ଉପକୂଳ ଓଡିଶା

ଡିଏମ୍‌ଏଫ୍‌ରୁ ହେବ ସମନ୍ବିତ ଜଳଯୋଗାଣ ଯୋଜନା

ଡିଏମ୍‌ଏଫ୍‌ରୁ ହେବ ସମନ୍ବିତ ଜଳଯୋଗାଣ ଯୋଜନା
ଯାଜପୁର ଅଫିସ,୯। ୧୨ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠି ଦ୍ୱାରା ମୁଖ୍ୟଖଣି ଗ୍ରାମଠାରୁ ୧୦ କି.ମି. ପରିଧି ମଧ୍ୟରେ ଥିବା ସମସ୍ତ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ହେବ। ଏହାସହ ସମ୍ପୃକ୍ତ ଗ୍ରାମର ସମସ୍ତ ପରିବାରବର୍ଗଙ୍କୁ ଜଳଯୋଗାଣ ପାଇପ ସଂଯୋଗ କରାଯିବ। ନଦୀ, ନାଳ, ଝରଣା ତଥା ଅନ୍ୟାନ୍ୟ ଜଳଉସତ୍ରୁ ଏହି ବ୍ୟବସ୍ଥା କରିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯାଜପୁର ଜିଲା ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଆସନ୍ତା ୩୦ତାରିଖ ସୁଦ୍ଧା ସମନ୍ବିତ ଜଳଯୋଗାଣ ଯୋଜନା ପ୍ରସ୍ତୁତ କରି ଜିଲାପାଳଙ୍କ ଅନୁମୋଦନ ପରେ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ତେବେ ଦୀର୍ଘ ୩ବର୍ଷ ହେଲା ଜିଲାର ବିଭିନ୍ନ ନଦୀଜଳ ଉସତ୍ରୁ ଜଳଯୋଗାଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ହେଲେ ଯୋଜନାଗୁଡିକ କେବଳ ପରିକଳ୍ପନାରେ ସୀମିତ ରହିଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆପେକ୍ସ ବଡି ମାଧ୍ୟମରେ ଗଠିତ ଡିଏମ୍‌ଏଫ ଟ୍ରଷ୍ଟ ବୋର୍ଡ ଖଣି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ସହ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ପ୍ରଚୂର ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ତେବେ ଉପଯୁକ୍ତ ଭିତ୍ତିଭୂମି, ପ୍ରକଳ୍ପ ଚୟନ ଓ ନିର୍ଦ୍ଦିଷ୍ଟ ସମୟ ସୀମାରେ ପ୍ରକଳ୍ପଗୁଡିକ ପୂର୍ଣ୍ଣାଙ୍ଗ ହୋଇପାରୁ ନାହିଁ । ଡିଏମଏଫ ଟ୍ରଷ୍ଟ ବୋର୍ଡରେ ବର୍ତ୍ତମାନ ସୁଦ୍ଧା ୩୬୫କୋଟି ୮୫ଲକ୍ଷ ୩୮ ହଜାର ୬୩ ଟଙ୍କା ଗଚ୍ଛିତ ରହିଥିବା ବେଳେ ସେଥିରୁ ବିଭିନ୍ନ ପ୍ରକଳ୍ପ ପାଇଁ ୩୬୬ କୋଟି ୨୦ ଲକ୍ଷ ୫୧ ହଜାର ୮୯୭ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ସେଥିରେ ୧୫୧ କୋଟି ୧୫ଲକ୍ଷ ୫୫ ହଜାର ୫୦୦ ଟଙ୍କା ବିଭିନ୍ନ ଏଜେନ୍ସିକୁ ପ୍ରକଳ୍ପ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଯାଜପୁର ଜିଲା ଡମଶାଳା, ବ୍ରାହ୍ମଣୀ, ଖରସ୍ରୋତା, ବିରୂପା, କେଲୁଅ, କୁଶେଇ, ବୈତରଣୀ ଆଦି ନଦୀ ଉପତ୍ୟକାଞ୍ଚଳର ଜନସାଧାରଣ ପାଣି ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରତିବର୍ଷ ଖରା ମାସରେ ଦେଖିବାକୁ ମିଳୁଛି । ଦ୍ରୁତଶିଳ୍ପାୟନ ଦ୍ୱାରା କିଛି ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି, ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଘଟିଛି ସତ ହେଲେ ଅଧିକ ଲୋକ ଜୀବନ ଜୀବିକାର ରାହା ହରାଇ ବାଟବଣା ହୋଇ ସାରିଲେଣି। ସମଗ୍ର ନଦୀ ଉପତ୍ୟକାଞ୍ଚଳ ଯେଉଁଠି ଖାଦ୍ୟ ଭଣ୍ଡାର ଥିଲା ସେଇଠି ଆଜି ପାଣି ମୁନ୍ଦିଏ ପାଇଁ ଲୋକେ ହାହାକାର ହେଉଛନ୍ତି। ବିପର୍ଯ୍ୟୟମୁଖୀ ପରିବେଶ, ବର୍ଦ୍ଧିତ ପ୍ରଦୂଷଣ, ଅନିୟନ୍ତ୍ରିତ ଶିଳ୍ପାୟନ ସମଗ୍ର ନଦୀ ଉପତ୍ୟକାରେ ଜଳସଂକଟ ସୃଷ୍ଟି କରି ମରୁଭୂମିର ଆଦ୍ୟ ପ୍ରକ୍ରିୟାକୁ ଜନ୍ମ ଦେଇଛି। ନଦୀ ଜଳ ଉସତ୍ରୁ ସ୍ବଚ୍ଛ ପାନୀୟ ଟିକକ ପାଇଁ ଜିଲାବାସୀ ଅପେକ୍ଷାରେ ରହିଥିଲେ ହେଁ କେବଳ ବର୍ଷକୁ ବର୍ଷ ଯୋଜନା ହୋଇ ଚାଲିଛି। ଉଭୟ ଗଭୀର ବୋରୱେଲ ଓ ଖୋଲାମୁହଁ କ୍ରୋମାଇଟ ଖଣି ଯୋଗୁ ଜଳସ୍ତର ହ୍ରାସ ପାଉଥିବାବେଳେ ବୃକ୍ଷରୋପଣ, ବର୍ଷା ଜଳ ସଂରକ୍ଷଣ, ମୃତ୍ତିକାକ୍ଷୟର ପ୍ରତିରୋଧ ଦିଗରେ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ଗ୍ରହଣ କରା ଯାଉନାହିଁ। ଜଳ ସଂକଟର ସ୍ଥାୟୀ ସମାଧାନ ପ୍ରତି ଉଭୟ ସରକାର ଓ ବିଭିନ୍ନ ଖଣି କର୍ତ୍ତୃପକ୍ଷ ମନୋନିବେଶ ନ କରି ଖରାଦିନେ ସାମୟିକ ଭାବେ ଟ୍ୟାଙ୍କର ଯୋଗେ ଜଳକ୍ଲିଷ୍ଟ ଅଞ୍ଚଳରେ ପାଣି ଯୋଗାଇ ନିଜ କର୍ତ୍ତବ୍ୟ ସମ୍ପାଦନରେ ଆତ୍ମ ସନ୍ତୁଷ୍ଟି ଲାଭ କରୁଛନ୍ତି । ହେଲେ ଖଣି ସଂଲଗ୍ନ ଜଳକ୍ଲିଷ୍ଟ ଗ୍ରାମଗୁଡିକରେ ଅଧିବାସୀଙ୍କ ପାଖକୁ ପାଣି ପହଞ୍ଚି ନାହିଁ କି ଶୋଷ ମେଣ୍ଟୁନି । ଜଳକ୍ଲିଷ୍ଟ ଗ୍ରାମଗୁଡିକର ତାଲିକାରେ ପ୍ରତିବର୍ଷ ନୂଆଁ ନୂଆଁ ଗ୍ରାମର ନାମ ଯୋଡି ହେବାରେ ଲାଗିଛି । ୧୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ନଦୀ ଜିଲାସାରା ପ୍ରବାହିତ ହେଉଛି । ହେଲେ ମାତ୍ର ୬ଟି ନଦୀଜଳ ପ୍ରକଳ୍ପ ଏଯାଏ କାର୍ଯ୍ୟକାରୀ ହୋଇ ଜିଲାବାସୀଙ୍କୁ ସନ୍ତୁଷ୍ଟ କରାଯାଉଛି। ବଡ଼ଚଣା ବ୍ଲକର ବିରୂପା ନଦୀରୁ ଚାରିନଙ୍ଗଲ ଓ ବାଲିଚନ୍ଦ୍ରପୁର ପଞ୍ଚାୟତର ବାଲିଚନ୍ଦ୍ରପୁର, କେଲୁଅ ନଦୀରୁ ବରପଦା ପଞ୍ଚାୟତର ବରପଦା, ବ୍ରାହ୍ମଣୀ ନଦୀରୁ ସୁକିନ୍ଦା ବ୍ଲକ ପିଙ୍ଗଳ ପଞ୍ଚାୟତର କଇଥା ଏବଂ କୁଶେଇ ନଦୀରୁ ଦାନଗଦୀ ବ୍ଲକ ବାଙ୍ଗରକୋଟା ପଞ୍ଚାୟତର ବାଙ୍ଗରକୋଟା ଓ ଉଚ୍ଚବାଲି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପରୁ ସଂପୃକ୍ତ ଅଞ୍ଚଳବାସୀ ବିଭିନ୍ନ ସମୟରେ ଅନେକ ସମସ୍ୟା ଯୋଗୁ ନିୟମିତ ଭାବେ ପାଣି ମଧ୍ୟ ପାଆନ୍ତି ନାହିଁ । ବଡଚଣା ବ୍ଲକର ୨୦୭ ଓ ଧର୍ମଶାଳା ବ୍ଲକର ୨୧ ଗୋଟି ଗ୍ରାମକୁ ନେଇ ଗେଙ୍ଗୁଟୀ ନଦୀରୁ ଏବଂ ସୁକିନ୍ଦା ଖଣି ଅଞ୍ଚଳବାସୀଙ୍କ ପାଇଁ ବ୍ରାହ୍ମଣୀ ନଦୀଜଳକୁ ବ୍ୟବହାର କରି ବୃହତ୍ତ ପ୍ରକଳ୍ପ କାଗଜକଲମରେ ସୀମିତ ରହିଛି । ଏହାବାଦ ଗତ ଅକ୍ଟୋବର ମାସ ୧୦ ତାରିଖରେ ଡିଏମଏଫ୍‌ ପାଣ୍ଠିରୁ ଯାଜପୁର ଆରଡବ୍ଲ୍ୟୁଏସଏସ ପକ୍ଷରୁ ୩୬୭.୫୨ ଲକ୍ଷ ଟଙ୍କାର ୧୭ ଟି ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏଥିରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ୯ ଟି ପଞ୍ଚାୟତକୁ ଅର୍ନ୍ତଭୁକ୍ତ କରାଯାଇଛି । ଏ ସଂକ୍ରାନ୍ତରେ ଆରଡବ୍ଲ୍ୟୁଏସଏସର ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରେ ନିକଟରେ ଜିଲାପାଳ ଏହି ୧୭ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଆସନ୍ତା ଜାନୁୟାରୀ ମାସ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟ ଆରମ୍ଭ କରାଯିବ । ଅନ୍ତନ୍ତଃ ବର୍ଷକ ମଧ୍ୟରେ ଡିଏମଏଫ ପାଣ୍ଠିର ସମସ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ସାଲେପୁର,୧୫ା୧୦(ଡି.ଏନ.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ରଟିଲୋ ପଞ୍ଚାୟତ ବୋଇଲୋ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ବାଣ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟି ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି। 

