Dharitri News
ବ୍ରହ୍ମପୁର

ମାଛ ବୋଝେଇ ଟ୍ରକ୍‌ରୁ ସାଢ଼େ ୨୧ଲକ୍ଷ ଟଙ୍କା ଲୁଟ୍‌ ଘଟଣା, ନିଜ ଜାଲରେ ଫସିଲେ ଡ୍ରାଇଭର

ମାଛ ବୋଝେଇ ଟ୍ରକ୍‌ରୁ ସାଢ଼େ ୨୧ଲକ୍ଷ ଟଙ୍କା ଲୁଟ୍‌ ଘଟଣା, ନିଜ ଜାଲରେ ଫସିଲେ ଡ୍ରାଇଭର ବ୍ରହ୍ମପୁର ଅଫିସ,୯।୧୨- ବ୍ରହ୍ମପୁର ପୋଲିସ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଆର୍‌.ସୁମାଣ୍ଡି ଛକ ନିକଟରେ ଗତ ୨ତାରିଖରେ ଏକ ମାଛ ବୋଝେଇ ଟ୍ରକ୍‌ରୁ ସାଢ଼େ ୨୧ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପଦାର୍ଫାଶ କରିଛି ପୋଲିସ। ଲୁଟ୍‌ର ମାଷ୍ଟର୍‌ ମାଇଣ୍ଡ ତଥା ଗାଡ଼ି ଡ୍ରାଇଭର୍‌ ଖୋର୍ଦ୍ଧା ଜିଲା ଚନ୍ଦକା ଥାନା ହରିପୁର କୁକୁଡ଼ା ମଣ୍ଡିର ଜମାଲ୍‌ ଖାନ୍‌(୪୧) ଏବଂ ମୁଖ୍ୟ ଅଭିଯୁକ୍ତ ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଗ୍ରାମର ମନୋଜ କୁମାର ବିଷୋୟୀ(୩୪)ଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଆହୁରି ୩ଜଣ ଏବେ ବି ଫେରାର୍‌ ଅଛନ୍ତି। ଲୁଟ୍‌ ଟଙ୍କାରୁ ୨୦ଲକ୍ଷ ୮୦ ହଜାର ଟଙ୍କାକୁ ପୋଲିସ ଜବତ କରିଛି। ବ୍ରହ୍ମପୁର ସଦର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାସ ଏବଂ ସଦର ଏସ୍‌ଡ଼ିପିଓ ଅଶୋକ ମହାନ୍ତି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ମାଛ କିଣିବାକୁ ଯାଉଥିଲା ଟଙ୍କା ଅନୁଗୋଳ ଜିଲା ତାଳଚେର ଅଞ୍ଚଳର ମାଛ ବ୍ୟବସାୟୀ ତୟବ ଖାନ୍‌। ସେ କଟକରେ ରହି ମାଛ ବ୍ୟବସାୟ କରନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଅଞ୍ଚଳରୁ ନିୟମିତ ମାଛ କଟକକୁ ଆମଦାନୀ ହୋଇଥାଏ। କେତେବେଳେ ମାଛ ପହଞ୍ଚତ୍ବା ପରେ ତ ଆଉ କେତେବେଳେ ଆଗୁଆ ଟଙ୍କା ପଠାଇବାକୁ ପଡ଼ିଥାଏ। କିଛି ଦିନ ହେଲା କୌଣସି କାରଣରୁ ତୟବ ଟଙ୍କା ପଠାଇପାରି ନ ଥିଲେ। ଏଣୁ ଏଥର ଟଙ୍କା ଯେମିତି ହେଲେ ପଠାଇବାକୁ ଶ୍ରୀକାକୁଲମ୍‌ର ବ୍ୟବସାୟୀ କହିଥିଲେ। ଗତ ୨ତାରିଖରେ ମାଛ ଆଣିବା ପାଇଁ ଟ୍ରକ୍‌ (ନଂ.ଓଆର୍‌୧୯କେ୦୨୭୫) କଟକରୁ ୧୬ ନଂ. ଜାତୀୟ ରାଜପଥରେ ଶ୍ରୀକାକୁଲମ୍‌ ଆଡ଼କୁ ବାହାରିଥିଲା। ଟ୍ରକ୍‌ରେ ୨୧ଲକ୍ଷ ୫୦ହଜାର ଟଙ୍କା ପଠାଇଥିଲେ। ଗୋଟିଏ ଖାଲି ମାଛ ଟ୍ରେରେ ଟଙ୍କା ରଖାଯାଇଥିଲା। ଟ୍ରକ୍‌କୁ ଚାଳକ ଜମାଲ୍‌ ଖାନ୍‌ ଏବଂ ଜଣେ ହେଲପର୍‌ ଧରି ବାହାରିଥିଲେ। ଗଠନ ହେଲା ସ୍ବତନ୍ତ୍ର ଟିମ୍‌ ଏତେ ବଡ଼ଧରଣର ଲୁଟ୍‌ପାଟ୍‌ ହୋଇଥିଲେ ମଧ୍ୟ ଯଥା ସମ୍ଭବ ଘଟଣାକୁ ଗୋପନ ରଖାଯାଇଥିଲା। ବ୍ରହ୍ମପୁର ଏସ୍‌ପି ଆଶିଷ ସିଂ ଘଟଣାର