ଅନଗୁଳ-ଢେଙ୍କାନାଳ

ତେଜରାତି ଦୋକାନରୁ ଲୁଟ୍‌

ତେଜରାତି ଦୋକାନରୁ ଲୁଟ୍‌

ଢେଙ୍କାନାଳ ଅଫିସ, ୯।୧୨: ଢେଙ୍କାନାଳ ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ତେଜରାତି ଓ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ବହୁ ସାମଗ୍ରୀ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛ କାନ୍ଥ ଭାଙ୍ଗି ସୁଡ଼ଙ୍ଗ କରି ଦୋକାନ ଘରେ ପଶିଥିଲେ। ସେମାନେ କେକ୍‌ ଓ ବିସ୍କୁଟ ଖାଇବା ପରେ ଏହି କାଣ୍ଡ ଘଟାଇଛନ୍ତି। ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ

ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ

ଢେଙ୍କାନାଳ ଅଫିସ,୨୨।୪: ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ରବିବାର ସକାଳେ ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ ହୋଇଛି। ଜିଲା ଜଜ୍‌ ପ୍ରଣିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବିଚାରପତି ଲୋକ ଅଦାଲତରେ ଉପସ୍ଥିତ ରହି ମାମଲା ଗୁଡିକର ଫଇସଲା କରୁଛନ୍ତି।

ଏନ୍‌ଟିପିସିର ସୌର ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟିତ

ଏନ୍‌ଟିପିସିର ସୌର ବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟିତ

ତାଳଚେର,୨୨।୪(ନି.ପ୍ର.)କଣିହାଁସ୍ଥିତ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପର ପ୍ରଶାସନିକ ଅଫିସ ଛାତ ଉପରେ ୬୦ କିଲୋୱାଟ ବିଶିଷ୍ଟ ସୌର ବିଦ୍ୟୁତ ପ୍ରକଳ୍ପ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପରୁ ବର୍ଷକୁ ପ୍ରାୟ ୧ଲକ୍ଷ କିଲୋୱାଟ ବିଦ୍ୟୁତ ଉପତ୍ାଦନ ହୋଇ ପାରିବ। ଆଗାମୀ ଦିନରେ ପ୍ରକଳ୍ପର ସମସ୍ତ ଅଫିସ ଛାତ ଉପରେ ଏଭଳି ପ୍ରକଳ୍ପ କରାଯିବାର ଯୋଜନା ରହିଛି ା ଏନ୍‌ଟିପିସି ପକ୍ଷରୁ ୧୧ଟି ସ୍ଥାନରେ ସୌର ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଅନାହାର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ଅନାହାର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ପାଲଲହଡା,୨୨।୪(ଡି.ଏନ.ଏ)ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ଓ କେହି ଯେଭଳି ଅନାହାରରେ ନ ରହିବେ ସେଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହାର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚିପାରୁ ନ ଥିବା ଦେଖିବାକୁ ମିଳୁଛି। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ଜଣେ ଯୁବକ ଦୀର୍ଘ ୭ ଦିନ ଅନାହାରରେ ଥିବା ଅଭିଯୋଗ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି।

ପ୍ରେମ ବିବାହର କରୁଣ ପରିଣତି

ପ୍ରେମ ବିବାହର କରୁଣ ପରିଣତି

ପରଜଙ୍ଗ, ୨୨। ୪(ଡି.ଏନ.ଏ.)ପ୍ରେମ କରି ବିବାହ କରିଥିଲେ। ଏହାକୁ ସ୍ବୀକାର କଲେନାହିଁ ପରିବାର ଲୋକେ। ପ୍ରଥମ ଦିନରୁ ହିଁ ନବବଧୂଙ୍କୁ ଦିଆଗଲା ନିର୍ଯାତନା। ଏପ୍ରିଲ ୭ରେ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ। ଏହାର ୧୫ଦିନ ପରେ ଅର୍ଥାତ୍‌ ଶନିବାର ସ୍ବାମୀ ରଶିରେ ଝୁଲି କରିଛନ୍ତି ଆତ୍ମହତ୍ୟା। ପ୍ରେମ ବିବାହର ଏପରି କରୁଣ ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ମାଣିକମରା ପଞ୍ଚାୟତ ଅଧୀନ ପାତୁଆପଲ୍ଲୀ ଗ୍ରାମରେ। ସ୍ତ୍ରୀଙ୍କ ବିୟୋଗରେ ମ୍ରିୟମାଣ ହୋଇ ସ୍ବାମୀ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଅଞ୍ଚଳରେ ଆଲୋଚନା ହେଉଛି। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଅର୍ଜୁନ ନାଏକଙ୍କ ପୁଅ ପୁରୁଷୋତ୍ତମ। ଶନିବାର ତାଙ୍କ ମୃତଦେହ ରଶିରେ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଛି।