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଜନଶୁଣାଣି ଶିବିରରେ ୩୩୮ ଅଭିଯୋଗ

ଡେରାବିଶ, ୧୫ା୧୦(ସ୍ବ.ପ୍ର.)- ଜିଲାର ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଡେରାବିଶ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ମୋଟ ୩୩୮ଟି ଅଭିଯୋଗ ଆସିଥିଲା 

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

ସଫଳ ବ୍ୟକ୍ତିତ୍ୱ ଡ. କାଲାମଙ୍କୁ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ଅଫିସ, ୧୫ା୧୦- ଆତ୍ମ ବିଶ୍ୱାସ, ପ୍ରେରଣା, ସାହସ ଓ ଶକ୍ତିକୁ ବିନିଯୋଗ କରି ଭାରତର ଏକାଦଶତମ ରାଷ୍ଟ୍ରପତି ଡ. ଏପିଜେ କାଲାମ ନିଜର ସ୍ବପ୍ନକୁ ସାକାର କରିଥିଲେ ଅଧ୍ୟବସାୟକୁ ମୂଳମନ୍ତ୍ର କରିଥିବା ଡ. କାଲାମ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି 

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ନବପତ୍ରିକା ପୂଜାରେ ମାଆଙ୍କୁ ଆବାହନ

ଡେରାବିଶ, ୧୪ା୧୦(ସ୍ବ.ପ୍ର.)- ମାଆ ଦୁର୍ଗାଦେବୀଙ୍କ ନବରାତ୍ର ପର୍ବ ଅବସରରେ ସୋମବାର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଛି ା ଡେରାବିଶ ବ୍ଲକ ଅଞ୍ଚଳ ଏହି ପୂଜାତ୍ସୋବ ପାଇଁ ଚଳଚଞ୍ଚଳ ହୋଇପଡିଛି ା

