ଅନଗୁଳ-ଢେଙ୍କାନାଳ

ବାର୍ଷିକ କ୍ରୀଡ଼ା: ପ୍ରୀତିମଞ୍ଜରୀ, ଆଶିଷ ଚାମ୍ପିୟନ

ବାର୍ଷିକ କ୍ରୀଡ଼ା: ପ୍ରୀତିମଞ୍ଜରୀ, ଆଶିଷ ଚାମ୍ପିୟନ


ବଇଣ୍ଡା,୯।୧୨(ଡି.ଏନ.ଏ)- କିଶୋରନଗର ବ୍ଲକ ବଇଣ୍ଡା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଓ ଶନିବାର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ହଣ୍ଡପା ଥାନା ଆଇଆଇସି ସୁନୀଲ କୁମାର କର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୪୬ ଛାତ୍ରୀଛାତ୍ର ଭାଗ ନେଇଥିଲେ। ଏଥିରେ ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବଡ଼ିଆଁ, ଥାଳିଆ ଫିଙ୍ଗା, ଗୋଳା ଫିଙ୍ଗା, ଅଙ୍କ ଦୌଡ଼ ଆଦି କ୍ରୀଡ଼ାମାନ ଅନୁଷ୍ଠିତ ହୋଇଥିଲା। ବାଳିକା ବିଭାଗରେ ପ୍ରୀତିମଞ୍ଜରୀ ପ୍ରଧାନ, ବାଳକ ବିଭାଗର ଆଶିଷ ସାହୁ ଚାମ୍ପିୟନ ହୋଇଥିଲେ। ଶନିବାର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ବଇଣ୍ଡା ଜନତା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଧୀର ବିଶୋଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କୃଷି ଅଧିକାରୀ ଗୁଣନିଧି ପ୍ରଧାନ, ବିଦ୍ୟାଳୟର ସଭାପତି ସନାତନ ସାହୁ, ଉପସଭାପତି ମହେଶ୍ୱର ସାହୁ, ସମ୍ପାଦକ ନିତ୍ୟାନନ୍ଦ ବାରିକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଧର ବେହେରା, କୋଷାଧ୍ୟକ୍ଷ ରାଜେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଖେଳଶିକ୍ଷକ ବୁଲୁ ପ୍ରସାଦ ସାହୁ, ଗୌରୀ ଶତପଥୀ, ଜ୍ୟୋତ୍ସାମୟୀ ପ୍ରଧାନ, ବାପୁଜୀ ଦେହୁରୀ, ପ୍ରକାଶ ସେଠୀ, ପ୍ରମୋଦ କୁମାର ସ୍ବାଇଁ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ସର୍ଟଶର୍କିଟ୍‌ରୁ ଜଳିଗଲା ୨ ବଖରା

ସର୍ଟଶର୍କିଟ୍‌ରୁ ଜଳିଗଲା ୨ ବଖରା

ଭୁବନ, ୨୨ା୭(ସ୍ବ.ପ୍ର.)-ଭୁବନ ଏନ୍‌ଏସି ୧୫ନଂ. ଓ୍ବାର୍ଡ ମଠସାହିରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସର୍ଟଶର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ପ୍ରକାଶ ଦାସ ଏବଂ ଗୀତାଞ୍ଜଳି ଦାସଙ୍କ ବଖରାଏ ଲେଖାଏଁ ଜଳିଯାଇଛି। ପରିବାର ଲୋକେ ଶୋଇଥିବାବେଳେ ହଠାତ୍‌ ନିଆଁ ଲାଗି ଚାରିଆଡ଼କୁ ବ୍ୟାପି ଯାଇଥିଲା। ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟ ଯୋଗୁ ସ୍ଥାନୀୟ ଦମକଳବାହିନୀକୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।

ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଉଦ୍‌ଯାପିତ

ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଉଦ୍‌ଯାପିତ

ଢେଙ୍କାନାଳ ଅଫିସ, ୨୨।୭-ଘୋଷଯାତ୍ରା ଅବସରରେ ବାଜିଚୌକସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୯ଦିନ ଧରି ଚାଲିଥିବା ଭଜନ ସମାରୋହ ରବିବାର ଉଦ୍‌ଯାପିତ ହୋଇଯାଇଛି। ଶେଷଦିବସରେ କଟକର ‘ସାଇ ଭଜନ ଅନୁଷ୍ଠାନ’ ପକ୍ଷ କଣ୍ଠଶିଳ୍ପୀ ସୁଛନ୍ଦା ସାମଲ, ତାରିଣୀ ପ୍ରସାଦ, ନିଖିଲ, ପ୍ରମୋଦ ତ୍ରିପାଠୀ, ଗଣେଶ ମିଶ୍ର ପ୍ରମୁଖ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ବାହୁଡ଼ା ଯାତ୍ରା ଉପଲକ୍ଷେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯାଇଥିଲା।