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ଅନୁଗୋଳ ଅଫିସ, ୨୨।୪ ଅନୁଗୋଳ ସହରର ଶଙ୍କର ସିନେମା ରୋଡ଼ ସ୍ଥିତ ଆନ୍ଧ୍ରବ୍ୟାଙ୍କରୁ ଗତ ୬ ତାରିଖରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ଶନିବାର ଲୁଟେରାଙ୍କ ଫଟୋକୁ ସର୍ବସାଧାରଣରେ ଜାରି କରିଛି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ବିଷୟରେ ସୂଚନା ପାଆନ୍ତି ତେବେ ଅନୁଗୋଳ ପୋଲିସକୁ ମୋବାଇଲ ନଂ. ୯୪୩୭୪୦୬୧୭୭, ୯୪୩୮୯୧୬୪୩୧ ଓ ୯୪୩୮୯୧୬୪୩୦ ରେ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ।

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ନାବାଳିକାଙ୍କୁ ବଳାତ୍କାର ଘଟଣା : ପୂଜାରୀ ଗିରଫ

ଅନୁଗୋଳ ଅଫିସ୍‌, ୨୧ା୪- ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଅନୁଗୋଳ ଥାନା ଅଞ୍ଚଳରେ ଥିବା ଏକ ଜଗନ୍ନାଥ ମନ୍ଦିରର ପୂଜାରୀ ଅଶୋକ ମିଶ୍ର(୫୩)ଙ୍କୁ ପୋଲିସ ଶନିବାର ଗିରଫ କରିଛି।

ପୋଲ ତଳକୁ ଓଲଟିଲା କାର: ଜଣେ ମୃତ, ଦୁଇ ଗୁରୁତର

ପୋଲ ତଳକୁ ଓଲଟିଲା କାର: ଜଣେ ମୃତ, ଦୁଇ ଗୁରୁତର

ବଇଣ୍ଡା,୨୧।୪(ଡି.ଏନ.ଏ)- ବଇଣ୍ଡା ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ଠାକୁରଗଡ଼ ଥାନା ଧଣ୍ଡାତୋପା ପୋଲ ତଳକୁ ଶୁକ୍ରବାର ରାତିରେ ଏକ ଇଣ୍ଡିଗୋ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

୩୪୯ ଜଣ ଦେଲେ ନବୋଦୟ ପ୍ରବେଶିକା ପରୀକ୍ଷା

ବଇଣ୍ଡା,୨୧।୪(ଡି.ଏନ.ଏ)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଓ କିଶୋରନଗର ଉଚ୍ଚ ବିଦ୍ୟାଳୟରେ ଶନିବାର ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଦୋକାନରେ ପଶିଗଲା ଟ୍ରକ

ଦୋକାନରେ ପଶିଗଲା ଟ୍ରକ

ବଇଣ୍ଡା,୨୧।୪(ଡି.ଏନ.ଏ)- ହଣ୍ଡପା ଥାନା ନାକିଚି-ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ନାକିଚିଠାରେ ଜୟନ୍ତ ନାୟକଙ୍କ ଭେରାଇଟି ଦୋକାନରେ ଶୁକ୍ରବାର ରାତିରେ ଏକ କୋଇଲା ବୋଝେଇ ଟ୍ରକ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପ୍ରବେଶିକା ପରୀକ୍ଷା ଦେଲେ  ୪୫୭ ଛାତ୍ରୀଛାତ୍ର

ପ୍ରବେଶିକା ପରୀକ୍ଷା ଦେଲେ ୪୫୭ ଛାତ୍ରୀଛାତ୍ର

କଣିହାଁ, ୨୧।୪(ଡି.ଏନ.ଏ.)- କଣିହାଁ ବ୍ଲକର ୨ଟି କେନ୍ଦ୍ରରେ ନବୋଦୟ ପ୍ରବେଶିକା ପରୀକ୍ଷା ଶନିବାର ଅନୁଷ୍ଠିତ ହୋଇଯାଇଛି।

ଜିଲା ଜଜ୍‌  କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୧।୪- ଅନୁଗୋଳ ଜିଲା ଜଜ୍‌ କୋର୍ଟର ନୂତନ ଗୃହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ସରଣ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।