ଅନଗୁଳ-ଢେଙ୍କାନାଳ

ଶିକ୍ଷାର ପ୍ରସାର ପାଇଁ ପାଲା ମାଧ୍ୟମରେ ସଚେତନତା

ଶିକ୍ଷାର ପ୍ରସାର ପାଇଁ ପାଲା ମାଧ୍ୟମରେ ସଚେତନତା


ବଇଣ୍ଡା,୯।୧୨(ଡି.ଏନ.ଏ)- ଗ୍ରାମାଞ୍ଚଳ ତଥା ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ଗୁଡ଼ିକରେ ଶିକ୍ଷାର ବିକାଶ ହୋଇ ପାରୁନାହିଁ। ଅନେକ ଶିଶୁ ପାଠ ନ ପଢି ଘରେ ରହୁଛନ୍ତି। ସରକାର ଅନେକ ଯୋଜନା ମାଧ୍ୟମରେ ଶିକ୍ଷାର ପ୍ରଗତି କରୁଥିଲେ ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଶିକ୍ଷାର ବିକାଶ କିଭଳି ଘଟିବ ଓ ସମଗ୍ର ଶିଶୁ ସ୍କୁଲକୁ ଯାଇ ପାଠ ପଢି ପାରିବେ ସେଥିପାଇଁ ଜିଲା ସଂସ୍କୃୃୃତି ବିଭାଗ ପକ୍ଷରୁ କିଶୋରନଗର ବ୍ଲକରେ ପାଲା ମାଧ୍ୟମରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପାଲା ଗାୟକ ଜଗତ ମୋହନ ମିଶ୍ର, ଭମ୍ବରଭର ମିଶ୍ର, ବିନୟ ସ୍ବାଇଁ, ବିନୋଦ କାନ୍ଧିଆ, ରିଙ୍କୁ ଲାଲ ମିଶ୍ର ପ୍ରମୁଖ ପ୍ରତ୍ୟେକ ଗ୍ରାମକୁ ବୁଲି ସର୍ବଶିକ୍ଷା ଅଭିଯୋନ ସମ୍ପର୍କରେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ୫ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବିଦ୍ୟାଳୟକୁ ପାଠ ପଢାଇବା, ମାଗଣା ପୁସ୍ତକ, ପୋଷାକ, ମଧ୍ୟାହ୍ନ ଭୋଜନ, ନାମଲେଖା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ। ବାମୁରୁ, ରାଣିଆକଟା, ସଞ୍ଜାମୁରା, ହଣ୍ଡପା, ବିଲେଇନାଳୀ, ହିମିତିରା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

ତାଲା କାଟି ନେଇଗଲେ ଏସି, କୁଲର

ତାଲା କାଟି ନେଇଗଲେ ଏସି, କୁଲର

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନାଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବତ୍ତ ଦୋକାନର ତାଲା ଭାଙ୍ଗି ଏସି, କୁଲର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।

ଜୁଆ ଆଡ୍ଡା ଉପରେ ଚଢ଼ାଉ: ବାଇକ୍‌ ଜବତ, ଜଣେ ଅଟକ

ପରଜଙ୍ଗ, ୧୮।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଜୁଆ ଖେଳ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଡ୍ଡା ଖୋଲି ଲକ୍ଷାଧିକ ଟଙ୍କାର ଖେଳ ହେଉଛି।

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

୧୫ ନୁହେଁ, ୪ ଦିନ ପାଇଁ ମିଳିଲା ମଞ୍ଜୁରୀ:ରିମାଣ୍ଡରେ ଗଲେ ୨ ବ୍ୟାଙ୍କ ଡକାୟତ

ଅନୁଗୋଳ ଅଫିସ,୧୮ା୭- ଅନୁଗୋଳସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଲୁଟ୍‌ ଘଟଣାରେ ବିହାରର ଗୟାରୁ ଗିରଫ ହୋଇଥିବା ଦୁଇ ଡକାୟତ ଓମ୍‌ ପ୍ରକାଶ ଦାସ ଓ ରାଜେଶ ଦାସଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି ଅନୁଗୋଳ ପୋଲିସ। ଏ ନେଇ କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା।

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଶ୍ରୀହର୍ଷ ନାୟକ ଭୁବନ ବିଇଓ

ଭୁବନ, ୧୮ା୭(ଡି.ଏନ୍‌.ଏ.)-ଭୁବନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ସୋମବାର ଶ୍ରୀହର୍ଷ ନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଚିଲିକା ବ୍ଲକ ଲକ୍ଷ୍ମୀଧର ନୋଡାଲ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏଥିପୂର୍ବରୁ ବିଇଓ ଅଜୟ କୁମାର ପାତ୍ର ଭୁବନ ଏବଂ କାମାକ୍ଷାନଗର ବ୍ଲକର ଯୁଗ୍ମ ଦାୟିତ୍ୱରେ ଥିଲେ। କାର୍ଯ୍ୟରେ ଯୋଗଦେବା ପରେ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

ମାଫିଆ ବିକ୍ରି କରୁଛନ୍ତି ସରକାରୀ ଜମି

ମାଫିଆ ବିକ୍ରି କରୁଛନ୍ତି ସରକାରୀ ଜମି

ଢେଙ୍କାନାଳ ଅଫିସ, ୧୮।୭: ଭୂମିହୀନଙ୍କୁ ଥଇଥାନ, ଘର ଡିହପଟ୍ଟା ସାଙ୍ଗକୁ ଚାଷ ପାଇଁ ଜମି ପ୍ରଦାନ କରିବାକୁ ଦାବି କରିଛନ୍ତି ଭୂମିହୀନ ପ୍ରଜା ସଂଘ। ଏ ନେଇ ମଙ୍ଗଳବାର ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଶତାଧିକ ଭୂମିହୀନ ପରିବାର ସ୍ଥାନୀୟ ବାଜିଚୌକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ନାରାବାଜି କରିଥିଲେ।