ପର୍ଦାଫାଶ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ରେ ରହିଥିଲେ ଗୋଳନ୍ଥରା ଥାନା ଆଇଆଇସି ଆଲୋକ ଜେନା, ଗୋପାଳପୁର ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା ଏବଂ ସାମୁଦ୍ରିକ ଥାନା ଆଇଆଇସି ବସନ୍ତ ସେଠୀ। ସଦର ଏସ୍‌ଡ଼ିପିଓ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଏହି ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଧରା ପକାଇଲା ଟଙ୍କା ଟ୍ରେ ଏହି ଟିମ୍‌ ପ୍ରଥମେ ମାଛ ଟ୍ରକ୍‌ରେ ଛାନ୍‌ଭିନ୍‌ କରିଥିଲେ। ଟ୍ରକ୍‌ ଭିତରେ ଶତାଧିକ ପ୍ଲାଷ୍ଟିକ୍‌ ଟ୍ରେ ଥିଲା। କିନ୍ତୁ ଯେଉଁ ଟ୍ରେରେ ଟଙ୍କା ରଖାଯାଇଥିଲା, ଦୁର୍ବୃତ୍ତମାନେ ସିଧା ସେହି ଟ୍ରେକୁ ଉଠାଇ ନେଇଥିଲେ। ତଦନ୍ତକାରୀ ଅଧିକାରୀଙ୍କ କୌଣସି ନିଜ ଲୋକ ଏହା ପଛରେ ଥିବା ସନ୍ଦେହ କରିଥିଲେ। ଡ୍ରାଇଭର୍‌ ମାଷ୍ଟର୍‌ ମାଇଣ୍ଡ ପାଖ ଲୋକଙ୍କୁ ନେଇ ତଦନ୍ତ ଆରମ୍ଭ କରିବା ବେଳେ ପ୍ରଥମ ସନ୍ଦେହ ଟ୍ରକ୍‌ ଡ୍ରାଇଭର୍‌ ଜମାଲ୍‌ଙ୍କ ଉପରକୁ ଯାଇଥିଲା। ଜମାଲ୍‌ ଦୀର୍ଘ ବର୍ଷ ହେଲା ମାଛ ବ୍ୟବସାୟୀ ତୟବଙ୍କ ପାଖରେ କାମ କରୁଥିଲେ। ଏଣୁ ଗାଡ଼ିରେ କେମିତି, କେତେ ଟଙ୍କା ଯାଏ, ତାହା ତାଙ୍କୁ ଜଣାଥିଲା। ଅନ୍ୟପଟେ ଲୁଟ୍‌ ବେଳେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିବା ସେ କହିଥିଲେ। ଜମାଲ୍‌ଙ୍କ ଆଖପାଖରେ ତଦନ୍ତ ବୁଲିଥିଲା। ତାଙ୍କ ମୋବାଇଲ୍‌ର କଲ୍‌ ବିବରଣୀ ବାହାର କରାଯାଇଥିଲା। ଲୁଟ୍‌ ପୂର୍ବରୁ ସେ କାହା କାହା ସହ କେତେ ସମୟ କଥା ହୋଇଛନ୍ତି, ତାହାର ସୂଚନା ସଂଗ୍ରହ କରାଯାଇଥିଲା। ସେଥିରୁ ସୁରାକ୍‌ ପାଇଥିଲା ପୋଲିସ। ଜମାଲ୍‌ଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରିବା ବେଳେ ସେ ନିଜ ଦୋଷ ସ୍ବୀକାର କରିଥିଲେ। ସହଯୋଗୀ ହେଲେ ପୁରୁଣା ସାଥୀ ମନୋଜ ବିଷୋୟୀ ଆଗରୁ ଗଞ୍ଜେଇ ମାମଲାରେ ଜେଲ୍‌ ଯାଇଥିଲେ। ମନୋଜଙ୍କ୍‌ ଜଣେ ସମ୍ପର୍କୀୟ କେତେ ବର୍ଷ ପୂର୍ବରୁ ମାଛ ବେପାରୀ ତୟବଙ୍କ ପାଖରେ କାମ କରୁଥିଲେ। ସେଠାରୁ ମନୋଜ ଏବଂ ଜମାଲ୍‌ଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏଣୁ ଟଙ୍କା ଲୁଟ୍‌ ପାଇଁ ଜମାଲ୍‌ ଯେତେବେଳେ ଯୋଜନା କଲେ, ସେ ମନୋଜଙ୍କୁ ସାଥୀ ଭାବେ ବାଛିଥିଲେ। ଜମାଲ୍‌ ମାଷ୍ଟର୍‌ ମାଇଣ୍ଡ ହୋଇଥିବା ବେଳେ ମନୋଜ ଏବଂ ଅନ୍ୟ ୩ଜଣ ଏଥିରେ ସହଯୋଗ କରିଥିଲେ। ଜମାଲ୍‌ଙ୍କଠାରୁ ସୂଚନା ପାଇ ପୋଲିସ ମନୋଜଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଫେରାର୍‌ ଅଛନ୍ତି।

ବ୍ରହ୍ମପୁର

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ବିଭାଗ ଜେଟିର ଚ୍ୟାନେଲ ଖନନ ୧୫ ଦିନ ହେଲା ଚାଲିଛି। ଏହି କାମ କିଭଳି ଚାଲିଛି ସେସମ୍ପର୍କରେ ଜାଣିବାକୁ ଶନିବାର ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ ସେଠାକୁ ଯାଇ ପରିଦର୍ଶନ କରିଛନ୍ତି। ଚ୍ୟାନେଲ ପୋତି ହୋଇ ଯାଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ଆସିବାରେ ଅସୁବିଧାର ହେଉଛି। ଫଳରେ ମାଛ ମାରିବାକୁ ଡଙ୍ଗାରେ ଯିବାକୁ ଅସୁବିଧା ହେଉଛି।

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ଶ୍ୱଶୁର ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୦।୧(ଡ଼ି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ତଥା ପୁରୁଷୋତ୍ତମପୁର ବ୍ଲକ ଝାଡ଼ବାଇ ଗ୍ରାମରେ ଶନିବାର ମଧ୍ୟାହ୍ନରେ ପାରିବାରିକ କଳହରୁ କରୁଣ ପରିଣତି ଘଟିଛି। ଶ୍ୱଶୁରଙ୍କ ଖଣ୍ଡା ଚୋଟରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ରାଉଳବନ୍ଧ ଗ୍ରାମର ପି ମନୁ ରେଡ୍ଡୀ। ପାରିବାରିକ କଳହରୁ ମନୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ତାଙ୍କ ଶ୍ୱଶୁର ଝାଡ଼ବାଇର ଜଗନ୍ନାଥ ରେଡ୍ଡୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି।

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ସରକାରୀ ବସ୍‌ରୁ ଗଞ୍ଜେଇ ଜବତ

ଫିରିଙ୍ଗିଆ, ୨୦।୧- କନ୍ଧମାଳ ଜିଲା ଗୋଚ୍ଛାପଡା ପୋଲିସ ଶୁକ୍ରବାର ଏକ ସରକାରୀ ବସ୍‌ରୁ ୨୩କେଜି ୪ଶହଗ୍ରାମ ଗଞ୍ଜେଇ ଜବତ କରିଛି। ହେଲେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପୂର୍ବାହ୍ନ ପ୍ରାୟ ୯ଟାରେ ଗୋଚ୍ଛାପଡାରୁ ଫୁଲବାଣୀ ଆସୁଥିବା ସରକାରୀ ବସ୍‌ ନଂ.ଓଡି ୧୨ ୩୬୮୧କୁ ହାଟପଦା ଛକରେ ଅଟକାଇ ତଲାସି କରିଥିଲା। ଗାଡିରୁ ଗୋଟିଏ ବସ୍ତାରେ ଥିବା ଗଞ୍ଜେଇ ମିଳିଥିଲା।

