ଉପକୂଳ ଓଡିଶା

ଧାନକଟା, ଅମଳ ପାଇଁ ମିଳୁନାହାନ୍ତି ଦିନମଜୁରିଆ

ଧାନକଟା, ଅମଳ ପାଇଁ ମିଳୁନାହାନ୍ତି ଦିନମଜୁରିଆ

ବିରଜାକ୍ଷେତ୍ର,୯।୧୨(ଡି.ଏନ୍‌.ଏ)

ରାଜ୍ୟ ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ଉନ୍ନତିକରଣ କରାଯାଉଛି ବୋଲି କହୁଛନ୍ତି। ଯୁବବର୍ଗଙ୍କୁ ଚାଷପ୍ରତି ଅଧିକ ଆକୃଷ୍ଟ କରିବାପାଇଁ ସେମାନଙ୍କୁ ତାଲିମ ଓ ଋଣ ପ୍ରଦାନ କରି ଧାନଚାଷ କରିବାପାଇଁ ପ୍ରବର୍ତ୍ତାଉ ଥିବା କୁହାଯାଉଛି। ଏତଦ୍‌ ବ୍ୟତୀତ ରାଜ୍ୟର ଯୁବକଙ୍କୁ ଦକ୍ଷତା ଅନୁଯାୟୀ ସେମାନଙ୍କୁ ତାଲିମ ପ୍ରଦାନ କରି କର୍ମସଂସ୍ଥାନ ଯୋଗାଇ ଦିଆଯାଉଛି ଏବଂ ଓଡ଼ିଶାର ବିଭିନ୍ନ ରାଷ୍ଟ୍ରାୟତ୍ତ ଶିଳ୍ପ କାରଖାନାଠାରୁ ଆରମ୍ଭ କରି ଘରୋଇ ଶିଳ୍ପ କାରଖାନାରେ କର୍ମସଂସ୍ଥାର ସୁଯୋଗ ଦିଆଯାଉଛି ବୋଲି ସରକାର କହି ବୁଲୁଛନ୍ତି। ଗ୍ରାମାଞ୍ଚଳରେ ଗରିବ ଯୁବବର୍ଗ ଓ ସେମାନଙ୍କ ପରିବାରକୁ ବିଭିନ୍ନ ଯୋଜନାରେ ବର୍ଷସାରା କାର୍ଯ୍ୟ ଯୋଗାଇ ଦେଉଛି ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ଅଦିନିଆ ବର୍ଷା ଓ ଲଘୁଚାପଜନିତ ବର୍ଷାରେ ବିଲରେ ପାଚିଲା ଧାନ ପଡ଼ିରହିଥିବା କାରଣରୁ ଜଣାପଡ଼ୁଛି। ଯାଜପୁର ଜିଲାରେ ସରକାର କେତେଦୂର ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଉଛନ୍ତି ତାହା ବିଲରେ ପାଚିଲା ଧାନ ପଡ଼ିରହିଥିବା ଘଟଣାରୁ ଜଣାପଡ଼ିଛି। ଗତ ୨ମାସ ମଧ୍ୟରେ ଲଗାଣଜନିତ ଲଘୁଚାପ ବର୍ଷା ୩ଥର ହୋଇଥିବାବେଳେ ଗ୍ରାମାଞ୍ଚଳଗୁଡ଼ିକରେ ଦିନ ମଜୁରିଆ ମିଳୁ ନ ଥିବାରୁ ଚାଷୀ ଧାନକଟା ଓ ଅମଳ କରିବାରେ ବିଳମ୍ବ ଘଟୁଥିବା ଦେଖିବାକୁ ମିଳିଛି । ଲଘୁଚାପଜନିତ ଲଗାଣ ବର୍ଷା ଚାଷୀକୁ ଯେତିକି ହତାଶ କରୁଛି, ତାହାଠାରୁ ଅଧିକ ହତାଶ ସ୍ଥାନୀୟ ଅଞ୍ଚଳରେ ମୂଲିଆ ନ ମିଳିବା। ମୂଲିଆ ମିଳୁ ନ ଥିବାରୁ ଜମିରୁ ଧାନକଟା ବିଳମ୍ବ ହେଉଛି। ଏପରି କି ଏହାକୁ ବୋହି ଖଳାକୁ ଆଣିବା ବିଳମ୍ବ ଘଟୁଛି ବୋଲି କେତେକ ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ପରିବାର ଓ ହାତଗଣତି କେତେକ ମୂଲିଆକୁ ଧରି କାର୍ଯ୍ୟ ଶେଷ କରିବାକୁ ପଡ଼ୁଛି ବୋଲି କେତେକ ଚାଷୀ ଉଦ୍‌ବେଗର ସହ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଲଘୁଚାପ ଲଗାଣ ବର୍ଷା ଦୀର୍ଘଦିନ ଲାଗିରହିବା ଫଳରେ ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଖାଲି ସେତିକି ନୁହେଁ ଦ୍ୱିତୀୟ ଲଘୁଚାପ ଲଗାଣ ବର୍ଷା ପରିବା ଚାଷକୁ ପ୍ରଭାବିତ କରିବା ସହ ରବି ଫସଲକୁ ମଧ୍ୟ ପ୍ରଭାବିତ କରିଥିଲା ।
