ଉପକୂଳ ଓଡିଶା

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୦୭୮ ମାମଲା ଫଇସଲା

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୦୭୮ ମାମଲା ଫଇସଲା

କେନ୍ଦ୍ରାପଡା ଅଫିସ,୯। ୧୨-
ଚଳିତବର୍ଷର ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଏହିସବୁ ଲୋକ ଅଦାଲତରେ ମୋଟ ୨୪୬୭ ମାମଲା ମଧ୍ୟରୁ ୧୦୭୮ ମାମଲାର ବିଚାର ହୋଇ ଫଇସଲା ହୋଇଥିଲା । ସୂଚନା ଅନୁଯାୟୀ ଏହି ମାମଲା ବାବଦରେ ମୋଟ ୧୦,୧୫,୨୬,୭୨୭ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ହୋଇଛି । ଏଥିରେ ବ୍ୟାଙ୍କ, ରାଜସ୍ବ ଓ କେତେକ ଅପରାଧିକ ମାମଲା ରହିଥିଲା। ଏହି ବିଚାର ପ୍ରକ୍ରିୟାରେ ଜିଲା ଦୌରାଜଜ୍‌୍‌ ଗୌରୀଶଙ୍କର ଶତପଥୀ, ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରଜ୍ଞା ପାଣିଗ୍ରାହୀ, ସିଜେଏମ ସବିତା ଦାସ, ରେଜିଷ୍ଟାର ହୃଷିକେଶ ଆଚାର୍ଯ୍ୟ, ଜିଲା ଆଇନ ସେବା ପ୍ରାଧିକରଣ ସଚିବ ରାଜକୁମାର ଦାସ, ଜଜ୍‌ ପଦ୍ମଲୋଚନ ବଡଜେନା, ଏସଡିଜେଏମ ନିହାର ରଞ୍ଜନ ସାହୁ, ଜଜ୍‌ ପ୍ରିୟରଞ୍ଜନ ମିଶ୍ର, ଜେଏମଏଫସି ଚିନ୍ମୟୀ ଜେନା, ଜେଏମଏଫସି କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଏଥିସହିତ ଜିଲାର ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

୨ମୁଣ୍ଡିଆ ବିରଳ ବାଛୁରୀ ଜନ୍ମ

୨ମୁଣ୍ଡିଆ ବିରଳ ବାଛୁରୀ ଜନ୍ମ

ପାଟକୁରା, ୨୪ା୪(ଡି.ଏନ୍‌.ଏ.)- ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ କିଣିଲୋ ଗ୍ରାମର ରାଜକିଶୋର ପରିଡାଙ୍କ ଜର୍ସି ଗାଈ ସୋମବାର ଏକ ୨ ମୁଣ୍ଡିଆ ବାଛୁରୀ ଜନ୍ମ ଦେଇଛି। ବାଛୁରୀଟିର ୪ ଆଖି ଥିବାବେଳେ ୨ ପାଟି ଅଛି। ବାଛୁରୀ ଉଭୟ ପାଟିରେ ଖାଇପାରିବା ସହ ସବୁ ଆଖିରେ ଦେଖିପାରୁଛି। ରାଜକିଶୋର ବାଛୁରୀଟିକୁ ବୋତଲ ସାହାଯ୍ୟରେ କ୍ଷୀର ପିଆଉଛନ୍ତି। ଏହି ବିରଳ ବାଛୁରୀକୁ ଦେଖିବା ପାଇଁ ତାଙ୍କ ଘରେ ଏବେ ଲୋକଙ୍କ ଭିଡ ଜମିଛି।

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି ଦକ୍ଷତା ବିକାଶ ପ୍ରତିଯୋଗୀ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ଅଫିସ, ୨୪ା୪ଜିଲାସ୍ତରୀୟ ଦକ୍ଷତା ବିକାଶ ପ୍ରତିଯୋଗିତାରେ କାଠ ଶିଳ୍ପର ଛାତ୍ର ଚିନ୍ମୟ କୁମାର ସାମଲ, ପାଣି ପାଇପ ମରାମତି ବିଭାଗର ଛାତ୍ର ସେକ୍‌ ସର୍ଫରାଜ, ଚନ୍ଦନ ଖିଲାର, ଅଖିଳ କୁମାର ସେନାପତି ଓ ରାଜେଶ କୁମାର ବାରିକ ସଫଳ ହୋଇଛନ୍ତି। କୃତୀ ପ୍ରତିଯୋଗୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି।

