ଅନଗୁଳ-ଢେଙ୍କାନାଳ

ସ୍କୁଲ ଯିବାକୁ ଦିବ୍ୟାଙ୍ଗ ନାବାଳକଙ୍କ ଆଗ୍ରହ ; ପାଦ ସାଜିଛି ପ୍ଲାଷ୍ଟିକ ବୋତଲ

ସ୍କୁଲ ଯିବାକୁ ଦିବ୍ୟାଙ୍ଗ ନାବାଳକଙ୍କ ଆଗ୍ରହ ; ପାଦ ସାଜିଛି ପ୍ଲାଷ୍ଟିକ ବୋତଲ
ପରଜଙ୍ଗ, ୮।୧୨(ଡି.ଏନ୍‌.ଏ.)- ବୟସ ୮ ବର୍ଷ। ଦେଖିବାକୁ ବି ବେଶ୍‌ ଡଉଲ ଡାଉଲ। କିନ୍ତୁ ଜନ୍ମରୁ ଦିବ୍ୟାଙ୍ଗ। ଅଣ୍ଟା ତଳକୁ ଗୋଡ଼ ଥିଲେ ବି ପାଦ ଦୁଇଟି ଦେଇନାହାନ୍ତି ଭଗବାନ। ହେଲେ ଉପସ୍ଥିତ ବୁଦ୍ଧି ଓ ପାଠପଢ଼ା ପ୍ରତି ଥିବା ଆଗ୍ରହ ତାଙ୍କୁ ଅନ୍ୟ ପିଲାଙ୍କ ପରି ସକ୍ଷମ କରିପାରିଛି। ପାଦ ନ ଥାଇ ବି ସେ ଚାଲିପାରୁଛନ୍ତି ଅନ୍ୟମାନଙ୍କ ପରି। ଦୈନିକ ଘର ନିକଟ ଯୋର ଡେଇଁ ଯାଉଛନ୍ତି ୪ କିମି ଦୂର ସ୍କୁଲକୁ। ଦୁଇଟି ପ୍ଲାଷ୍ଟିକ ବୋତଲକୁ ସେ ପାଦ ପରି ଏପରି ବ୍ୟବହାର କରୁଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଶୁକ୍ରବାର ଢେଙ୍କାନାଳ ଜିଲା ପରଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଭିନ୍ନକ୍ଷମ ଚିହ୍ନଟ ଶିବିରକୁ ପଞ୍ଜୀକୃତ ହେବାକୁ ଆସିଥିବା ଆଖୁଆପାଳ ପଞ୍ଚାୟତ ଦୋମୁହଁାଣି ଭେରୁବଣିଆ ସାହିର ଏହି ଦିବ୍ୟାଙ୍ଗ ନାବାଳକ ମଧୁ ଚାତରକୁ ଦେଖି ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ଚକିତ ହୋଇଯାଇଥିଲେ। ପାଠ ପ୍ରତି ମଧୁର ଆଗ୍ରହ ସମ୍ପର୍କରେ ଜାଣିବା ପରେ ତତ୍‌କ୍ଷଣାତ ପଞ୍ଜୀକରଣ ପୂର୍ବରୁ ଅଧିକାରୀମାନେ ତାଙ୍କୁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେଇଥିଲେ। ବାପଛେଉଣ୍ଡ ମଧୁ ଏବେ ୩ୟ ଶ୍ରେଣୀରେ ପଢ଼ୁଛନ୍ତି। ପିଲାବେଳୁ ତାଙ୍କର ପାଦ ନାହିଁ। ତଥାପି ଉଦ୍ୟମ ଏବଂ ଆଗ୍ରହ ତାଙ୍କୁ ବହିବସ୍ତାନିଠାରୁ ଦୂରେଇ ପାରିନି। ଦୁଇଟି ପ୍ଲାଷ୍ଟିକ୍‌ ବୋତଲ ଏବେ ସାଜିଛି ତାଙ୍କର କୃତ୍ରିମ ପାଦ। ତାକୁ ବ୍ୟବହାର କରି ସେ ଦୋମୁହାଁଣି ସ୍କୁଲକୁ ଦୈନିକ ଯିବା ଆସିବା କରୁଛନ୍ତି। ମାନସିକ ଶକ୍ତି ଆଗରେ ଶାରୀରିକ ଅକ୍ଷମତା ଯେ ହାର୍‌ ମାନିଥାଏ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମଧୁ। ତେବେ ଏସବୁ ସତ୍ତ୍ୱେ ତାଙ୍କ ପ୍ରତି ସଦୟ ହୋଇନି ପ୍ରଶାସନ। ଆଜି ପର୍ଯ୍ୟନ୍ତ ତାଙ୍କ ନାମ ଦିବ୍ୟାଙ୍ଗ ତାଲିକାଭୁକ୍ତ ହୋଇପାରିନାହିଁ। ଦିବ୍ୟାଙ୍ଗଙ୍କ ପାଇଁ ସରକାର ଆନୁଷଙ୍ଗିକ ସହାୟକ ଉପକରଣ ଯୋଗାଇ ଦେଉଥିବା ଜାଣିବା ପରେ ସେ ଶୁକ୍ରବାର ଭିନ୍ନକ୍ଷମ ପଞ୍ଜୀକରଣ ଶିବିରକୁ ମା’ଙ୍କ ସହ ଆସିଥିଲେ। ମଧୁଙ୍କ ମା’ ଜଳେଶ୍ୱରୀ ଚାତରଙ୍କ କହିବା ଅନୁଯାୟୀ, କିଛି ଦିନ ପୂର୍ବରୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି। ପରିବାରରେ ୩ ପୁଅ, ୨ ଝିଅ। ଅଭାବ ଅନଟନରେ ଦିନ କଟୁଛି। ମଧୁଙ୍କ ଚିନ୍ତା ତାଙ୍କୁ ସବୁବେଳେ ଘାରୁଛି। ଆଜିପର୍ଯ୍ୟନ୍ତ ଦିବ୍ୟାଙ୍ଗ ପୁଅକୁ ସରକାରୀସ୍ତରରେ କୌଣସି ସହାୟତା ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମଧୁଙ୍କ ପ୍ରତି ହୋଇଥିବା ସରକାରୀ ଅବହେଳାକୁ ସ୍ବୀକାର କରିଛନ୍ତି ବିଡିଓ ବସନ୍ତ କୁମାର ମଲ୍ଲିକ। ଏଥିପାଇଁ ସେ ପ୍ରଶାସନିକ ଅଧିକାରୀଙ୍କୁ ଦୋଷ ଦେଇଛନ୍ତି। ବହୁ ବିଳମ୍ବରେ ଏପରି ସମ୍ବେଦନଶୀଳ ଘଟଣା ତାଙ୍କ ନଜରକୁ ଆସିଛି। ଏହା ବହୁ ପୂର୍ବରୁ ହେବାର ଥିଲା। ସର୍ଭର ସ୍ଲୋ ଥିବାରୁ ମଧୁଙ୍କ ପଞ୍ଜୀକରଣ ଶିବିରରେ ହୋଇପାରିନାହିଁ। ଏହାସତ୍ତ୍ୱେ ତାଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ସାର୍ଟିଫିକେଟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଦିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ସେହିପରି ମଧୁଙ୍କୁ ଅତିଶୀଘ୍ର ଦୁଇଟି କୃତ୍ରିମ ଗୋଡ଼ ପ୍ରଦାନ କରାଯିବ ବୋଲି ଭିନ୍ନକ୍ଷମ ରିସୋର୍ସ ପର୍ସନ ଆଲୋକ କୁମାର ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର,୧୮।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଉର୍ବେଙ୍ଗି ନାଳ ଭିତରୁ  ମଙ୍ଗଳବାର  ବ୍ରାହ୍ମଣିଆ ଗ୍ରାମର ଶ୍ରୀକାନ୍ତ ନାୟକ(୪୦)ଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଛେଣ୍ଡିପଦା ପଞ୍ଚାୟତ ସାଲୁଇଖମଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦନ୍ତାହାତୀ ଉତ୍ପାତ କରିଥିବା ଜଣାପଡିଛି।

