ଉପକୂଳ ଓଡିଶା

ଅନ୍ଧାରରେ ଭାଗଚାଷୀଙ୍କ ଭାଗ୍ୟ

ଅନ୍ଧାରରେ ଭାଗଚାଷୀଙ୍କ ଭାଗ୍ୟ
ରସୁଲପୁର,୯। ୧୨(ଡି.ଏନ୍‌.ଏ.) ରସୁଲପୁର ବ୍ଲକରେ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ପାଇଁ ସରକାର ୩୨ଲକ୍ଷ ୭୮ହଜାର ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଉକ୍ତ ସହାୟତା ରାଶି ଚାଷୀଙ୍କୁ କିଭଳି ବଣ୍ଟାଯିବ ତାହା ଏଯାବତ୍‌ ସ୍ଥିରୀକୃତ ହୋଇପାରିନାହିଁ। ଫଳରେ ଚଳିତ ବର୍ଷ ଚାଷୀମାନେ ସହାୟତା ରାଶିରୁ ବଞ୍ଚତ୍ତ ହେବେ ବୋଲି ଆଶା କରାଯାଉଛି। ଅନ୍ୟପଟେ ବ୍ଲକରେ ଭାଗଚାଷୀ ନ ଥିବା ନେଇ ପ୍ରଶାସନକୁ ରିପୋର୍ଟ ଦିଆଯାଇଥିବାରୁ ସେମାନଙ୍କ ପାଇଁ କୌଣସି ସହାୟତା ରାଶି ଆସିନାହିଁ। ଫଳରେ ସେମାନଙ୍କ ଭାଗ୍ୟ ଅନ୍ଧାରରେ ଥିବା ଲକ୍ଷ୍ୟ କରାଯାଉଛି। ଜିଲାପାଳଙ୍କ ଚିଠି ନଂ-୨୪୫୦,ତା-୪। ୧୨। ୨୦୧୭ ଜରିଆରେ ରସୁଲପୁର ତହସିଲଦାରଙ୍କୁ ବ୍ଲକର ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା କ୍ଷୟକ୍ଷତି ସହାୟତା ରାଶି ସମ୍ପର୍କରେ ଅବଗତ କରାଯାଇଛି। ଗତ ନଭେମ୍ବରରେ ହୋଇଥିବା ଅଦିନିଆ ବର୍ଷାରେ ବ୍ଲକର ୨୮ଟିରୁ ୨୩ଟି ପଞ୍ଚାୟତର ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଆନୁମାନିକ ଆକଳନ କରାଯାଇଥିଲା। ୨୩ ପଞ୍ଚାୟତର ୬୮ଟି ଗ୍ରାମରେ ୪୧୩ ହେକ୍ଟର ଫସଲ ନଷ୍ଟ ହୋଇଥିଲା । ସେଥିମଧ୍ୟରୁ ୨୦୦ ହେକ୍ଟର ଧାନଚାଷ ଏବଂ ୨୧୩ହେକ୍ଟର ରବି ଓ ପନିପରିବା ଫସଲ କ୍ଷତି ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଥିଲା । ଏହାକୁ ଆଧାର କରି ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଏହି ରାଶି କେଉଁ ଆଧାରରେ ଚାଷୀଙ୍କୁ ବଣ୍ଟାଯିବ ତାହା ନେଇ କୌଣସି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରାଯାଇନାହିଁ। ଏହାଛଡା କେଉଁ ଫସଲରେ କେତେଜଣ ଚାଷୀଙ୍କ କେତେ ହେକ୍ଟର କ୍ଷତି ହୋଇଛି ତାହାର ହିସାବ ତିନୋଟି ବିଭାଗ ପାଖରେ ନାହିଁ। ତେବେ କେଉଁ ଫସଲ ପାଇଁ ଏକର ପିଛା କେତେ ସହାୟତା ରାଶି ଦିଆଯିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଅବଗତ ନାହାଁନ୍ତି । ଏ ସମ୍ପର୍କରେ ତହସିଲଦାର ପ୍ରତାପ ଚନ୍ଦ୍ର ରାଉତଙ୍କୁ ପଚାରିବାରେ ଚିଠି ଆସିବା ପରେ ସହାୟତା ରାଶି କେଉଁଭଳି ଭାବେ ଦିଆଯିବ ତାହା ସ୍ଥିରୀକୃତ କରାଯିବ ବୋଲି କହିଛନ୍ତି। ଶୁକ୍ରବାର ତହସିଲଦାର ପ୍ରତାପ ଚନ୍ଦ୍ର ରାଉତ ରାଉତ ୫ଟି ସର୍କଲର ରାଜସ୍ବ ନିରୀକ୍ଷକ, ରସୁଲପୁର କୃଷି ଅଧିକାରୀ, ଉଦ୍ୟାନ କୃଷି ବିଭାଗକୁ ନେଇ ଏକ ବୈଠକ ଆଲୋଚନା କରିଛନ୍ତି । ସେମାନଙ୍କୁ ଚାଷୀ ଚିହ୍ନଟ କରିବା ସହ କ୍ଷତିଗ୍ରସ୍ତ ଚାଷୀର କେଉଁ ପ୍ରକାର ଫସଲରୁ କେତେ ପରିମାଣର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ସେ ଦିଗରେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ବ୍ଲକ ଅଞ୍ଚଳରେ ଅର୍ଦ୍ଧାଧିକ ଭାଗଚାଷୀ ହୋଇଥିଲେ ବି ପୁଣି ସେମାନଙ୍କୁ ସହାୟତା ରାଶିରୁ ବଞ୍ଚତ୍ତ ହେବାକୁ ପଡ଼ିବ । କାରଣ ବ୍ଲକ ଅଞ୍ଚଳରେ ଭାଗଚାଷୀ ନ ଥିବା ନେଇ ତହସିଲ ପକ୍ଷରୁ ଜଣାପଡ଼ିଛି । ଏ ନେଇ ତହସିଲ ପ୍ରଶାସନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଜମି ମାଲିକମାନେ ତାଙ୍କର ଜମିକୁ ଭାଗଚାଷ କରିବାକୁ କାହାରିକୁ ଦେଇ ନାହାଁନ୍ତି । ମାଲିକମାନେ ଏଭଳି ତଥ୍ୟ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ଯାହାକୁ ଆଧାର କରି ଚଳିତ ବର୍ଷ ଏଭଳି ରିପୋର୍ଟ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ଚାଷ ଜନିତ କ୍ଷୟକ୍ଷତି ପାଇଁ ଆସିଥିବା ସହାୟତା ରାଶିରୁ ଭାଗଚାଷୀ ବଞ୍ଚତ୍ତ ହେବେ । ଚାଷ ନକରି ବି ଜମି ମାଲିକ ସହାୟତା ରାଶିର ଲାଭ ଉଠାଇବେ।
All Right Reserved By