ଡାକ୍ତରଙ୍କ ଅବହେଳାରୁ ନବଜାତକ ମୃତ

କେନ୍ଦ୍ରାପଡା ଅଫିସ, ୨୪ା୪ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ନେଇ ବାରମ୍ବାର ଅଭିଯୋଗ ହେଉଛି। ମାତ୍ର ଏଥିରେ କୌଣସି ସୁଧାର ଆସିପାରୁନାହିଁ ା ଦୀର୍ଘଦିନ ଧରି ଏହି ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ହୋଇ ପଡି ରହିଥିବା ବେଳେ ଡାକ୍ତର ଅଭାବ ଯୋଗୁ ପ୍ରସୂତି ବିଭାଗ ଓଟିର କାର୍ଯ୍ୟକାରିତା କମିଯାଇଛି।

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି

ସଚେତନତା ଅଭାବରୁ ଦୁର୍ଘଟଣା ବଢ଼ୁଛି

କେନ୍ଦ୍ରାପଡା ଅଫିସ, ୨୪ା୪କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨୯ତମ ସଡ଼କ ନିରାପତ୍ତା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଏକ ସଚେତନତା ରଥ ଜିଲା ପରିକ୍ରମା ପାଇଁ ବାହାରିଛି। ଏହି ରଥକୁ ପରିବହନ କାର୍ଯ୍ୟାଳୟଠାରେ ଜିଲାପାଳ ରେଘୁ ଜୀ. ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରହସନ ପାଲଟିଛି ଜିଲାପାଳଙ୍କ ଜନଶୁଣାଣି ଶିବିର

ପ୍ରହସନ ପାଲଟିଛି ଜିଲାପାଳଙ୍କ ଜନଶୁଣାଣି ଶିବିର

ରାଜନଗର,୨୪ା୪(ଡି.ଏନ୍‌.ଏ.)- ରାଜନଗର ବ୍ଲକ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସୋମବାର କେନ୍ଦ୍ରାପଡା ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲାପାଳ ରେଘୁଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣି ଶିବିରରେ ୧୭୫ ବ୍ୟକ୍ତିଗତ ୧୨ ସାମୂହିକ ଅଭିଯୋଗକୁ ମିଶାଇ ମୋଟ ୧୮୭ ଅଭିଯୋଗର ଶୁଣାଣି ହୋଇଛି। ଜିଲାପାଳଙ୍କ ଜନଶୁଣାଣି ଶିବିର ଏବେ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଅଭିଯୋଗକାରୀମାନେ ବହୁବାର ଜିଲାପାଳଙ୍କ ଶିବିରରେ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ଅବା ଲୋକଙ୍କ ସମସ୍ୟା ଦୂର ହେଉନାହିଁ ବୋଲି ଅଭିଯୋଗ ହୋଇଥିଲା। ଜିଲାପାଳ ଶିବିରକୁ ଆସିବା ପୂର୍ବର ପ୍ରାୟ ୪୦ ଅଭିଯୋଗର ଶୁଣାଣି ହୋଇଥିଲା।

ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ଅଭିଯୋଗ

ନୂଆଗାଁ,୨୪।୪(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ନୂଆଗାଁ - ବାହାଡାଝୋଲା ରାସ୍ତାର ନୂଆଗାଁ ଠାରୁ ଡିମିରିପଲି ପର୍ଯ୍ୟନ୍ତ ୧୬ କିଲୋମିଟର ରାସ୍ତାର ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ମରଣଯନ୍ତା ପାଲଟିଥିବା ଏହି ରାସ୍ତାର ମରାମତି ପାଇଁ ସରକାରଙ୍କ ତରଫରୁ ୩୫ ଲକ୍ଷ ଟଙ୍କା ଅନୁଦାନ ରାଶି ଯୋଗାଇ ଦିଆଯାଇଥିଲା ବେଳେ ତାହା ହଡପ ପାଇଁ ଉଦ୍ୟମ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ସଡ଼କ ସୁରକ୍ଷା ସଚେତନତା ରଥ ଉଦ୍‌ଘାଟିତ