ଏହି ଲଘୁଚାପଜନିତ ଲଗାଣ ବର୍ଷା ସେତେବେଳେ ବିରି, ଚିନାବାଦାମ ଓ ପୋଟଳ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା ।
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଚାଷୀର କ୍ଷୟକ୍ଷତି ଆକଳନ କରି ତୁରନ୍ତ ଚାଷୀକୁ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲ କର୍ମଚାରୀ ଚାଷଜମିର କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବାବେଳେ ତୃତୀୟ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀର ନିଦ ହଜାଇ ଦେଇଛି। ଜମିରେ ଧାନକ୍ଷେତ୍ର ପାଚିଯାଇଥିବାବେଳେ ମୂଲିଆ ଅଭାବ ଯୋଗୁ ଧାନକଟା ଓ ଧାନ ଅମଳରେ ବିଳମ୍ବ ଘଟୁଛି । ମୂଲିଆ ଅଭାବ ଯୋଗୁ କେତେକ ଚାଷୀ ମେସିନ୍‌ ସାହାଯ୍ୟରେ ଧାନ କାଟିବା ଓ ଅମଳ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ କେତେକ ଚାଷୀ ଗୃହପାଳିତ ପଶୁଙ୍କ ଖାଇବା ଆଶାରେ ଛଣକୁ ନଷ୍ଟ ନ କରିବା ପାଇଁ ମେଶିନ ପରିବର୍ତ୍ତେ ନିଜେ କାଟୁଛନ୍ତି ବୋଲି କେତେକ ଚାଷୀ କହୁଛନ୍ତି। ଜିଲାରେ ମୂଲିଆ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଶ୍ରମକାର୍ଯ୍ୟ ମିଳୁ ନ ଥିବାରୁ ଦିନ ମଜୁରିଆମାନେ ବାଧ୍ୟହୋଇ ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଚାଲିଯାଉଛନ୍ତି । ମାଡ୍ରାସ, କଲିକତା, ଗୁଜରାଟ, ହାଇଦ୍ରାବାଦ, ବମ୍ବେ ପ୍ରଭୃତି ଅଞ୍ଚଳକୁ କାମ ଆଶାରେ ଦିନ ମଜୁରିଆମାନେ ଚାଲିଯାଉଥିବା ଯୋଗୁ ନିଜ ଜିଲାରେ ଚାଷକାର୍ଯ୍ୟ ବିଳମ୍ବ ଘଟୁଥିବା ଦେଖିବାକୁ ମିଳିଛି। ଜିଲାରେ ପ୍ରତିଦିନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଉକ୍ତ କାର୍ଯ୍ୟଗୁଡ଼ିକ ଶ୍ରମିକ(ଦିନ ମଜୁରିଆ) ପରିବର୍ତ୍ତେ ମେଶିନ ଦ୍ୱାରା କରାଯାଉଛି। ଏପରିକି ବାଲି ଓ ମାଟି ଉଠାଣ ମଧ୍ୟ ମେଶିନ ଦ୍ୱାରା କରାଯାଉଛି। ସମସ୍ତ ବିଷୟରେ ପ୍ରଶାସନ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛି ।
ଏବୁ ଉନ୍ନୟନମୂଳକ କାର୍ଯ୍ୟରେ ଦିନ ମଜୁରିଆ ପରିବର୍ତ୍ତେ ମେଶିନ୍‌ର ପାଦୁର୍ଭାବ ବଢ଼ିଚାଲିଛି। ତେଣୁ ଦିନ ମଜୁରିଆ ବାଧ୍ୟହୋଇ ପରିବାରର ଭରଣପୋଷଣ ନିମନ୍ତେ କାମ କରିବାକୁ ବାହାର ରାଜ୍ୟକୁ ଚାଲିଯାଉଥିବା ଜଣାପଡ଼ିଛି। ଯାହାର ସିଧାସଳଖ ପ୍ରଭାବ ଚାଷୀ କାର୍ଯ୍ୟ ଉପରେ ବିଶେଷ ପଡ଼ିଥିବା ଦେଖିବାକୁ ମିଳିଛି।