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସେଥିରେ ବସିଥିବା ପ୍ରାୟ ୫୦ ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି। ପୁରୀରୁ ତାରାତାରିଣୀ ଦର୍ଶନ ଲାଗି ଯାତ୍ରୀଙ୍କୁ ନେଇ ଆସିଥିବା ବସ୍‌ ନଂ. ଓଆର୧୦ଜି-୨୮୦୪ ଯାଉଥିବା ବେଳେ ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ଗଡସାହିଛକରେ ହଠାତ୍‌ ନିଅଁା ଲାଗିଯାଇଥିଲା।

ଉପଜିଲାପାଳଙ୍କୁ ଦିଆଗଲା ତଦନ୍ତ ରିପୋର୍ଟ

ବ୍ରହ୍ମପୁର ଅଫିସ,୨୦।୧- ବ୍ରହ୍ମପୁର ସହର କର୍ପୋରେଶନ ରୋଡସ୍ଥିତ ଗଜପତି ପ୍ଲାଜା ନିକଟ ମୁସଲମାନ ବସ୍ତିରେ ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୫୬ରୁ ଊର୍ଦ୍ଧ୍ୱ ବଖରା ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। କ୍ଷତିଗ୍ରସ୍ତ ହୋଇଥିବା ଅଧିକାଂଶ ପରିବାର ଗରିବ ଶ୍ରେଣୀର। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ଶର୍ଟଶର୍କିଟ କିମ୍ବା ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ବିସ୍ଫୋରଣ ଘଟିବା ଯୋଗୁ ଏପରି ଘଟିଥିବା ସନ୍ଦେହ କରାଯାଉଥିଲା। ତେବେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତଦନ୍ତ କରି ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ରିପୋର୍ଟ ଦାଖଲ କରି କରିବାକୁ ଉପଜିଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଥିଲେ।

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ବ୍ରହ୍ମପୁର ଅଫିସ,୨୦।୧-ସ୍ଥାନୀୟ ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ମୀନାକ୍ଷୀନଗରରେ ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଯୁବକ ବସି ଡକାୟତି ଯୋଜନା କରୁଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକମାନେ ହେଲେ ମନୋଜ ସାମନ୍ତରାୟ, ପିଣ୍ଟୁ ବେହେରା, ସୁନୀଲ ମିଶ୍ର, ସୁମନ ପାଢୀ, ଦିପୁନା ନାୟକ ଓ ତାରିଣୀ ଜେନା। ସେମାନଙ୍କ ପାଖରୁ ପୋଲିସ ଗୋଟିଏ ଖଣ୍ଡା, ୩ଟି ବୋମା, ଓ ଲାଠି ଜବତ କରିଛି। ଏ ନେଇ ଥାନାରେ ନଂ. ୮/୧୮ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି।

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର ଅଫିସ/ବାଲିପଡ଼ା,୨୦।୧- ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଲୋଚାପଡା ଅଞ୍ଚଳରେ ଏକ ଭଡା ଘରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି। ସେ ହେଲେ ଗଞ୍ଜାମର ଟୁନା ସ୍ବାଇଁଙ୍କ ସ୍ତ୍ରୀ ଶ୍ରୀମତିନୀ। ମୋ ଝିଅକୁ ହତ୍ୟା କରାଯାଇଛି ବୋଲି ଶ୍ରୀମତିନୀଙ୍କ ପିତା ଛତ୍ରପୁର ଅଞ୍ଚଳର ଡମ୍ବରୁଧର ବାରିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୨୩/୧୮) ରୁଜୁ କରିଛି।

