି ଅଭିଯୋଗ: ଜଣେ ଅଟକ

ବ୍ୟାଟେରୀ ଚୋରି ଅଭିଯୋଗ: ଜଣେ ଅଟକ

ବଇଣ୍ଡା,୧୯।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ହଣ୍ଡପା ଥାନା ବଡ଼ହୁଲା ଗ୍ରାମରେ ଛିଡ଼ା ହୋଇଥିବା  ଏକ ମିନି ଟ୍ରକ(ନଂ.ଓଡି୦୨ଏଲ୯୧୫୩)ରୁ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ବ୍ୟାଟେରୀଟି ଚୋରି କରି ନେଇଯାଇଛନ୍ତି। ଏ ନେଇ ଟ୍ରକ ଚାଳକ ବଡ଼ହୁଲାର ଗ୍ରାମର  ଚାଳକ ଚନ୍ଦ୍ରାହାସ୍ୟ ଦେହୁରୀ ଶୁକ୍ରବାର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। 

ବୀରତ୍ୱ ପ୍ରଦର୍ଶନ କଲେ  ପାଇକ ପୁଅ

ବୀରତ୍ୱ ପ୍ରଦର୍ଶନ କଲେ ପାଇକ ପୁଅ


ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଖମାର ଗ୍ରାମରେ ଶୁକ୍ରବାର ମହା ଆଡମ୍ବରରେ ଦଶହରା ପର୍ବ ପାଳିତ ହୋଇଛି। 

ଅନୁଗୋଳ ଟ୍ରକ ମାଲିକ ସଂଘ ଉପସଭାପତିଙ୍କ ବିୟୋଗ

ଅନୁଗୋଳ ଟ୍ରକ ମାଲିକ ସଂଘ ଉପସଭାପତିଙ୍କ ବିୟୋଗ

ବଅଁରପାଳ,୧୯।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ଟ୍ରକ ମାଲିକ ସଂଘର ଉପସଭାପତି ନରେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। 

କଂଗ୍ରେସର ମିଶ୍ରଣ ପର୍ବ

କଂଗ୍ରେସର ମିଶ୍ରଣ ପର୍ବ


ଅନୁଗୋଳ ଅଫିସ,୧୯।୧୦- ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବଡହିଂସର ମା’ ଖମ୍ବେଶ୍ବରୀ ମନ୍ଦିର ନିକଟରେ ଶୁକ୍ରବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଗୋଷ୍ଠୀ କେନ୍ଦ୍ରର ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଗୋଷ୍ଠୀ କେନ୍ଦ୍ରର ଭୂମିପୂଜନ କଲେ ଏମ୍‌ପିଙ୍କ ପ୍ରତିନିଧି

ଅନୁଗୋଳ ଅଫିସ,୧୯।୧୦- ଆମ ଗାଁ ଆମ ବିକାଶ ଯୋଜନାରେ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଗୁରୁବାର ଅନୁଗୋଳ ବ୍ଲକ ନୂଆମୌଜା ପଞ୍ଚାୟତ ଶରଧାପୁର ପିତାବଳୀ ସାହି ଗୋଷ୍ଠୀ କେନ୍ଦ୍ରର ଭୂମିପୂଜନ କରିଛନ୍ତି।

ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ


ତାଳଚେର,୧୯।୧୦(ନି.ପ୍ର)- ତାଳଚେର ବ୍ଲକ ଅନ୍ତର୍ଗତ କମଳଛୁଇଁ ଗ୍ରାମରେ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ  କେନ୍ଦ୍ରୀୟ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ଗଗନ ବିହାରୀ ସାହୁ ଏଥିରେ  ଅଧ୍ୟକ୍ଷତା କରିଥିଲେ। 

ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ

ଲୁଟ୍‌ ଘଟଣାରେ ଅଭିଯୁକ୍ତ ଗିରଫ

କଣିହାଁ,୧୯।୧୦(ଡି.ଏନ.ଏ.)- କଣିହାଁ ବ୍ଲକ ରେଙ୍ଗାଳି ଥାନା ପୋଲିସ ପୂର୍ବରୁ ଲୁଟ୍‌ ଘଟଣାକୁ ନେଇ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି।

ଚୋର ଅଟକ

ଚୋର ଅଟକ

ବଅଁରପାଳ,୧୯।୧୦(ଡି.ଏନ.ଏ.)-ବଅଁରପାଳ ବଜାରର ଏକ ପାନ ଦୋକାନରୁ ଚୋରି କରୁଥିବା ସମୟରେ ଜଣେ ଯୁବକଙ୍କୁ କାବୁ କରିଛନ୍ତି ଦୋକାନୀ।

ବିଜେଡି  ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା


ଛେଣ୍ଡିପଦା,୧୯।୧୦(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଜରପଡା, ତୁକୁଡା, ପରା, ଓଗୀ ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରିଥିଲା। ପରେ  ଓଗୀ ଗ୍ରାମଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।