ନୟାଗଡ଼ ଅଫିସ,୨୪ା୪- ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସୋମବାର ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ଆଶିଷ କୁମାର ସିଂ ଯୋଗଦେଇ ସଡକ ସୁରକ୍ଷା ସଚେତନତା ରଥକୁ ଉଦ୍‌ଘାଟନ କରିଥିଲେ। ଏହି ରଥ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଜିଲାର ବିଭିନ୍ନ ବ୍ଲକରେ ବୁଲି ଲୋକମାନଙ୍କୁ ସଚେତନ କରାଇବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ ପ୍ରଭାକର ପାଣିଗ୍ରାହୀ, ଜିଲା ଘରୋଇ ବସ୍‌ ଆସୋସିଏଶନ୍‌ ସଭାପତି ମନୋଜ କୁମାର ନାୟକ, ସମ୍ପାଦକ ଶେଖ୍‌ ୟୁସୁଫ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌, ଏନ୍‌ସିସି, ୱାଇଆରସି, ନାଭାଲ ଛାତ୍ରୀଛାତ୍ର ରାସ୍ତାରେ ଯାଉଥିବା ବାଇକ୍‌ ଆରୋହୀ ଓ କାର୍‌ ଚାଳକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଯାଇଥିଲା। ଛାତ୍ରୀଛାତ୍ର ବାଇକ୍‌ ଆରୋହୀଙ୍କୁ ହେଲ୍‌ମେଟ ପିନ୍ଧିବାକୁ କହୁଥିଲା ବେଳେ କାରରେ ଯାଉଥିବା ଯାତ୍ରୀମାନଙ୍କୁ ସିଟ୍‌ ବେଲ୍ଟ ପିନ୍ଧିବା ପାଇଁ ପ୍ରବର୍ତ୍ତାଉଥିଲେ। ଜିଲାପାଳ ଓ ଏସ୍‌ପି ମଧ୍ୟ ବାଇକ୍‌ ଆରୋହୀଙ୍କୁ ଲିଫ୍‌ଲେଟ ବଣ୍ଟନ କରି ସଚେତନ କରାଇଥିଲେ।

ପାନୀୟ ଜଳ ପାଇଁ ବିଡିଓଙ୍କୁ ଅଭିଯୋଗ

ଦଶପଲ୍ଲା,୨୪ା୪ (ଡି.ଏନ.ଏ.)- ଅସହ୍ୟ ଗ୍ରୀଷ୍ମରେ ଦଶପଲ୍ଲା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିସ୍ଥଳେ ପାନୀୟଜଳ ସମସ୍ୟା ଲୋକଙ୍କୁ ଅତିଷ୍ଠ କରିଦେଇଛି। ଏହାକୁ ନେଇ ସୋମବାର ବିଭିନ୍ନ ପଞ୍ଚାୟତର ଶତାଧିକ ଜନସାଧାରଣ ବିଡିଓଙ୍କୁ ଭେଟିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ବିଭିନ୍ନ ପଞ୍ଚାୟତରେ ନଳକୂପଗୁଡିକ କାମ କରୁ ନ ଥିବାବେଳେ ଅଧିକାଂଶ ପାନୀୟଜଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡିଛି। ପାନୀୟଜଳ ପାଇଁ ବିଭିନ୍ନ ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଫାଣ୍ଡିରେ ପୋଡ଼ିହୋଇ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ

ଦଶପଲ୍ଲା,୨୪ା୪ (ଡି.ଏନ.ଏ.)- ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଫାଣ୍ଡି ଭିତରେ କିରୋସିନ ଢାଳି ପୋଡିହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୋନପୁର ଜିଲା ତରଭା ଅଞ୍ଚଳର ମାନବିକ ଅଧିକାର କର୍ମୀ ଶ୍ରୀକୁମାର ମହନ୍ତ। ଦଶପଲ୍ଲା ଥାନା ଶିମିଳିସାହି ଗ୍ରାମର କାଳିଆ କାଠୁଆ କନ୍ଧ ଭୋଗବାଡି ଗ୍ରାମର ହାର ଖିଲାର ଓ ତାଙ୍କ ୫ବର୍ଷର ଝିଅ ଯମୁନା ଖିଲାର ହତ୍ୟା ଘଟଣା ଏବଂ ଶିମିଳିସାହି ପଞ୍ଚାୟତରୁ ଭତ୍ତାଟଙ୍କା ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବାବେଳେ ଗତ ୧୩ ତାରିଖରେ ପୋଲିସ ତାଙ୍କୁ ଧରି ନିଜ ହେପାଜତ୍‌କୁ ଆଣିଥିଲା । ପରେ ନୟାଗଡର ଏକ ଆମ୍ବ ତୋଟାକୁ ନେଇ କାଳିଆଙ୍କୁ ନିସ୍ତୁକ ମାଡ ମାରିଥିଲା। ପୁନଶ୍ଚ ଗତ ୧୫ ତାରିଖରେ ମଧ୍ୟଖଣ୍ଡ ଫାଣ୍ଡିକୁ ଆଣି ଅଟକ ରଖି ମାଡ ମାରିଥିଲା।