All Right Reserved By

ଉପକୂଳ ଓଡିଶା

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ରୋଡ଼,୧୭।୭(ନି.ପ୍ର.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି, ମଳିକସାହିର ୪୦ ପରିବାର ୧୯୯୨ ମସିହାରେ ନିଳାଚଳ ଇସ୍ପାତ ନିଗମରୁ ବିସ୍ଥାପିତ ହୋଇଥିଲେ। ୨୦୧୧ରେ ସେମାନଙ୍କୁ ବିସ୍ଥାପିତ ପରିଚୟ ପତ୍ର ମିଳିଥିଲା।

ମଦ ନିଶା: ଡ୍ରେନରୁ ଯୁବକ ଉଦ୍ଧାର

ଓଡ଼ଗାଁ, ୧୭।୭(ସ୍ବ.ପ୍ର.): ସ୍ଥାନୀୟ ରେଞ୍ଜ ଅଫିସ ସାମନା ଡ୍ରେନରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ସେ ମାତାଲ ଅସ୍ଥାରେ ସକାଳୁ ଡ୍ରେନ୍‌ ଭିତରେ ପଡିଥିବା ଲୋକମାନେ ଦେଖି ଦମକଳ କେନ୍ଦ୍ରକୁ ଜଣାଇଥିଲେ।

ରାଜପଥ ପାଲଟିଛି ମରଣଯନ୍ତା

ମାର୍ଶାଘାଇ,୧୭।୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ଲୁଣା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ରାଜପଥ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଓ ମରାମତି ଜନିତ ତ୍ରୁଟି ଯୋଗୁ ଏପରି ହୋଇଛି।

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ସାଲେପୁର,୧୭।୭(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡ଼ା ଭାତପଡ଼ା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସାର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପ୍ରଶାନ୍ତ କୁମାର ରାଉତଙ୍କ ମୃତ୍ୟୁ ହୋଇଛି।

ଗାଁ କଲ୍ୟାଣ ସମିତି ଅର୍ଥରେ ହେଉନି ଗାଁର ଉନ୍ନତି

ଖଣ୍ଡପଡ଼ା,୧୭।୭(ସ୍ବ.ପ୍ର.)- ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟାସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶାକର୍ମୀ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ଟି ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଟାଙ୍ଗୀ (ଖୋର୍ଦ୍ଧା), ୧୭।୭ (ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ନଇରୀର ଅନତି ଦୂରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୋପନସ୍ଥଳୀ କାଙ୍କଣଶିଖରୀରେ ଚଳିତବର୍ଷ ଅଭିନବ ଉପାୟରେ ରଥଯାତ୍ରା ପାଳିତ ହୋଇଯାଇଛି। ନନ୍ଦିଘୋଷ ନୌକାରେ ପ୍ରଭୁଙ୍କୁ ବିଜେ କରାଇ କାଙ୍କଣଶିଖରୀର ଚତୁଃପାର୍ଶ୍ୱରେ ନୌବିହାର କରାଯାଇଥିଲା।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ

ନୂଆଗାଁ,୧୭।୭(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ସ୍ବାକ୍ଷର ଅଭିଯାନ ଭାଷା ଆନ୍ଦୋଳନର ଆବାହକ ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଶ୍ରୀଜଗନ୍ନାଥଙ୍କ କଚ୍ଛପ ଅବତାର