ଗଛପଡ଼ି ରାଜପଥ ଅବରୋଧ

ଗଛପଡ଼ି ରାଜପଥ ଅବରୋଧ

ଢେଙ୍କାନାଳ ଅଫିସ, ୨୨।୭- ଢେଙ୍କାନାଳ ସଦର ଥାନା ଗୁଣ୍ଡିଚାପଡ଼ା ଛକ ନିକଟ ୫୫ନଂ. ଜାତୀୟ ରାଜପଥ ଉପରେ ରବିବାର ଭୋର ୪ଟାରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା। ଏହାଯୋଗୁ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ସହ ଯାତାୟାତ ଠପ୍‌ ହୋଇଯାଇଥିଲା। ରାତ୍ରିକାଳୀନ ବସ୍‌ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସକାଳୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଛ କରାଯିବାପରେ ପୂର୍ବାହ୍ନ ୮ଟା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି। ସୂଚନା ଦିଆଯିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଗଛ କଟାଯିବାକୁ ନେଇ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିଲା। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।

ବିଭିନ୍ନ ସ୍ଥାନରରେ ବାହୁଡ଼ା ଯାତ୍ରା ପାଳିତ

ବିଭିନ୍ନ ସ୍ଥାନରରେ ବାହୁଡ଼ା ଯାତ୍ରା ପାଳିତ

ବଇଣ୍ଡା,୨୨ା୭(ଡି.ଏନ.ଏ)- କିଶୋରନଗର ବ୍ଲକ କଦଳୀମୁଣ୍ଡା ତାଳପଦର, ବଇଶିଣା, ବଡ଼ଗୋବିନ୍ଦପୁର, ବିଲେଇନାଳୀ, ସରଗିପାଲି, ବାମୁର, ଘୋଷର, ବାଟିମୁଣ୍ଡା ଆଦି ଗ୍ରାମ ଗୁଡ଼ିକରେ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ଦୀର୍ଘ ୯ଦିନ ଧରି ପ୍ରଭୁ ୩ ଠାକୁର ମାଉସୀମା ଘରେ ରହିବା ପରେ ପୋଡ଼ପୀଠା ଖାଇ ଭକ୍ତଙ୍କ ଗ୍ରହଣରେ ଶ୍ରୀମନ୍ଦିରକୁ ଫେରିଛନ୍ତି। ଲଘୁଚାପ ବର୍ଷା ଯୋଗୁ ଅନେକ ସ୍ଥାନରେ ରଥଟଣା ବିଳମ୍ବ ହୋଇଥିଲା। ସେହିପରି ଠାକୁରଗଡ଼ ପେଡ଼ିପଥର, ଟାପଢୋଲ, କୁର୍ତ୍ତୀବାସପୁର ଗ୍ରାମରେ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି।

ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତ୍ୟୁ, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୨।୭- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗ୍ରାମରେ ନିଅଁାରେ ପୋଡ଼ିହୋଇ ଗୁରୁତର ହୋଇଥିଲେ ଲିପିକା ମଲ୍ଲିକ (୨୫)। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି।

ବସ୍‌ଷ୍ଟାଣ୍ଡ ନଳକୂଅ ଅଚଳ

ଛେଣ୍ଡିପଦା,୨୨ା୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଣଲୋଇ-ଭଟପାଳ ଗ୍ରାମ୍ୟ ରାସ୍ତାର କର୍ଣ୍ଣପାଳ ବସଷ୍ଟାଣ୍ଡଠାରେ ଥିବା ନଳକୂଅ ୩ ମାସରୁ ଊର୍ଦ୍ଧ୍ୱ ହେବ ଅଚଳ ହୋଇପଡିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି

କୁଡ଼ିଆରୁ କାଶୀନାଥ ଉଦ୍ଧାର

କୁଡ଼ିଆରୁ କାଶୀନାଥ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୨।୭- ଛାଡ଼ିମାଟି ପତ୍ର କୁଡ଼ିଆରେ ଅସହାୟ ଅବସ୍ଥାରେ ରହୁଥିବା ୮୦ ବର୍ଷୀୟ କାଶୀନାଥ ପଧାନଙ୍କ ପାଖରେ ପହଞ୍ଚତ୍ଛି ସହାୟତାର ହାତ। ଶନିବାର ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହା ପରେ ପଦାରେ ପଡ଼ିଛି ଜିଲା ପ୍ରଶାସନର ଅପାରଗତା। ସବୁଜାଣି ଜଣେ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେବା ଏବଂ ପ୍ରଶାସନିକ ଅଧିକାରୀ ସାମାନ୍ୟତମ ଦରଦ ନ ଦେଖାଇବା ଘଟଣାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ।