ସ୍ବଦେଶୀ ମେଳାରେ ମନୋଜଙ୍କ ୪ ରେକର୍ଡ

ସ୍ବଦେଶୀ ମେଳାରେ ମନୋଜଙ୍କ ୪ ରେକର୍ଡ

ବ୍ର୍ରହ୍ମପୁର ଅଫିସ,୨୦।୧- ଗଞ୍ଜାମ ଜିଲା ଭାବରଡା ଗ୍ରାମର ମନୋଜ ମହାରଣା ପୁଣି ୪ଟି ରେକର୍ଡ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାଉରକେଲା ମେଳଣ ପଡିଆଠାରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଚାଲିଥିବା ସ୍ବଦେଶୀ ମେଳାରେ ଶୁକ୍ରବାର ମନୋଜ ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜ କଳାପ୍ରଦର୍ଶନ କରି ପୂର୍ବରୁ ଗିନିଜ ବୁକ ଅଫ ୱାଲର୍‌ଡରେକର୍ଡରେ ରହିଥିବା ୪ଟି ରେକର୍ଡକୁ ଭାଙ୍ଗି ଚର୍ଚ୍ଚିତ ହୋଇଥିଲେ।

ସମ୍ପୂର୍ଣ୍ଣ ହୋଇନି ସଂସ୍କୃତି ଭବନ

ସମ୍ପୂର୍ଣ୍ଣ ହୋଇନି ସଂସ୍କୃତି ଭବନ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗଞ୍ଜାମ ଜିଲାର ଛତ୍ରପୁରରେ ଥିବା ଜିଲା ସଂସ୍କୃତି ଭବନ ଓ ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ବିଭିନ୍ନ ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଉଛି। ମାତ୍ର ଉକ୍ତ ୨ ସଂସ୍କୃତି ଭବନର ସମ୍ପୂର୍ଣ୍ଣ ନିର୍ମାଣ କାମ ଏବଂ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା ହୋଇପାରିନି। ବର୍ଷ ବର୍ଷ ଧରି ଏପରି ଅଧାପନ୍ତରିଆ ରହିଛି। ବାରମ୍ବାର ସମୀକ୍ଷା ମଧ୍ୟ ହେଉଛି। ମାତ୍ର କୌଣସି ସୁଫଳ ମିଳୁନି।

ରେଳଧାରଣାରୁ ମୃତଦେହ ଉଦ୍ଧାର

ରେଳଧାରଣାରୁ ମୃତଦେହ ଉଦ୍ଧାର

ବାଲିପଡ଼ା,୨୦।୧- ବ୍ରହ୍ମପୁର ଜିଆରପି ପୋଲିସ ଶନିବାର ଏକ ମୁଣ୍ଡଗଣ୍ଡି ଅଲଗା ହୋଇଥିବା ମୃତଦେହ ଛତ୍ରପୁର ନିକଟ ରେଳଧାରଣାରୁ ଉଦ୍ଧାର କରିଥିଲା। ପରିଚୟ ନ ପାଇ ମୃତଦେହକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତ୍ରିନାଥ ରେଡ୍ଡୀ ନାମକ ଜଣେ ଯୁବକ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ରେଳ ଧାରଣାରେ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହର ଫଟୋ ଛାଡିଥିଲେ।

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ

ଛତ୍ରପୁର,୨୦।୧(ଡି.ଏନ.ଏ)- ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଶନିବାର ପୂର୍ବାହ୍ନରେ ପୃଥକ ପୃଥକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ବ୍ଲକ ନରସିଂହପୁର ଗାଁର ଦୈତାରୀ ନାୟକ ତାଙ୍କ ବାଇକ (ନଂ.ଓଡି୦୭-୫୮୯୯)ରେ ଛତ୍ରପୁର ଆସୁଥିବା ବେଳେ ନାଜର ପେଟ୍ରୋଲ ଟାଙ୍କି ସମ୍ମୁଖ ଜାତୀୟ ରାଜପଥରେ ତାଙ୍କୁ ପଛପଟୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଏପି୦୫ଟିଏ-୯୮୭୫) ଧକ୍କା ଦେଇଥିଲା।

ଥାଇରଏଡ୍‌ ମାସ ପାଳିତ

ଥାଇରଏଡ୍‌ ମାସ ପାଳିତ

ବ୍ରହ୍ମପୁର ଅଫିସ, ୨୦।୧: ମହାମାୟୀ ମହିଳା ମହାବିଦ୍ୟାଳୟରେ ଶନିବାର ଥାଇରଏଡ୍‌ ମାସ ପାଳିତ ହୋଇଯାଇଛି।