ଉପକୂଳ ଓଡିଶା

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଟାଙ୍ଗୀ(ଖୋର୍ଦ୍ଧା),୨୨ା୧(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକର ୨୬ଟି ପଞ୍ଚାୟତରେ ଚଳିତ ସପ୍ତାହରୁ ଭିଭିପ୍ୟାଟ୍‌ ଭୋଟିଂ ସମ୍ପର୍କରେ ଭୋଟରମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । 

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ନୟାଗଡ଼ ଅଫିସ,୨୨ା୧-ନୟାଗଡ଼ ଜିଲା ଶରଣକୁଳ ଥାନା ଅଞ୍ଚଳର ଏକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ  ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।

 ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ  କାଟି ନେଉଛନ୍ତି ଗଛ:ଜିଲାପାଳଙ୍କଠାରେ ଅଭିଯୋଗ କଲେ  ଗ୍ରାମବାସୀ

ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ କାଟି ନେଉଛନ୍ତି ଗଛ:ଜିଲାପାଳଙ୍କଠାରେ ଅଭିଯୋଗ କଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୨୨ା୧-ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ କେତେକ ଲୋକ ଗଛ କାଟି ନେଉଥିବା ଜିଲାପାଳଙ୍କଠାରେ ଡମସାହି ଗ୍ରାମ ତଲାରିବନ୍ଧ ପଡ଼ାର ଲୋକମାନେ ଅଭିଯୋଗ କରିଛନ୍ତି। 

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ପାରାଦୀପ,୨୨ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ନିପାଣିଆଠାରେ ଗତ ୨ ତାରିଖରେ ଏକ ଡଙ୍ଗା ବୁଡ଼ି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। 