ଡମ୍ଫର ମାଲିକ ସଂଘ ନିର୍ବାଚନକୁ ନେଇ ଉତ୍ତେଜନା

ପାରାଦୀପ,୨୪ା୪(ସ୍ବ.ପ୍ର.): ପାରାଦୀପ ଆନ୍ତଃ ପରିବହନ (ଆଇପିଟି)ରେ ନିୟୋଜିତ ଡମ୍ଫର ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟା ସୁଧା ଏଥିପାଇଁ ପ୍ରାର୍ଥିପତ୍ର ଯାଞ୍ଚ, ପ୍ରତ୍ୟାହାର, ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ଓ ନିର୍ବାଚନୀ ଚିହ୍ନ ପ୍ରଦାନ କାର୍ଯ୍ୟ ଶେଷ ହୋଇଛି। ଏଥିରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚରେ କଟିଯାଇଥିବା ବେଳେ ୨ଜଣ ପ୍ରତ୍ୟାହାର କରିଛନ୍ତି। ଶେଷ ଖବରସୁଦ୍ଧା ୫ ପଦବୀ ପାଇଁ ୧୩ଜଣ ନିର୍ବାଚନ ଦୌଡ଼ରେ ଅଛନ୍ତି ବୋଲି ନିର୍ବାଚନ ଅଧିକାରୀ ଆଇନଜୀବୀ ସଞ୍ଜୟ କୁମାର ବେହେରା ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ସଭାପତି ପଦ ପାଇଁ ୩, ସମ୍ପାଦକ ପାଇଁ ୪, ଉପସଭାପତି, ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ୨ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଯୋଗିତାରେ ଅଛନ୍ତି।

ଏଟିଏମରୁ ବାହାରିଲା ୧୦ ଚିରା ନୋଟ୍‌

ଏଟିଏମରୁ ବାହାରିଲା ୧୦ ଚିରା ନୋଟ୍‌

ବାଲିକୁଦା,୨୪ା୪(ସ୍ବ.ପ୍ର.): ସାରା ଦେଶରେ ଏଟିଏମରେ ଟଙ୍କାର ଅଭାବକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଏଭଳି ସ୍ଥିତିରେ ବାଲିକୁଦା ମୁଖ୍ୟ ବଜାରଠାରେ ଥିବା ଏକ ଏଟିଏମ୍‌ରୁ ଚିରା ନୋଟ୍‌ ବାହାରିବା ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ଲଗାତାର ଭାବେ ୧୦ଟି ଚିରା ନୋଟ୍‌ ବାହାରିବା ଏଠାରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦିନକର କାହାଣୀ : ଖବରକାଗଜ ବିକ୍ରେତା କର୍ଣ୍ଣ ନାଥ

ଦିନକର କାହାଣୀ : ଖବରକାଗଜ ବିକ୍ରେତା କର୍ଣ୍ଣ ନାଥ

ଜଗତ୍‌ସିଂହପୁର ଅଫିସ,୨୪।୪: ସକାଳୁ ରାତି ପର୍ଯ୍ୟନ୍ତ ଖବରକାଗଜ ତାଙ୍କର ସାଥୀ। ଏହା ତାଙ୍କୁ ଅନେକ କଷ୍ଟ ଦେଇଛି ଓ କଷ୍ଟ ହରଣ ମଧ୍ୟ କରିଛି। ମାସେ କି ବର୍ଷେ ନୁହେଁ, ଦୀର୍ଘ ୩୫ ବର୍ଷ ଧରି ଅନେକ ଝଡ଼ଝଞ୍ଜା ମଧ୍ୟରେ ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚାଇଆସୁଛନ୍ତି ସେ। ଏହା ଯେ ତାଙ୍କୁ କେବଳ ରୋଜଗାର ଦେଇଛି ତାହା ନୁହେଁ, ସମାଜରେ ପରିଚୟ ମଧ୍ୟ ଦେଇଛି। ଏହା ହେଉଛି ଜଗତ୍‌ସିଂହପୁର ସହରର ଖବରକାଗଜ ବିକ୍ରେତା କର୍ଣ୍ଣ ନାଥ(୫୫)ଙ୍କ କାହାଣୀ।