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ବଇଣ୍ଡା, ୧୮।୧୨(ଡି.ଏନ.ଏ.)ସଞ୍ଜ ନଇଁବା କ୍ଷଣି ବିଦ୍ୟୁତ୍‌ କାଟ୍‌ କରିଦେଉଛି ବିଭାଗ। ଦିନେ କି ସପ୍ତାହେ ନୁହେଁ ମାସେ ହେଲାଣି ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ୫ ପଞ୍ଚାୟତବାସୀ। 

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଅନୁଗୋଳ ଅଫିସ, ୧୮।୧୨ଅନୁଗୋଳ ପଞ୍ଚମହଲାରେ ଥିବା ଶିଥିରାସାହିର ଲୋକଙ୍କ ଜାଗା ହଡ଼ପ କରାଯାଇଥିବା ନେଇ ଅଞ୍ଚଳବାସୀ ସୋମବାର ଜିଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି।

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ଓଡ଼ାପଡ଼ା, ୧୮ା୧୨(ଡି.ଏନ.ଏ.ଢେଙ୍କାନାଳ ଜିଲା ବାଲିମୀ ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ନିମବାହାଳି ନିକଟ କାର୍ଯ୍ୟରତ ଏସ୍କାଭେଟର (ମାଟିଖୋଳା ମେଶିନ) ହେଲ୍‌ପର ଦୀପକ ସାହୁ (୨୩)  ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ପାଲଲହଡା,୧୮।୧୨(ଡି.ଏନ.ଏ.)ରାସ୍ତା ମରାମତି ଦାବିରେ ପାଲଲହଡା ନୋ-ଏଣ୍ଟ୍ରି ଛକଠାରେ ଏକ ଠିକାସଂସ୍ଥା ପକ୍ଷରୁ ଚାଲିଥିବା ଓଭରବ୍ରିଜ କାମକୁ ଗ୍ରାମବାସୀ ସୋମବାର ବନ୍ଦ କରିଛନ୍ତି। 

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

କାମାକ୍ଷାନଗର, ୧୮ା୧୨(ଡି.ଏନ୍‌.ଏ)ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମରିଚକଣରେ ପ୍ରସ୍ତାବିତ ଓଟିପିସିଏଲ୍‌ ପ୍ରକଳ୍ପ କାର୍ଯ୍ୟକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ସୋମବାର ସନ୍ଧ୍ୟାରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ


ଢେଙ୍କାନାଳ ଅଫିସ, ୧୭ା୧୨-ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସାନବଉଳପୁର ଗ୍ରାମର ସବିତା ପାତ୍ର ଯୌତୁକ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମହିଳା ଅଦାଲତ ବିଚାରପତି ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତ ପ୍ରଫୁଲ୍ଲ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ୧ବର୍ଷ ୩ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ପାନ୍ଥର କ୍ରିକଫେଷ୍ଟ-୨୦୧୮:   ଏକ୍ସଟ୍ରିମ୍‌ ଟିମ୍‌ ଚାମ୍ପିୟନ

ପାନ୍ଥର କ୍ରିକଫେଷ୍ଟ-୨୦୧୮: ଏକ୍ସଟ୍ରିମ୍‌ ଟିମ୍‌ ଚାମ୍ପିୟନ

ଅନୁଗୋଳ ଅଫିସ, ୧୭।୧୨- ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅଫିସର୍ସ କ୍ଲବ ପକ୍ଷରୁ ୭ ଦିନ ଧରି ଚାଲିଥିବା ପାନ୍ଥର କ୍ରିକଫେଷ୍ଟ-୨୦୧୮ର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଟିମ୍‌ ଏକ୍ସଟ୍ରିମ ଓ ଟିମ୍‌ ସ୍ପାର୍‌ଟନ ମଧ୍ୟରେ ଖେଳାଯାଇଥିଲା। ଏକ୍ସଟ୍ରିମ ଦଳ ୮ ୱିକେଟରେ ସ୍ପାର୍‌ଟନ ଦଳକୁ ପରାସ୍ତ କରି ପାନ୍ଥର କ୍ରିକଫେଷ୍ଟ-୨୦୧୮ ଚାମ୍ପିୟନ ହୋଇଛି। 

ଭଲିବଲ ଫାଇନାଲରେ ଟାକୁଆ ବିଜୟୀ

ଭଲିବଲ ଫାଇନାଲରେ ଟାକୁଆ ବିଜୟୀ

ତାଳଚେର,୧୭ା୧୨(ନି.ପ୍ର.)- ଏନ୍‌ଟିପସି କଣିହାଁ ପକ୍ଷରୁ ଏକ ଦିବସୀୟ ଭଲିବଲ ଟୁର୍ନାମେଣ୍ଟ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଣିହାଁ ବ୍ଲକର ୨୮ଟି ଗ୍ରାମର ପ୍ରତିଯୋଗୀ ଭାଗ ନେଇଥିଲେ।

୧୯ରେ ତାଳଚେର ବନ୍ଦ

୧୯ରେ ତାଳଚେର ବନ୍ଦ

ତାଳଚେର, ୧୭ା୧୨(ନି.ପ୍ର.)- ୪ ଦଫା ଦାବି ନେଇ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୯ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ, ଖଣିଖାଦାନ, ସରକାରୀ ଅଫିସ ସବ ସମେତ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ପରିଷଦ ସଦସ୍ୟମାନେ ସୂଚନା ଦେଇଛନ୍ତି।