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

ତୁଳସୀ କ୍ଷେତ୍ରରେ ଶାରଦୀୟ ଦୁର୍ଗାତ୍ସୋବ

କେନ୍ଦ୍ରାପଡା ଅଫିସ, ୧୫ା୧୦- ତୁଳସୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ କନକଦୁର୍ଗାଙ୍କ ମହାଷଷ୍ଠୀ ଉତ୍ସବ ଆରମ୍ଭ ହୋଇଛି। 

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ସାମାଜିକ କର୍ମୀଙ୍କ ଶ୍ରାଦ୍ଧବାର୍ଷିକୀ

ନୟାଗଡ଼ ଅଫିସ,୧୫ା୧୦- ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ସାମାଜିକ କର୍ମୀ ସ୍ବର୍ଗତ ରାଜକିଶୋର ଅଗ୍ରୱାଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟଠାରୁ ନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ହୋଇଥିଲା। 

ଆଶାକର୍ମୀଙ୍କ ବିକ୍ଷୋଭ ସମାବେଶ

ଆଶାକର୍ମୀଙ୍କ ବିକ୍ଷୋଭ ସମାବେଶ

ରାଜନଗର,୧୫ା୧୦(ଡି.ଏନ.ଏ.)- ୫ଦଫା ଦାବିରେ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଆଶାକର୍ମୀଙ୍କ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନ ୧୧ଟାରେ ସଭାପତି କବିତା ରାଉତଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ତାରିଣୀ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପହଞ୍ଚତ୍ଥିଲେ। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଅଧାପନ୍ତରିଆ, ଆନ୍ଦୋଳନ ଧମକ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ଅଧାପନ୍ତରିଆ, ଆନ୍ଦୋଳନ ଧମକ

ଡୁବୁରୀ,୧୫।୧୦(ଡି.ଏନ.ଏ.)- ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଯୋଗୁ ସୁକିନ୍ଦା ବ୍ଲକର ଦ୍ୱିପାଞ୍ଚଳ କୁହାଯାଉଥିବା ମଙ୍ଗରାଜପୁର ପଞ୍ଚାୟତକୁ ଗମନାଗମନ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି। 

ରାଶନକାର୍ଡ଼ରୁ ବଞ୍ଚତ୍ତ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ

ରାଶନକାର୍ଡ଼ରୁ ବଞ୍ଚତ୍ତ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ

ନୟାଗଡ଼ ଅଫିସ,୧୫। ୧୦- ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର କେତେକ ବ୍ୟକ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରି ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସରପଞ୍ଚ ଓ ଲୋକମାନଙ୍କ ଅଭିଯୋଗ ଅନୁସାରେ  ପଞ୍ଚାୟତର ଅନେକ ଲୋକ ଏହି ଯୋଜନାରେ ସାମିଲ ହେବା ପାଇଁ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ। 

 ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମହାକାଳପଡା, ୧୫।୧୦(ଡି.ଏନ.ଏ.): କଂଗ୍ରେସ ପକ୍ଷରୁ ସ୍ଥାନୀୟ ମହାକାଳପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଲଘୁଚାପଜନିତ ଓ ତିତ୍‌ଲି ବାତ୍ୟା ପ୍ରଭାବରେ ସ୍ଥାନୀୟ ଚାଷୀଙ୍କୁ ପଲିଥିନ୍‌, କୃଷି ଋଣ ଛାଡ, ମତ୍ସ୍ୟଜୀବିଙ୍କୁ ସହାୟତା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅଟଳ ସମ୍ମାନ ସମାରୋହ

ଅଟଳ ସମ୍ମାନ ସମାରୋହ

ଆଳି,୧୫।୯(ଡି.ଏନ.ଏ.): ପ୍ରିନ୍ସ ଫାଉଣ୍ଡେସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ନିଆଳ ହାଟଠାରେ ଥିବା ହେଲିପ୍ୟାଡ ପଡିଆରେ ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଯାଜପୁର ଅଫିସ,୧୫।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡର ୬ଟି କଳାପଥର ଖାଦାନକୁ ସୋମବାର ସକାଳେ ସିଲ୍‌ କରି ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୪ ଜେସିବି ମେଶିନ ସହାୟତାରେ ଖାଦାନକୁ ଯାଇଥିବା ରାସ୍ତାରେ ପ୍ରାୟ ୧୦ ଫୁଟ ଗଭୀର ଏକ ଗାତ ଖୋଳାଯାଇଛି