ମଧ୍ୟପ୍ରଦେଶ ବାଘ ଦେବାରେ ପ୍ରତିବନ୍ଧକ ନାହିଁ : ସଚିବ

ଅନୁଗୋଳ ଅଫିସ, ୨୨ା୭- ସାତକୋଶିଆ ଅଞ୍ଚଳବାସୀଙ୍କ ବିରୋଧ ପରେ ମଧ୍ୟପ୍ରଦେଶରୁ ଆଉ ବାଘ ଆସିବ ନାହିଁ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଅନୁଗୋଳ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଧିକାରୀ ତଥା ପରିବେଶ ଓ ଜଙ୍ଗଲ ବିଭାଗ ସଚିବ ଜିଲା ଗସ୍ତରେ ଆସିଥିବାବେଳେ ଏହା ପ୍ରକାଶ କରିଛନ୍ତି। ସାତକୋଶିଆରେ ମହାବଳକୁ ଛଡାଯିବା ପରେ ଲୋକଙ୍କ ବିରୋଧକୁ ନେଇ ମଧ୍ୟପ୍ରଦେଶ ଆଉ ବାଘ ନ ଦେବା ପାଇଁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ମାଉଜର ଦେଖାଇ ୪୧ ହଜାର ଲୁଟ୍‌ ଘଟଣା: ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ତାଳଚେର, ୨୨ା୭(ନି.ପ୍ର.)- ଲୁଟ୍‌ର ଶିକାର ହୋଇଥିବା ନେଇ ଥାନାରେ ମିଛ ଅଭିଯୋଗ କରି ପୋଲିସ ଜାଲରେ ଫସିଛନ୍ତି ଅଭିଯୋଗକାରୀ। ଅଭିଯୁକ୍ତ ନିଜେ ଟଙ୍କା ଆତ୍ମସାତ କରି ଥାନାକୁ ଆସିଥିବା ପୋଲିସ ଜାଣିବା ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଅନୁଗୋଳ ଥାନା ଏକଘରିଆ ଗ୍ରାମର ଶମ୍ଭୁ ନାହାକ। ଏ ନେଇ ତାଳଚେର ବିକ୍ରମପୁର ଥାନାରେ ନଂ. ୭୫/୧୮ ଦଫା ୪୮୦ରେ ମାମଲା ରୁଜୁ ହୋଇଛି।

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ସରିଲା ରିମାଣ୍ଡ, ଜେଲ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୨୨।୭- ଅନୁଗୋଳର ଦୁଇଟି ବ୍ୟାଙ୍କ ଡକାୟତି ଘଟଣାରେ ଗିରଫ ୨ ଡକାୟତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ପୋଲିସ ଉଭୟଙ୍କୁ ଶନିବାର କୋର୍ଟରେ ହାଜର କରିବା ପରେ ଜେଲ ହାଜତକୁ ପଠାଇଦେଇଛି। ଆନ୍ଧ୍ର ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ସାପ କାମୁଡ଼ାରେ ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-କାମାକ୍ଷାନଗର ବ୍ଲକ ପଣ୍ଡୁଆ ଫାଣ୍ଡି ଅଧୀନ ରାୟନରସିଂହପୁର ଗ୍ରାମର ବୁଦ୍ଧିମନ୍ତ କାଣ୍ଡି (୩୦) ରବିବାର ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ମଶାରି ଟାଙ୍ଗି ଶୋଇଥିବାବେଳେ ତାଙ୍କୁ ଏକ ରଣା ସାପ କାମୁଡ଼ି ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ରବିବାର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

କାନ୍ଥପଡ଼ି ଜଣେ ମୃତ

କାନ୍ଥପଡ଼ି ଜଣେ ମୃତ

କାମାକ୍ଷାନଗର, ୨୨ା୭(ସ୍ବ.ପ୍ର.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ରାୟନୃସିଂହପୁର ଗ୍ରାମରେ ରବିବାର ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଦିବ୍ୟେନ୍ଦୁ ଦାସ (୪୬)।

Model This Week

ଚିଣ୍ଟୁ