ରେଙ୍ଗାଳି କେନାଲରୁ ହାତୀଛୁଆ ଉଦ୍ଧାର

ରେଙ୍ଗାଳି କେନାଲରୁ ହାତୀଛୁଆ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮।୭: ଢେଙ୍କାନାଳ ବନଖଣ୍ଡ ଗଦାଶିଳା ଫରେଷ୍ଟ ସେକ୍ସନ ଅଧୀନ ଗଇଲୋ ନିକଟ ରେଙ୍ଗାଳି କେନାଲରେ ଖସିପଡ଼ିଥିବା ଏକ ହାତୀ ଶାବକକୁ ବନ ବିଭାଗ ଉଦ୍ଧାର କରିଛି।

ବର୍ଷା ଆଣିଲା ହରଷ

ଢେଙ୍କାନାଳ ଅଫିସ, ୧୮।୭: ଲଘୁଚାପଜନିତ ଲଗାଣବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଆଣିଛି ଖୁସି। ଅନିୟମିତ ବର୍ଷାକୁ ନେଇ ଚିନ୍ତିତ ଚାଷୀକୁଳ ପାଇଁ ଜୁଲାଇ ମାସ ଶୁଭ ସାବ୍ୟସ୍ତ ହୋଇଛି। ମଙ୍ଗଳବାର (୧୭ ତାରିଖ) ସୁଦ୍ଧା ଜିଲାରେ ୩୫୪.୪ ମିଲିମିଟର ବର୍ଷା ହୋଇଛି। ଜିଲାରେ ଏହି ସମୟ ମଧ୍ୟରେ ୨୦୦ ମିମି ବର୍ଷାର ଆବଶ୍ୟକ ରହିଥିବାବେଳେ ଏହା ତା’ଠାରୁ ଯଥେଷ୍ଟ ଅଧିକ। ବର୍ଷାର ପରିମାଣ ୪୪.୩% ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ମହିଳା କମିଶନର ଆଇନ ସଚେତନତା କାର୍ଯ୍ୟକ୍ରମ: ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ବାନ

ମହିଳା କମିଶନର ଆଇନ ସଚେତନତା କାର୍ଯ୍ୟକ୍ରମ: ଅଧିକାର ସମ୍ପର୍କରେ ସଚେତନ ହେବାକୁ ଆହ୍ବାନ

ଅନୁଗୋଳ ଅଫିସ, ୧୮ା୭: ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡ. ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ମହିଳାଙ୍କଠାରୁ ସୁନାଚେନ ଲୁଟ୍‌

ତାଳଚେର,୧୭ା୭(ନି.ପ୍ର.)- କଲିୟାରୀ ଥାନା ନିକଟରେ ମଙ୍ଗଳବାର ଅପରାହ୍ନରେ ଲୁଟ୍‌ ହୋଇଛି। ୩ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ମାରି ତାଙ୍କଠାରୁ ସୁନାଚେନ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଭରତପୁର କୋଇଲା ଖଣିରେ ତାଳଚେର ସହରର ଭରତ ଚନ୍ଦ୍ର ସାମଲ ଫୋରମ୍ୟାନ ଭାବେ କାମ କରନ୍ତି।

ବାଇକ ଧକ୍କାରେ ଯୁବକ ମୃତ

ତାଳଚେର,୧୭ା୭(ନି.ପ୍ର.)- ଟିଟିପିଏସ୍‌ ଭେଲ କଲୋନୀ ମାର୍କେଟ ନିକଟରେ ମଙ୍ଗଳବାର ଅପରାହ୍ନରେ ବାଇକ୍‌ ଧକ୍କାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହଲେ ତାଳଚେର ବ୍ଲକ କଜଗନ୍ନାଥପୁରା ଗ୍ରାମର ବାବୁଲାଲ ପାତ୍ର (୪୨)। ବାବୁଲାଲ ନିଜ ଅଟୋକୁ ଭେଲ କଲୋନୀ ମାର୍କେଟ ନିକଟରେ ରଖି ଛିଡା ହୋଇଥିଲେ।

 ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି  ଫାଟୁଆ

ପଶୁ ଡାକ୍ତର ନିଯୁକ୍ତି ହେଉ ନହାନ୍ତି: ବ୍ୟାପୁଛି ଫାଟୁଆ

ବଇଣ୍ଡା,୧୭।୭(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶୁ ଡାକ୍ତର ଓ ଅନ୍ୟାନ କର୍ମଚାରୀ ନିଯୁକ୍ତି କରାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଠାକୁରଗଡ଼, ପାଇକସାହି, ସାନହୁଲା ଆଦି ପଶୁ ଡାକ୍ତରଖାନାରେ ପଶୁ ଡାକ୍ତର ପଦବୀ ଖାଲି ପଡ଼ିଛି। ଦୀର୍ଘଦିନ ଧରି ଏହି ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଉକ୍ତ ଅଞ୍ଚଳରେ ପଶୁ ଗୁଡ଼ିକ ଚିକିତ୍ସା ପାଇପାରୁ ନାହାନ୍ତି। ଫଳରେ ଅନେକ ଗ୍ରାମରେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି।

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ

ଛେଣ୍ଡିପଦା,୧୭।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ କାଦୁଅ ପୂର୍ଣ୍ଣ ହୋଇଯାଉଛି। କଣଲୋଇ-ଭଟପାଳ ମୁଖ୍ୟ ରାସ୍ତାଠାରୁ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

Model This Week

ରୂପେଶ