ପିଠା ଟଙ୍କା ଚୋରି

ପିଠା ଟଙ୍କା ଚୋରି

ରାଜନଗର, ୨୧।୧(ଡି.ଏନ.ଏ):  ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ କାର୍ଯ୍ୟାଳୟରୁ ରବିବାର ରାତିରେ ଦୁର୍ବୃତ୍ତ ଗ୍ରିଲ୍‌ ଭାଙ୍ଗି ନଗଦ ପିଠା କାର୍ଯ୍ୟକ୍ରମ ପାଇଁ ଆସିଥିବା ୫୪ ହଜାର ଟଙ୍କା ଓ କଲର ଟିଭି ଚୋରି କରିନେଇଛନ୍ତି। 

ଗୁଳିକାଣ୍ଡରେ ଜଣେ ମୃତ

ଗୁଳିକାଣ୍ଡରେ ଜଣେ ମୃତ

ରାଜନଗର, ୨୧।୧(ଡି.ଏନ.ଏ): ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ଗ୍ରାମରେ ଚିଙ୍ଗୁଡି ଘେରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ହୋଇଛି।

 ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ଡେରାବିଶ, ୨୧।୧(ସ୍ବ.ପ୍ର): ଡେରାବିଶ ବ୍ଲକ ଅଧିନ କଟକ-ଚାନ୍ଦବାଲି ରାସ୍ତାର କାକତିଆଠାରେ ସୋମବାର ସକାଳେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୧(ବ୍ୟୁରୋ):ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ସମ୍ପର୍କିତ ବିଲ୍‌ ବିଧାନସଭାରେ ଗୃହୀତ ହେଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ସାଢେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହାର  ନିଜସ୍ବ ଗୃହ, ଲାବୋରେଟୋରି ଏବଂ ସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। 

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର,୨୧ା୧ (ସ୍ବ.ପ୍ର.)- ସରକାର ଜମି କିମ୍ବା ଘରବାରି କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ନୀତି ଲାଗୁ କରୁଛନ୍ତି। ହେଲେ ବିଭାଗର କେତେକ କର୍ମଚାରୀ ଓ ଅଧିକାରୀଙ୍କ ଅପାରଗତା ଯୋଗୁ ଏହାର ଫାଇଦା ଅସାଧୁ ଲୋକମାନେ ଉଠାଉଛନ୍ତି। 

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନୀତି: ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

ନୂଆଗାଁ,୨୧।୧ (ଡି.ଏନ.ଏ.)-କୃଷି ଓ କୃଷକର ବିକାଶ ନିମନ୍ତେ ସରକାର କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନଦୀଗୁଡିକରେ ଚେକ୍‌ଡ୍ୟାମ୍‌ମାନ ନିର୍ମାଣ କରୁଛନ୍ତି ।

‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ

‘ଗ୍ରୀନ ଆର୍ଥ’ ପକ୍ଷରୁ ଘରଚଟିଆ ସଂରକ୍ଷଣ ଅଭିଯାନ

ଖଣ୍ଡପଡ଼ା,୨୧ା୧(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତସ୍ଥ  ନୂଆସାହିରେ ‘ଗ୍ରୀନ ଆର୍ଥ’ ପକ୍ଷରୁ ରବିବାର ଘରଚଟିଆ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି ା  ଅନୁଷ୍ଠାନର ସଭାପତି ଇଂ. ଆଦିତ୍ୟ କୁମାର ଦାଶ ଓ ସମ୍ପାଦିକା ସଂଘମିତ୍ରା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଖଣ୍ଡପଡ଼ା,୨୧ା୧(ସ୍ବ.ପ୍ର.)- କଣ୍ଟିଲୋ ଶ୍ରୀ ନୀଳମାଧବଜୀଉଙ୍କ ଦେବାଭିଷେକ ତଥା ସୁନାବେଶ ୨୧ ତାରିଖ ପୌଷ ପୂର୍ଣ୍ଣମୀ ତିଥିରେ ପାରମ୍ପରିକ ରୀତିରେ ପାଳିତ ହେବ ା ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଷ୍ଟ ସ୍ଥିର ହୋଇଛି ା