ଦଶପଲ୍ଲା,୧୭।୭ (ଡି.ଏନ.ଏ.)-ଦଶପଲ୍ଲାସ୍ଥିତ ଗୁଣ୍ଡିଚା ମନ୍ଦିରରେ ସୋମବାର ଚତୁର୍ଥୀ ତିଥିରେ ପ୍ରଭୁ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ ସମ୍ପୂର୍ଣ୍ଣ ହୋଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଏହି କଚ୍ଛପ ଅବତାର ବେଶକୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ବର୍ଷାପାଣି ନିଷ୍କାସନକୁ ନେଇ ଏଲପଡ଼ା ଗ୍ରାମରେ ବିବାଦ: ଗାଁ ମଝିରେ ୪ ଫୁଟ୍‌ ଉଚ୍ଚ ୪ ବନ୍ଧ

ଭାପୁର,୧୭।୭(ଡି.ଏନ.ଏ.)-ନୟାଗଡ଼ ଜିଲା ଫତେଗଡ଼ ଥାନା ଏଲପଡ଼ା ଗ୍ରାମରେ ଜଳନିଷ୍କାସନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେତେକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଗାଁ ମଝିରେ ୪ଟି ୪ ଫୁଟିଆ ମାଟିବନ୍ଧ ପକାଯାଇଛି। ଏଥିଯୋଗୁ ଗାଁ ମଝିରେ ଅଣ୍ଟାଏ ପାଣି ଜମିରହିଛି।

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

୩ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚିଲେ ବିଧାୟକ: ୧୦ଦିନରେ ପକ୍କାଘର ନିର୍ମାଣ ସାରିବାକୁ ନିର୍ଦ୍ଦେଶ

ଡୁବୁରୀ,୧୭।୭(ଡିଏନଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଠାକୁରାସାହି (ଅଙ୍କୁରାପାଳ) ଗାଁରେ ୩ଜଣ ଅନାଥ ଶିଶୁ ଏକ ଭଙ୍ଗା ଅସୁରକ୍ଷିତ ଘରେ ଜୀବନଯାପନ କରୁଛନ୍ତି। ଉକ୍ତ ୩ଶିଶୁଙ୍କ ବାପା ସାମୁ ଜାମୁଦା ଓ ମା’ ସିପେଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ଷାଧିକ ସମୟ ଧରି ସେମାନେ ଗଣ୍ଡେ ଖାଇ ଦଣ୍ଡେ ଜୀଇଁ ଆସୁଛନ୍ତି।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଯାଜପୁର ରୋଡ,୧୭।୭(ନି.ପ୍ର.)- ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ମୃତ ଯୁବକ ପାଣିକୋଇଲି ଥାନା ଅନ୍ତର୍ଗତ ତଣ୍ଡରା ପଞ୍ଚାୟତ ତଣ୍ଡରା ଗ୍ରାମର ନରେନ୍ଦ୍ର ମଲ୍ଲିକ (୩୦) ବୋଲି ଜଣାଯାଇଛି। ସେ ବିଦ୍ୟୁତ ତାରରେ ହୁକ ପକାଉଥିବା ସମୟରେ କରେଣ୍ଟ ମାରିବା ଯୋଗୁ ସେ ଅଚେତ ହୋଇଯାଇଥିଲେ।

ଚୋରାମଦ ବ୍ୟବସାୟୀଙ୍କୁ ଛେଚିଲେ ଗ୍ରାମବାସୀ

ଚୋରାମଦ ବ୍ୟବସାୟୀଙ୍କୁ ଛେଚିଲେ ଗ୍ରାମବାସୀ

ବିଞ୍ଝାରପୁର,୧୭।୭(ଡି.ଏନ.ଏ)- ବିଞ୍ଝାରପୁର ଅଞ୍ଚଳରେ ଚୋରାମଦ କାରବାର ବ୍ୟାପକ ହୋଇଛି। ଏ ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଫଳରେ ସାଧାରଣ ଲୋକେ ଏବେ ଆଇନ ନିଜ ହାତକୁ ନେଉଥିବା ଦେଖିବାକୁ ମିଳିଛି।

Model This Week

ରୂପେଶ